• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ସରକାରଙ୍କ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରମ ଆୱାର୍ଡରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କ ତଥ୍ୟ ପ୍ରକାଶ ପାଇଛି । ସମୁଦାୟ ୬୯ ଜଣ ବ୍ୟକ୍ତି ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ପବ୍ଲିକ୍‌ କମ୍ପାନୀ ଏବଂ ରାଜ୍ୟ ସରକାର ଓ ବେସରକାରୀ ଅନୁଷ୍ଠାନରେ କାମ କରୁଥିବା ୫୦୦ ବ୍ୟକ୍ତିଙ୍କ ନାମକୁ ସୁପାରିଶ୍ କରାଯାଇଥିଲା ।
  2. ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରମ ଆୱାର୍ଡରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କ ତଥ୍ୟ ପ୍ରକାଶ ପାଇଛି ।  ଓଡ଼ିଶାରୁ ମୋଟ ୧୫ ଜଣ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ବେଳେ ୬ ଜଣ କେବଳ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର କର୍ମଚାରୀ ହୋଇଥିବା ଜଣାପଡ଼ିଛି ।  ୬ ଜଣ ଶ୍ରମ ଭୂଷଣ ପାଇବାକୁ ଥିବା ବେଳେ ୬ ଜଣ ଶ୍ରମବୀର ଏବଂ ୩ ଜଣଙ୍କୁ ଶ୍ରମ ଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି
  3. ଓଡ଼ିଶାର ୪ ପୋଲିସ ଅଧିକାରୀଙ୍କୁ  ମିଳିବ ଉତ୍କର୍ଷ ସେବା ପଦକ । ରାଜ୍ୟର ୨ ଇନସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ ଦେବେନ୍ଦ୍ର ବିଶ୍ୱାଳ ଓ ୨ସବ୍ ଇନ୍ସପେକ୍ଟର ତୃପ୍ତିରଞ୍ଜନ ନାୟକ ଓ ଶ୍ରୀକାନ୍ତ ସାହୁଙ୍କୁ ମିଳିବ ଉତ୍କର୍ଷ ସେବା ପଦକ ।
  4. ରାଜସ୍ଥାନ  ସରକାର  ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ନବମରୁ ଦ୍ବାଦଶ ଶ୍ରେଣୀ  ଯାଏଁ ଖୋଲିବ ଏବଂ ପାଠ ପଢ଼ା ଆରମ୍ଭ ହେବ। ଏନେଇ ରାଜସ୍ଥାନର ଅଶୋକ ଗେହଲଟଙ୍କ ସରକାର ଅନୁମତି ଦେଇଥିବା ଜଣାପଡ଼ିଛି।
  5. ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା ଏହାର ପରୀକ୍ଷା କରାଯିବ ବୋଲି ନୀତି ଆୟୋଗ ସ୍ୱାସ୍ଥ୍ୟ ବିଭାଗ ସଦସ୍ୟ ଡାକ୍ତର ଭି.କେ. ପଲ ସୂଚନା ଦେଇଛନ୍ତି।
  6. ଫେଲ ମାରିଲା ଜିସାଟ୍‌-୧ । ଯାହାଫଳରେ ଅଧାରେ ଅଟକିଲା ମିଶନ ଆଇ ଇନ୍ ସ୍କାଏ । କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ଯୋଗୁଁ ମିଶନ ଫେଲ୍ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କି ଶିବନ ସୂଚନା ଦେଇଛନ୍ତି ।
  7. ସ୍ୱାଧୀନତାର ୭୫ତମ ବାର୍ଷିକ ଅବସରରେ ଉତ୍ତରପ୍ରଦେଶ କଂଗ୍ରେସ ‘ଜୟ ଭାରତ ମହାସମ୍ପର୍କ ଅଭିଯାନ’ ଆରମ୍ଭ କରିବାକୁ ଯାଉଛି।
  8. ୟୁନିଟ୍‌ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଠାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା ଅର୍ବାନ ପୋଲିସ୍‌ ଆକ୍ଟ ୨୦୦୩ ଧାରା ୨୮ ଅନୁସାରେ ସର୍ବସାଧାରଣଙ୍କ ଯାତାୟତ ଏବଂ ଦିବସର ସୁରକ୍ଷାକୁ ଦୃଷ୍ଟିରେ ରଖି  କିଛି କଟକଣା ଲାଗୁ କରାଯାଇଛି ।
  9. ଦିଗପହଣ୍ଡିରେ ୪କୋଟି ୫୬ ଲକ୍ଷ ଅଟକଳ ମୂଲ୍ୟରେ ନବ ନିର୍ମିତ ବସ ଟରମିନାଲ ଓ ୩ କୋଟି ୨୮ ଲକ୍ଷ ବ୍ୟୟରେ ନିର୍ମିତ କପା ଜିନିଙ୍ଗ ମିଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି ।
