• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏମାନଙ୍କ ମଧ୍ୟରୁ ୭୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି
  2. ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତ ଗତ 24 ଘଣ୍ଟା ମଧ୍ୟରେ 39,070 ନୂତନ ମାମଲା ରିପୋର୍ଟ କରିଛି। ଦେଶର ସକ୍ରିୟ କ୍ୟାସେଲୋଡ୍ ବର୍ତ୍ତମାନ 4,06,822 ରେ ଅଛି | ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର 1.27% ଅଟେ |
  3. ମୋଟ ୭ ଟି ପଦକ ଜିତି ପଦକ ତାଲିକାର ୩୨ ନମ୍ୱର ସ୍ଥାନରେ ରହିଛି ଭାରତ   ନୀରଜ ଚୋପ୍ରା ଜାଭେଲିନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଭାରୋତ୍ତୋଳନରେ ମୀରାବାଇ ଚାନୁ ଓ କୁସ୍ତିରେ ରବି କୁମାର ଦହିୟା ରୌପ୍ୟ ପଦକ ହାସଲ କରିଛନ୍ତି ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ସହିତ, ବ୍ୟାଡମିଣ୍ଟନରେ ପି.ଭିସିନ୍ଧୁ, ବିକ୍ସିଂରେ ଲଭଲିନା ଓ କୁସ୍ତିରେ ବଜରଙ୍ଗ ପୁନିଆ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି
  4. ଆମେରିକାରେ ମୋଟ ୧୦୮ଟି ପଦକ ବିଜୟୀ ହେବା ସହ ପଦକ ତାଲିକାର ଶୀର୍ଷରେ ରହିଛି ଆମେରିକା ମୋଟ ୩୬ଟି ସ୍ୱର୍ଣ୍ଣ, ୩୯ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଚ ପଦକ ରହିଛି
  5. ଚୀନ ମୋଟ ୮୭ଟି ପଦକ ଜିତିଥିବା ବେଳେ ମୋଟ ୩୮ଟି ସ୍ୱର୍ଣ୍ଣ ୩୧ଟି ରୌପ୍ୟ ଓ ୧୮ଟି ବ୍ରୋଞ୍ଚ ପଦକ ବିଜୟୀ ହୋଇଛି
  6. ଚୀନ ତଳକୁ ରହିଛି ଆରଓସି (ଋଷ) ମୋଟ ୬୯ ପଦକ ଜିତିଥିବା ବେଳେ ସେଥିମଧ୍ୟରେ ୨୦ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଚ ପଦକ ରହିଛି  
  7. ଟୋକିଓ ଅଲିମ୍ପିକ୍ସରେ ନୂଆ ଇତିହାସ। ନୀରଜ ଚୋପ୍ରାଙ୍କୁ ମିଳିଲା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ। ଜାଭଲିନ ଥ୍ରୋରେ ଭାରତକୁ ମିଳିଲା ସ୍ବର୍ଣ୍ଣ ପଦକ।
  8. କୁସ୍ତିରେ ବଜରଙ୍ଗଙ୍କୁ ମିଳିଲା ବ୍ରୋଞ୍ଜ । ଅଳ୍ପକେ ପଦକରୁ ବଂଚିତ ହେଲେ ଗଲ୍ଫ ଖେଳାଳୀ ଅଦିତି ଅଶୋକ ।
  9. ତାଲିବାନର କାର୍ଯ୍ୟକଳାପ ତାକୁ ଆନ୍ତର୍ଜାତିକ ସ୍ତରରେ ବୈଧତା ଦେବନାହିଁ: ଆମେରିକା ।
  10. ଆସନ୍ତା ୧୬ତାରିଖ ସୁଦ୍ଧା ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା : ମନ୍ତ୍ରୀ କହିଲେ, ଯୁକ୍ତ ଦୁଇରେ ବୃଦ୍ଧି ହେବ ୫୫ହଜାରରୁ ଅଧିକ ସିଟ୍ ।
  11. ବିନା ପରୀକ୍ଷାରେ ନମ୍ବର । ଷ୍ଟାଫ ସିଲେକସନ କମିଶନ ପରେ ସର୍ବଅର୍ଡିନେଟ ଷ୍ଟାଫ ସିଲେକସନ କମିଶନକୁ ନେଇ ଆସିଲା ନିଯୁକ୍ତି ଦୁର୍ନୀତିର ଅଭିଯୋଗ ।
