• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନୀରଜ ସେମିଫାଇନାଲ ରାଉଣ୍ଡରେ ୮୬. ୬୫ ମିଟର ଥ୍ରୋ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ଦମଦାର ପ୍ରଦର୍ଶନ ଫଳରେ ନୀରଜ ପଦକ ଆଶା ଉଜ୍ଜିବୀତ କରିଛନ୍ତି । ଫାଇନାଲରେ ପହଞ୍ଚିବାକୁ ହେଲେ ୮୩. ୫୦ ମିଟର ଥ୍ରୋ କରିବା ଜରୁରି ଥିଲା, ହେଲେ ନୀରଜ ଏହାଠୁ ଅଧିକ ମିଟର ଫୋପାଡି ଫାଇନାଲରେ ପ୍ରବେଶ କରିଛନ୍ତି ।
  2. କେବଳ ଧର୍ମ ପରିବର୍ତ୍ତନ ପାଇଁ ବିବାହ ଠିକ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ।
  3. ହାତ ଛଡ଼ା ହେଲା ଆଉ ଏକ ପଦକ । ମହିଳା ଡିସକସ୍ ଥ୍ରୋ ଫାଇନାଲରେ ଷଷ୍ଠ ସ୍ଥାରେ ରହିଛନ୍ତି ଭାରତୀୟ ପ୍ରତିଯୋଗୀ କମଲପ୍ରୀତ କୌର ।
  4. ଫ୍ରାନ୍ସର ତିନି ଜଣ ସାମ୍ବାଦିକଙ୍କ ଫୋନରେ ସ୍ପାଇୱେୟାର ଠାବ ହୋଇଛି ବୋଲି କହିଛି ଫ୍ରାନ୍ସର ଗୁଇନ୍ଦା ସଂସ୍ଥା । ପେଗାସସ ଜରିଆରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇରାକ ରାଷ୍ଟ୍ରପତି ବାରହମ ସାଲି ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସାଇରିଲ ରାମୋଫାସାଙ୍କୁ ଟାର୍ଗେଟ କରାଯାଇଥିଲା । ଏହା ସହ ଦେଶ ବିଦେଶର ଅନେକ ରାଜନେତା, ମନ୍ତ୍ରୀ, ବିଚାରପତି, ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଥିବା ଖବର ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।
  5. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ଦିନକ ମଧ୍ୟରେ କଟକରୁ ୧୦, ପୁରୀ ୯, ମୟୁରଭଞ୍ଜ ୬ ଏବଂ ଅନୁଗୁଳ ଜିଲାରେ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
  6. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୬୨ ଏବଂ ସ୍ଥାନୀୟ ସଂକ୍ରମିତ ୫୫୩ ଜଣ ରହିଛନ୍ତି।
  7. ICMR ର ସୂଚନା : ପୁଣି ନମ୍ବର ୱାନ ହେଲା ସ୍ୱଦେଶୀ ଟିକା କୋ-ଭ୍ୟାକ୍ସିନ , ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ମଧ୍ୟ ପ୍ରଭାବଶାଳୀ।
  8. ଅଗଷ୍ଟ ୧୫ରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବାକୁ ଅଲିମ୍ପିକ୍ସରେ ଯୋଗଦେଇଥିବା ପ୍ରତିଯୋଗୀଙ୍କୁ ନିମନ୍ତ୍ରଣ କରିବେ ମୋଦୀ, ପ୍ରତିଯୋଗୀଙ୍କୁ ସମ୍ପର୍ଦ୍ଧିତ କରିବେ।
  9. ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା: ଦେଶର ୪୪ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି ପଜିଟିଭ ସଂଖ୍ୟା, କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ୧୦% ଉପରେ ପଜିଟିଭ।
  10. ସିବିଏସଇ ଦଶମ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପାସ ହାର ୯୮.୧୨%, ଆନନ୍ଦପୁର ଶାଳପଡ଼ାର ଅମ୍ରିତରାଜ ବିଶ୍ୱାଳ ୯୯.୪୦% ରଖି ଟପ୍ପର।
  11. ପୌର ନିର୍ବାଚନ ବିଳମ୍ବ ନେଇ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ଟିମ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବାକୁ ଦାବି।
  12. ଆସନ୍ତା ଅଗଷ୍ଟ ୨୧ରୁ ୨୪ ଯାଏଁ ଇଣ୍ଡୋ ପାସିଫିକ୍ ସମୁଦ୍ର ଭିତରେ ଆରମ୍ଭ ହେବ ମାଲବାର ସାମୁଦ୍ରିକ ଅଭ୍ୟାସ, କ୍ୱାଡ ଦେଶ ସମୂହ ପ୍ରସ୍ତୁତ, ସାମିଲ ହେବେ ଭାରତୀୟ ଜାହାଜ ଆଇଏନଏସ ରଣବିଜୟ ଏବଂ ଶିଭାଲିକ୍।
  13. ଟୀକାକରଣ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ନେଇ ଖୋଲିବ ସରକାରୀ ଅଫିସ .