  10. ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା (ଇଏନ୍‌ଟି) ତଥା ମୁଣ୍ଡ ଓ ବେକ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ ୨୦୨୧ ନିମନ୍ତେ ଗ୍ଲୋବାଲ୍‌ ଟିଚିଂ ଏକ୍ସିଲେନ୍ସ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
  11. ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ  ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି।
  12. ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି। ୧୦ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ। ମୁକ୍ତିମଣ୍ଡପକୁ ପ୍ରତିନିଧିତ୍ବ କରିବେ ଅଶୋକ ମହାପାତ୍ର।
  13. ୯୦.୨୭ କୋଟି ବ୍ୟୟରେ ନିର୍ମାଣ ହେବ ବରଗଡ଼ କ୍ୟାନସର ହସ୍ପିଟାଲ ।
  14. ରାଜ୍ୟରେ ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର। ୩ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ମାମଲା ଦାଏର।
  15. ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ କରିଛି ମହାକାଶଯାନ ଚନ୍ଦ୍ରାୟନ-୨ର ଆର୍ବିଟର। ୨୦୧୯ରେ ଚନ୍ଦ୍ରକୁ ଯାଇଥିବା ଚନ୍ଦ୍ରାୟନ ୨ର ଅର୍ବିଟରରୁ ସୂଚନା।
  16. ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ, ଭାରତ ୨୭୬/୩ ।ଷ୍ଟମ୍ପ ଅପସାରଣ ବେଳକୁ ୧୨ଟି ଚୌକା ଓ ଗୋଟିଏ ଛକା ସହ ରାହୁଲ ୧୨୭ ଓ ରାହାନେ ୧ ରନ୍ କରି ଅପରାଜିତଜି ଅଛନ୍ତି।
  17. ଦୁଇ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍‌ରୁ ଦୂରେଇ ରହିଥିବା ରାହୁଲ ଲର୍ଡସର ଐତିହାସିକ ମୈଦାନରେ ନିଜ କ୍ୟାରିୟରର ଷଷ୍ଠ ଶତକ ଲଗାଇଛନ୍ତି । ଗତ ୩୧ ବର୍ଷ ମଧ୍ୟରେ କେଏଲ ରାହୁଲ ଏକମାତ୍ର ଭାରତୀୟ କ୍ରିକେଟର ଯିଏକି ଲର୍ଡସ୍‌ରେ ଶତକ ମାରିଛନ୍ତି ।
  18. ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ। କଳା ସହିତ ଧନ୍ଦା ମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ହେବ ବୋଲି ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । କଳା ଓ ଧନ୍ଦାମୂଳକ ବିଭାଗରେ ରାଜ୍ୟର ମୋଟ ୨ ଲକ୍ଷ ୨୧ ହଜାର ୮୬୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
  19. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ୨ ହଜାର ୩୦ଟି କନିଷ୍ଠ ମହାବିଦ୍ୟାଳୟରେ ନାମଲେଖାଇବା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ ଟା ରୁ ସାମ୍ସ ଓଡ଼ିଶା ପୋର୍ଟାଲରେ ଆବେଦନ ପତ୍ର ଉପଲବ୍ଧ ହୋଇଛି।
  20. ଇସ୍ରୋର ଚନ୍ଦ୍ରଯାନ-୨ ଅଭିଯାନ ବିଫଳ ହୋଇଥିବାବେଳେ ଏହାର ଅର୍ବିଟର ଏବେ ମଧ୍ୟ ଚନ୍ଦ୍ର କକ୍ଷପଥରେ କାର୍ଯ୍ୟ କରୁଛି। ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠରେ ଜଳ ଅଣୁ (ଏଚ୍‌୨ଓ) ଓ ହାଇଡ୍ରୋକ୍ସିଲ (ଓଏଚ୍‌)କୁ ଠାବ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.