• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଏସିଆ ୱାନ ପତ୍ରିକା ଦ୍ୱାରା ଆୟୋଜିତ ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମର ପ୍ରାଇଡ୍ ଅଫ୍ ଦି ନେସନ୍ ସିରିଜ୍ ପୁରସ୍କାର ଏବଂ ବ୍ୟବସାୟ ସମ୍ମିଳନୀର ୧୪ ତମ ସଂସ୍କରଣରେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପୁରସ୍କାର ଅନଲାଇନରେ ପ୍ରଦାନ କରାଯାଇଛି ।
  2. ଭାରତୀୟ ଜାତୀୟ ରଗବି ଦଳର ପ୍ରା‌ୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷାର କଲେ ଉଭୟ ରାଜ୍ୟ ସରକାର ଓ କିଟ୍‌। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟ ସରକାର ଗୋଟେପଟେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାବେଳେ କ୍ରାଡ଼ାବୀତଙ୍କୁ ମଧ୍ୟ ପ୍ରତ୍ସାହିତ କରି ଆସୁଛନ୍ତି । ତେଣୁ ଏପରି ସ୍ଥଳେ ଆଜି ଜାତୀୟ ରଗବୀ ଟିମକୁ ମଧ୍ୟ ପ୍ରାୟୋଜିତ କରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।
  3. ଅଗଷ୍ଟ ୧୪ ତାରିଖରୁ  କିଟ୍‌ ପରିସରରେ ରଗବିର ଜାତୀୟ କ୍ୟାମ୍ପ୍‌ ଆୟୋଜିତ ହେଉଛି। ଏହି ଜାତୀୟ କ୍ୟାମ୍ପ୍‌ ସେପ୍ଟେମ୍ବର ୧୬ ତାରିଖ  ପର୍ଯ୍ୟନ୍ତ ଚାଲିବ। ଏହି କ୍ୟାମ୍ପରେ ତାଲିମ ସହିତ ଆଗକୁ ଆସୁଥିବା ଖେଳ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ। ପ୍ରଦର୍ଶନ ଦେଖି ୧୩ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି , ଯେଉଁମାନେ ୧୮ ବର୍ଷରୁ କମ୍‌ ଜାତୀୟ ଶିବିରରେ ଯୋଗଦେବେ।
  4. ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଗୋଟିଏ ମାତ୍ରା କୋଭାକ୍ସିନ ଯଥେଷ୍ଟ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ : ଆଇସିଏମଆର ଗବେଷଣା ।
  5. ଆଜିଠୁ ୧୨ଟି ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ । ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଆରଏମଆରସି ଏହି ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରିବ। ତେଣୁ ଏସବୁ ଜିଲ୍ଲାଗୁଡ଼ିକରେ ନମୁନା ସଂଗ୍ରହ ସମୟରେ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ଚିଠି ଜାରି ହୋଇଛି।
  6. ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ମେଡ଼ାଲ । ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ସ୍ୱର୍ଣ୍ଣ ପଦକ ପାଇଁ ଚୀନ ପ୍ରତିଯୋଗୀଙ୍କ ତାଙ୍କର ଚାଲିଥିଲା ଲଢେଇ । ତାଙ୍କଠାରୁ ପରାସ୍ତ ହେଇ ରୌପ୍ୟରେ ସନ୍ତୁଷ୍ଟ ହୋଛନ୍ତି ଭାବିନା ।
  7. କାଶ୍ମୀର ଉପରେ ଦଖଲ ନେଇ ଜୈଶ-ଏ-ମହମ୍ମଦ କମାଣ୍ଡର ମାସୁଦ ଆଜାରର ନୂଆ ଷଡଯନ୍ତ୍ର । କାନ୍ଧହାରା ପହଁଚି ତାଲିବାନ ସହ-ପ୍ରତିଷ୍ଠାତା ମୁଲାହ ବାରଦାରଙ୍କୁ ଭେଟିଲା ମୋଷ୍ଟ ୱାଂଟେଡ୍ ଆତଙ୍କୀ ।
  8. ଆଗକୁ ଆସୁଛି ପାର୍ବଣ ଋତୁ, ସାଙ୍ଗରେ ଆଣିପାରେ ତୃତୀୟ ଲହର । ରାଜ୍ୟଗୁଡିକୁ ସତର୍କ କଲା କେନ୍ଦ୍ର, ରାଜ୍ୟ ସରକାରଙ୍କ ନୂଆ ମାର୍ଗଦର୍ଶିକାକୁ ଅପେକ୍ଷା ।
