• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଜ ପଦକ ଜିତିଲେ ପି.ଭି ସିନ୍ଧୁ। ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚୀନ ପ୍ରତିଦ୍ବନ୍ଦୀଙ୍କୁ ହରାଇଲେ ପି.ଭି.ସିନ୍ଧୁ। ଚୀନର ବ୍ୟାଡମିଣ୍ଟନ ଖେଳାଳି ହେ ଚିଙ୍ଗ ଜିଆଓଙ୍କୁ ସିଧାସଳଖ ୨-୦ ସେଟରେ ହରାଇଲେ।
  2. ଟୋକିଓ ଅଲିମ୍ପିକ୍ସ ହକିରେ ସେମିଫାଇନାଲରେ ଭାରତ। ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିରେ ପହଞ୍ଚିଲା ଭାରତ। ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିରେ ପ୍ରବେଶ କଲା ଭାରତ।
  3. ଆସନ୍ତା ମଙ୍ଗଳବାରଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଅଳ୍ପ ସଂଖ୍ୟକ ପର୍ଯ୍ୟଟକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ। ସ୍ଥିତି ଅନୁଧ୍ୟାନ ପରେ ନନ୍ଦନକାନନ ନିର୍ଦେଶକ ମନୋଜ ମହାପାତ୍ରଙ୍କ ସୂଚନା।
  4. ସ୍କୁଲ ଖୋଲିବା ଗାଇଡଲାଇନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା।  ଦଶମ, ଦ୍ବାଦଶ ପାଇଁ ଖୋଲିଛି, ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ।
  5. ଦେଶରେ ଜୁଲାଇ ମାସରେ ସାମଗ୍ରୀ ଓ ସେବା କର(ଜିଏସଟି) ରାଜସ୍ବ ସଂଗ୍ରହ ଏକ ଲକ୍ଷ ୧୬ ହଜାର କୋଟି ଅତିକ୍ରମ କରିଛି- ଅର୍ଥ ମନ୍ତ୍ରଣାଳୟର ସୂଚନା .
  6. ୟୁଏନଏସସି : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ .
  7. କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି ।
  8. ଇଲେକ୍ଟ୍ରୋନିକ୍‌ ଭାଉଚର ଭିତ୍ତିକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ‘ଇ-ରୁପି’ର ହେବ ଆରମ୍ଭ, ଲୋକେ ସୁବିଧାରେ ପାଇବେ ସେବା
  9. ତାଲିବାନୀ ଆତଙ୍କବାଦୀଙ୍କ ଉପରେ ଆକାଶରୁ ବର୍ଷୁଛି ମୃତ୍ୟୁ, ସାମ୍ନାକୁ ଆସିଲା ବୋମାମାଡର ଭିଡିଓ ।
  10. ଇ-ରୁପି ହେଉଛି ଡିଜିଟାଲ୍ ଦେୟର ଏକ ନଗଦବିହୀନ ଏବଂ ଯୋଗାଯୋଗହୀନ ମାଧ୍ୟମ | ଏହା ଏକ QR କୋଡ୍ କିମ୍ବା SMS ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲକୁ ବିତରଣ କରାଯାଇଥାଏ | ଇ- RUPI ଦେୟ ସେବା ସାହାଯ୍ୟରେ, ଜଣେ ଉପଭୋକ୍ତା ସେବା ପ୍ରଦାନକାରୀଙ୍କ ପାଖରେ କାର୍ଡ, ଡିଜିଟାଲ୍ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପ୍ରବେଶ ବିନା ଭାଉଚରକୁ ମୁକ୍ତ କରିବାକୁ ସମର୍ଥ ହେବେ |
  11. ଢ଼େଙ୍କାନାଳ  ଜିଲ୍ଲାର ପାରାଜାଙ୍ଗ ବ୍ଲକ ଅନ୍ତର୍ଗତ ତାଲାବେରେନା ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ପୁଅ ଡକ୍ଟର ପ୍ରଭାତ  ଦାସ ବର୍ତ୍ତମାନ ଭାରତୀୟ ପରିସଂଖ୍ୟାନ ସେବା ପାଇଁ UPSC ପରୀକ୍ଷାରେ ଯୋଗ୍ୟତା ହାସଲ କରି 50 ତମ ସ୍ଥାନ ହାସଲ କରିଛନ୍ତି।
