• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଗୋଟିଏ ଦିନରେ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୩୮ ଜଣ ରହିଛନ୍ତି। ଏଥିସହିତ ସଂଗରୋଧରୁ ୫୭୮ ଓ ସ୍ଥାନୀୟ ସଂକ୍ରମିତ ୪୧୫ ଜଣ ରହିଥିବା ଜଣାଯାଇଛି।
  2. ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ୬୫ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୫ ଜଣ ରହିଛନ୍ତି। ଏଥିସହିତ ଜଗତସିଂହପୁରରୁ ୧୧ ଏବଂ କେନ୍ଦ୍ରାପଡାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଢେଙ୍କାନାଳରୁ ୭, ଅନୁଗୁଳ ୫ ଓ ବାଲେଶ୍ୱରରେ ୫ ଜଣଙ୍କର ମୃତ୍ୟୁ ଘଟିଛି। 
  3.  ‘ଇଣ୍ଡିଆନ୍‌ ଆଇଡଲ୍‌ ୧୨’ର ବିଜେତା ହୋଇଛନ୍ତି ଉତ୍ତରାଖଣ୍ଡର ପୱନଦୀପ ରାଜନ୍‌ । ସେ ଅନ୍ୟ ପାଞ୍ଚଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି । ପୁରସ୍କାର ସ୍ୱରୂପ ପୱନଦୀପଙ୍କୁ ୨୫ ଲକ୍ଷ ଟଙ୍କା ସହ ଏକ ମାରୁତି ସୁଜୁକି ସ୍ୱିଫ୍ଟ କାର୍‌ ପ୍ରଦାନ କରାଯାଇଛି।
  4. ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୦୭ର ଚାମ୍ପିଅନ୍ ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ।
  5. ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରୁ ୦୮୪୨୩ ନଂ ବିଶିଷ୍ଟ ରେଳ ନୟାଗଡ଼ ଆସିବ ଏବଂ ସେପ୍ଟେମ୍ବର ୧ ତାରିଖରୁ ୦୮୪୨୪ ନଂ ରେଳ ନୟାଗଡ଼ରୁ ଭୁବନେଶ୍ୱର ଯିବ ବୋଲି ସୂଚନା ମିଳିଛି। ନିୟମିତ ଏହି ରେଳ ଚଳାଚଳ କରିବ ବୋଲି ଜଣାଯାଇଛି ।
  6. ହକି ଇଣ୍ଡିଆ ଲାଗି ପୁଣି ୧୦ବର୍ଷ ଲାଗି ପ୍ରାୟୋଜକ ହେବ ଓଡ଼ିଶା ସରକାର। ପ୍ରାୟୋଜକ ହେବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  7. ଆଫଗାନିସ୍ତାନରେ ତାଲିବାନ ରାଜ ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏପରି ସ୍ଥିତି ପାଇଁ ଅସରଫ ଘନିକୁ କଲେ ଦାୟୀ ।
  8. ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ : ମହିଳା ମାନଙ୍କୁ ଶିକ୍ଷା ଓ କାମ କରିବାକୁ ସୁଯୋଗ ଦିଆଯିବ,  ଆଫଗାନିସ୍ତାନ ମାଟିକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ
  9. ୨୦୨୧ ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଅକ୍ଟୋବର ୨୪ରେ ଭାରତ ବନାମ ପାକିସ୍ତାନ ।
  10. +୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ, ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ଯାଏ ଅନଲାଇନ୍‌ ଆବେଦନ ।
  11. ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଜେଲରୁ ମୁକ୍ତ ହେଲେ ଅନେକ ତାଲିବାନୀ ଆତଙ୍କବାଦୀ । ସେପଟେ ତାଲିବାନୀଙ୍କ ଖୁସି ମନାଉଥିବା ଫଟୋ, ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ।
