• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୪୧,୭୨୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩,୦୯,୭୪,୭୪୮ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି।  ଦେଶରେ ସଂପ୍ରତି ୪,୧୧,୦୭୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।
  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ପାଞ୍ଚ ବର୍ଷର ଅବଧି ଲାଗି ଅର୍ଥାତ୍ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନା ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ମୋଟ ୨,୯୪,୨୮୩.୦୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ସେଥିରୁ କେନ୍ଦ୍ର ସରକାର ୧,୮୫,୩୯୮.୩୨ କୋଟି ଟଙ୍କା ଖର୍ଚ୍ଚ କରିବେ।
  3. ରାଜଧାନୀ ଉପକଣ୍ଠ ଅନ୍ଧାରୁଆଠାରେ ଭାରତ ବାୟୋଟେକ୍‌ ପକ୍ଷରୁ ହେବାକୁ ଥିବା ଟିକା ଉତ୍ପାଦନ କେନ୍ଦ୍ରରେ ଜୁନ ୨୦୨୨ରୁ ଭୁବନେଶ୍ୱରରେ କରୋନା ଟିକା ଉତ୍ପାଦନ ହେବ । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କଲେ ଭାରତ ବାୟୋଟେକ ଅଧ୍ୟକ୍ଷ 
  4. ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟରେ ଭାରତ । ପ୍ରଥମ ଟେଷ୍ଟ: ଭାରତ ବିରୋଧରେ ୧୮୩ ରନ୍ ରେ ସମସ୍ତ ୱିକେଟ ହରାଇଲ ଇଂଲଣ୍ଡ ଦଳ । 
  5. ଅଗଷ୍ଟ ୧୬ରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀବାସୀ କରିବେ ଦର୍ଶନ, ଟୀକାର ୨ଟି ଡୋଜ କିମ୍ବା ନେଗେଟିଭ୍ ରିପୋର୍ଟ ନଥିଲେ ମିଳିବନି ପ୍ରବେଶ ଅନୁମତି । 
  6. ଅଗଷ୍ଟ ୯ରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ
  7. ଟୋକିଓ ଅଲମ୍ପିକ୍ସ ମହିଳା ହକି ସେମିଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଠାରୁ ୨-୧ ଗୋଲରେ ଭାରତ ପରାସ୍ତ, ବ୍ରୋଞ୍ଜ ପଦକ ପାଇଁ ଖେଳିବ ଦଳ
  8. ଅକ୍ଟୋବର ୨୪ ଟି-ଟ୍ୱେଣ୍ଟି ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ
  9. ଟୋକିଓ ଅଲିମ୍ପିକ୍ସ: ୬୯ କେଜି ବର୍ଗ ସେମିରେ ତୁର୍କୀ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରିଲେ ଭାରତୀୟ ବକ୍ସର ଲଭଲିନା ବୋରଗୋହେନ, ମିଳିଲା ଅଲିମ୍ପିକ୍ସ କାଂସ୍ୟ ପଦକ ।
  10. ସମସ୍ତ ସରକାରୀ ବିଦ୍ୟାଳୟରେ ହେବ ପ୍ଲେ ସ୍କୁଲ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଘରୋଇ ଭଳି ସରକାରୀ ସ୍କୁଲରେ ବି ହେବ ପ୍ଲେ ସ୍କୁଲ । ସମଗ୍ର ଶିକ୍ଷା ଯୋଜନାର ଦ୍ୱିତୀୟ ଭାଗକୁ କେନ୍ଦ୍ରର ଅନୁମୋଦନ । ଖର୍ଚ୍ଚ ହେବ ପ୍ରାୟ ୩ ଲକ୍ଷ କୋଟି ।
  11. ସୋମବାର ଦିନ :ଭାରତୀୟ ଧାବିକା ଦୂତି ଚାନ୍ଦ ୨୦୦ ମିଟର ହିଟ୍‍ କୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ। ଅଲିମ୍ପିକ୍ସ ପୂର୍ବରୁ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଭାବରେ ୨୩ ସେକେଣ୍ଡରେ ଉକ୍ତ ଦୂରତା ଅତିକ୍ରମ କରିଥିଲେ। ଏଥିସହିତ ଦୂତି ସେମିଫାଇନାଲରେ ଭାଗନେବାରୁ ବଂଚିତ ହୋଇଛନ୍ତି।
  12. ଅଲମ୍ପିକ୍‌ରେ ଇତିହାସ ରଚିଲା ଭାରତ। ଟିମ୍ ଇଣ୍ଡିଆ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଆଣିଛି। ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ୫-୪ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି।