  12. ମୌସୁମୀ ବର୍ଷାର ପ୍ରଭାବ ରାଜସ୍ଥାନରେ ମଧ୍ୟ ଦେଖାଯାଇଛି। ଏଠାରେ ୧୨ଟି ଜିଲାରେ ହୋଇଥିବା ବର୍ଷା ପ୍ରଭାବରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି।
  13. ୧୫ରୁ ଏସ୍‌ସିବିରେ ଏକ୍‌ମୋ ସେବା, କୋଭିଡରୁ ସୁସ୍ଥ ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ ଅଧିକ ମେସିନ୍ ।
  14. ଅମିତାଭ ବଚ୍ଚନଙ୍କ ଘର ସମେତ ମୁମ୍ବାଇର ତିନୋଟି ରେଳ ଷ୍ଟେସନରେ ବୋମା ବିସ୍ଫୋରଣର ଧମକ । ମୁମ୍ବାଇ ପୋଲିସକୁ ଧମକ ଭରା ଫୋନ୍ କଲ ପରେ ମାୟାନଗରୀରେ ଜୋରଦାର ସର୍ଚ୍ଚ ଅପରେସନ୍  ।
  15. ବନୀକରଣ ଲାଗି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ  ଆସନ୍ତା ଶିକ୍ଷା ବର୍ଷରୁ ଏହି ନିୟମ ବାଧ୍ୟତାମୂଳକ ହେବ ଅଣ୍ଡରଗ୍ରାଜୁଏଟ, ପୋଷ୍ଟଗ୍ରାଜୁଏଟ, ଏମଫିଲ, ପିଏଚଡି ସ୍ତରରେ ଏହାକୁ ବାଧ୍ୟତାମୂଳକ କରାଯାଇଛି
  16. ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର କଳେବର ବଢ଼ିବ ଏହା ଅଧୀନରେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରହିଥିବା ୯୨.୫ଲକ୍ଷ ପରିବାରଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳିବ ସ୍ବାଧୀନତା ଦିବସରେ ରାଜ୍ୟରେ କାର୍ଯ୍ୟକାରୀ ହେବ ନୂତନ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ 
  17. କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସତର୍କ ରହିଛି ସେଥିପାଇଁ ମୁଦ୍ରାନୀତି ସମୀକ୍ଷା କରି ଏହା ରେପୋ ହାରକୁ ୪% ଓ ପଶ୍ଚାତଗାମୀ ରେପୋ ହାରକୁ ୩.୩୫%ରେ ଅପରିବର୍ତ୍ତିତ ରଖିଛି
  18. ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ନ୍ୟାସନାଲ୍ ଆଲୁମିନିୟମ କଂପାନି (ନାଲ୍‌କୋ) ୩୪୭.୭୩ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି ଗତବର୍ଷ ଏହି ସମୟରେ କଂପାନିର ନିଟ୍ ଲାଭ ୧୬.୬୩ କୋଟି ଟଙ୍କା ଥିଲା
  19. ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ନୀରଜ ଚୋପ୍ରା ଏବଂ ବଜରଙ୍ଗ ପୁନିଆଙ୍କୁ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
  20. ଆମେରିକାରେ କୋଭିଡ୍‌ ସଂକ୍ରମଣ ସ୍ଥିତି ପୁଣି ଜଟିଳ ହୋଇପଡ଼ିଛି। ଦୈନିକ ସଂକ୍ରମଣ ଏବେ ଲକ୍ଷେ ଉପରେ ରହୁଥିବା ବେଳେ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବଢ଼ୁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.