• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରୁ ଉନ୍ନତମାନ ୯ଟି ନୂତନ କିସମ ଧାନ ଉଦ୍ଭାବିତ ହୋଇଛି ବୋଲି ନିର୍ଦେଶକ ଡଃ ଦୀପଙ୍କର ମାଇତି କହିଛନ୍ତି। ୧୯୬୮ ମସିହାରୁ ନୂତନ ଧାନ କିସମ ଉଦ୍ଭାବନ ହେବା ଦିନଠୁ ଆଜିର ଏହି ୯ ଗୋଟି ନୂତନ ଧାନ କିସମକୁ ମିଶାଇ ଆଜି ସୁଦ୍ଧା ୧୫୪ ଧାନ କିସମ ଉଦ୍ଭାବିତ ହୋଇଥିବା କୁହାଯାଇଛି।
  2. ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାମ ମୋଦି ସରକାର ବଦଳାଇ ଛନ୍ତି । ସରକାର ଏବେ ହକିର ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
  3. ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ଆଜି ଦୁଇବର୍ଷ ପୂରଣ ହୋଇଛି। ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ସଂସଦରେ ଏହି ଆଇନ ଗୃହୀତ କରାଇଥିଲେ। ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା।
  4. ଓଡ଼ିଶାରେ ପାଖାପାଖି ୧୮ ହଜାର ୩୨୯ ଜଣ କଏଦୀଙ୍କୁ କୋଭିଡ ଟିକା ଦିଆଯାଇଛି | ଲୋକସଭାରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ସୂଚନା ଦେଇଛନ୍ତି |
  5. 1985 ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା ମାତ୍ର 2013 ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା 3 କୋଟି 5 ଲକ୍ଷ ଟଙ୍କା ବ୍ୟୟରେ ବଗି ଓ ଟ୍ରାକର ନବୀକରଣ କରାଯାଇଛି । ଏହି ଟ୍ରେନରେ ଏକା ଥରକେ 72 ଜଣ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ । ଏଥର ଟ୍ରେନରେ ବସି ନନ୍ଦନକାନନ ବୁଲିବେ ପର୍ଯ୍ୟଟକ ।
  6. ଚଳିତ ମାସରେ ସେରମ ଇନଷ୍ଟିଚ୍ୟୁଟ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ କୋଭାଭାକ୍ସର ଟ୍ରାଏଲ କରାଯିବ । ୧୨ରୁ ୧୭ ବର୍ଷ ବୟସ୍କ ୪୬୦ ପିଲା ଓ ୨ରୁ ୧୧ ବର୍ଷ ବୟସ୍କ ଆଉ ୪୬୦ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ କରାଯିବ । ପୂର୍ବରୁ ପିଲାଙ୍କ କ୍ଷେତ୍ରରେ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ କୋଭାକ୍ସିନ ଓ ଜାଇଡସ କାଡିଲାର ଟ୍ରାଏଲ ଆରମ୍ଭ କରିଛି ।
  7. ଗତ 24ଘଣ୍ଟାରେ ଭୁବନେଶ୍ୱରରେ 36ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 831କୁ ବୃଦ୍ଧି ପାଇଛି । ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।
  8. ଅକ୍ସିଜେନ୍‌ ଅଭାବ ଯୋଗୁଁ କେଉଁ ରାଜ୍ୟରେ କେତେ କୋଭିଡ୍‌ ମୃତ୍ୟୁ ହୋଇଛି ସେନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କଠାରୁ ତଥ୍ୟ ମାଗିଥିଲେ। ତେବେ ୧୩ଟି ରାଜ୍ୟ ଏ ବାବଦ ତଥ୍ୟ ‌କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୧୨ ଟି ରାଜ୍ୟ ଅକ୍ସିଜେନ୍‌ ଅଭାବରୁ କୌଣସି ମୃତ୍ୟୁ ହୋଇନଥିବା କହିଛନ୍ତି।
  9. ଭାରତାୟ ବିମାନ ପ୍ରାଧିକରଣ (ଏଏଆଇ) ଦ୍ବାରା ପରିଚାଳିତ ୧୩୬ ବିମାନବନ୍ଦରରୁ ପାଖାପାଖି ୭୫ ପ୍ରତିଶତ କ୍ଷତିରେ ଚାଲିଛି। ସେଥିମଧ୍ୟରୁ ଗତ ତିନିବର୍ଷରେ ଝାରସୁଗୁଡ଼ା ବିମାନ ବନ୍ଦରରେ କୌଣସି ଲାଭ ହୋଇନଥିବା ଦର୍ଶାଇଥିଲେ।
  10. ଭାରତର ଅଧ୍ୟକ୍ଷତାରେ ଜାତିସଂଘ ନିରାପତ୍ତା ପରିଷଦର ବୈଠକ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ବୈଠକରେ ପ୍ରଥମେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା ହୋଇଛି। ଭାରତ ମଧ୍ୟ ଆଫଗାନିସ୍ତାନରେ ହିଂସାର ଅବସାନ ଉପରେ ଗୁରୁତ୍ବ ଦେଉଛି। ହିଂସାତ୍ମକ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ ସହିତ ଆଲୋଚନା ମାଧ୍ୟମରେ ଏହାର ରାଜନୈତିକ ସମାଧାନ ଚାହୁଛି।
