• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  
  2. ସୈନ୍ୟବାହିନୀରେ ପୁରୁଷପ୍ରାଧାନ୍ୟ ମାନସିକତାକୁ ସୁପ୍ରିମ ଧକ୍କା । ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଏଣିକି ପରୀକ୍ଷା ଦେଇପାରିବେ ଛାତ୍ରୀ। ମହିଳାଙ୍କୁ ଏହି ପରୀକ୍ଷାରେ ବସିବାକୁ ନଦେବା ସମ୍ବିଧାନର ଧାରା ୧୪,୧୫,୧୬ ଓ ୧୯ର ଉଲ୍ଲଙ୍ଘନ ବୋଲି ଆବେଦକ କହିଥିଲେ । ଏକ ଆବଦେନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କହିଛନ୍ତି । 
  3. କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ଏକ ସ୍ୱୟଂଶାସିତ କର୍ତ୍ତୃପକ୍ଷ । ଏହା କେବଳ ପାର୍ଲାମେଣ୍ଟ ନିକଟରେ ଉତ୍ତରଦାୟୀ । ଏହାକୁ ପଞ୍ଜୁରୀରୁ ମୁକ୍ତି କରିବା ଦରକାର ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ । ଏହି କେନ୍ଦ୍ରୀୟ ସଂଗଠନ ଉପରେ କାହାରି ନିୟନ୍ତ୍ରଣ ରହିବା ଅନୁଚିତ ବୋଲି କହିଛନ୍ତି କୋର୍ଟ ।
  4. ବିଶିଷ୍ଟ ବ୍ୟବସାୟୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ସ୍ୱାମୀ ତଥା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ କ୍ଲିନଚିଟ ମିଳିଛି । ଶଶି ଥରୁରଙ୍କୁ ଦୋଷମୁକ୍ତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦୋଷମୁକ୍ତ ହେବା ପରେ ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କୁ ଶଶି ଧନ୍ୟବାଦ ଜଣାଇଛନ୍ତି । ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା ଦିଲ୍ଲୀ ପୋଲିସ । ଦୀର୍ଘ ସାଢ଼େ ୭ବର୍ଷ ଧରି ଚାଲିଥିବା ମାମଲାର ଶୁଣାଣି କରି ଆଜି ଶଶି ଥରୁରଙ୍କୁ କ୍ଲିନଚିଟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
  5. ଆମେରିକା ବୁଧବାର ଦିନ ଏମିତି କିଛି କରିଛି ଯାହା ଏହି ଆତଙ୍କବାଦୀ ସଂଗଠନରୁ ବୈଧ ଶାସକ ହେବାକୁ ଯାଉଥିବା ଗୋଷ୍ଟୀକୁ ଅର୍ଥନୈତିକ ଭାବେ ବାଧିବ । ଆମେରିକା ରାଷ୍ଟ୍ରପତି ଜ ବାଇଡେନ୍ ନିଜ ଦେଶର ବ୍ୟାଙ୍କରେ ଥିବା ଆଫଗାନିସ୍ତାନର ଅର୍ଥକୁ ଜବତ କରିବାକୁ ଆଦେଶ ଦେଇଛନ୍ତି । ଯାହାର ଅର୍ଥ ଦେଶକୁ ଚଳାଇବା ପାଇଁ ତାଲିବାନକୁ ପାଣ୍ଠି ଯୋଗାଡ କରିବା କଷ୍ଟକର ହୋଇ ପଡିବ ।
  6. ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ତାଲିବାନକୁ ନେଇ ବିଶ୍ବ ସମୁଦାୟକୁ ସତର୍କ କରାଇ ଦେଇଛନ୍ତି। ତାଲିବାନ ଏବେ ଯେଉଁ ଶାନ୍ତିର କଥା କହୁଛି ତାହାକୁ ତିଳେମାତ୍ର ବିଶ୍ବାସ କରିହେବନାହିଁ।
  7. ଜଷ୍ଟିସ୍ ବି.ଭି. ନାଗରତ୍ନା ୨୦୨୭ରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି। ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ କଲେଜିୟମ୍ ସୁପାରିସ କରିଥିବା ୯ ଜଣ ବିଚାରପତିଙ୍କ ମଧ୍ୟରେ ତାଙ୍କର ନାମ ରହିଛି।
  8. ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି । ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା
  9. ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ଅଭିଯୋଗ ସଂପର୍କିତ ଦୁଇ ଜନସ୍ବାର୍ଥ ଆବେଦନର ଶୁଣାଣିରେ ଆଜି  ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
