• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇଥିବା କ୍ରୀଡା ମହାକୁମ୍ଭ ୧୭ ଦିନ ଧରି ଚାଲିଥିଲା। ଆମେରିକା, ଚୀନ, ଜାପାନ ମେଡାଲ୍ ଟେବୁଲ୍‌ର ଟପ୍‌ରେ ଥିବା ବେଳେ ମନ ଜିତିଥିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ରଚିଛନ୍ତି ଇତିହାସ ।
  2. କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି- ସ୍ବାଧୀନତା ଦିବସ ଲାଗି ଲୋକମାନେ ପ୍ଲାଷ୍ଟିକ ପତାକା ବ୍ୟବହାର କରାଯାଉଥିବା ଦେଖାଯାଉଛି ।ତେବେ ଏହି ଦିବସରେ ଯେପରି କେହି ପ୍ଲାଷ୍ଟିକ ପତାକା ବ୍ୟବହାର କରିବେ ନାହିଁ ସେଥିପ୍ରତି ସତର୍କ ଦୃଷ୍ଟି ଦେବା ଆବଶ୍ୟକ । 
  3. ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର। ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର। ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ।
  4. ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର। ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ।
  5. ପ୍ରଥମ ପର୍ଯ୍ୟାୟରେ ୨ ମହିଳା ଅଫିସରଙ୍କୁ ITBPରେ ନିଯୁକ୍ତି ଦିଆଯାଇଛି । ଉତ୍ତରାଖଣ୍ଡର ମସୁରୀ ସ୍ଥିତ ITBP ଏକାଡେମୀରେ ୨ ମହିଳା ଅଫିସରଙ୍କୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ପୂର୍ବରୁ ITBPରେ ମହିଳାମାନଙ୍କୁ କେବଳ ଯବାନ ଭାବେ ନିଯୁକ୍ତି ଦିଆଯାଉଥିବା ବେଳେ ଏବେ ମହିଳାଙ୍କୁ ଅଫିସର ରାଙ୍କରେ ସାମିଲ କରାଯାଇଛି ।
  6. ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ଭାରତକୁ ୭ଟି ପଦକ। ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୭ଟି ପଦକ ଜିତି ୪୮ତମ ସ୍ଥାନରେ ଭାରତ।
  7. ସମ୍ବଲପୁର ପୁଲିସ କବଜାରେ ନକଲି ଟଙ୍କା ତିଆରି ଗ୍ୟାଙ୍ଗ। ୧୩ଲକ୍ଷ ୮୫ ହଜାର ଜାଲ ନୋଟ ଜବତ ସହ ୬ ଗିରଫ
  8. ଏଣିକି ହ୍ଵାଟ୍ସଆପ୍‌ରେ ମିଳିବ କୋଭିଡ୍‌ ସାର୍ଟିଫିକେଟ୍‌, ଘୋଷଣା କଲେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ।ହ୍ବାଟସ୍‌ଆପ୍‌ରେ ୯୦୧୩୧୫୧୫୧୫ ନମ୍ବରକୁ ସେଭ୍‌ କରନ୍ତୁ । ଏହା ପରେ ‘covid certificate’ ଲେଖି ପଠାନ୍ତୁ । 
  9. ଆଜିଚାଷୀମାନଙ୍କ ଖାତାକୁ ଆସିବ ପି.ଏମ୍ କିଷାନ ଯୋଜନାର ଆଉ ଗୋଟିଏ କିସ୍ତି, ୯.୫ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ଏହି ଅର୍ଥ ।
  10. ଦେଶବିଦେଶରେ ମହକିବ କୋରାପୁଟ କଫି, ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ସହମତି ପ୍ରକାଶ କରିଛି ‘ଟାଟା କଫି’। ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି ‘ଟାଟା କଫି’