  12. ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ- ସମସ୍ତ ଭାରତୀୟଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଅଣାଯାଉ, ହିନ୍ଦୁ-ଶିଖଙ୍କୁ ଦିଆଯିବ ଶରଣ ।
  13. ୫୩% ଲୋକଙ୍କ ପାଖରେ ପହଞ୍ଚିଛି ଆର୍ଥିକ ସେବା, ପ୍ରତିବର୍ଷ ଜୁଲାଇରେ ପ୍ରକାଶ ପାଇବ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୂଚୀ
  14. ଆରପାରିରେ ସୁଡ୍‌କୋର ଗଡ୍‌ଫାଦର, ପ୍ରଥମେ ବାହାର କରିଥିଲେ ପୁଜୁଲ୍‌ ଭଳି ମାଇଣ୍ଡ୍‌ ଗେମ୍‌ ।
  15.  ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ , ତାଲିବାନ ବିରୋଧରେ ସ୍ୱର ଉଠାଇବା ସହ ନିଜକୁ ସେ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଅସରଫ ଗନି ଦେଶଛାଡ଼ି ପଳାଇ ଯାଇଥିବାରୁ ସମ୍ବିଧାନ ଅନୁସାରେ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି କହିଛନ୍ତି ଅମରୁଲ୍ଲା ।
  16. କ୍ଷମତାକୁ ଆସିବା ପରେ ତାଲିବାନ ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ କ୍ଷମା ପ୍ରାର୍ଥନା କରିଛି। ଏହା ସହ ପୂର୍ବ ସରକାରଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀ ପୁଣି ଥରେ କାର୍ଯ୍ୟାଳୟକୁ ଫେରନ୍ତୁ ବୋଲି କହିଛି ତାଲିବାନ।
  17. ତେଲ କମ୍ପାନିମାନେ ପୁଣି ଥରେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ଘରୋଇ ଅଣ-ସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ଏକ ୧୪.୨ କିଲୋଗ୍ରାମର ଅଣ-ସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୮୫୯.୫ ଟଙ୍କାକୁ ବୃଦ୍ଧି ପାଇଛି । 
  18. ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୧ ମାର୍ଚ୍ଚ ସୁଦ୍ଧାର ସୂଚୀ ୫୩.୯% ରହିଛି। ଅର୍ଥାତ ଅଧାରୁ ଅଧିକ ଲୋକଙ୍କ ନିକଟରେ ଆର୍ଥିକ ସେବା ଓ ସୁବିଧା ପହଞ୍ଚିପାରିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅର୍ଥ ହେଉଛି ଲୋକମାନଙ୍କ ନିକଟରେ ଆର୍ଥିକ ସେବା ପହଞ୍ଚାଇବା।
  19. ରାଜ୍ୟର ଅର୍ଥନୀତି ପ୍ରତି ୨୧.୭% ଓ ନିଯୁକ୍ତି ପ୍ରତି ୬୨% ଭଳି ବଡ଼ ଧରଣର ଯୋଗଦାନ ପ୍ରଦାନ କରୁଥିବା କୃଷି ‌କ୍ଷେତ୍ରରେ ଡିଜିଟାଲ୍‌ ବିପ୍ଳବ ପାଇଁ ରାଜ୍ୟ କୃଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଆହ୍ବାନ ଦେଇଛନ୍ତି।
  20. ଇଣ୍ଡିଆନ ଆଇଡଲ-୧୨ର ମୁକୁଟ ଜିତିବା ପରେ ପବନଦୀପ ସଲମାନ ଖାନ, ଏ ଆର ‌ରହମାନ ଓ ପ୍ରୀତମ ଦାଙ୍କ ସହିତ କାମ କରିବାକୁ ମନ ବଳାଇଛନ୍ତି। ଏମାନଙ୍କ ସହିତ କାମ କରିବାର ସୁଯୋଗ ପାଇଲେ ସ୍ବପ୍ନ ପୂରା ହୋଇଯିବ ବୋଲି ପବନଦୀପ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.