• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରସ୍ଥ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ(ଆଇଟିସିଏମ) କ୍ଷେପଣାସ୍ତ୍ରକୁ ବୁଧୁବାର   ପୂର୍ବାହ୍ନ ୯ଟା ୫୩ ମିନିଟ ସମୟରେ ପରୀକ୍ଷା ପାଇଁ ଉତକ୍ଷେପଣ କରାଯାଇଛି।ପରୀକ୍ଷା ସମୟରେ ସ୍ବତନ୍ତ୍ର ଭାବେ ଲଗାଯାଇଥିବା ରାଡାର ମାଧ୍ୟମରେ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ତର୍ଜମା କରୁଛନ୍ତି।
  2.  ଟୋକିଓରେ ଇତିହାସ ରଚି ଓଡ଼ିଶା ଫେରିଥିବା ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଟିମର ଓଡ଼ିଆ ଖେଳାଳୀଙ୍କୁ ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦୁଇ ମହିଳା ଖେଳାଳି ଦିପ୍ ଗ୍ରେସ ଓ ନମିତା ଟୋପେଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିବା ବେଳେ ପୁରୁଷ ହକି ଟିମର ସଦସ୍ୟ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ଅଢେଇ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।
  3.  ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ନାଇଡ଼ୁ ଗତକାଲିର ଘଟଣାରେ ଉଦବେଗ ପ୍ରକାଶ କରିବା ସମୟରେ ଭାବପ୍ରବଣ ହୋଇଯାଇଥିଲେ। କହିଥିଲେ, ଗୃହର ପବିତ୍ରତାକୁ ଯେଉଁଭଳି ଭାବେ ନଷ୍ଟ କରାଯାଉଛି ସେଥିରେ ମୁଁ ଖୁବ୍‌ ଦୁଃଖିତ। ଏଭଳି ଘଟଣାରେ ଦୁଃଖ ପ୍ରକାଶ କରିବାପାଇଁ କିମ୍ବା ନିନ୍ଦା କରିବାପାଇଁ ତାଙ୍କ ପାଖରେ କିଛି ଭାଷା ନାହିଁ।
  4. ୨୦୧୮ ମସିହାରେ ତତ୍କାଳୀନ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଅଦାଲତ ଅପରାଧମୁକ୍ତ କରିଛନ୍ତି।
  5. ବେଙ୍ଗାଲୁରୁ ଆସିଲା ଚିନ୍ତା ବଢାଇଲା ଭଳି ଖବର । ୫ଦିନରେ ୨୫୦ ଛୋଟ ପିଲା କରୋନାରେ ଆକ୍ରାନ୍ତ । ତୃତୀୟ ଲହର ନେଇ ବଢିଲା ଆଶଙ୍କା ।
  6.   ଆଫଗାନିସ୍ତାନରେ ମାଡି ଚାଲିଛି ତାଲିବାନ । ଆମେରିକା ଗୁଇନ୍ଦା ସଂସ୍ଥାର ଚେତାବନୀ । ଆଗାମୀ ୯୦ ଦିନ ମଧ୍ୟରେ କାବୁଲ ଉପରେ କବଜା କରିପାରେ ତାଲିବାନ ।
  7.  କୋଭାକ୍ସିନ ଓ ନାଜାଲ ସ୍ପ୍ରେ ମିଶ୍ରଣ ଉପରେ ଅଧ୍ୟୟନ ଲାଗି ଭାରତ ବାୟୋଟେକକୁ ଅନୁମତି । କୋଭାକ୍ସିନ ଓ ନାଜାଲ ସ୍ପ୍ରେ ମିଶ୍ରଣ ଉପରେ ଅଧ୍ୟୟନ ଲାଗି ଭାରତ ବାୟୋଟେକକୁ ଅନୁମତି  ।
  8. ଦେଶଦ୍ରୋହ ମାମଲାରେ କଙ୍ଗନାଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି: ସେପ୍ଟେମ୍ବର ୧୩ରେ ପରବର୍ତ୍ତୀ ଶୁଣାଣି ।
  9. ଶେଷ ହେଲା ମୌସୁମୀ ଅଧିବେଶନ ; ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ । ଦୁଇ ଦିନ ପୂର୍ବରୁ ଉଭୟ ଗୃହ ମୁଲତବୀ। ଦୁଇ ଦିନ ପୂର୍ବରୁ ଉଭୟ ଗୃହ ମୁଲତବୀ
  10. ରାଜ୍ୟସଭାରେ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍‌ ପାସ୍‌, ବିଲ୍‌ରେ ରାଜ୍ୟଗୁଡ଼ିକୁ ଦିଆଯାଇଛି ଓବିସି, ଏସଇବିସି ତାଲିକା ପ୍ରସ୍ତୁତିର କ୍ଷମତା। ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ପଛୁଆ ବର୍ଗ ସଂରକ୍ଷଣ ସଂଶୋଧନ ବିଧେୟକ, ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା ।
  11. ଏଟିଏମ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନଗଦ ଟଙ୍କା ମହଜୁଦ ରଖିବାକୁ  ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶ ।
