• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନରେ ସୋମବାର ୧୩୧୫ଟି କେନ୍ଦ୍ରରେ ୨ଲକ୍ଷ ୧୮ହଜାର ୭୧୫ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ସଂଖ୍ୟା ୧କୋଟି ୫୫ଲକ୍ଷ ୧୦ହଜାର ୨୩୩ରେ ପହଞ୍ଚିଛି।
  2. ଓଜେଇଇ ପାଇଁ ଆଉ ୯ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କଲେ ସରକାର । ଏଥିସହ ରାଜ୍ୟ ବାହାରେ ପାଟନା, ରାଞ୍ଚି ଏବଂ କୋଲକାତାରେ ମଧ୍ୟ ପରୀକ୍ଷା କେନ୍ଦ୍ର ହେବ । ରାଜ୍ୟ ଭିତରେ ହୋଇଥିବା ଅଧିକ ୯ଟି କେନ୍ଦ୍ର ହେଲା ଭବାନୀପାଟଣା, ବୌଦ୍ଧ, ଦେଓଗଡ଼, କେନ୍ଦ୍ରାପଡା, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ପୁରୀ ଏବଂ ସୋନପୁରରେ ପରୀକ୍ଷା ହେବ ।
  3. ଚଳିତ ବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍‌ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । 
  4. ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରଫେସର ତଥା ବରିଷ୍ଠ  ବୈଜ୍ଞାନିକ ଶରତ କୁମାର ପଳିତା  । ଯେପର୍ଯ୍ୟନ୍ତ ପରବର୍ତ୍ତୀ କୁଳପତିଙ୍କୁ ନିଯୁକ୍ତ କରାନଯାଇଛି, ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନିର୍ବାହ କରିବେ ଶରତ କୁମାର ପଳିତା  ।
  5. ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ
  6. କୁଖ୍ୟାତ ଅପରାଧୀ ହାଇଦର ହତ୍ୟା ଘଟଣାରେ ରାଜ୍ୟ ମାନବାଧିକାର କମିଶନଂକ ନିଜ ଆଡୁ ମାମଲା ରୁଜୁ – ଗୃହ ବିଭାଗ, ପୋଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟ୍ୱିନ୍ ସିଟି ପୋଲିସ କମିଶନରଙ୍କୁ ନୋଟିସ; ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ
  7. ପୁଣି ସୀମା ଡେଇଁଲା ଚୀନ । ପୂର୍ବ ଲଦାଖର ବିବାଦୀୟ ଡେମଚୋକ୍ କ୍ଷେତ୍ରରେ ଦେଖିବାକୁ ମିଳିଲା ଚାଇନା ଟେଣ୍ଟ ।
  8. ପଶ୍ଚିମବଙ୍ଗ ପରେ ଦିଲ୍ଲୀ ଉପରେ ଦିଦିଙ୍କ ନଜର । ୪ ଦିନିଆ ଗସ୍ତରେ କରିବେ ବୈଠକ ପରେ ବୈଠକ । ସୋନିଆ ଗାନ୍ଧୀ, ଶରଦ ପାୱାରଙ୍କ ସମେତ ଅନ୍ୟ ବିରୋଧୀ ନେତାଙ୍କୁ ଭେଟିବେ ମମତା ।
  9. ଅକ୍ଟୋବର ୩ରେ JEE ଆଡଭାନ୍ସଡ୍‌ ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
  10. ଓଡ଼ିଶାର ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ପାଇଁ ଦିଆଯାଇଛି ୩୬୩ ଲକ୍ଷ ଟଙ୍କା: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।
  11. ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତା ୪ ତାରିଖରେ ମନ୍ଦିର ପ୍ରଶାସନ ବୈଠକ କରିବ ବୋଲି ସୂଚନା ।
  12. ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍ ; ବର୍ତ୍ତମାନ ୧୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ ।
  13. ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ ।
  14. ଅଲିମ୍ପିକ ରୋପ୍ୟ ବିଜୟିନୀ ମୀରାବାଇ ଚାନୁଙ୍କୁ ମଣିପୁର ପୋଲିସରେ ଅତିରିକ୍ତ ଏସ୍ପି (କ୍ରୀଡ଼ା) ଭାବେ ନିଯୁକ୍ତି ଦେବାକୁ ମଣିପୁର ସରକାରଙ୍କ ଘୋଷଣା ।
  15. ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ର ୟେଦ୍ୟୁରପ୍ପା, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଏବେ ଚର୍ଚ୍ଚା ।
  16. ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଦେବାଳିଆ ଘୋଷିତ । ଭାରତୀୟ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ଲଣ୍ଡନ ହାଇକୋର୍ଟ । ତେଣୁ ତାଙ୍କ ସମ୍ପତ୍ତି ଜବତ ଲାଗି ୟୁକେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  17. ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡରେ ଏଣିକି ମିଳିବନି ମଦ, ସୁପ୍ରିମକୋର୍ଟ ଦେଲେ ନୂଆ ନିର୍ଦ୍ଦେଶ ।
  18. ୨୮ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା : ଆସନ୍ତା ୧୨ ଘଣ୍ଟା ପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ପ୍ରବଳ ବର୍ଷିବ
  19. ୨୦୨୦ ବର୍ଷର ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ରାଜ୍ୟର ୪ ଜଣ ପ୍ରଶିକ୍ଷାର୍ଥୀ ସମଗ୍ର ଦେଶର ଶ୍ରେଷ୍ଠ୧୦ ଜଣଙ୍କ ମଧ୍ୟରେ ମେଧାତାଲିକାରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
  20. ରାଜଧାନୀ ଦିଲ୍ଲୀରେ ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍‌ ଖୋଲାଯାଇଥିବା ବେଳେ ଶହେ ପ୍ରତିଶତ ସିଟିଂରେ ଚାଲିଲା ମେଟ୍ରୋ ଓ ବସ୍‌ । ମାତ୍ର ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ଦିଲ୍ଲୀ ସରକାର ଗାଇଡଲାଇନ ଜାରି କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.