• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ରାପଡାରେ ଆର୍ସେଲର -ମିତ୍ତଲ ପକ୍ଷରୁ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ ହୋଇଛି । ଆର୍ସେଲର -ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ  ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।
  2. ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ବ୍ଲକର 50ଟି ହାଇସ୍କୁଲର ରୂପାନ୍ତରଣ କରାଯାଉଛି । ଅତ୍ୟାଧୁନିକ ଜ୍ଞାନକୌଶଳ ନିର୍ମାଣ ହୋଇଛି ଶ୍ରେଣୀ ଗୃହ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଜ୍ଞାନ ଆହରଣର ପ୍ରୟୋଗଶାଳା କରିବାକୁ ପ୍ରଚେଷ୍ଟା କରାଯାଇଛି  ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଏହି ସ୍ପୁଲ ମାନଙ୍କରେ ଉପଲବ୍ଧ କରାଯାଇଛି 
  3. ଆଫଗାନିସ୍ତାନକୁ ଅଧିକାର କରିନେବା ପରେ  ପ୍ରଥମ ଫତଓ୍ୱା  ଜାରି କରିଛି ତାଲିବାନ । ବିଶ୍ୱ ବିଦ୍ୟାଳୟରେ ପୁଅ ଓ ଝିଅମାନେ ଏକାଠି ପାଠ ପଢିପାରିବେ ନାହିଁ ।
  4. ଗତ  ମାର୍ଚ୍ଚ ମାସରେ ଖୁବ୍‌ ଚର୍ଚ୍ଚା ସାଉଣ୍ଟିଥିଲା ସୁଏଜ କେନାଲରେ ଫସି ରହିଥିବା ଏଭର ଗିଭେନ୍‌ ମାଲବାହୀ ଜାହାଜ । ସୁଏଜ କେନାଲରେ ଫସି ରହି ସମଗ୍ର ବିଶ୍ୱ  ବାଣିଜ୍ୟକୁ ଗୋଟିଏ ପଟେ  ଅଟକାଇ ଦେଇଥିବା ବୃହତ୍ ମାଲବାହୀ ଜାହାଜ ଏଭର ଗିଭେନ  ଶୁକ୍ରବାରଦିନ ପୁଣି ଥରେ ସୁଏଜ କେନାଲ ଅତିକ୍ରମ କରିଛି ।
  5. ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ।ନିର୍ମଳ ଭାବମୂର୍ତ୍ତି ସହ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ବାରମ୍ବାର ଜନତାଙ୍କ ପ୍ରଥମ ପସନ୍ଦ ରହିଆସିଛନ୍ତି ନବୀନ । 
  6. ଆମେରିକା ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଖଲିଲ ହକାନୀ କାବୁଲ ରାସ୍ତାରେ ମୁକ୍ତ ଭାବରେ ବୁଲୁଥିବାର ଦେଖିବାକୁ ମିଳିଛି | ଖଲିଲ ହକାନୀର ମୁଣ୍ଡ ଉପରେ ଆମେରିକା ୫ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୩୭ କୋଟି ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।
  7. ଜାଇଡସ କାଡିଲା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ନିଜର କରୋନା ଟିକା ଜାଇକୋଭ-ଡିର ପ୍ରଥମ ବ୍ୟାଚ୍ ବଜାରକୁ ଛାଡ଼ିବ । ସେପ୍ଟେମ୍ବର ଶେଷ ସୁଦ୍ଧା କମ୍ପାନି ପ୍ରାୟ ୩୦ରୁ ୪୦ ଲକ୍ଷ ମାତ୍ରା ଟିକା ଛାଡ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଅକ୍ଟୋବରଠାରୁ ମାସକୁ ୧ କୋଟି ମାତ୍ରା ଟିକା ଛାଡ଼ିବ
  8. ତାଲିବାନ୍‌କୁ ଖୋଲାଖୋଲି ସମର୍ଥନ କରିବା ଚୀନ୍‌ ପାଇଁ ମହଙ୍ଗା ହୋଇଛି। ଚୀନ୍‌ର ନାଗରିକମାନେ ସରକାରଙ୍କ ଏଭଳି କାର୍ଯ୍ୟକୁ କଡ଼ା ବିରୋଧ କରିଛନ୍ତି। ଚୀନ୍‌ ତାଲିବାନ୍‌କୁ ସମର୍ଥନ କରି ମାନବତାର ବିରୋଧୀମାନଙ୍କୁ ପ୍ରୋତ୍ସାହନ ଦେଇଛି ବୋଲି ବିଭିନ୍ନ ମହଲ ମତ ରଖିଛନ୍ତି।
  9. ଦେଶରେ ବିଭିନ୍ନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଏବେ ବି ଅଧିକ ରହୁଛି। ତେବେ କରୋନାଭାଇରସ୍‌ର ଡେଲ୍‌ଟା ପ୍ରଜାତି ପାଇଁ ଦେଶରେ ସଂକ୍ରମଣ ବଢ଼ୁଛି ବୋଲି ଇଣ୍ଡିଆନ୍‌ ସାର୍ସ‌୍ କଭ୍‌-୨ ଜେନମିକ୍ସ କନ୍‌ସୋର୍ଟିୟମ୍‌ ପକ୍ଷରୁ କୁହାଯାଇଛି।
