• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଡ଼ା ମୁକାବିଲା ସତ୍ତ୍ୱେ ପରାଜିତ ହେଲା ଭାରତୀୟ ମହିଳା ହକି ଦଳ । ଗ୍ରେଟ୍ ବ୍ରିଟେନ ବିପକ୍ଷ ମ୍ୟାଚ୍‌ରେ ୪-୩ରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । 
  2.  ଗୋଟିଏ ଦିନରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୨୦୮ ପଜିଟିଭ୍ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୭୦୨ ଜଣ ଥିବା ବେଳେ, ଲୋକାଲ କେସ ରହିଛି ୫୦୬ । ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଜଣ ଥିବା କେଳେ କଟକରୁ ୧୭୩, ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 
  3. ଗଣମାଧ୍ୟମ ରିପୋର୍ଟ ସତ୍ୟ ହେଲେ ଅଭିଯୋଗ ସାଙ୍ଘାତିକ: ପେଗାସସ୍‌ ମାମଲାରେ କହିଲେ ସୁପ୍ରିମ୍‌ କୋର୍ଟ ।  ଅଗଷ୍ଟ 10 (ଗୁରୁବାର) ରେ ସୁପ୍ରିମକୋର୍ଟ ଅଗଷ୍ଟ 10 ରେ ପେଗାସସ୍ ସ୍ନୁପିଙ୍ଗ ବିବାଦ ଉପରେ କୋର୍ଟଙ୍କ ଦ୍ୱାରା ତଦାରଖ ହୋଇଥିବା SIT ଯାଞ୍ଚ ପାଇଁ ଏକ ବ୍ୟାଚ୍ ଶୁଣାଣି କରିବାକୁ ରାଜି ହୋଇଥିଲେ । 
  4. ଟୋକିଓରେ ଲେଖାହେଲା ନୂଆ ଇତିହାସ । ୪୧ ବର୍ଷ ପରେ ଖୁସି ଆଣିଦେଲା ଶେଷ ୬ ସେକେଣ୍ଡର ଚମକପ୍ରଦ ହକି । ଜର୍ମାନୀକୁ ମାତ୍ ଦେଇ ବ୍ରୋଞ୍ଜ ଜିତିଲା ଟିମ୍ ଇଣ୍ଡିଆ । ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ ୫ ଅଗଷ୍ଟ : ପ୍ରଧାନମନ୍ତ୍ରୀ ।
  5. ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଡିଗଲା ଯାତ୍ରୀବାହୀ ବୋଲେରୋ : ଛତିଶଗଡ ଦାନ୍ତେୱାଡାରେ ନକ୍ସଲଙ୍କ ବିସ୍ଫୋରଣରେ ଜଣେ ମୃତ, ୯ଆହତ ।
  6. ଡେଲଟା ଭାରିଆଣ୍ଟ ପାଇଁ ବୁଷ୍ଟର ଡୋଜ ଦେବାକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ ନିର୍ଦ୍ଦେଶକ କହିଲେ ଧନୀ ରାଷ୍ଟ୍ରରେ ଅଧିକ ହୋଇଛି ଟିକାକରଣ, ପଛରେ ପଡ଼ିଛନ୍ତି ଗରିବ ଦେଶ ।
  7. ବଢିଲା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା, ନିର୍ବାଚନ ପୂର୍ବରୁ ଅମରିନ୍ଦର ସିଂହଙ୍କୁ ଛାଡିଲେ ପ୍ରଶାନ୍ତ କିଶୋର ।
  8. ୧୬ ତାରିଖରୁ ଖୋଲିବ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ହେବ ପାଠପଢା ।
  9. କମିପାରେ କୋଭିସିଲ୍ଡ ଭାକ୍ସିନର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ, ୪୫ ବର୍ଷରୁ ଅଧିକ ଆୟୁ ବର୍ଗଙ୍କୁ ମିଳିବ ଛାଡ଼ ।
  10. ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା, ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା ।
