• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ତାଲିବାନ ଯୋଗୁଁ ବିଶ୍ବରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌। ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନ ଯେମିତି ପୁନର୍ବାର ଆତଙ୍କବାଦର ପେଣ୍ଠ ନ ପାଲଟେ ସେଥିପାଇଁ ବିଶ୍ବର ସମସ୍ତ ରାଷ୍ଟ୍ର ମିଳିତ ଭାବେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
  2. ଗତ ୨୪ ଘଣ୍ଟା ମଧ୍ୟରେ ୭୨୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
  3. ସର୍ବଶେଷ ସ୍ୱାସ୍ଥ୍ୟ ଅଦ୍ୟତନ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 417 ଜଣଙ୍କ ମୃତ୍ୟୁ ବ୍ୟତୀତ ସୋମବାର ଦିନ ଭାରତ 32,937 ନୂତନ COVID-19 ମାମଲା ରିପୋର୍ଟ କରିଛି। ଦେଶର ସକ୍ରିୟ କ୍ୟାସେଲୋଡ୍ ବର୍ତ୍ତମାନ 3,81,947 ଅଟେ, ଯାହାକି 145 ଦିନ ମଧ୍ୟରେ ସର୍ବନିମ୍ନ ଅଟେ | ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର 1.18% ଅଟେ, ମାର୍ଚ୍ଚ 2020 ଠାରୁ ସର୍ବନିମ୍ନ |
  4. ଆଫାଗାନିସ୍ତାନକୁ କଠିନ ସମୟରେ ଛାଡ଼ି ଦେଇ ଘନି ଦେଶ ଛାଡ଼ି ପଳାୟନ କରିଥିବା କହିଛନ୍ତି ବାଇଡେନ୍ । ତାଙ୍କୁ ପ୍ରଶ୍ନ ପଚରାଯିବା ଦରକାର ଯେ, ବିନା ଲଢ଼େଇ କରି ଆଫଗାନିସ୍ତାନ ଛାଡ଼ି କାହିଁକି ପଳାୟନ କରିଛନ୍ତି ।
  5. ବିଧାନସଭା ମୌସୁମି ଅଧିବେଶନ ହେବାକୁ ଯାଉଛି। ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ମୌସୁମି ଅଧିବେଶନ। ଏହା ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସମୟରେ ପୂରା କୋଭିଡ୍  ଗାଇଡ୍‌ଲାଇନ୍‌ ପାଳନ କରାଯିବ।
  6.  ପାଞ୍ଚ ତାରିଖ ର ରାଷ୍ଟ୍ରପତି ଭବନ ସହିତ ସଂସଦ ଭବନକୁ ମଧ୍ୟ ଅକ୍ତିକାର କରିଛନ୍ତି ତାଲିବାନ। କୌଣସି ଗଣତନ୍ତ୍ରରେ ସଂସଦକୁ  ପବିତ୍ର ମନ୍ଦିର କୁହାଯାଏ। ହେଲେ ସୋମବାର ଆଫଗାନିସ୍ତାନର ଏହି ଗଣତନ୍ତ୍ର ମନ୍ଦିରରେ ତାଲିବାନୀ ଆତଙ୍କୀ ହତିଆର ସହ ପଶିଛନ୍ତି।ବିବାର ଛାଡି ବାକି ୮ ଦିନ କାର୍ଯ୍ୟ ଦିବସ ରହିବ।
  7. ଯୋଗରେ  ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍  ଅଫ ଯୋଗ ଜଗତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଅଟେ : ଆୟୁଷ ମନ୍ତ୍ରୀ
  8. ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନ ରେ ଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ୪୨ ପ୍ରତିଶତ ଭୋଟ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
  9. ୨୦୧୮ ମସିହା ପାଇଁ ଘୋଷଣା ହେଲା ଜାତୀୟ ହସ୍ତଶିଳ୍ପ ପୁରସ୍କାର, ଓଡ଼ିଶାରୁ ପାଇବେ ୯ ଜଣ । ୨ ଜଣଙ୍କୁ ଶିଳ୍ପଗୁରୁ, ୫ ଜଣଙ୍କୁ ଜାତୀୟ ହସ୍ତଶିଳ୍ପ, ୨ ଜଣ ଜାତୀୟ ହସ୍ତଶିଳ୍ପ ଦକ୍ଷତା ପ୍ରମାଣପତ୍ର ମିଳିବ ।
