• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ଆଜି 28,204 ନୂତନ ମାମଲା ରିପୋର୍ଟ କରିଛି, ଯାହା ପ୍ରାୟ ପାଞ୍ଚ ମାସ ମଧ୍ୟରେ ସର୍ବନିମ୍ନ, ମୋଟ ମାମଲା 3,19,98,158 ରହିଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 373 ଜଣ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
  2. ରାଜ୍ୟରେ ଆଉ ହଜାରେ ୪୧ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କମୁଛି ବଢ଼ୁଛି କରୋନା ସଂକ୍ରମଣ। ୬୪ଜଣଙ୍କ ଜୀବନ ନେଇଛି କିଲର କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୬ହଜାର ୫୬୫ରେ ପହଞ୍ଚିଛି। ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡା ଓ ସୋନପୁରରେ ଶୂନ ସଂକ୍ରମଣ ରହିଛି। କ୍ୱାରେଣ୍ଟାଇନରୁ ୬୦୫ ଓ ଲୋକାଲ କେସ୍ ୪୩୬ ରହିଛି। ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୪ଶହ ୭୫ ଆକ୍ରାନ୍ତ।
  3. ଟୋକିଓ ଅଲିମ୍ପିକ୍ସରେ ୭ଟି ପଦକ ଜିତି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଅଲିମ୍ପିକ୍ସ ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିଛନ୍ତି ହରିୟାଣାର ନୀରଜ ଚୋପ୍ରା। ମଣିପୁରର ଆଇରନ୍ ଲେଡି ମୀରାବାଇ ଚାନୁ ଦେଶପାଇଁ ପ୍ରଥମ ରୌପ୍ୟ ଜିତିଛନ୍ତି । ରେସଲିଂରେ ରବି କୁମାର ଦହିୟା ଦେଶ ପାଇଁ ଦ୍ୱିତୀୟ ରୌପ୍ୟ ପଦକ ଜିତିଛନ୍ତି । ବକ୍ସିଂରେ ବ୍ରୋଞ୍ଜ ଜିତିଛନ୍ତି ଆସାମର ଲଭଲିନା । କୁସ୍ତିରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ଜିତିଥିବା ବେଳେ ହକିରେ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଛି । ୪୧ ବର୍ଷ ପରେ ମେଡାଲ୍ ଜିତି ଇତିହାସ ରଚିଛନ୍ତି ପୁରୁଷ ହକି ଦଳ।
  4. ଲୋକସଭାରେ ଆଗତ ହୋଇଛି ଓବିସି ବିଲ୍  । ୭ ରାଜ୍ୟର ନିର୍ବାଚନ  ମୁଣ୍ଡ ଉପରେ ଥିବାବେଳେ ଓବିସି ବିଲ୍ ଗୃହୀତ କରିବା ଲାଗି ଜୋରଦାର କସରତ ଚାଲିଛି। ପେଗାସସ ମାମଲାରେ ସରକାରଙ୍କୁ ବିରୋଧ କରୁଥିବା ବିରୋଧୀ ଓବିସି ବିଲକୁ କିନ୍ତୁ ସମର୍ଥନ କରିଛନ୍ତି ।
  5. ଆସନ୍ତା ୨୩ରୁ ରାଜଧାନୀରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନେଇ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ତେବେ କୋଭିଡ ଗାଇଡଲାଇନ୍ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ତେବେ ୨୩ ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନେଇପାରିବେ ନିଷ୍ପତ୍ତି ।
  6. ରାଜ୍ୟରେ ୮୯ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ । ଏଥି ପାଇଁ ୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଛି । ଯାହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ।
  7. ମାତ୍ର ଏକ ଘଣ୍ଟା ଭିତରେ ଏଣିକି ଠାବ ହୋଇପାରିବ କୋଭିଡ ଭୂତାଣୁ। ଏକ କ୍ଷୁଦ୍ର ଡିଭାଇସ ଜରିଆରେ ବ୍ୟକ୍ତିଙ୍କ ଲାଳରୁ ଭୂତାଣୁ ଚିହ୍ନଟ ସମ୍ଭବ ହୋଇପାରିବ। ଏହି ଡିଭାଇସ ଉଦ୍ଭାବନ କରିଛନ୍ତି ଏମଆଇଟି ଓ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର କିଛି ଇଞ୍ଜିନିୟର। ଏହା ସହ ନୂଆ ଭାଇରସ ମ୍ୟୁଟାଣ୍ଟଗୁଡିକୁ ମଧ୍ୟ ସହଜରେ ଚିହ୍ନଟ କରାଯାଇପାରିବ ବୋଲି ଗବେଷକ କହିଛନ୍ତି।
