• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଆସନ୍ତା ଅଗଷ୍ଟ ୩୦ରେ ପ୍ରଦାନ କରାଯିବ । ଏହି ସମ୍ମାନ ୨୦୧୯ ମସିିହା ପାଇଁ ଘୋଷଣା କରାଯାଇଛି । ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଅନନ୍ତ ମହାପାତ୍ର ଏବଂ ୨୦୨୦ ପାଇଁ ଓଡ଼ିଶୀ ନୃତ୍ୟ ଶିଳ୍ପୀ କୁମକୁମ ମହାନ୍ତି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ପାଇବେ । ସେହିପରି ଏକାଡେମୀ ପୁରସ୍କାର ପାଇଁ ୨୦୧୯ ଓ ୨୦୨୦ର ୧୬ ଜଣ ଲେଖାଏଁ କଳାକାର ମନୋନୀତ ହୋଇଛନ୍ତି ।
  2. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ଯାରେ ବସିଥିବା କ୍ୟାବିନେଟ ବୈଠକରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ଇଲେକ୍ଟ୍ରିକ ଭେକ୍ୱିଲ ପଲିସି ବା ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧କୁ ମଞ୍ଜୁରୀ ମିଳିଛି ।
  3.  ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଓଡ଼ିଶା ବାଲି ନୀତି-୨୦୨୧କୁ ମଧ୍ଯ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। 
  4. ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍‌ ମୋହର ବାଜିଛି । ଏଥିରେ ପ୍ରିନସିପାଲଙ୍କୁ ଡିଡିଓ କ୍ଷମତା ଦିଆଯାଇଛି ।ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନକୁ ମଞ୍ଜୁର କରିପାରିବେ ।
  5. ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । 
  6. ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଘୂର୍ଣ୍ଣିବଳୟ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବର୍ଷାର ତୀବ୍ରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ବିଭିନ୍ନ କାରଣ ପାଇଁ ସାରା ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
  7.  ୫ଦିନ ଭିତରେ ୬୦୦ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍‍ କରିବା ଲାଗି ପରିବହନ ବିଭାଗକୁ କୁହାଯାଇଛି। ଏଥିରେ ବିନା ହେଲମେଟ୍‍ଧାରୀଙ୍କ ସଂଖ୍ୟା ଅଧିକ ରହିଛନ୍ତି। କେବଳ ୫୩୩ ଜଣ ବିନା ହେଲମେଟ୍‍ଧାରୀଙ୍କ ଲାଇସେନ୍ସ ବାତିଲ୍‍ କରିବା ଲାଗି କୁହାଯାଇଛି। ସେଭଳି ଚଳିତବର୍ଷ ୧୧ହଜାର ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ଲାଗି ଟ୍ରାଫିକ ପୁଲିସ ପରିବହନ ବିଭାଗକୁ ସୁପାରିସ କରିଛି। ଏହି ଆଧାରରେ ପରିବହନ ବିଭାଗ ଗାଡ଼ି ଚାଳକଙ୍କ ଲାଇସେନ୍ସକୁ ବାତିଲ କରୁଛି।
  8. ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ । କଟକ ବଡ ମେଡିକାଲରେ ସବୁଦାୟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ଯାହା ରାଜ୍ୟର ରୋଗୀମାନଙ୍କୁ ମାଗଣାରେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ଯୋଗାଇବ।
  9. ଭୁବନେଶ୍ୱରର ୪ଟି ବସ୍ତିରେ ଏବେ ୨୨୦ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍‍ ଏବଂ ଡିଜିଟାଲ ପଢ଼଼ାର ସୁବିଧା ପହଞ୍ଚିପାରିଛି। ପିଲାମାନଙ୍କୁ ସୃଜନାତ୍ମକ ଢଙ୍ଗରେ ପାଠ ପଢ଼଼ାଇବା ପାଇଁ ସାଧାରଣ ପିଲାଙ୍କ ଭଳି ହାତରେ ମୋବାଲଲ୍‍ ଏବଂ କାନରେ ଇୟର୍‍ ଫୋନ୍‍ ଲଗାଇ ୟୁଟ୍ୟୁବ୍‍ରୁ ପାଠ ପଢ଼ୁଛନ୍ତି। ଏଥିପାଇଁ ସେମାନଙ୍କୁ ସାଂସଦ ଡ. ଅମର ପଟ୍ଟନାୟକ ୫୦ଟି ମୋବାଇଲ୍‍ ପ୍ରଦାନ କରିଥିଲେ। ଲକ୍‍ଡାଉନ୍‍ ସମୟରେ କ୍ଲାସ୍‍ରୁମ୍‍ର ଶିକ୍ଷାକୁ ଅନ୍‍ଲାଇନ୍‍ ଶିକ୍ଷା ମାଧ୍ୟମରେ ଯୋଗାଇବା ପାଇଁ ଏହା ସାଂସଦ ଶ୍ରୀ ପଟ୍ଟନାୟକଙ୍କର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।
