• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜଧାନୀରେ ଭୟ ବଢାଉଛି ଡେଙ୍ଗୁ । ଗତ ୨୪ଘଣ୍ଟାରେ ପୁଣି ୫୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
  2. ଆସନ୍ତା ସୋମବାରଠୁ ସମସ୍ତ ରୁଟରେ ଗଡ଼ିବ ମୋ ବସ । ସମସ୍ତ ୨୫ଟି ରୁଟରେ ୧୯୪ଟି ବସ ଯାତାୟତ କରିବ ।
  3. ଚଳିତବର୍ଷ ବିଜ୍ଞାନରେ ମୋଟ ୮୯ ହଜାର ୯୫୧ ଜଣ ଛାତ୍ରଛାତ୍ରୀ ପାସ  ହୋଇଛନ୍ତି । ଏଥି ମଧ୍ୟରୁ ୫୦୧୯୮ ଜଣ ଛାତ୍ର ରହିଥିବାବେଳେ ୩୯୭୫୩ ଜଣ ଛାତ୍ରୀ ରହିଛନ୍ତି  । ସେହିପରି ସମୁଦାୟ ୫୫୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି  । ଦ୍ୱିତାୟ ଶ୍ରେଣୀରେ ୧୬, ୯୪୩ ରହିଥିବାବେଳେ ତୃତୀୟ ଶ୍ରେଣୀରେ ୧୪ ୬୩୧ ରହିଛନ୍ତି  । ବିଜ୍ଞାନରେ ରେଗୁଲାର ପାସ ହାର ରହିଛି ୯୯.୮୮, ଏକ୍ସ ରେଗୁଲାର ପାସହାର ୭୧.୨୭ ରହିଛି  । ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ପାସ ହାର ୯୫.୧୫%, ବାଣିଜ୍ୟରେ ୯୪.୯୬%
  4. ଆର୍ଥିକ କାରବାର ଲାଗି ଆନ୍ତଃବିନିମୟ ଫି ୧୫ଟଙ୍କାରୁ ୧୭ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଣଆର୍ଥିକ କାରବାର ସକାଶେ ଦେୟ ପରିମାଣ ୫ ଟଙ୍କାରୁ ୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଟିଏମ ପ୍ରତିଷ୍ଠା, ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ଦୃଷ୍ଟିରୁ ଆରବିଆଇ ଏହି ପଦକ୍ଷେପ ନେଇଛି ।
  5. ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ ସଫଳତା । ଆସନ୍ତା କାଲିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ତୁଲାଇବ ଭାରତ ।
  6. କରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି କାରଣରୁ ଜାପାନ ସରକାର ୩୧ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଛନ୍ତି ।
  7. ରିଓ ଅଲମ୍ପିକ୍ସର ରୌପ୍ୟ ପଦକ ବିଜେତା ପି ଭି ସିନ୍ଧୁ ଶନିବାର ଦିନ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ସେମିଫାଇନାଲରେ ତାଇ ଜୁ ୟିଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହା ସହିତ ଭାରତର ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକର ଆଶା ଶେଷ ହୋଇଛି ।
  8. ଅଗଷ୍ଟ ମାସର ଗାଇଡଲାଇନ ନେଇ ଏସଆରସିଙ୍କ ଘୋଷଣା। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ।
  9. ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଏଣିକି ରାସ୍ତାକଡ଼ର ଦୋକାନରେ ଖାଇପାରିବେ ଲୋକେ
  10. ରାଜ୍ୟରେ ଦୈନିକ  ଓ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି। ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର, ନନ୍ଦନକାନନ, ୱାଟର ପାର୍କ,  ସଂଗ୍ରହାଳୟ ଓ ପର୍ଯ୍ୟଟନସ୍ଥଳ ଖୋଲାଯାଇପାରିବ।
  11. ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।
  12. ୪୬ ଟି ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହୁଛି ସଂକ୍ରମଣ । ୧୦ଟି ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚେତାବନୀ । କହିଲେ ସତର୍କ ନରହିଲେ ଆସିପାରେ ତୃତୀୟ ଲହର ।
  13. ପୂର୍ବତଟ ରେଳବାଇର ଭଦ୍ରକ ଠାରେ ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ଓ ବିଭିନ୍ନ ରେଳଷ୍ଟେସନର ଉନ୍ନତି ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରେ ଦାବି ରଖିଲେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ।
  14. ଟୋକିଓ ଅଲିମ୍ପିକ୍ସ: ସେମିରେ ହାରିଲେ ପି.ଭି.ସିନ୍ଧୁ। ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚୀନ ତାଇପେ ପ୍ରତିଦ୍ବନ୍ଦୀଙ୍କଠାରୁ ହାରିଲେ।କାଂସ୍ୟ ପାଇଁ ଆଜି ଖେଳିବେ
  15. ଟୋକିଓ ଅଲିମ୍ପିକ୍ସର ୯ମ ଦିନରେ ପୁଣି ଚମକିଲା ଭାରତ। ଶନିବାର ମହିଳା ହକିରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି ଭାରତୀୟ ଦଳ। କଡ଼ା ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ।
  16. ଭାରତ ପାଇଁ ତୈଳ ଓ ଗ୍ୟାସ କ୍ଷେତ୍ର ବିକାଶ କରିବାକୁ କେନ୍ଦ୍ର ସରକାର ପୁଞ୍ଜିନିବେଶକଙ୍କୁ ଆହ୍ୱାନ କରିଛନ୍ତି। ଶୁକ୍ରବାର ଦିନ ଡିଏସଏଫ ୩ ପର୍ଯ୍ୟାୟକୁ ଉନ୍ମୁକ୍ତ କରିଛନ୍ତି।
  17. ଭକ୍ତଙ୍କ ପାଇଁ ଖୁବ୍‌ଶୀଘ୍ର ଖୋଲିବ ଶ୍ରୀଜଗନ୍ନାଥ ମନ୍ଦିର, ଆସନ୍ତା ୪ତାରିଖ ବୈଠକ ପରେ ଆନୁଷ୍ଠାନିକ ଭାବେ ଘୋଷଣା କରିବ ଶ୍ରୀମନ୍ଦିର ପ୍ରଶାସନ।
  18. ଦେଶରେ କରୋନା ପଜିଟିଭିଟି ହାର ଏବେବି ୧୦ ପ୍ରତିଶତ ଉପରେ, ୧୦ ରାଜ୍ୟଙ୍କୁ ସତର୍କ କଲେ କେନ୍ଦ୍ର ସରକାର ।
  19. TELEGRAM ଲଞ୍ଚ କଲା ନୂତନ ସୁବିଧା, ଏଣିକି ଏକା ସାଥୀରେ ୧ ହଜାର ଲୋକ ଗ୍ରୁପ ଭିଡିଓ କଲରେ ସାମିଲ ହୋଇ ପାରିବେ ।
  20. ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ଲାଷ୍ଟିକରୁ ନିର୍ମାଣ ହେଲାଣି ୭୦୩ କିଲୋମିଟର ରାସ୍ତା । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସୂଚନା ।

 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.