  12.  ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରିଆଜି ଓ ୧୩ ତାରିଖ : ସେବକ ପରିବାର ସଦସ୍ୟଙ୍କୁ ଦର୍ଶନ ସୁଯୋଗ । ।୧୬ ରୁ ୨୦ ତାରିଖ ପୁରୀ ସହରବାସୀଙ୍କୁ ଦର୍ଶନ ଅନୁମତି ୨୩ ରୁ ଅନ୍ୟ ସମସ୍ତଙ୍କୁ ଦର୍ଶନ ସୁଯୋଗ  ।
  13.  ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୦୩ର ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି । ଜିଏସଏଲଭି ରକେଟ୍ ମାଧ୍ୟମରେ ଏହାକୁ କକ୍ଷପଥରେ ସ୍ଥାପନ କରାଯିବ ।
  14. ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କ ପରିଚୟ ପ୍ରଘଟ କରି ରାହୁଲ ଗାନ୍ଧି ଟ୍ବିଟର ନିୟମାବଳୀର ଉଲ୍ଲଙ୍ଘନ କରିଛନ୍ତି ବୋଲି ଏହି ସୋସିଆଲ ମିଡିଆ କମ୍ପାନି ପକ୍ଷରୁ କୁହାଯାଇଛି ।
  15. ଆମେରିକା ସମର୍ଥିତ ଆଫଗାନ ବାୟୁସେନା ଗତ କାଲି ଦେଶର ବିଭିନ୍ନ ପ୍ରଦେଶରେ ତାଲିବାନମାନେ ଲୁଚି ରହିଥିବା ସ୍ଥାନ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ଏଥିରେ ୧୦୦ ରୁ ଅଧିକ ତାଲିବାନୀ ନିପାତ ହୋଇଛନ୍ତି।
  16.  ବିଶ୍ବରେ ଓଡ଼ିଶା ଷଷ୍ଠ ସାମୁଦ୍ରିକ ବାତ୍ୟା ପ୍ରବଣ ରାଜ୍ୟ। ଦେଶରେ ସମୁଦାୟ ଉପକୂଳର ପ୍ରାୟ ୧୭ ପ୍ରତିଶତ ଓଡ଼ିଶାରେ ଥିଲେ ହେଁ, ରାଜ୍ୟ କିନ୍ତୁ ୩୫ ପ୍ରତିଶତ ବାତ୍ୟା ଓ ଜୁଆରର ସମ୍ମୁଖୀନ ହେଉଛି। ଗତ ୧୦ବର୍ଷରେ ୭ଟି ପ୍ରବଳରୁ ଅତି ପ୍ରବଳ ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିଛି। ଏସବୁ ବାତ୍ୟା ସମୟରେ ପ୍ରାୟ ୩.୫ ମିଟରରୁ ୪.୫ ମିଟର ସାମୁଦ୍ରିକ ଜୁଆର ଆସିଛି।
  17. ଭାରତ ସ୍ୱାଧୀନତାର ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ହାଇଦ୍ରାବାଦସ୍ଥିତ କଳାମିତ୍ର ଫାଉଣ୍ଡେସନ ତରଫରୁ ଭର୍ଚୁଆଲ୍ ଚିତ୍ରକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାର ପ୍ରଖ୍ୟାତ ବର୍ଷୀୟାନ ଚିତ୍ରଶିଳ୍ପୀ ତୁନେନ୍ଦ୍ର କୁମାର ପଟ୍ଟନାୟକ, ଗୁଜରାଟର ବର୍ଷୀୟାନ ଚିତ୍ରଶିଳ୍ପୀ ଡ. ଉଷା ଆର. ପାଠକ, ଚେନ୍ନାଇର ଡି. ଭେଙ୍କଟପତି, ହାଇଦ୍ରାବାଦର ବଇରୁ ରଘୁରାମଙ୍କୁ ‘ଜୀବନବ୍ୟାପି କଳାସାଧନା ପୁରସ୍କାର’ ପ୍ରଦାନ କରାଯାଇଥିଲା।
  18.  ଗତ ୨୪ ଘଣ୍ଟା ମଧ୍ୟରେ (ବୁଧବାର) ୧୧୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୧୧୮୨ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୬୪୬ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୪୬୧ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।
  19.  ଇ-କମର୍ସ ଜ୍ୟାଣ୍ଟ ଆମାଜନ୍‌ ଏବଂ ଇନଫୋସିସ୍‌ର ସହ ପ୍ରତିଷ୍ଠାତା ଏନ.ଆର. ନାରାୟଣ ମୂର୍ତ୍ତିଙ୍କ ‘କ୍ୟାଟାମାରନ୍‌ ବେଞ୍ଚର୍ସ’ର ସହଭାଗିତା ଶେଷ ହେବାକୁ ଯାଉଛି। ଏନେଇ ସୋମବାର ଦୁଇ କମ୍ପାନୀ ପକ୍ଷରୁ ମିଳିତ ଭାବେ ଘୋଷଣା କରାଯାଇଛି।
  20.  ଟ୍ୟାକ୍ସେସନ ଲ( ସଂଶୋଧନ) ବିଧେୟକ ୨୦୨୧କୁ ରାଜ୍ୟସଭାର ମଞ୍ଜୁରି ମିଳିଯାଇଛି। ସଂଶୋଧିତ ବିଧେୟକରେ ୨୮ ମେ ୨୦୧୨ ପୂର୍ବରୁ ଭାରତୀୟ ସମ୍ପତ୍ତିର ଇନଡାଇରେକ୍ଟ ଟ୍ରାନ୍ସଫର ଉପରେ ଲାଗୁ ସମସ୍ତ ରେଟ୍ରୋସ୍ପେକ୍ଟିଭ ଟ୍ୟାକ୍ସ ସମାପ୍ତ କରିବା ଲାଗି ପ୍ରାବଧାନ ରହିଛି। ଏହି ବିଧେୟକ ଆଇନରେ ପରିଣତ ହେଲେ କେୟର୍ଣ୍ଣ ଓ ଭୋଡାଫୋନ ଭଳି କମ୍ପାନୀଙ୍କୁ କରାଯାଇଥିବା ଟ୍ୟାକ୍ସ ଡିମାଣ୍ଡ ପ୍ରତ୍ୟାହାର  ହେବ।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.