  8. ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୯ କିସ୍ତି ଟଙ୍କା ସୋମବାର ଦେଶର ୯.୭୫କୋଟି କୃଷକଙ୍କୁ ପ୍ରଦାନ କରାଯାଇଛି ।
  9. ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱ୍ୱପୂର୍ଣ୍ଣ ନିଷ୍ପତ୍ତି : ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲ ପୁନରୁଦ୍ଧାର ଖୁବ୍‌ଶୀଘ୍ର ।
  10. ଇଂଲଣ୍ଡ କ୍ରିକେଟ ଅଧିନାୟକଙ୍କ ଚିତ୍ରକଳା ପ୍ରତିଯୋଗିତା ପାଇଁ ବାଣପୁର ଝିଅ ସମୀକ୍ଷାଙ୍କୁ ଆମନ୍ତ୍ରଣ: ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ।
  11. ସାମୁଦ୍ରିକ ସୁରକ୍ଷା ଉପରେ ଜାତିସଂଘ ବିତର୍କରେ ମତ ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ସାମୁଦ୍ରିକ ପଥ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରମୁଖ ମାଧ୍ୟମ, ସୁରକ୍ଷା ନେଇ ଦେଲେ ୫ ମନ୍ତ୍ର ।
  12. ଏଣିକି ଭାରତରେ ରହୁଥିବା ସମସ୍ତ ବିଦେଶୀ ନାଗରିକ ବି ନେଇପାରିବେ କୋଭିଡ ଟିକା। କୋ ୱିନ୍ ଆପ୍ ମାଧ୍ୟମରେ ପଞ୍ଜୀକରଣ କରି ଟିକା ନେଇପାରିବେ ବିଦେଶୀ ନାଗରିକ। 
  13. କଙ୍ଗାରୁ ଚିତ୍, ୬୨ ରନରେ ଅଲଆଉଟ୍, ବାଂଲାଦେଶଠୁ ୧-୪ରେ ହାରିଲା ସିରିଜ୍ ।
  14. ଚୀନକୁ ବଡ଼ ସନ୍ଦେଶ ଦେଲା ଭାରତ । ଲଦାଖ ସୀମାରେ ସେନାର ଶକ୍ତି ପ୍ରଦର୍ଶନ, ବାୟୁସେନା ଓ ସ୍ଥଳସେନାର ମିଳିତ ଯୁଦ୍ଧାଭ୍ୟାସରେ ସାମିଲ ହେଲା ଆପାଚେ ହେଲିକପ୍ଟର ସହ ଭୀଷ୍ମ ଟ୍ୟାଙ୍କ ।
  15. ବାଗଚୀଙ୍କ କ୍ୟାନସର ହସ୍ପିଟାଲ ଜମିକୁ ଷ୍ଟାମ୍ପ ଡ୍ୟୁଟି ଛାଡ଼ ସମେତ ୧୬ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ।
  16.  ଆସନ୍ତା ୨୦ ବର୍ଷ ମଧ୍ୟରେ ପୃଥିବୀର ହାରାହାରି ତାପମାତ୍ରା ଯେକୌଣସି ପରିସ୍ଥିତିରେ ବି ୧.୫ ଡିଗ୍ରି ସେଲ୍‌ସିୟସ ବଢ଼ିଯିବ। ଏଥିପାଇଁ ବିଶ୍ବରେ ଗ୍ରୀଷ୍ମ ପ୍ରଭାବ ବଢ଼ିଯିବ। ଅଧିକ ଦିନ ଗରମ ଏବଂ କମ୍‌ଦିନ ଶୀତ ଅନୁଭୂତ ହେବ। ସମୁଦ୍ର ପତନ ଦ୍ରୁତବେଗରେ ଉପରକୁ ଉଠିବ।ପ୍ରଥମ ଥର ପାଇଁ ବିଶ୍ବର ଅଞ୍ଚଳଭିତ୍ତିରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆଇପିସିସି ବିସ୍ତୃତ ଭାବେ ଆକଳନ କରିଛି। 
  17. ରାଜ୍ୟ ସରକାରଙ୍କ ଦ୍ବାରା ରାଉରକେଲାରେ ସମନ୍ବିତ ଇସ୍ପାତ କାରଖାନା, ଟାଉନସିପ୍‌ ଓ ଅନ୍ୟ ସହାୟକ ବ୍ୟବସ୍ଥାର ନିର୍ମାଣ ତଥା ମନ୍ଦିରା ଡ୍ୟାମ ପ୍ରକଳ୍ପ ପାଇଁ ପ୍ରାୟ ୨୦୯୮୩.୯୯ ଏକର ଜମି ଅଧିଗ୍ରହଣ କରାଯାଇଥିଲା।
  18. ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର କ୍ରିୟାନ୍ବୟନରେ ସାରା ଦେଶରୁ ୧୫୭୯ଟି ଅନିୟମିତତା ଅଭିଯୋଗ ହୋଇଛି। ସେଥି ମଧ୍ୟରୁ ଓଡ଼ିଶାର ୬୭ଟି ଅଭିଯୋଗ ରହିଛି।
  19. ୨୦୧୯-୨୦ରେ ସମୁଦାୟ ୩,୩୫୫ କୋଟି ଟଙ୍କା ମୂଲ୍ୟର ଇଲେକ୍ଟୋରାଲ୍‌ ବଣ୍ଡ୍‌ ବିକ୍ରି ହୋଇଥିଲା, ଯେଉଁଥିରୁ ବିଜେପିର ଆୟ ୨,୫୫୫ କୋଟି ଥିଲା। ଏହା ପୂର୍ବ ବର୍ଷ ପାଇଥିବା ୧,୪୫୦ କୋଟି ତୁଳନାରେ ୭୫ ପ୍ରତିଶତ ଅଧିକ।
  20. କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଓ ଭୂମିହୀନ କୃଷକ ପରିବାରଙ୍କ ସନ୍ତାନ୍ତ ସନ୍ତତିଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଆରମ୍ଭ ହୋଇଛି। ଏଥିପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.