  11. ଫ୍ୟୁଚର୍‌ ଗ୍ରୁପ୍‌ର ରିଟେଲ୍‌ କାରବାରକୁ କିଣିବା ଲାଗି ରିଲାଏନ୍ସ ରିଟେଲ୍‌ ଯେଉଁ ୨୪,୭୩୧ କୋଟି ଟଙ୍କାର ଚୁକ୍ତି କରିଥିବା ତାହାକୁ ସୁପ୍ରିମ୍‌କୋର୍ଟ ଅଟକାଇ ‌ଦେଇଛନ୍ତି। ଏହି ଚୁକ୍ତି ବିରୋଧରେ ଆମାଜନ୍ ଦାୟର କରିଥିବା ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ‌ଯେ ମିଶ୍ରଣ ଅଟକାଇବା ଲାଗି ସିଙ୍ଗାପୁରର ମଧ୍ୟସ୍ଥତା କୋର୍ଟ ଗତ ଅକ୍ଟୋବରରେ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଯୁକ୍ତିଯୁକ୍ତ ମନେ ହେଉଛି। ସେଥିପାଇଁ ସେହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବୈଧ ଘୋଷଣା କରିଛନ୍ତି।
  12. ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା ‌ଡେଲ୍‌ଟା ଏବେ ବିଶ୍ବବ୍ୟାପୀ ବ୍ୟାପିଲାଣି। ତେବେ ବ୍ରିଟେନ୍‌ରେ ବୈଜ୍ଞାନିକମାନେ ଏନେଇ ଏକ ଚେତାବନୀ ଦେଇଛନ୍ତି। ବୈଜ୍ଞାନିକମାନେ କହିଛନ୍ତି, ଟିକାକରଣ କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକିପାରିବନି।
  13. ୨୦୨୦ରୁ ୨୦୨୧ ମଧ୍ୟରେ ଦେଶରେ କୋଭିଡ୍‌ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ମଧ୍ୟରୁ ମୋଟ୍‌ ୧୦୧ ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କ ପାଇଁ ୫.୦୫ କୋଟି ଟଙ୍କା ମଂଜୁର ହୋଇଛି। ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାପାଇଁ ସ୍ବିକୃତୀ ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି।
  14. ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଛୁଟି ପରେ ସ୍କୁଲ, କଲେଜ ଖୋଲିବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି।
  15. ବିଲ୍‌ ଓ ମେଲିଣ୍ଡା ଗେଟସ୍‌ ପରସ୍ପର ଠାରୁ ଆନୁଷ୍ଠାନିକ ଭାବେ ଅଲଗା ହେବାର ଦୁଇ ଦିନ ପରେ ବିବାହ ବିଚ୍ଛେଦକୁ ନେଇ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ମୁହଁ ଖୋଲିଛନ୍ତି। ବିଚ୍ଛେଦ ବେଶ ଦୁଃଖଦାୟକ ବୋଲି ସେ କହିଛନ୍ତି।
  16. ଅଗଷ୍ଟ ୪ ସୁଦ୍ଧା ଦେଶରେ ୮୩ଟି ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩୩ଟି ମାମଲା ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ର‌ଦେଶରେ ୧୧ ଏବଂ ତାମିଲନାଡ଼ୁରେ ୧୦ଟି ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି।
  17. ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ୧୩ତମ ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ୍‌, ଦକ୍ଷିଣ ଆଫ୍ରିକା) ସମ୍ମିଳନୀ ଅନୁଷ୍ଠିତ ହେବ। ତୃତୀୟ ଥର ପାଇଁ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବ ଭାରତ।
  18. ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଦୁଇ ଓଡ଼ିଆ ଖେଳାଳି ଦୀପ୍‌ଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ ଲାଗି ଘୋଷଣା କରାଯାଇଛି। ଦୀପ୍‌ଗ୍ରେସ ଓ ନମିତାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଓଏ ସମ୍ପାଦକ ଅଭିଜିତ୍‌ ପାଲ ସୂଚନା ଦେଇଛନ୍ତି।
  19. ଝାଡ଼ଖଣ୍ଡର ଧାନବାଦ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କୁ ହତ୍ୟା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ତଦନ୍ତକାରୀ ସଂସ୍ଥା ସିବିଆଇକୁ ତୀବ୍ର ସମାଲୋଚନା କରିଛନ୍ତି। ବିଚାରପତିଙ୍କୁ ବିଭିନ୍ନ ସମୟରେ ମାଫିଆ ଓ ଗୁଣ୍ଡାମାନେ ଧମକ ଦେଉଛନ୍ତି; କିନ୍ତୁ ଅଭିଯୋଗ କଲେ ସିବିଆଇ ଏଥିପ୍ରତି ଗୁରୁତ୍ବ ଦେଉ ନାହିଁ।
  20. ଗତ 24 ଘଣ୍ଟା ମଧ୍ୟରେ ଭାରତ 44,643 ନୂତନ COVID-19 ମାମଲା ରିପୋର୍ଟ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.