• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୦୫ତମ ସମ୍ବିଧାନ ସଂଶୋଧନ ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ, ଏଣିକି ରାଜ୍ୟଗୁଡ଼ିକୁ ମିଳିବ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବାର ଅଧିକାର,ସାମାଜିକ ଓ ଶିକ୍ଷା ସ୍ତରରେ ପଛୁଆ ବର୍ଗଙ୍କୁ ଚିହ୍ନଟ କରିପାରିବ ରାଜ୍ୟ ଏହା ଲୋକସଭାରେ ଚଳିତମାସ ୩ ତାରିଖରେ ଅନୁମୋଦନ ଲାଭ କରିଥିଲାବେଳେ ରାଜ୍ୟସଭାରେ ୧୧ ତାରିଖରେ ଅନୁମୋଦିତ ହୋଇଥିଲା।
  2. ୩ଟି ଆଇନରେ ସଂଶଧୋନ କରିବାକୁ ଯାଇଛି ପଞ୍ଚାୟତରାଜ ବିଭାଗ । ଏହି ୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶଧୋନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶଧୋନ ଆଇନ ୨୦୨୧ । ଏ ନେଇ ୧୫ ଦିନ ମଧ୍ୟରେ ଲୋକମାନେ ସେମାନଙ୍କର ମତ ଦେବା ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
  3. ସାରାଦେଶରେ ଡବଲ ଡୋଜ୍ ଟିକା ନେଇ ଏଯାଏ ୮୭ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଡବଲ ଡୋଜ୍ ଟିକା ନେବା ପରେ ୩୧ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଟିକା ନେବା ପରେ ଯେହେତୁ ଲୋକମାନେ କୋଭିଡ ନିୟମ ମାନୁନାହାନ୍ତି ତେଣୁ ସଂକ୍ରମଣ ବୃଦ୍ଧି ପାଉଛି ।
  4. ମମତା ପଡ଼ିଆମୀଙ୍କ କଥା ରଖିଲେ ନବୀନ । ଜଣେ ସାଧାରଣ ମହିଳାଙ୍କ ଅନୁରୋଧକୁ ଯୋଜନାରେ ରୂପାନ୍ତରିତ କରିଛନ୍ତି ମଖ୍ୟମନ୍ତ୍ରୀ 
  5. ମାଲକାନଗିରିରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ମୁଖ୍ୟମନ୍ତ୍ରୀ ସୁକ୍ରି ଧାଙ୍ଗଡ଼ାମାଝୀଙ୍କୁ ପ୍ରଥମ ସ୍ମାର୍ଟ କାର୍ଡ ଦେଇଛନ୍ତି। ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଣିଲା ନୂଆ ବିପ୍ଳବ। ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଲା ଓଡ଼ିଶା।ମହିଳାଙ୍କ ପାଇଁ ୧୦ଲକ୍ଷ ପର୍ଯ୍ୟନ୍ତ ବଢାଇଛନ୍ତି ଚିକିତ୍ସା ସହାୟତା ।
  6. ଆଫଗାନିସ୍ତାନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଆମେରିକା ସହ ତାଲିବାନର ହୋଇଥିବା ବୁଝାମଣା ଅନୁସାରେ ଆସନ୍ତା ଅଗଷ୍ଟ ୩୧ ପୂର୍ବରୁ ତାଲିବାନ ସରକାର ଗଢିପାରିବ ନାହିଁ । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ ।
  7. ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ କାର୍ଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡିକୁ ଭାରୀତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଏ)ଙ୍କ ବିଶେଷଜ୍ଞ କମିଟି (ସବଜେକ୍ଟ ଏକ୍ସପର୍ଟ କମିଟି) ସବୁ ସବୁଜ ସଂକେତ ପ୍ରଦାନ କରିଛି ।
  8. ଆଫଗାନିସ୍ତାନ ଦଖଲ କରିବା ପରେ ଏବେ ତାଲିବାନ ତା’ର ଅସଲ ରୂପ ଦେଖାଇବାରେ ଲାଗିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ତାଲିବାନ ଯୋଦ୍ଧାମାନେ କାନ୍ଦାହାର ଓ ‌ହୈରାତରେ ବନ୍ଦ ଥିବା ଭାରତୀୟ ଦୂତାବାସର ତାଲା ଭାଙ୍ଗି ଭିତରକୁ ପଶିଥିଲେ ।
  9. ରାଜ୍ୟରେ ରୋଲ୍ ମଡ଼େଲ ହେବ ହିଞ୍ଜିଳି । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ଶନିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  10. ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ ସୃଷ୍ଟି କରିଛି ତାଲିବାନ । ଭାରତ ସହ ଚାଲିଥିବା ସମସ୍ତ ରପ୍ତାନୀ ଆମଦାନୀକୁ ବନ୍ଦ କରିଦେଇଛି ତାଲିବାନ । ଭାରତୀୟ ରପ୍ତାନୀ ମହାସଂଘ ସଂଗଠନର ସୂଚନା ଅନୁସାରେ, ତାଲିବାନ ପାକିସ୍ତାନ ମାର୍ଗ ଦେଇ ସମସ୍ତ ମାଲ ପରିବହନକୁ ବନ୍ଦ କରି ଦେଇଛି।