  9. ଭାରତର ଫ୍ୟୁଚର ରିଟେଲ ତାଙ୍କର ୩.୪ ବିଲିୟନ ଡଲାରର ରିଟେଲ ଆସେଟସ୍‌ ବିକ୍ରି ଲାଗି ମଞ୍ଜୁରି ନିମନ୍ତେ ଉଦ୍ୟମରେ ଶନିବାର ପୁଣି ଥରେ ସୁପ୍ରିମକୋର୍ଟକୁ ଯାଇଛନ୍ତି। 
  10. 5T ସ୍କୁଲ ରୂପାନ୍ତରଣ : ଚତୁର୍ଥ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
  11. ଆଫଗାନିସ୍ତାନରେ ସ୍ବାସ୍ଥ୍ୟ ସଙ୍କଟ : ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କର୍ମକ୍ଷେତ୍ରକୁ ଫେରିବା ପାଇଁ ଅନୁମତି ଦେଲା ତାଲିବାନ୍‌।
  12. ପ୍ରତିଶୋଧ ନେଲା ଆମେରିକା: ଆଇଏସ୍‌ଆଇଏସ୍‌-କେ’କୁ ଟା‌ର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ, ମାଷ୍ଟରମାଇଣ୍ଡ ନିପାତ।
  13. ଭାରତୀୟ ବାୟୁସେନାର ତାକତ ବଢିବ : ଋଷଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ ।
  14. ସୋମବାର ଜନ୍ମାଷ୍ଟମୀ ପଡୁଥିବାରୁ ଏହାକୁ ସରକାରୀ ଛୁଟି ଘୋଷଣା,ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ।
  15. ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ଆଉ ପାଦେ ଆଗକୁ ବଢ଼ିଛି। ରାଜ୍ୟରେ ନୂଆ ୧୮୦ ଏସି ଡିଲକ୍ସ, ନନ୍‌ଏସି ଡିଲକ୍ସ, ଷ୍ଟାଣ୍ଡାର୍ଡ ଏକ୍ସପ୍ରେସ୍‌ ଚଳାଇବା ପାଇଁ ଯୋଜନା କରିଛି। ସେହିର ରାଜ୍ୟ ବାହାରକୁ ୧୦ଟି ନୂଆ ଭଲଭୋ ବସ୍ ଚଳାଚଳ ପାଇଁ ଯୋଜନା କରାଯାଇଛି। 
  16. ଜାଲିଆନାୱାଲା ବାଗ୍ ସ୍ମାରକର ନୂଆ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।
  17. ଜେନେରାଲ ସାର ନିକ କାର୍ଟର କହିଛନ୍ତି, ତାଲିବାନ ଦ୍ଵାରା ଧାର୍ଯ୍ୟ ଅଗଷ୍ଟ ୩୧ ସମୟ ସୀମାର ଚାରି ଦିନ ପୂର୍ବରୁ ଆଫଗାନିସ୍ତାନରେ ତାଙ୍କ ଦେଶର ନାଗରିକଙ୍କୁ କାଢିବାର ଅଭିଯାନ କିଛି ଘଣ୍ଟାରେ ସାରିବାକୁ ଯାଉଛି। ଶନିବାର ଅଭିଯାନର ଶେଷ ବିମାନ କାବୁଲରୁ ଉଡାଣ ଭରିଛି।
  18. ମହାନ ପାରାଅଲିମ୍ପିକ ହ୍ବିଲ୍ ଚେୟାର ରେସର୍‌ ଟାଟ୍ୟନା ମ୍ୟାକ୍‌ ଫାଡେନ୍‌ ଶନିବାର ନିଜ କ୍ୟାରିୟରର ୧୮ତମ ମେଡାଲ ଜିତିଛନ୍ତି । ଜାପାନର ଟୋକିଓରେ ଜାରି ରହିଥିବା ପାରାଅଲିମ୍ପିକ ଶନିବାର ୪ର୍ଥ ଦିନରେ ପହଞ୍ଚିଛି । ୯ଟି କ୍ରୀଡାରେ ୧୭ ଆଥ୍‌ଲେଟିକ୍ସ ସହ ବର୍ତ୍ତମାନ ସୁଦ୍ଧା ୫୪ଜଣ ସ୍ବର୍ଣ୍ଣ ପଦକ ଜିତିସାରିଲେଣି
  19. ୩ ମାସ ପୂର୍ବରୁ ନାଇଜେରିଆରେ ଅପହରଣ ହୋଇଥିବା ଶହ ଶହ ଛାତ୍ରଛାତ୍ରୀଙ୍କୁ ଏବେ ୩ଟି ଗ୍ରୁପ୍‌ରେ ମୁକ୍ତ କରାଯାଇଥିବା ଜଣାପଡ଼ିଛି ।  ୨୪ ଘଣ୍ଟା ଅବଧି ମଧ୍ୟରେ ସେମାନଙ୍କୁ ମୁକ୍ତ କରାଯାଇଥିବା ବେ​‌ଳେ ପ୍ରତିବଦଳରେ ଅପହରଣକାରୀଙ୍କୁ ମୋଟାଅଙ୍କର ଟଙ୍କା ଦିଆଯାଇଥିବା କୁହାଯାଉଛି।
  20. ତାଲିବାନ କବ୍‌ଜାରେ କାବୁଲ ବିମାନ ବନ୍ଦର  । ତିନୋଟି ଗେଟ୍‌ରୁ ଓହରିଲା ଆମେରିକା ସେନା  । ଡ୍ରୋନ୍‌ ଷ୍ଟ୍ରାଇକ୍‌ ପରେ ଆତଙ୍କୀ ସାବାଡ ହୋଇଥିବା ବେଳେ ଆଉ ଆତଙ୍କୀ ହମଲା ହେବ ନାହିଁ ବୋଲି ଆଶା କରାଯାଉଛି । ଗତକାଲି ସନ୍ଧ୍ୟାରେ ଗୁଳି ମାଡ ହୋଇଥିବା ବେଳେ ସ୍ଥିତିକୁ ତୁରନ୍ତ ନିଜ ଅଧିନକୁ ଆଣିଥିଲା ଆମେରିକା ସେନା  ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.