• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ କୋର୍ସ ଲାଗି ସର୍ବଭାରତୀୟ କୋଟା ଯୋଜନା ଲାଗୁ ହୋଇଛି। ଏଥର ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସରଂକ୍ଷଣ , ଅର୍ଥନୈତିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ୧୦ ପ୍ରତିଶତ ସଂରକ୍ଷଣ ଲାଗି ମେଡିକାଲ ପାଠ୍ୟକ୍ରମରେ ନିଷ୍ପତ୍ତି କରାଯାଇଛି। ଏହି ଯୋଜନା ୨୦୨୧-୨୨ ଲାଗି ଲାଗୁ କରାଯିବ।
  2. କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ନାହିଁ । ସ୍ଥିତି, ସମୟ, ସଂକ୍ରମଣକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞ କମିଟି ଟିମ୍ ଯାହା କହିବେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।
  3. ଗୁରୁବାର ଦିନ ଟୋକିଓ ଅଲିମ୍ପିକ୍ସ୍‌ରେ ବିଶ୍ୱର ୧୩ ନମ୍ବର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଡେନ୍‌ମାର୍କର ମିଆଁ ବ୍ଲେଚ୍‌ଫେଲ୍‌ଟ୍‌ଙ୍କୁ ପରାସ୍ତ କରି କ୍ୱାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ ।
  4. ବହୁ ବାଦବିବାଦ ପରେ ଆଜିଠାରୁ ମାଟ୍ରିକ୍ ଅଫଲାଇନ୍ ରେ  ଆରମ୍ଭ ହେବ ପରୀକ୍ଷା । ଚଳିତ ବର୍ଷ ୫୦୪ଟି ପରୀକ୍ଷା କେନ୍ଦ୍ରରେ ୧୧, ୧୫୧ଜଣ ପରୀକ୍ଷା ଦେବେ।
  5. ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଅଗଷ୍ଟ ୨ ରୁ ୧୪ ପର୍ଯ୍ୟନ୍ତ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ।  ଅଗଷ୍ଟ ୨୩ରୁ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା । ଅକ୍ଟୋବର ୧୨ରେ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେଧା ତାଲିକା।
  6. ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସାରା ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ । ରାଜ୍ୟର ୧୦, ୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ ।
  7. ବଲିଉଡ୍ ଅଭିନେତ୍ରୀ କ୍ରୀତି ସାନନ୍‌ଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ମିମି’ ମୁକ୍ତିଲାଭ କରିବାର ଚାରିଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ପ୍ରଘଟ (ଲିକ୍) ହେଇଯାଇଛି।
  8. ଖୁବ୍ ଶୀଘ୍ର ଲୋକାର୍ପଣ ହେବ 'ବିଦ୍ୟାର୍ଥୀ ଉପସ୍ଥାନ ଆପ୍' । ଏଣିକି ବିଦ୍ୟାଳୟରେ ପିଲାଏ ଦେବେ ଡିଜିଟାଲ ଉପସ୍ଥାନ, ପ୍ରଥମରୁ ଦଶମ ପିଲା ଓ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ହେବେ ସାମିଲ।
  9. ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ସାଧାରଣ ଲୋକେ ଦେଖି ପାରିବେ। ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ ନୂଆ ନିୟମ ।
  10. କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଣିକି ଦେଶୀ ଭାଷାରେ ଛାତ୍ରଛାତ୍ରୀ ପଢିବେ ଇଞ୍ଜିନିୟରିଂ ପାଠ । ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ, ବଙ୍ଗଳା ଭାଷାରେ ହେବ ପାଠପଢା।
  11. ୧୩୨ଟି ଦେଶରେ ମାଡିଯିବା ପରେ ଚୀନକୁ ଅସ୍ତବ୍ୟସ୍ତ କଲାଣି କରୋନାର ଡେଲ୍ଟା ଭୂତାଣୁ । ୬ମାସ ପରେ ପ୍ରଥମ ଥର ପାଇଁ ପଜିଟିଭ ରିପୋର୍ଟ ପ୍ରକାଶ କଲା ବେଜିଂ । ଗୋଟିଏ ଦିନରେ ୨୦୦ ଆକ୍ରାନ୍ତ ।
  12. ଆମେରିକାର ଆଲାସ୍କା ଉପଦ୍ୱୀପରେ ୮.୨ ତୀବ୍ରତା ସମ୍ପର୍ଣ୍ଣ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ । ଭୂକମ୍ପ ପରେ ସୁନାମୀ ନେଇ ଦିଆଗଲା ଚେତାବନୀ ।
  13. ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍-ବି ସଂକ୍ରମିତ । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ।
  14. ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ଟ୍ୱିଟରରେ  ୭୦ ମିଲିୟନ ଟପିଲା, ସାରା ବିଶ୍ୱର ଟପ୍ ଲିଡରଙ୍କୁ ପକାଇଲେ ପଛରେ ।
  15. ଆସାମ-ମିଜୋରାମ ଭିତରେ ସୀମା ବିବାଦ । ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ସୀମା ଜଗିବେ କେନ୍ଦ୍ରୀୟ ସୁରକ୍ଷା ବଳ ।
  16. ୩ୟ ଟି-୨୦ : ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍କୁ ୭ ଉଇକେଟରେ ଜିତିଲା ଶ୍ରୀଲଙ୍କା ।
  17. ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ମୁହାଁ ହେବ । ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
  18. ରାଜ୍ୟରେ ପ୍ରଥମ ଥର ପାଇଁ ମାଲକାନଗିରିରେ ପ୍ରୋଟିନ ଯୁକ୍ତ ଚାଉଳ ଯୋଗାଇଲେ ରାଜ୍ୟ ସରକାର। ଆଜି ଗୋଟିଏ ଦେଶ ଗୋଟିଏ ରାସନ ଆରମ୍ଭ କରି ଭିଡିଓ କନ୍‌ଫରେସିଙ୍ଗ ଜରିଆରେ ମାଲକାନଗିରିରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଯୋଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  19. ଆସନ୍ତା ଅଗଷ୍ଟ ମାସରେ ୧୫କୋଟି କୋଭିଡ୍‌ ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ଆଶା ପୋଷଣ କରିଛନ୍ତି। ନ୍ୟାସ୍‌ନାଲ୍‌ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭ୍ୟାକ୍ସିନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଫର୍‌ କୋଭିଡ୍‌-୧୯ (ଏନ୍‌ଇଜିଭିଏସି)ର ଅଧ୍ୟକ୍ଷ ଭି.କେ ପଲ୍‌ ଏ ନେଇ ସୂଚନା ଦେଇଛନ୍ତି।
  20. ଓଡ଼ିଶାରେ ଏପ୍ରିଲ ୧, ୨୦୨୦ରୁ ଜୁଲାଇ ୨୩, ୨୦୨୧ ସୁଦ୍ଧା ୮୧୮ ଜଣ ଶିଶୁ ଉଭୟ ବାପା ଓ ମାଆଙ୍କୁ ହରାଇଥିବା ବେଳେ ୫ ହଜାର ୭୪୨ ଶିଶୁ ବାପା ଓ ମାଆ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ଏହି ଅବଧି ମଧ୍ୟରେ ରାଜ୍ୟରେ ପରିତ୍ୟକ୍ତ ଶିଶୁଙ୍କ ସଂଖ୍ୟା ୨ ରହିଛି। ତେବେ ଗତ ଜୁନ ପହିଲାରେ ଏନ୍‌ସିପିସିଆର୍‌ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.