  10. ଓଡ଼ିଶାରେ ଆରମ୍ଭ ହେଲା ଆଇଆର୍ଏଡି ପ୍ରକଳ୍ପ, ସାରା ଦେଶର ସଡ଼କ ଦୁର୍ଘଟଣା ତଥ୍ୟକୁ ଏକାଠି କରି ଏହାର ବିଶ୍ଲେଷଣ କରିବା, ନିର୍ଦ୍ଦିଷ୍ଟ ସୂଚନା ଅନୁସାରେ ଦୁର୍ଘଟଣାକୁ କମାଇ ସଡ଼କ ସୁରକ୍ଷାକୁ ସୁଦୃଢ କରିବା ଏବଂ ନୂତନ ନୀତି ଓ କୌଶଳକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡିଶା ସମେତ ଦେଶର ୬ଟି ରାଜ୍ୟରେ ଏହି ପ୍ରକଳ୍ପ ହେଲା ଆରମ୍ବ ।
  11. LPG ନିୟମରେ ବଡ ପରିବର୍ତ୍ତନ,ଏଣିକି ଏଲପିଜି ଗ୍ୟାସ ବୁକିଂ କଲେ ଆପଣ ଯେଉଁ ଟାଇମ ସ୍ଲଟ୍ ନିର୍ଦ୍ଧାରଣ କରିବେ ସେହି ଅନୁସାରେ ଆପଣଙ୍କ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର ।
  12. ଏଣିକି ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି ରାସ୍ତାରୁ ହଟିବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା।
  13. ଆଫଗାନିସ୍ତାନରେ ୨୦ ବର୍ଷ ପରେ କ୍ଷମତା ଦଖଲ । ତାଲିବାନର ଶୀର୍ଷ ନେତା ମୁଲ୍ଲା ଅବଦୁଲ ଘନି ବରାଦାର ଆଫ୍ଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ।
  14. ବୋଲରଙ୍କ ଘାତକ ବୋଲିଂ, ଲର୍ଡ୍ସରେ ଭାରତର ରୋମାଞ୍ଚକର ବିଜୟ, ଇଂଲଣ୍ଡକୁ ୧୫୧ ରନରେ ହରାଇଲା ଭାରତ ।
  15. କିଙ୍ଗଷ୍ଟନ୍ ଟେଷ୍ଟ୍‌ : ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ୱେଷ୍ଟଇଣ୍ଡିଜ୍ ୧ ୱି‌କେଟରେ ରୋମାଞ୍ଚକ ଭାବେ ଜିତି ନେଇଛି। 
  16. ପେଟ୍ରୋଲ ଓ ଡିଜେଲ ଦର ନ କମିବାର କାରଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ୟୁପିଏ ସରକାର ତେଲଦର କମାଇବାକୁ ଅଏଲ ବଣ୍ଡ କରିଥିଲେ। ୧ ଲକ୍ଷ ୪୪ହଜାର କୋଟିର ଅଏଲ ବଣ୍ଡ କରିଥିଲେ ଉପା ସରକାର। ଏଥିପାଇଁ ଗତ ୫ ବର୍ଷରେ ସରକାର ୭୦ହଜାର କୋଟି ସୁଧ ଦେଲେଣି। ସୁଧ ଛଡ଼ା ଆହୁରି ୧ ଲକ୍ଷ ୩୦ହଜାର କୋଟି ମୂଳ ଦେୟ ପଡ଼ି ରହିଛି। ଯଦି ଅଏଲ ବଣ୍ଡ ବୋଝ ନ ଥାନ୍ତା, ତାହେଲେ ଆମେ ଟିକସ କମାଇ ପାରିଥାନ୍ତୁ।
  17. ଖରିଫଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ୭ଦିନ ବୃଦ୍ଧି। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା। ଏ ଯାଏଁ ୧୦ଲକ୍ଷ ୧୪ହଜାର ୭୩୫ଜଣ ଚାଷୀ ପଞ୍ଜୀକରଣ କଲେଣି।
  18. ମାଲେସିଆରେ ରାଜନୈତିକ ସଙ୍କଟ: ମିଳିଲାନି ସଂଖ୍ୟା ଗରିଷ୍ଠତା, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୁହାଇଦ୍ଦିନ ୟାସିନ୍
  19. ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନମାନେ ଦେଶର ନାମକୁ ପରିବର୍ତ୍ତନ କରି ଇସଲାମିକ୍ ଏମିରେଟ୍ସ ଅଫ ଆଫଗାନିସ୍ତାନ ରଖିଛନ୍ତି।
  20. ଆମେରିକା ସୈନ୍ୟଙ୍କ ସୁରକ୍ଷା ଘେରରେ କାବୁଲ ବିମାନ ବନ୍ଦର। ଆଫଗାନ ନାଗରିକ ଦେଶ ଛାଡିବାକୁ ସୁଯୋଗ ଦେବା ପାଇଁ ତାଲିବାନକୁ ୬୫ ରାଷ୍ଟ୍ରଙ୍କ ଅନୁରୋଧ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.