• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କମିଟି ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ । ୨ହଜାର ୮୩ କୋଟି ୮୮ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ସିଙ୍ଗିଲ ଓ୍ବିଣ୍ଡୋ କମିଟି । ଏହି ପ୍ରକଳ୍ପ ନିର୍ମାଣ ହେଲେ ୨୧ ଶହ ୪୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
  2. ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି । ଏଥିସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି ୟୁଜିସି ।
  3. ଆସନ୍ତା ସପ୍ତାହରେ ଜାସୁସୀ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।
  4. ରାଜ୍ୟରେ ଅର୍ଥ ସେବାକୁ ତ୍ବରାନ୍ବିତ କରିବା ଲାଗି ଦୀର୍ଘଦିନ ଧରି ହୋଇ ଆସୁଥିବା କ୍ୟାଡର ପୁନର୍ଗଠନ ଦାବିକୁ ସରକାର ମାନି ନେଇଛନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ ୧୦୪ ନୂତନ ଓଡ଼ିଶା ଅର୍ଥ ସେବା(ଓଏଫ୍ଏସ) ପଦ ସୃଷ୍ଟି କରାଯାଇଛି।
  5. ଭାରତ ପ୍ରଥମ ମ୍ୟାଚରେ ୫-୧ ଗୋଲରେ ନେଦରଲାଣ୍ଡ୍‌ସ ଓ ଦ୍ବିତୀୟ ମ୍ୟାଚରେ ୨-୦ ଗୋଲରେ ଜର୍ମାନୀ ଓ ଗ୍ରେଟ୍‌ ବ୍ରିଟେନ ନିକଟରୁ ୪-୧ ଗୋଲରେ ପରାଜିତ ହୋଇଥିଲା।
  6. ସାମାଜିକ ଗଣମାଧ୍ୟମରେ ସମାଲୋଚନାକୁ ବନ୍ଦ କରିହେବ ନାହିଁ ବୋଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ସ୍ପଷ୍ଟ ଶୁରାଇଛନ୍ତି। ସ୍ବାମୀ ରାଜ କୁନ୍ଦ୍ରାଙ୍କ ମାମଲାରେ ସମାଲୋଚିତ ଶିଳ୍ପା ମାନହାନି ମୋକଦ୍ଦମା କରିଥିଲେ।
  7. ଲୋକସଭାର ଅଧିବେଶନ ଯେତେ​‌ ସମୟ ଚାଲିଛି ସେଥିରୁ ମାତ୍ର ୧୪% ସମୟ ସଫଳ ରହିଛି। ଲୋକସଭାରେ ୪୪ ମିନିଟ୍ ମଧ୍ୟରେ ୫ଟି ବିଧେୟକ ଗୃହୀତ ହୋଇଛି।
  8.  ବିଶିଷ୍ଟ ସାହିତ୍ୟିକା ନିର୍ମଳପ୍ରଭା ନାୟକଙ୍କୁ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ବର୍ଷ ପାଇଁ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଲିକ ଶ୍ରୀମତୀ ନାୟକଙ୍କ ସତ୍ୟନଗରସ୍ଥିତ ବାସଭବନକୁ ଯାଇ ଏହି ପୁରସ୍କାର ପ୍ରଦାନ କରିଥିଲେ। 
  9. କଟକ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା- ଅଗଷ୍ଟ ୨୭ରେ ହେବ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ମନୋନୟନ ପରୀକ୍ଷା ଓଏସଏସଟିଇଟି।
  10. ସମସ୍ତ ୧୮୫ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗୃହ ବିଭାଗରେ ନିଯୁକ୍ତି। ନବ ନିଯୁକ୍ତଙ୍କୁ ଶୁଭଚ୍ଛା ଜଣାଇ ନିଷ୍ଠାର ସହ କାମ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  11. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାରା ପ୍ରକାଶିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ସିବିଏସଇ ଦ୍ବାଦଶ ଶ୍ରେଣୀ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ ରହିଛି।
