• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସିଜେଆଇ ରମଣା କହିଛନ୍ତି, ଆଇନ ପ୍ରଣୟନ କରୁଥିବାବେଳେ ସଂସଦରେ ଉପଯୁକ୍ତ ବିତର୍କର ଅଭାବ ଦେଖାଦେଇଛି। ସଂସଦ କାର୍ଯ୍ୟକାରୀ ବେଳେ ଉପୁଜୁଥିବା ହଙ୍ଗାମାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
  2. ସ୍ୱାଧୀନତା ଦିବସ ଅବସରରେ ଆଜି ଛତିଶଗଡରେ ୪ଟି ନୂଆ ଜିଲ୍ଲା ଓ ୧୮ ଟି ତହସିଲ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ ।
  3. ଗତ 24 ଘଣ୍ଟା ମଧ୍ୟରେ ଭାରତ 36,083 ନୂତନ COVID-19 ମାମଲା ରିପୋର୍ଟ କରିଛି, ଯାହା ଦୈନିକ  ସକରାତ୍ମକ ହାରକୁ 1.88 ପ୍ରତିଶତକୁ ନେଇଛି ବୋଲି ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି।
  4. ବିଳମ୍ବିତ ରାତିରେ ଫେସବୁକ ପୋଷ୍ଟ ଜରିଆରେ ସେ ଦେଶରୁ ପଳାୟନ କରିବାର କାରଣ ଦର୍ଶାଇଛନ୍ତି। ସେ ଆଫଗାନିସ୍ତାନ ଛାଡିବା ପରେ ନିଜର ପ୍ରଥମ ମନ୍ତବ୍ୟରେ କହିଛନ୍ତି ଯେ ଆଜିଠାରୁ ଆଫଗାନିସ୍ତାନ ଲୋକଙ୍କ ସମ୍ମାନ, ଧନ ଏବଂ ସୁରକ୍ଷା ପାଇଁ ତାଲିବାନ ଦାୟୀ ରହିବ।
  5. ଆଗାମୀ ପୌର ପରିଷଦ ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି । ଏଥର ଏହି ନିର୍ବାଚନ ପ୍ରତ୍ୟକ୍ଷ ହେବ ଓ ପୌରାଞ୍ଚଳର ଅଧ୍ୟକ୍ଷଙ୍କୁ ସିଧାସଳଖ ଭୋଟ ଦେଇ ନିର୍ବାଚନ କରିବେ । 
  6. ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡି ପଳାଇଥିବା ରାଷ୍ଟ୍ରପତି ଅଶରଫ ଘନି ବିଳମ୍ବିତ ରାତିରେ ଫେସବୁକରେ ପୋଷ୍ଟ କରି ନିଜ ଦେଶ ଛାଡିବାର କାରଣ ସ୍ପଷ୍ଟ କରିଛନ୍ତି । 
  7. ଆଜି ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୪୦ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୨୮ ଜଣ ସୁସ୍ଥ ହୋଇଛନ୍ତି । ତେବେଗ୍ରାମାଞ୍ଚଳର ମୋଟ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୩୦୦ ଡେଇଁଛି । 
  8. ବାଣିଜ୍ୟିକ ଉଡାଣ ପାଇଁ କାବୁଲ ବିମାନବନ୍ଦର ବନ୍ଦ ।
  9. ତାଲିବାନ ନେତା ମୁଲ୍ଲା ଅବଦୁଲ ଘାନି ବାରାଦାର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ଘୋଷିତ ।
  10. ମେଘାଳୟରେ ହିଂସା: ଗୃହ ମନ୍ତ୍ରୀଙ୍କ ଇସ୍ତଫା, ଶିଲଂରେ ଲାଗିଲା କର୍ଫ୍ୟୁ, ଇଣ୍ଟରନେଟ୍ ସେବା ବନ୍ଦ ।
  11. ବ୍ୟାଟସମ୍ୟାନଙ୍କ ନୈରାଶ୍ୟ ବ୍ୟାଟିଂ, ୧୫୪ ରନ ଆଗରେ ଭାରତ, ଇଂଲଣ୍ଡର ପଲ୍ଲା ଭାରି ।
  12. ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ସ୍ୱାଧୀନତା ଦିବସ ଉତ୍ସବରେ ଓଡ଼ିଶାରୁ ୧୦ ଜଣ ଦେଲେ ଯୋଗ ।
  13. କାନାଡାରେ ମଧ୍ୟବର୍ତ୍ତୀ ନିର୍ବାଚନ ଚଳିତ ବର୍ଷ  ୨୦ ସେପ୍ଟେମ୍ବରରେ ହେବ । ଏନେଇ ରବିବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଏହା ପୂର୍ବରୁ ଟ୍ରୁଡୋ ଗଭର୍ଣ୍ଣର ଜେନେରାଲ ସାଇମନ୍‌ଙ୍କୁ ଭେଟି ସଂସଦ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ। ଏହାକୁ ସେ ସ୍ବୀକାର କରିନେଇଛନ୍ତି ।
  14. ଦିନକରେ ରାଜ୍ୟର ୧୩୮ ଶିଶୁ କୋଭିଡ୍ ପଜିଟିଭ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ ୧୦୫୮ ଆକ୍ରାନ୍ତଙ୍କ ଭିତରୁ ଏ ବର୍ଗଙ୍କ ସଂଖ୍ୟା ୧୩ ପ୍ରତିଶତ ।
  15. ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ବଳୟ ସୃଷ୍ଟି ହୋଇଛି । ଏହା ୧୭ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରବିବାର ପୂର୍ବାନୁମାନ କରାଯାଇଛି ।
  16. ଦଶ ବର୍ଷ ପୁରୁଣା ଡିଜେଲ୍ ଇଂଜିନ୍ ଗାଡି ଗୁଡିକର ପଞ୍ଜୀକରଣ ରଦ୍ଧ କରିବା ଆଦେଶରେ ସଂଶୋଧନ ହେବନାହିଁ ।
  17. କୋଟିଆରୁ ଆନ୍ଧ୍ରକୁ ଓଡିଶା ପ୍ରଶାସନର ବାର୍ତ୍ତା । ସବୁ ଗାଁରେ ଉଡାଇଲେ ତ୍ରିରଙ୍ଗା , ମାରିଲେ ଓଡିଆ ଫଳକ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସର୍ବଦଳୀୟ ପ୍ରତିନିଧି ଦଳ ।
  18. ନୂଆ ରୂପରେ ଆସିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ୯୬ ଲକ୍ଷ ପରିବାର ପାଇଁ ସ୍ମାର୍ଟ ହେଲଥ କାର୍ଡ ଘୋଷଣା କଲେ ନବୀନ ।
  19. ଲାଲକିଲ୍ଳାରୁ ମୋଦୀଙ୍କ ବଡ ଘୋଷଣା । ଏବେ ସୈନିକ ସ୍କୁଲରେ ଆଡମିସନ ନେଇ ପାରିବେ ଝିଅ । କ୍ରୀଡାକୁ ପାଠ୍ୟକ୍ରମରେ କରାଯିବ ସାମିଲ ।
  20. ବ୍ୟାଟସମ୍ୟାନଙ୍କ ନୈରାଶ୍ୟ ବ୍ୟାଟିଂ, ୧୫୪ ରନ ଆଗରେ ଭାରତ, ଇଂଲଣ୍ଡର ପଲ୍ଲା ଭାରି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.