  10. ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ମାଗଣାରେ ଗରିବ ଲୋକଙ୍କୁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ପ୍ରଦାନ କରାଯିବ। ରେସନକାର୍ଡ଼ ଧାରୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ଏମ୍‌ସ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। 
  11. ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲାହୁଦ୍ଦିନ ଭାରତ ପ୍ରତି ବିପଦ ଥିବା ଏକ ଅଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ଅଡିଓ ବାର୍ତ୍ତାରେ ସେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପର ବିସ୍ତାର କରିବାରେ ସହାୟତା ପାଇଁ ତାଲିବାନ ଆତଙ୍କବାଦୀଙ୍କୁ ଅନୁରୋଧ କରିଛନ୍ତି। ଭାରତ ଉପରେ ଆକ୍ରମଣ କରିବା ପାଇଁ  ସେମାନେ ତାଲିବାନ ସହାୟତା ଲୋଡିଛନ୍ତି।
  12. ଟୋକିଓ ପାରାଲିମ୍ପିକ୍‌ସରେ ସର୍ବବୃହତ ୫୪ଜଣିଆ​‌ ଭାରତୀୟ ଦଳ ପ୍ରତିନିଧିତ୍ବ କରିବେ। ଭାରତ ଉକ୍ତ ଟୋକିଓ ପାରାଲିମ୍ପିକ୍‌ସରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ୫ଟି ସ୍ବର୍ଣ୍ଣ ସହ ୧୫ରୁ ଅଧିକ ପଦକ ଜିତିବ ବୋଲି ଟୋକିଓ ପାରାଲିମ୍ପିକ୍‌ସ ଭାରତୀୟ ଚିଫ ଡି ମିଶନ ଗୁରୁସରଣ ସିଂହ କହିଛନ୍ତି।
  13. କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ୨୦୨୨ ଯାଏଁ ମିଳିବ PF
  14. ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସହ ଯୋଡି ହେଉଛନ୍ତି କେନ୍ଦ୍ରମନ୍ତ୍ରୀ । ବିଶାଳ ରାଲି ଜରିଆରେ କେନ୍ଦ୍ର ସରକାରଙ୍କ ଯୋଜନା ନେଇ କରୁଛନ୍ତି ସଚେତନ ।
  15. ଜନ୍ମ ମାଟି ସୁନ୍ଦରଗଡ଼ରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ।
  16. ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ, ୩ ଦିନିଆ ରାଜ୍ୟସ୍ତରୀୟ ଶୋକ ପାଳନ ।
  17. ସ୍ମାର୍ଟ ସ୍କୁଲ ରୂପାନ୍ତରଣ ହେଉଛି ୫-ଟିର କ୍ଲାସିକ ଉଦାହରଣ, ରୂପାନ୍ତରଣ ପିଲାଙ୍କ ସ୍ବପ୍ନକୁ ସାକାର କରିବ ଓ ନୂଆ ଓଡିଶାର ଭିତ୍ତି ପକାଇବ:ମୁଖ୍ୟମନ୍ତ୍ରୀ । ହିଂଜିଳିରୁ ଆରମ୍ଭ ହେଲା ସ୍ମାର୍ଟ କ୍ଲାସ ବ୍ୟବସ୍ଥା । ବୈଷୟିକ ଜ୍ଞାନକୌଶଳ ଜରିଆରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଲକ୍ଷ୍ୟ । ଏପଟେ ଜାତୀୟ ଶିକ୍ଷା ନୀତି ନେଇ ଧର୍ମେନ୍ଦ୍ରଙ୍କ ସମୀକ୍ଷା ।
  18. ଡ୍ରାଇଭର ସାଜିଥିଲା ଲୁଟେରା । ଏଟିଏମ ଭ୍ୟାନ ଅପହରଣ କରି ଲୁଟ ଘଟଣାର ହେଲା ପର୍ଦ୍ଦାଫାସ । ଘରେ ମାଟିତଳେ ପୋତିଥିବା ହାଣ୍ଡିରୁ ମିଳିଲା ବିଡ଼ା ବିଡ଼ା ଟଙ୍କା  ।ବ୍ରହ୍ମପୁର ବଡ ବଜାର ଥାନା ଅଂଚଳରୁ ଏଟିଏମ ଭ୍ୟାନ ଲୁଟ ଘଟଣାରେ ପୁଲିସକୁ ନୂଆ ସୁରାକ ମିଳିଛି । 
  19. ଆଫଗାନିସ୍ତାନର ସ୍ୱାଧିନତା ପାଇଁ ମରିବାକୁ ପ୍ରସ୍ତୁତ’, ତାଲିବାନକୁ ଚ୍ୟାଲେଞ୍ଜ୍ କଲେ ଆଫଗାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ  .
  20. ପୁଅ, ଝିଅ ଏକାଠି ପାଠ ପଢିପାରିବେ ନାହିଁ, ତାଲିବାନ ଜାରି କଲା ଫତଓ୍ବା ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.