  12. ତେଲେଙ୍ଗାନା ସରକାର ସାରା ରାଜ୍ୟରେ 6 ଲକ୍ଷରୁ ଅଧିକ ଚାଷୀଙ୍କୁ 50,000 ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ  ଛାଡ କରିଛନ୍ତି। ଏହି ପରିମାଣ କୃଷକମାନଙ୍କୁ 15 ଅଗଷ୍ଟରୁ 31 ଅଗଷ୍ଟ ମଧ୍ୟରେ ମୁକ୍ତ କରାଯିବ |
  13. ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ କେରଳ ସରକାର 'Let's Go Digital'  ପ୍ରକଳ୍ପ ଆରମ୍ଭ କରିଛନ୍ତି। କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଡିଜିଟାଲ ଶିକ୍ଷାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିକଟରେ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ।
  14. ତାମିଲନାଡୁ ସରକାର ରବିବାର କହିଛନ୍ତି ଯେ କେରଳରୁ ରାଜ୍ୟକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ନକାରାତ୍ମକ ଆରଟି- PCR ପରୀକ୍ଷା ରିପୋର୍ଟ କିମ୍ବା ଅଗଷ୍ଟ 5 ରୁ ଦୁଇଟି COVID ଡୋଜର ଟୀକାକରଣ ପ୍ରମାଣପତ୍ର ନେବା ବାଧ୍ୟତାମୂଳକ ଅଟେ।
  15. ୧୦୦ ମିଟର ପରେ ୨୦୦ ମିଟରରେ ବି ହାରି ଯାଇଛନ୍ତି ଦୂତୀ ଚାନ୍ଦ। ଆଜି ୨୦୦ ମିଟର ଚତୁର୍ଥ ହିଟରେ ସେ ଅଂଶ ଗ୍ରହଣ କରିଥିଲେ ଦୂତୀ। ରେସର ପ୍ରଥମ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ।
  16. ଆଜିଠୁ ସମସ୍ତ ରୁଟରେ ଗଡ଼ିବ ମୋ ବସ୍‌। ସମସ୍ତ ୨୫ ରୁଟରେ ୧୯୪ଟି ବସ୍‌ ଯାତାୟତ କରିବ। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବସ୍‌। ସପ୍ତାହାନ୍ତ ସଟଡାଉନରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟରେ ମୋ ବସ୍ ସେବା ବନ୍ଦ ରହିବ।
  17. ମଙ୍ଗଳବାର ଦିନ ଖୋଲିବ ନନ୍ଦନକାନନ । କୋଭିଡ କଟକଣା ଭିତରେ ପର୍ଯ୍ୟଟକ ବୁଲିପାରିବେ ପ୍ରାଣୀ ଉଦ୍ୟାନ । ତେବେ 10ବର୍ଷରୁ କମ ଓ 65 ବର୍ଷରୁ ବୟସ୍କ ବ୍ୟକ୍ତିଙ୍କୁ ପ୍ରବେଶ ନିଷେଧ କରାଯାଇଛି ।
  18. ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ ସଫଳତା , ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଛି ଭାରତ 
  19. କରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି କାରଣରୁ ଜାପାନ ସରକାର ୩୧ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଛନ୍ତି ।
  20. କରୋନା ଭାଇରସ୍‌ର ଡେଲ୍‌ଟା ପ୍ରଜାତି ୧୩୨ ରାଷ୍ଟ୍ରରେ  ସଂକ୍ରମଣ ବ୍ୟପି ସାରିଛି। ବିଶ୍ବବ୍ୟାପୀ ସଂକ୍ରମଣର ନୂଆ ଲହରକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଉଦ୍‌ବେଗ ପ୍ରକାଶ କରିଛି। ଡେଲ୍‌ଟାକୁ ନେଇ କେତେକ ରାଷ୍ଟ୍ରରେ ସ୍ଥିତି ଭୟଙ୍କର ରୂପ ନେଇଛି ଏବଂ ୨୯ଟି ରାଷ୍ଟ୍ରରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.