  11.  ଆଫଗାନିସ୍ତାନ ହେଉଛି ଦୁନିଆର ସବୁଠାରୁ ଗରିବ ଦେଶ। ଏହା ସତ୍ତେ  ମଧ୍ୟ ଏବଂ ଦକ୍ଷିଣ ଏସିଆ ମଧ୍ୟରେ ଅବସ୍ଥିତ ଏହି ଦେଶରେ ୭୪ ଲକ୍ଷ କୋଟି ଟଙ୍କାର ଖଣିଜ ସମ୍ପଦ ଅଛି, ଯାହା ସମଗ୍ର ଦେଶର ଅର୍ଥନୀତିର ସ୍ଥିତିକୁ ବଦଳାଇପାରେ | ଭୂତତ୍ତ୍ବ ସର୍ବେକ୍ଷଣ ଅନୁଯାୟୀ ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଲୁହାପଥର, ତମ୍ବା, ସୁନା ଏବଂ ରୂପା ଜମା ରହିଛି। ଏହା ବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ ବିରଳ ଖଣିଜ ପଦାର୍ଥ (ବିରଳ ଖଣିଜ ପଦାର୍ଥ) ମଧ୍ୟ ରହିଛି। ଏହି ଖଣିଜ ସମ୍ପଦ ମଧ୍ୟରୁ ସବୁଠୁ ଅଧିକ ରହିଛି ଲିଥିୟମ୍ ।
  12. ଆଇଆଇଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଯୋଡ଼ିବା ପାଇଁ ଆଇଆଇଟିର ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପ୍ରଣୟନ ହୋଇଥବା ନୂଆ ଜାତୀୟ ଶିକ୍ଷା ନୀତିରେ ବହୁ ଭାଷାଭାଷୀ ବିଷୟକୁ ଗୁରୁତ୍ବ ଦିଆଯାଇଛି। ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଓଡିଆ ଭାଷା ସମେତ ଦେଶର ସ୍ଥାନୀୟ ଭାଷା ଯଥା ବଙ୍ଗାଳୀ, ମଲାୟାଲାମ, ମରାଠୀ, ଗୁଜୁରାଟୀ,ତେଲୁଗୁ ଭଳି ଆଂଚଳିକ ଭାଷାକୁ ପ୍ରଧାନ୍ୟ ଦିଆଯାଇଛି ।
  13. ଭାରତୀୟ ପେଟ୍ରୋଲିୟମ ନିଗମ ଲିଃ ଦ୍ବାରା ପ୍ରଦତ୍ତ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁପାରିଶ ଏବଂ ପୃଷ୍ଠପୋଷକତାରେ ସିଟି ସ୍କାନ ଓ ଏମ୍‌ଆର୍‌ଆଇ ଯନ୍ତ୍ରର ଲୋକାର୍ପଣ ଓ ଉଦ୍‌ଘାଟନ ଉତ୍ସବ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର(ଜିମ୍‌ସାର)ରେ ଅନୁଷ୍ଠିତ ହୋଇଯାଇଛି।
  14. ଭୁବନେଶ୍ବର ଏମ୍ସ ଗବେଷକଙ୍କ ଦ୍ବାରା ନୂଆ ଫଙ୍ଗସ୍‌ ଆବିଷ୍କାର, ଅରୁଣାଲୋକେ ନାମରେ ନୂଆ ଫଙ୍ଗସ୍‌ ଆବିଷ୍କାର
  15. ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ଲୋଡିଛି। କମ୍ପାନୀ ୧୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା କରିବ। 
  16. ଓଡ଼ିଶା ସୀମା ଭିତରେ ଆନ୍ଧ୍ରର କେତେକ ଗାଁ ରହିଥିବା ଜଣାପଡ଼ିଛି। ଏହି ସବୁ ଅଞ୍ଚଳ​ରେ ୧୮ଟି ଜନବସତି ସୃଷ୍ଟି କରି ସମସ୍ତ ଭିତ୍ତିଭୂମି ତିଆରି କରିବା ସହ ୨ଟି ମୌଜାର ଶତାଧିକ ଏକର ଜମି ମାଡ଼ି ବସିଛି ଆନ୍ଧ୍ର।
  17. ମାତୃତ୍ୱ କାଳୀନ ସୁବିଧା ପ୍ରଦାନକୁ ନେଇ ନିୟମିତ ତଥା ଅ-ନିୟମିତ ବିବାହିତ ମହିଳା ସରକାରୀ କର୍ମଚାରୀଙ୍କ ମଧ୍ୟରେ କୌଣସି ଭେଦଭାବ ହୋଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
  18. ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଶନିବାର ଏକ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି।
  19. ଗତ ୨୪ ଘଣ୍ଟା ମଧ୍ୟରେ ଆଉ  ୩୪,୪୫୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୯୩ ହଜାର 2୮୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୯୬୪କୁ ବୃଦ୍ଧି ପାଇଛି।
  20. ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଗତସିଂହପୁରରୁ ସର୍ବାଧିକ ୧୧। କଟକରୁ ୧୦, ଢେଙ୍କାନାଳ ୮, କେନ୍ଦ୍ରାପଡାରୁ ୭, ଅନୁଗୁଳ ଓ ଯାଜପୁରରୁ ୬ ଲେଖାଏଁ, ଭଦ୍ରକରୁ ୫, ବାଲେଶ୍ୱର . ଖୋର୍ଦ୍ଧାରୁ ୩, କେନ୍ଦୁଝର,ମୟୁରଭଞ୍ଜ ଓ ନୟାଗଡରୁ ୨ ଲେଖାଏଁ ମୃତ୍ୟୁବରଣ କରିଛି। ସେହିପରି ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୨୮୯ରେ ପହଞ୍ଚିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.