• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଦ୍ୟତନ ଅନୁଯାୟୀ ଭାରତ ଗତ 24 ଘଣ୍ଟା ମଧ୍ୟରେ 40,120 ନୂତନ COVID-19 ମାମଲା ଏବଂ 585 ଜଣଙ୍କ ମୃତ୍ୟୁ ରିପୋର୍ଟ କରିଛି। ଭାରତର ସକ୍ରିୟ କ୍ୟାସେଲୋଡ୍ ବର୍ତ୍ତମାନ 3,85,227 ଅଟେ, ଯାହା ମୋଟ ମାମଲାର 1.20% ଅଟେ  |
  2. ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
  3. ୩୪ଟି ମଧ୍ୟରୁ ୧୮ଟି ପ୍ରଦେଶକୁ ନିଜ ଦଖଲକୁ ନେଇସାରିଛି ତାଲିବାନ। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲକୁ ନେବାକୁ ଆଉ ୯୦ଦିନ ସମୟ ଲାଗିବ ବୋଲି କୁହାଯାଉଥିବା ବେଳେ ଆଉ ମାତ୍ର ଗୋଟେ ଦିନ ମଧ୍ୟରେ ତାଲିବାନ ତାହା କରିଦେଖାଇବ ବୋଲି ‌ଜଣାପଡ଼ିଲାଣି ।
  4. ଭାରତରେ ତିଆରି ହେଉଥିବା ରୁଷୀୟ ସ୍ପୁଟ୍‌ନିକ୍ ଲାଇଟ୍ ଟିକା ଆସନ୍ତା ମାସରେ ଲଞ୍ଚ୍‌ ହେବ। ଏହି ଟିକା ହେଉଛି ଏକ ଡୋଜ୍-ବିଶିଷ୍ଟ। ଏହାର ଦାମ୍ ୭୫୦ ଟଙ୍କା ରହିବ ବୋଲି ଆଶା କରାଯାଉଛି। ପାନାସିଆ ବାୟୋଟେକ୍ ରୁଷିଆର ସ୍ପୁଟ୍‌ନିକ୍ ଭି ଟିକା ଭାରତରେ ଲଞ୍ଚ୍‌ କରିବା ପାଇଁ ରସିଆନ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍ (ଆର୍‌ଡିଆଇଏଫ୍‌)ର ଅଂଶୀଦାର ହୋଇଛି ।
  5. ସର୍ବା‌ଧିକ ସଂକ୍ରାମକ ଡେଲ୍‌ଟା ପ୍ରଜାତି ପାଇଁ ଆମେରିକାରେ ଭୟଙ୍କର ସ୍ଥିତି ଉପୁଜିଛି। ଆମେରିକାରେ ଦୈନିକ ସଂକ୍ରମଣ ମାମଲା ‌ଏବେ ୧୦ ଦିନ ହେଲା ୧ ଲକ୍ଷରୁ ଅଧିକ ରହୁଥିବାରୁ ସ୍ବାସ୍ଥ୍ୟସେବାରେ ସଙ୍କଟ ଦେଖାଦେଇଛି।
  6. ଭାରତର ସର୍ବବୃହତ ସମ୍ବାଦ ପ୍ରସାରଣକାରୀ ସଂସ୍ଥା 'ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଆସୋସିଏସନ୍' (NBA) ଏହାର ନାମକୁ 'ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଏବଂ ଡିଜିଟାଲ୍ ଆସୋସିଏସନ୍' (NBDA) ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି |
  7. ରାଜ୍ୟର ବୁଣାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ରେ କଂକ୍ରିଟ ହୋଇ ନ ଥିବା ୧୫,୦୦୦ ଲୁମ୍ ପିଟ୍‌କୁ ପର୍ଯ୍ୟାୟକ୍ରମେ ଆସନ୍ତା ତିନି ବର୍ଷରେ କଂକ୍ରିଟ କରାଯିବ। ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ। ପ୍ରତି ତନ୍ତ ବସିବା ସ୍ଥଳ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। 
  8. ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭ % ଓବିସି ପ୍ରାର୍ଥୀ ଦେବ ବିଜେଡ଼ି, ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା ।
  9. ପ୍ରଧାନମନ୍ତ୍ରୀ ମୋଦୀ ଆଣିଲେ ଯାନବାହାନ ସ୍କ୍ରାପେଜ୍ ନୀତି । ଏଣିକି ରାସ୍ତାରେ ଗଡିବନି ପୁରୁଣା ଓ ପ୍ରଦୂଷଣକାରୀ ଗାଡି। ପ୍ରଧାନମନ୍ତ୍ରୀ ମୋଦୀ ଆଣିଲେ ଯାନବାହାନ ସ୍କ୍ରାପେଜ୍ ନୀତି । ଏଣିକି ରାସ୍ତାରେ ଗଡିବନି ପୁରୁଣା ଓ ପ୍ରଦୂଷଣକାରୀ ଗାଡି ।