  13. ଆଜିଠାରୁ ଖୋଲିବ କଟକ ସହରର ସମସ୍ତ ଧର୍ମାନୁଷ୍ଠାନ । ସକାଳ ୬ରୁ ରାତି ୮ ଯାଏ ଖୋଲା ରହିବ ଧର୍ମାନୁଷ୍ଠାନ । ୫୦ ଜଣ ଭକ୍ତ କିମ୍ବା ଧର୍ମାନୁଷ୍ଠାନରେ ୫୦ ପ୍ରତିଶତ ଭକ୍ତଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି। ଶନିବାର ଏବଂ ରବିବାର ସର୍ଟଡାଉନ ପାଇଁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି । କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ ।
  14. କୋଭିଡ୍‌-୧୯ ମହାମାରୀ ହେତୁ ଅନାଥ ‌ହୋଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଆୟୁଷ୍ମାନ ଭାରତଯୋଜନାରେ ମାଗଣାରେ ୫ ଲକ୍ଷ୍ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି।
  15. କରୋନା ମହାମାରୀର ନିଦାନ ଉପରେ ପ୍ରଭାବୀ ଉପସ୍ଥାପନ କରି ଅନ୍ତର୍ଜାତୀୟସ୍ତରରେ ପ୍ରଫେସର ଡାକ୍ତର ଦୀପକ ରାଉତ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ନାଁ ରଖିଛନ୍ତି। କରୋନା ମହାମାରୀ ସମୟରେ ସାମଗ୍ରିକ ସ୍ୱାସ୍ଥ୍ୟସେବାର ଏକ ଅଭିନବ ଦିଗ୍‌ଦର୍ଶନ ଦେଇ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ।
  16. ଦେଶର ସମଗ୍ର ଶିକ୍ଷା ଯୋଜନା ୨.୦କୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୨ ଲକ୍ଷ ୯୪ ହଜାର ୨୮୩ କୋଟି ଟଙ୍କାରେ କେନ୍ଦ୍ରର ଅଂଶ ୧ ଲକ୍ଷ ୮୫ ହଜାର ୩୯୮ କୋଟି ରହିବ। ୨୦୨୧ ଏପ୍ରିଲ ୧ରୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ଧରି ଏହା କାର୍ଯ୍ୟକାରୀ ହେବ।
  17. ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର)ରେ ୨୦୨୧-୨୨ଶିକ୍ଷା ବର୍ଷରୁ ନାମଲେଖା ହେବ ବୋଲି କହିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ।
  18. ରେଳ ମନ୍ତ୍ରଣାଳୟ ଭିମ୍‌ ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଆପ୍‌ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫% ରିହାତି ପ୍ରଦାନ କରୁଛି। କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ।
  19. ଓଡ଼ିଶାରେ ପ୍ରବେଶ ପାଇଁ ଆଉ ଦୁଇ ଡୋଜ୍ ଟିକା ସାର୍ଟିଫିକେଟ୍ କି କୋଭିଡ୍‌ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବନି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକଙ୍କ ଉପରେ ରାଜ୍ୟ ସରକାର ଯେଉଁ କଟକଣା ‌ଲଗାଇଥିଲେ ତାହାକୁ ଆଜି ଉଠାଇ ଦେଇଛନ୍ତି।
  20. ବଲାଙ୍ଗୀରରେ ମୁଖ୍ୟ ସଚିବ, ୫-ଟି ସଚିବଙ୍କ ସମୀକ୍ଷା ୨୦୨୨ ଶେଷ ସୁଦ୍ଧା ମେଡିକାଲ କଲେଜ କାମ ସରିବ ବଲାଙ୍ଗୀର : ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ ପ୍ରକଳ୍ପ। ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍‌ୱେ କାମ ୭୫ ପ୍ରତିଶତ ସରିଲାଣି।

(Credit to : DD NEWS/ NDTV/ The Tribune/ Deccan Chronicle /samajalive.in / nandighoshatv.com / sambad.in / sambadenglish.com / prameyanews.com / kalingatv.com  / news.abplive.com)

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.