  11. ୧୯୮୪ ଶିଖ୍ ବିରୋଧୀ ଦଙ୍ଗା: ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କୁ ୧.୨୫ ଲକ୍ଷ ଟଙ୍କା ଦେବେ କେନ୍ଦ୍ର ସରକାର ।
  12. ୨୦୧୨ ବିବାଦୀୟ ପଶ୍ଚାତଗାମୀ ଟ୍ୟାକ୍ସ ଆଇନକୁ ସମାପ୍ତ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର, କ୍ୟାବିନେଟ ଦେଲା ମଞ୍ଜୁରୀ ।
  13. ସକାଳୁ ସକାଳୁ ସାରା ଦେଶରେ ଖେଳିଗଲା ଶିହରଣ । ହକି ଦଳ ମେଡାଲ ଜିତିବା ପରେ ଖୁସିରେ ଝୁମିଲା ଦେଶ । ଦୁଇ ଓଡ଼ିଆ ଖେଳାଳିଙ୍କ ପରିବାରକୁ ନବୀନ ନିବାସକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ।
  14. ଓଡ଼ିଶାକୁ ୨୦୧୪-୧୫ ରୁ ୨୦୨୧-୨୨ ପର୍ଯ୍ୟନ୍ତ ସ୍ବଚ୍ଛ ଭାରତ ( ଗ୍ରାମୀଣ) ଯୋଜନାରେ ମିଳିଛି ୨୬୮.୪୧ କୋଟି ଟଙ୍କା ।
  15. ଆଫଗାନିସ୍ତାନ ସେନାର ବଡ଼ ଅପରେସନ୍ : ୨୪ଘଣ୍ଟା ମଧ୍ୟରେ ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଲା ।
  16. କର୍ଣ୍ଣାଟକ ହାଇକୋର୍ଟ କରପସନ ମାମଲାରେ ଅଗଷ୍ଟ ୧୭ ତାରିଖ ସୁଧା ୟେଦୁରପା ଓ ତାଙ୍କ ପୁଅଙ୍କୁ ହାଜର ହେବା ପାଇଁ ଦେଲେ ନୋଟିସ ।
  17. ଭାଙ୍ଗିଲା ୨୧ ବର୍ଷର ସଂପର୍କ, ବାର୍ସିଲୋନା କ୍ଲବରୁ ଅଲଗା ହେଲେ ମହାନ ଫୁଟବଲର୍‌ ଲିଓନେଲ୍‌ ମେସି ।
  18. ବଢିଲା ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଅଡୁଆ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ।।
  19. ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନରେ ତାଲିବାନମାନଙ୍କ ପ୍ରକୋପ ବୃଦ୍ଧି ପାଉଥିବାରୁ ସେଠାରେ ହିଂସାକାଣ୍ଡ ରୋକିବା ସହ ଶାନ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରୁଷ୍‌ ଆଗଭର ହୋଇଛି। ଆଫଗାନିସ୍ତାନ ପରିସ୍ଥିତି ସଂକ୍ରାନ୍ତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌ ଓ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଭାରତ ବାଦ ପଡ଼ିଛି।
  20. ଦୀର୍ଘ ଦିନ ଧରି ଭିଜିଲାନ୍ସ ମାମଲା ବିଚାରାଧୀନ ରହିଲେ ତାହା କୌଣସି ଅଧିକାରୀ ବା କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାଧକ ହେବା ଅନୁଚିତ। ଏଭଳି ମାମଲାର କେବେ ଅନ୍ତ ଘଟିବ ତାହା ଜଣା ନଥିବାରୁ ଏଥିପାଇଁ ସଂପୃକ୍ତ କର୍ମଚାରୀ ଅଥବା ଅଧିକାରୀଙ୍କ ପଦୋନ୍ନତି ଅଟକାଇ ରଖାଯିବ ନାହିଁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.