  10. ସ୍ବାଧୀନତା ଦିବସ ପୂର୍ବରୁ ଲାଲ୍‌ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ଲାଗିଛି ଆଣ୍ଟି ଡ୍ରୋନ୍‌ ସିଷ୍ଟମ, ୨୪ ଘଣ୍ଟା ନଜର ରଖିବ ୩୫୦ କ୍ୟାମେରା ।
  11. ପ୍ରଥମ ନାଜାଲ ଭ୍ୟାକସିନର ପରୀକ୍ଷା ପାଇଁ ଗ୍ରୀନ ସିଗନାଲ। ଭାରତ ବାୟୋଟେକ ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ମିଳିଲା ଗ୍ରୀନ ସିଗନାଲ। ପ୍ରଥମ ନାଜାଲ ଭ୍ୟାକସିନକୁ ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ।
  12. ତୃତୀୟ ଲହରକୁ ମୁକାବିଲା ପାଇଁ ସପ୍ତାହକ ମଧ୍ୟରେ ଗଠନ ହେବ ଟାସ୍କଫୋର୍ସ। ଟାସ୍କଫୋର୍ସର ଅଧ୍ୟକ୍ଷତା କରିବେ ଜିଲାପାଳ। ସିଡିଏମଓ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ,  ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ, ଆନେସ୍ଥେସିଆ ସ୍ପେଶାଲିଷ୍ଟ ସଦସ୍ୟ ରହିବେ
  13. ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ପରୀକ୍ଷା ସେପ୍ଟେମ୍ୱର ୧୮ ତାରିଖ ଯାଏ ଚାଲିବ।
  14. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗଷ୍ଟ ୧୬କୁ ‘ଖେଲା ହବେ’ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛନ୍ତି। 
  15. ମିକ୍ସଡ୍‌ ଡୋଜ୍‌କୁ ନେଇ ମିଶ୍ରିତ ପ୍ରତିକ୍ରିୟା: ICMRର ହଁ, ନାହିଁ କରୁଛନ୍ତି ପୁନାଓ୍ବାଲା ।
  16. ମହାନଗର ନିଗମ ମେୟର ଓ ପୌରପାଳିକା/ଏନ୍‌ଏସି ଅଧ୍ୟକ୍ଷ ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି। ସେମାନଙ୍କୁ ଭୋଟର୍‌ମାନେ ସିଧାସଳଖ ନିର୍ବାଚିତ କରିବେ।
  17. ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ବିପିନ ପ୍ରଧାନଙ୍କୁ ‘ସୂରଜ’ ପୁରସ୍କାର ପ୍ରଦାନ କରିଛନ୍ତି।
  18.  ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସର ଅଧୀଶ୍ଵର ପ୍ରଭୁ ଚଦ୍ରଶେଖର ଜୀଉ ସୁନାରେ ଝଟକିଲେ । ଶୁକ୍ରବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ପଭୁ ଚନ୍ଦ୍ରଶେଖର ଜୀଉଙ୍କ ପାଖରେ  ସୁନାରେ ତିଆରି ପଞ୍ଚବକ୍ରୀ ମୁକୁଟ ଲାଗିକରାଯାଇଛି । ପ୍ରାୟ ଦୁଇ କେଜି ଓଜନ ସୁନାରେ ନିର୍ମିତ ପଞ୍ଚବକ୍ରୀ ମୁକୁଟ ଓ ସୁନା ପ୍ରଲେପ ରୁପା ନାଗ ଲାଗି କରାଯାଇଛି ।
  19.  ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ସେପ୍ଟେମ୍ବର ୬ ତାରିଖରେ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ।
  20. ଆଥ୍‌ଲେଟ ଦୂତି ଚାନ୍ଦଙ୍କ ବିରୁଦ୍ଧ​ରେ କାର୍ଯ୍ୟାନୁଷ୍ଠାନ ନେବାକୁ  ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ଗଣମାଧ୍ୟମ ସଂସ୍ଥାକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.