• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୯୭ ମୃତ୍ୟୁ ରେକର୍ଡ କରାଯାଇଛି।
  2. ଦେଶର ବିଭିନ୍ନ ହାଇକୋର୍ଟରେ ୪୦ ପ୍ରତିଶତ ବିଚାରପତି ପଦବି ଖାଲି ଥିବାବେଳେ ନୂତନ ନିଯୁକ୍ତି ଦେବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ଅସ୍ବାଭାବିକ ବୋଲି ସୋମବାର ସୁପ୍ରିମ୍‌କୋର୍ଟ କହିଛନ୍ତି।
  3. ଆମେରିକା ସମର୍ଥିତ ଆଫଗାନ ବାୟୁସେନା ଗତ କାଲି ଦେଶର ବିଭିନ୍ନ ପ୍ରଦେଶରେ ତାଲିବାନମାନେ ଲୁଚି ରହିଥିବା ସ୍ଥାନ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ​​ଏଥିରେ ୧୦୦ ରୁ ଅଧିକ ତାଲିବାନୀ ନିପାତ ହୋଇଛନ୍ତି
  4. ବ୍ୟବସାୟ ପତ୍ରିକା ନିକ୍କେଇ ଏସିଆର ରିପୋର୍ଟ ଅନୁଯାୟୀ, ୨୦୨୦ ରେ ଟିକଟକ, ଫେସବୁକକୁ ଅତିକ୍ରମ କରି ଦୁନିଆର ସବୁଠାରୁ ଅଧିକ ଡାଉନଲୋଡ୍ ହୋଇଥିବା ଆପ୍ ହୋଇପାରିଛି।
  5. .ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ସ୍ବତନ୍ତ୍ର ‌ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଜାରି ରହିଥିବା ଆବେଦନ ପ୍ରକ୍ରିୟାର ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଆବେଦନର ଶେଷ ତାରିଖ ଅଗଷ୍ଟ ୧୦ ଧାର୍ଯ୍ୟ ହୋଇଥିଲା। ଏବେ ତାହାକୁ ୧୭ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନକାରୀ ଛାତ୍ରଛାତ୍ରୀ ୧୮ ତାରିଖ ସୁଦ୍ଧା ଫିଦାଖଲ କରିପାରିବେ।
  6. ପେଗାସସ ମାମଲାରେ ସରକାରଙ୍କୁ ବିରୋଧ କରୁଥିବା ବିରୋଧୀ ଓବିସି ବିଲକୁ କିନ୍ତୁ ସମର୍ଥନ କରିଛନ୍ତି । ଓବିସି ସଂଶୋଧନ ବିଲ୍‌ ଆଜି ଲୋକସଭାରେ ପାସ୍‌ ହୋଇଛି।
  7. ବିଜେପି, କଂଗ୍ରେସ ସହ ୮ ଗୋଟି ରାଜନୈତିକ ଦଳ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଜରିମାନା କରିଛନ୍ତି । ଏସବୁ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ସାର୍ବଜନୀନ କରିନଥିଲେ । ବିହାର ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ ନ କରିବା ମାମଲାରେ ସୁପ୍ରିମକୋର୍ଟ ୮ ଦଳକୁ ଆଦେଶ ଅବମାନନା ବିଚାର କରିଛନ୍ତି ।
  8. ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ, ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଥିବ ଅଥବା କୌଣସି ମାମଲାରେ ସେ ଅଭିଯୁକ୍ତ ଥିବେ । ତାହେଲେ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କ ବାବଦରେ ସମସ୍ତ ତଥ୍ୟ ଦେବେ ।
  9. ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୩୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। 
  10. ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତଙ୍କ ପାଇଁ ଶିକ୍ଷା ଯୋଗାଇବାରେ ଟେକ୍ନୋଲୋଜି ବ୍ୟବହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
  11. ମଦ ଦୋକାନରେ ଧାଡି ବାନ୍ଧୁଥିବା ଲୋକଙ୍କ ପାଇଁ କେରଳ ସରକାର ଏକ ନେଗେଟିଭ୍ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । 
  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା – ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି ।
  13. ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା ‘ଓଡ଼ିଶାୀ ସଙ୍ଗୀତ’କୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଆଜି ପରୋକ୍ଷରେ ମନା କରିଦେଇଛନ୍ତି ।
  14. ଓଡିଶାରେ ଏକାଥରେ ୧୧ହଜାର ୪୫୦ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ନିଷ୍ପତି କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 
  15. ଆସନ୍ତା ଅଲମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ ବୋଲି ଆଇସିସି ପକ୍ଷରୁ ସୂଚନା ମିଳିଛି । ସାରା ବିଶ୍ବରେ କ୍ରିକେଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ୨୦୨୮ ଓ ୨୦୩୨ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି ।
  16. ୩୭ ହଜାର କୋଟି ଖର୍ଚ୍ଚ ହେଲାଣି, ତଥାପି ଟାଟା କହୁଛି ନିମ୍ନମାନର କାମ । ଉତ୍ତମ ମାନର ବିଜୁଳି ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । 
  17. CBSE ପ୍ରକାଶ କଲା ଦଶମ, ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷା ଡେଟ୍‌ ସିଟ୍, ପରୀକ୍ଷା ଅଗଷ୍ଟ ୨୫ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ରେ ଶେଷ ହୋଇଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅଗଷ୍ଟ ୨୫ ରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ରେ ଶେଷ ହେବ ।
  18. ବଢ଼ିଲା ଯୁକ୍ତ ଦୁଇ ସିଟ୍ । ସାରା ରାଜ୍ୟରେ ପ୍ରାୟ ୫୫ ହଜାର ସିଟ୍ ବୃଦ୍ଧି କରାଯାଇଛି । ଫଳରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଏବେ ପାଖାପାଖି ୫ ଲକ୍ଷ ସିଟ୍ ଉପଲବ୍ଧ ହେବ । ଆସନ୍ତା ୧୨ ତାରିଖରୁ ଆଡମିଶନ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । 
  19. ମହାମାରୀ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂରୁ କି ଫାଇଦା ମିଳୁଛି, ତା’ ଉପରେ ଗବେଷଣା କରିବାକୁ ଡିସିଜିଆଇ ଅନୁମତି ଦେଇଛି ।
  20. କରୋନା କାଳରେ ବିକଳ୍ପ ପରୀକ୍ଷା ପଦ୍ଧତି ପାଇଁ ସର୍କୁଲାର ଜାରି କଲା ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୧-୨୨ ଶିକ୍ଷାବର୍ଷକୁ ଦୁଇଟି ଟର୍ମରେ କରାଗଲା ବିଭକ୍ତ, ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ଯୋଜନା କଲା ବୋର୍ଡ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.