  10. ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିଛନ୍ତି । ଅସହାୟଙ୍କ ସାହାଯ୍ୟ ପାଇଁ ଆମ ସୈନିକଙ୍କ ବଳିଦାନ ବ୍ୟର୍ଥ ହେବନି । ଅତିରିକ୍ତ ସେନା ସହ ଆଗକୁ ଉଦ୍ଧାର କାର୍ଯ୍ୟ ଜାରୀ ରହିବ ବୋଲି ସେ କହିଛନ୍ତି ।
  11. ଆଫଗାନିସ୍ତାନରେ ଥିବା ବିଶ୍ବର ସମସ୍ତ ଦୂତାବାସ ଖାଲି ହୋଇଯାଇଥିବାବେଳେ ଓ ୬୦ରୁ ଅଧିକ ରାଷ୍ଟ୍ର ସମେତ ଆର୍ଥିକ ସଂଗଠନଗୁଡ଼ିକ ସହାୟତା ବନ୍ଦ କରିଦେବା ପରେ ଏହି ମୌଳବାଦୀ ସଂଗଠନ ବିବ୍ରତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି।
  12. ଟୋକିଓ ପାରାଲିମ୍ପିକ୍ସର ମହିଳା ଟେବୁଲ ଟେନିସ ଖେଳାଳି ଭାବିନାବେନ ପଟେଲ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ସୋନାଲବେନ୍‌ ପଟେଲ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ଗ୍ରୁପ-ଏ ର ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଭାରତୀୟ ପାରା ଟେବୁଲଟେନିସ ଖେଳାଳି ଭାବିନାବେନ୍‌ ୩-୧ ଗେମରେ ଗ୍ରେଟ୍‌ ବ୍ରିଟେନର ସାକେଲଟନ ମିଗାନଙ୍କୁ ପରାସ୍ତ କରିଛନ୍ତି।
  13. ୟୁପି ସରକାର ୨୦୩୨ ଅଲିମ୍ପିକ୍‌ ପର୍ଯ୍ୟନ୍ତ କୁସ୍ତି ପାଇଁ ପ୍ରୋତ୍ସାହନ ଯୋଗାଇଦେବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
  14. ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । 
  15. ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ ସମୟରେ ଯୋବ୍ରା ବ୍ୟାରେଜ ଛକଠାରୁ ଏସସିବି ମେଡିକାଲ ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ଅନୁଧ୍ୟାନ କରିଥିଲେ। ଏହାସହ ତାଳଦଣ୍ଡା କେନାଲ କଡରେ ହେଉଥିବା ସୌନ୍ଦର୍ଯ୍ୟକରଣ କାମକୁ ମଧ୍ୟ ଦେଖିଥିଲେ। ଯୋବ୍ରା ବ୍ୟାରେଜ ଛକ ନିକଟରେ ଆଇ ଲଭ୍ କଟକ ସେଲଫି ପଏଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ଉଠାଇଥିଲେ।
  16. ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ଟିକା । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ୍ ନେବାର ତାରିଖ ଅତିକ୍ରମ କରିସାରିଛି । ସମୟସୀମା ଅତିକ୍ରମ ପରେ ବି ଟିକା ନେଲେ ଶରୀରରେ କାମ କରିବ । ବର୍ତ୍ତମାନ ଟିକାର ଅଭାବ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ସଠିକ୍ ସମୟରେ ଟିକା ନିଅନ୍ତୁ । 
  17. ଚଳିତ ଥର ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ୧୦ଟା ୩୦ରୁ ୧ଟା ୩୦ ଏବଂ ୪ଟାରୁ ୬ଟା ବିଧାନସଭା ଅଧିବେଶନ ବସିବ । ବିରୋଧୀ ଦଳ ନେତା ଚାହିଁଲେ ହସ୍ପିଟାଲରୁ ଭାଗ ନେଇପାରିବେ ।
  18. ଓଡ଼ିଶାରେ ଜନ୍ମିତ ସ୍ନାୟୁ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ମିଶ୍ର । ସେ ସ୍ନାୟୁ ସର୍ଜରୀ କ୍ଷେତ୍ରରେ ଆନ୍ତର୍ଜାତିକ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପାଇବାକୁ ମନୋନିତ ହୋଇଛନ୍ତି । ଏ ନେଇ ଆମେରିକାନ ଆସୋସିଏସନ୍‌ ଅଫ୍‌ ନ୍ୟୁରୋଲୋଜିକାଲ୍‌ ବା AANS ପକ୍ଷରୁ ସୂଚନା ଦିଆଯାଇଛି । ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।        
  19. ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଭାରତ ଏବଂ ପାକିସ୍ତାନ ସେମାନଙ୍କ ଜଟିଳ ସମସ୍ୟା ସବୁ ସମାଧାନ ପାଇଁ ଏକାଠି ବସି କଥାବାର୍ତ୍ତା ‌ହେବା ଉଚିତ।
  20. ଦେଶରେ ଶୁକ୍ରବାର  ଦିନ ରେକର୍ଡ ସଂଖ୍ୟକ କରୋନା ଟିକା ଦିଆଯାଇଛି । ରାତି ୮ଟା ସୁଦ୍ଧା ଦେଶରେ ରେକର୍ଡ ୯୬ ଲକ୍ଷ ୪୩ ହଜାର ମାତ୍ରା (ଡୋଜ୍) ଟିକା ଦିଆଯାଇଛି । ଶୁକ୍ରବାର  ଦିନ  ରାତି ସୁଦ୍ଧା ଏହି ସଂଖ୍ୟା ୧ କୋଟି ଟପିଯିବାର ସମ୍ଭାବନା ରହିଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.