  10. ଓଡ଼ିଶାରେ କରୋନା ଟିକାକରଣ ଅଭିଯାନ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟରେ ୨ କୋଟିରୁ ଅଧିକ ଲୋକ ଇତିମଧ୍ୟରେ ଟିକା ନେଇସାରିଛନ୍ତି। ଏଯାଏଁ ରାଜ୍ୟରେ ମୋଟ ୨କୋଟି ୨୧ ହଜାର ୮୧୪ ପାନ କରୋନା ଟିକା ଦିଆଯାଇଛି। ଏଥିରୁ ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ପ୍ରଥମ ପାନ ଥିବାବେଳେ ୪୬ ଲକ୍ଷ ୩୪ ହଜାର ୨୪୨ ଜଣ ଦୁଇଟି ପାନ ନେଇଛନ୍ତି। ରାଜ୍ୟରେ ମୋଟ ୩ କୋଟି ୯ ଲକ୍ଷ ୮୫ ହଜାର ୫୩୮ଜଣଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି।
  11. ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା ୨୦୨୨ ଜୁଲାଇ ସୁଦ୍ଧା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ୟ୍ୟ ସରିବ। ହକି ବିଶ୍ବକପ‌୍‍କୁ ଦୃଷ୍ଟିରେ ରଖି ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କରାଯାଉଛି
  12. ସେପ୍ଟେମ୍ବର ୫ରେ ହେବ ଏନଡିଏ ପ୍ରବେଶିକା ପରୀକ୍ଷା
  13. ସାବରିମାଳା ଦର୍ଶନ ପାଇଁ ପିତାଙ୍କ ସହ ନାବାଳିକାଙ୍କୁ ଅନୁମତି ଦେଲେ କେରଳ ହାଇକୋର୍ଟ
  14. ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ : ଏସ୍ଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର ।
  15. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ । ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା ।
  16. ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠପଢା ସଫଳତା ହେବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢା ପାଇଁ ନିଷ୍ପତ୍ତି ନେବାକୁ ଯାଉଛି ଗଣଶିକ୍ଷା ବିଭାଗ ।
  17. କୋଭିଡ୍-୧୯ ପରିଚାଳନାରେ ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ଦ୍ବାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ ସର୍ଭେରେ, ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ ।
  18. ନୂଆ ଲୁକ୍‌, ପ୍ରିମିୟମ ଏକ୍ସଟେରିୟର ଏବଂ ପ୍ଲଶ ଇଣ୍ଟେରିୟର୍ସ ସହ ବଜାରକୁ ଆସିଛି ଆମେଜ୍‌ । ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଇଞ୍ଜିନ୍‌ ସହ ମାର୍କେଟରେ ପ୍ରବେଶ କରିଥିବା ନୂଆ ଆମେଜ୍‌ରେ ରହିଛି ବହୁତ କିଛି । ଏହା ସହ ଏହି ସେଡାନ୍‌ର ନୂଆ କଲର ମେଟେରଏଡ୍‌ ଗ୍ରେ ମେଟାଲିକମଧ୍ୟ ଲଞ୍ଚ କରିଛି କମ୍ପାନୀ । 
  19. ଓଡ଼ିଶା ସଚିବାଳୟ ସେବାରେ ଖାଲିଥିବା ମୋଟ ୮୨୨ଟି ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପଦବୀ ମଧ୍ୟରୁ ୭୯୬ଟି ପଦ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
  20. ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ ଭାରତରେ ପିଲାମାନଙ୍କ ପାଇଁ କୋଭିଡ୍‌ ଟିକା ଉପଲବ୍ଧ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ପୁଣେସ୍ଥିତି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ନିର୍ଦ୍ଦେଶକ ପ୍ରିୟ ଆବ୍ରାହାମ କହିଛନ୍ତି ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.