• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ତଥା ସଭାପତି ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୦ ବ୍ୟାଚ କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ହେଉଛନ୍ତି ଉପେନ୍ଦ୍ର ତ୍ରିପାଠୀ । ପୂର୍ବରୁ ଆଦର୍ଶ ବିଦ୍ୟାଳୟ ସଂଗଠନ ନେଇ ତାଙ୍କର ଅଭିଜ୍ଞତା ରହିଛି ।
  2. ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ବାମପନ୍ଥୀ ଚିନ୍ତାଧାର ସହ ଜଡ଼ିତ ଅରୁଣ ଦେ ୧୯୭୧ରେ ସିପିଆଇରେ ଯୋଗ ଦେଇଥିଲେ । ସିପିଆଇ ଦଳ ସହ ୧୯୯୪ ସହ ଜଡ଼ିତ ଥିଲେ । ସିପିଆଇ ପ୍ରାର୍ଥୀ ଭାବେ ସେ ତିନି ଥର ବାଲେଶ୍ୱର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ।
  3. ଦେଶରେ ପିଲାଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା। ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୧୪ରୁ ୧୮ ବୟସ୍କ ୨୪ ହଜାର ପିଲା ଆତ୍ମହତ୍ୟା କରିଛନ୍ତି।
  4. ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ୍ ଅଲମ୍ପିକ୍ସର ସେମିଫାଇନାଲରେ ପହଂଚିଛି । ଫାଇନାଲ ଓ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ । ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ଟିମ୍ ସେମିଫାଇନାଲରେ ପହଂଚିଥିଲା ।
  5. ମହିଳା ଡିସକସ୍ ଥ୍ରୋ ଫାଇନାଲରେ ଷଷ୍ଠ ସ୍ଥାରେ ରହିଛନ୍ତି ଭାରତୀୟ ପ୍ରତିଯୋଗୀ କମଲପ୍ରୀତ କୌର ।
  6. ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 'ଇ-ରୁପି' ର ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଇ-ଭାଉଚର-ଆଧାରିତ ଡିଜିଟାଲ ପେମେଣ୍ଟ ଇ-ରୁପିକୁ ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କରିଛନ୍ତି |
  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି | ତେବେ ସେ କାହିଁକି ଇସ୍ତଫା ଦେଲେ ତାହା ଜଣାପଡ଼ିନାହିଁ | ମିଳିଥିବା ସୂଚନା ମୁତାବକ ଅମରଜିତ ହେଉଛନ୍ତି ୧୯୮୩ ବିହାର କ୍ୟାଡରର ଜଣେ ଆଇଏଏସ ଅଫିସର |
  8. ସରକାରଙ୍କ ଏକ ପରିସଂଖ୍ୟାନ ଅନୁଯାୟୀ ଦେଶରେ ୨୦୧୭ରୁ ୨୦୧୯ ମଧ୍ୟରେ ୧୪ରୁ ୧୮ ଆୟୁ ବର୍ଗର ୨୪,୫୬୮ ଜଣ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଅଧିକ ପିଲା ପରୀକ୍ଷାରେ ବିଫଳତା ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
  9. ଟୋକିଓ ଅଲିମ୍ପିକ୍ସ: ଭାରତୀୟ ଧାବିକା ଦୂତି ଚାନ୍ଦ ଏଠାରେ ଚାଲିଥିବା ର ୨୦୦ ମିଟର ହିଟ୍କୁା ୨୩.୮୫ ସେକେଣ୍ଡରେ ଅତିକ୍ରମ କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ।