  11. କୋଭାକ୍ସିନ ଓ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ଅଧିକ ଫଳପ୍ରଦ। ଅଧିକ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧିରେ ସହାୟକ। କରୋନା ଯୁଦ୍ଧରେ ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌କୁ ନେଇ ପରୀକ୍ଷା ଜାରି ରହିଛି।
  12. ଆମେରିକାରେ ସ୍ଥିତି ଗୁରୁତର: ଲକ୍ଷେ ଟପୁଛି ଦୈନିକ ପଜିଟଭ ସଂଖ୍ୟା, ଏଯାଏଁ ହୋଇନି ୧୦୦% ଟିକାକରଣ ।
  13. ମାଲକାନଗିରି ଲଘୁ ଖଣିଜ ପଦାର୍ଥ ଟେଣ୍ଡର ମାମଲା । ନାକଚ ହେଲା ଆନ୍ଧ୍ର କମ୍ପାନୀର ସଲଭେନ୍ସି ସାର୍ଟିଫିକେଟ । ଅନିୟମିତତା ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିଷ୍ପତି ।
  14. ଆଜିଠାରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କୋଭିଡ ଗାଇଡଲାଇନରେ  କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ।
  15. ଆଜି ୟୁଏନ୍‌ଏସ୍‌ସି ବୈଠକରେ ଅଧ୍ୟକ୍ଷତା କରିବେ ମୋଦୀ ।
  16. ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ । ବର୍ଷା ଯୋଗୁଁ ଡ୍ର ହେଲା ପ୍ରଥମ ଟେଷ୍ଟ ।
  17. ଇସ୍ରୋର ଜିଏସ୍‌ଏଲ୍‌ଭି-ଏଫ୍‌ଆଇଓ ରକେଟ୍ ଶେଷରେ ୨,୨୬୮ କେଜି ଓଜନବିଶିଷ୍ଟ ଜିସାଟ୍‌-୧ (କୋଡ୍‌ ନାମ ଇଓଏସ୍-୩)କୁ ଭୂ-କକ୍ଷପଥରେ ସ୍ଥାପନ କରିବ। ଚଳିତବର୍ଷ ଏହା ଭାରତର ପ୍ରଥମ ମୌଳିକ ଉପଗ୍ରହ ଉତ୍‌କ୍ଷେପଣ ହେବ। ଫେବୃୟାରୀ ୨୮ ତାରିଖରେ ଇସ୍ରୋ କେତେକ ଦେଶୀ ଉପଗ୍ରହ ସମେତ ୧୮ଟି ଛୋଟ ଛୋଟ ଉପଗ୍ରହ ଲଞ୍ଚ କରିଥିଲା   ଶ୍ରୀହରିକୋଟାଠାରେ ଅଗଷ୍ଟ ୧୨ ତାରିଖ ପ୍ରାତଃ ୫ଟା ୪୩ ସମୟରେ ଏହା ଉ‌ତ୍‌କ୍ଷେପଣ ହେବାକୁ ଯାଉଛି।
  18. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ-୯ ତାରିଖ ମଧ୍ୟାହ୍ନ ୧୨.୩୦ ମିନିଟରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯.୫ କୋଟି ଚାଷୀଙ୍କ ପରିବାରକୁ ୧୯.୫୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବେ ବୋଲି କହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି ।
  19. ଆମେରିକୀୟ କମ୍ପାନି ଜନ୍‌ସନ ଆଣ୍ଡ୍‌ ଜନ୍‌ସନର ସିଙ୍ଗଲ୍‌ ଡୋଜ୍‌ କରୋନା ଟିକାକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଆଜି ମଂଜୁରି ପ୍ରଦାନ କରାଯାଇଛି ।ଜନ୍‌ସନ ଟିକାକୁ ଭାରତର ମଂଜୁରି, ଦେଶରେ ଉପଲବ୍ଧ ହେବ ପ୍ରଥମ ସିଙ୍ଗଲ୍‌ ଡୋଜ୍‌ କରୋନା ଟିକା
  20. ନୀରଜ ଚୋପ୍ରାଙ୍କ ସଫଳତା ପରେ ତାଙ୍କୁ ୬କୋଟି ଟଙ୍କା ଏବଂ କ୍ଲାସ ୱାନ ଚାକିରି ଦିଆଯିବ। ଆମେ ପଞ୍ଚକୁଲାରେ ଆଥଲେଟମାନଙ୍କ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ନିର୍ମାଣ କରିବୁ, ଯେଉଁଠାରେ ସେ ଚାହିଁଲେ ମୁଖ୍ୟ ରହିପାରିବେ | ତାଙ୍କୁ ଅନ୍ୟ ଖେଳାଳିଙ୍କ ପରି ୫୦% ରିହାତି ସହିତ ଏକ ପ୍ଲଟ୍ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର |

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.