  12. ଭାରତରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି। ଗତ ୩ ସପ୍ତାହ ମଧ୍ୟରେ ଶୁକ୍ରବାରର ଦୈନିକ ସଂକ୍ରମଣ ସର୍ବାଧିକ ରହିଛି। ଶୁକ୍ରବାର ୪୪,୨୩୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।
  13. ଡେଲ୍‌ଟା ଭାରିଆଣ୍ଟ୍ ମଧ୍ୟ-ପ୍ରାଚ୍ୟରେ ଚତୁର୍ଥ ଲହରର କାରଣ ପାଲଟିବାକୁ ବସିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।
  14. ଓଡ଼ିଶାରେ ୨୦୨୦ରେ କୋଭିଡ ମୃତ୍ୟୁ ସଂଖ୍ୟା ୧୮୭୧ ଥିବ‌ାବେଳେ ୨୦୨୧ ଜୁଲାଇ ୨୮ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩ ହଜାର ୭୬୩ରେ ପହଞ୍ଚିଛି ।
  15. ଜୁଲାଇ ୨୬, ୨୦୨୧ ପର୍ଯ୍ୟନ୍ତ ଓଡ଼ିଶାରେ ଏକ କୋଟି ୧୮ ଲକ୍ଷ ୩ ହଜାର ୩୯୧ ଜଣ କୋଭିଡ ଟିକାର ପ୍ରଥମ ଡୋଜ ଏବଂ ୩୬ ଲକ୍ଷ ୧୩ ହଜାର ୯୧୧ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି।
  16. ସିମ୍‌ କାର୍ଡ ବ୍ଲକ୍ କରିଦେବା ଧମକ ଦେଇ କିଛି ଖଳ ପ୍ରକୃତିର ଲୋକ ଗ୍ରାହକମାନଙ୍କୁ କେୱାଇସି ନାମରେ ଫୋନ୍ କରୁଛନ୍ତି ଓ ସେମାନଙ୍କୁ ମେସେଜ୍ ପଠାଉଛନ୍ତି। ସେମାନେ ଯେଉଁଭଳି ଚାହୁଛନ୍ତି ଯଦି କେହି ସେହି ଅନୁସାରେ କାମ କରନ୍ତି ତେବେ ତାହା ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ହେବ ଏବଂ ତାଙ୍କୁ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡ଼ିପାରେ ବୋଲି ସିଓଏଆଇ ତରଫରୁ କୁହାଯାଇଛି।
  17. ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିରତି ନେଇଛନ୍ତି। ଇଂଲଣ୍ଡ ଓ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି। 
  18. ଆଫଗାନିସ୍ତାନରେ ପ୍ରବେଶ କରିଛନ୍ତି ୧୦ ହଜାର ପାକିସ୍ତାନୀ ଆତଙ୍କବାଦୀ। ଏନେଇ ଖୋଦ ଆଫଗାନ ସରକାର କହିଛନ୍ତି।
  19. ପଦୋନ୍ନତି ପାଇବେ ରାଜ୍ୟର ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ । ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡ଼ିକ ମଧ୍ୟ ପୂରଣ ହୋଇପାରିବ ।
  20. ଯଦି ଆପଣ ସେୟାର ବଜାର ସହ ଜଡିତ ଏବଂ କ୍ରମାଗତ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ନିଜର ଡିମାଟ୍ ଓ ଟ୍ରେଡିଂ ଖାତାର କେଓ୍ଵାଇସି ଅପଡେଟ୍ କରାଇବା  ଜରୁରୀ। ଯଦି ଆପଣ ଏ ପର୍ଯ୍ୟନ୍ତ ତାହା କରି ନାହାନ୍ତି ତେବେ ଶୀଘ୍ର କରାଇ ନିଅନ୍ତୁ ନଚେତ୍ ଆପଣଙ୍କ ଡିମାଟ୍ ଓ ଟ୍ରେଡିଂ ଆକାଉଣ୍ଟ ବନ୍ଦ ହୋଇଯାଇପାରେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.