  10. ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଖୋଲିଲା କୋଣାର୍କ। କରୋନାର ୨ୟ ତରଙ୍ଗ ପାଇଁ ଏପ୍ରିଲ ୧୬ରୁ ଦୀର୍ଘ ସାଢେ ୩ ମାସ ମନ୍ଦିର ବନ୍ଦ ରଖାଯାଇଥିଲା ।
  11. ଇଣ୍ଡିଆନ୍ ସିଭିଲ୍ ଆକାଉଣ୍ଟସ୍ ସର୍ଭିସର ଦୀପକ ଦାସ ଆଜି ନୂଆ କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟସ୍ (ସିଜିଏ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସିଜିଏ ପଦବୀ ଅନଙ୍କୃତ କରିବାରେ ଦୀପକ ଦାସ ହେଉଛନ୍ତି ୨୫ ତମ ଅଧିକାରୀ। ସେ  ୧୯୮୬ ବ୍ୟାଚ୍ ଇଣ୍ଡିଆନ୍ ସିଭିଲ୍ ଆକାଉଣ୍ଟସ୍ ସର୍ଭିସ୍ (ଆଇସିଏସ୍) ଅଧିକାରୀ।
  12. ଦେଶରେ ଜୁଲାଇ ମାସରେ ସାମଗ୍ରୀ ଓ ସେବା କର (ଜିଏସଟି) ରାଜସ୍ବ ସଂଗ୍ରହ ଏକ ଲକ୍ଷ ୧୬ ହଜାର କୋଟି ଅତିକ୍ରମ କରିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯାହା ଅର୍ଥନୀତିରେ ଦ୍ରୁତ ପୁନରୁଦ୍ଧାରର ସଙ୍କେତ ଦେଉଛି ଏବଂ ଚଳିତ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ଅଧିକ ହେବ ବୋଲି ଆଶା କରାଯାଉଛି।
  13. ଅଷ୍ଟ୍ରେଲିଆର ତୃତୀୟ ବୃହତ୍ତମ ସହର ତଥା କ୍ବିନ୍ସଲାଣ୍ଡ୍‌ ରାଜଧାନୀ ବ୍ରିସବେନ୍‌ ଏବଂ ସିଡ଼୍‌ନିରେ ସଂକ୍ରମଣ ବଢ଼ୁଥିବାରୁ ଏଠାରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି।
  14. ପ୍ରବଳ ହଟ୍ଟଗୋଳ ମଧ୍ୟରେ ସୋମବାର ରାଜ୍ୟସଭାରେ ପାରିତ ହୋଇଛି ‘ଇନଲେଣ୍ଡ ଭେସେଲ୍‌ ବିଲ୍‌’-୨୦୨୧।
  15. ବିହାର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସହଯୋଗୀ ନୀତୀଶ କୁମାର ପେଗାସସ୍‌ ଦୁର୍ନୀତି ମାମଲାରେ ତଦନ୍ତ ଦାବି କରିଛନ୍ତି।
  16. ଉଚ୍ଚନ୍ୟାୟାଳୟରେ ମାମଲାର ସିଧା ପ୍ରସାରଣ ବ୍ୟବସ୍ଥା ସହିତ ଇ-ସେବା ଉଦ୍‌ଘାଟିତ ।
  17. ଟୋକିଓ ଅଲିମ୍ପିକ୍ସ: ଭାରତୀୟ ଧାବିକା ଦୂତି ଚାନ୍ଦ ଏଠାରେ ଚାଲିଥିବା ର ୨୦୦ ମିଟର ହିଟ୍‍କୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ।
  18. ଟୋକିଓ ଅଲିମ୍ପିକ୍ସ ୨୦୨୧ର ମହିଳା ହକି କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।
  19. ଅଲିମ୍ପିକ ଫାଇନାଲରେ ଅଶ୍ବାରୋହୀ ଫୌଆଦ ମିର୍ଜା, ୨ ଦଶନ୍ଧୀ ପରେ ପ୍ରଥମ ଭାରତୀୟ ଭାବେ କଲେ ରେକର୍ଡ ।
  20. ମାଟ୍ରିକ ଅଫଲାଇନରେ ଚାଲିଥିବା ଅଫଲାଇନ ପରୀକ୍ଷା ଖାତାଦେଖା ଅଗଷ୍ଟ ୧୧ରୁ ଆରମ୍ଭ ହେବ ଏବଂ ଏହା ତିନି ଦିନ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ୭ଟି ଜିଲାର ୯ଟି କେନ୍ଦ୍ରରେ ୧୫ଶହ ପରୀକ୍ଷକ ମାଟ୍ରିକ ଅଫଲାଇନ ପରୀକ୍ଷାଖାତା ଦେଖିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.