  14. ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଠିକ୍ ନୁହେଁ- ଆହ୍ଲାବାଦ୍ ହାଇକୋର୍ଟ, ଦେଲେ ଯୋଦ୍ଧା-ଆକବରଙ୍କ ଉଦାହରଣ  ।
  15. ଭାରତ-ଚୀନ ସୀମା ବିବାଦ : ସେନା ସ୍ତରୀୟ ବୈଠକରେ ନିଷ୍ପତ୍ତି, ଗୋଗ୍ରା ହାଇଟସରୁ ସେନା ପ୍ରତ୍ୟାହାର କରିବେ ଉଭୟ ଦେଶ ।
  16. ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷାଫଳ, ପାସ୍‌ ହାର ୯୯.୦୪ ପ୍ରତିଶତ । ସିବିଏସଇ ମାଧ୍ୟମରେ ଭୁବନେଶ୍ୱର ଜୋନରେ ପାସ ହାର ରହିଲା ୯୯ ଦଶମିକ ୬୨ ପ୍ରତିଶତ । 
  17. ହାଇକୋର୍ଟ ଶୁଣାଣିର ସିଧା ପ୍ରସାରଣକୁ ବିରୋଧ । ପ୍ରତ୍ୟାହାର ଦାବିରେ ଆଇନଜୀବୀଙ୍କ କୋର୍ଟ ବର୍ଜନ ।
  18. ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍ ।
  19. ନ୍ୟୁଜର୍ସିସ୍ଥିତ ଥେଲ୍‌ମା ଏଲ୍‌. ସ୍ୟାଣ୍ଡ୍‌ମିୟର ଏଲିମେଣ୍ଟାରୀ ସ୍କୁଲ୍‌ରେ ପଢ଼ୁଥିବା ୧୧ ବର୍ଷୀୟା ଛାତ୍ରୀ ନତାଶା ପେରିଙ୍କୁ ଜନ୍ ହପ୍‌କିନ୍ସ ସେଣ୍ଟର୍ ଫର୍ ଟ୍ୟାଲେ‌ଣ୍ଟେଡ୍‌ ୟୁଥ୍‌ ଟ୍ୟାଲେଣ୍ଟ (ଭିଟିୱାଇ) ସର୍ଚ୍ଚର ଅଂଶ ସ୍ବରୂପ କରାଯାଇଥିବା ସ୍ୟାଟ୍‌ (ଏସ୍‌ଏଟି), ଆକ୍ଟ (ଏସିଟି) ଆଦି ବିଭିନ୍ନ ପ୍ରକାର ଆକଳନରେ ଅସାଧାରଣ କୃତିତ୍ବ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି।
  20. ଆଫଗାନିସ୍ତାନର ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ (ଏଏନଡିଏସଏଫ) ଦ୍ୱାରା ଚାଲିଥିବା ଅପରେସନରେ ବିଗତ ୨ ଦିନରେ ୨୫୦ରୁ ଅଧିକ ତାଲିବାନ ଆତଙ୍କବାଦୀ ନିପାତ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.