• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ମାମଲାରେ ପ୍ରାୟ ୧୦ ପ୍ରତିଶତ ହ୍ରାସ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ଦେଶରେ ୩୦,୯୪୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।
  2. ରିଆ ନୋଭୋସ୍ତିରିପୋର୍ଟ କରିଛି ଯେ, ପୁଟିନ୍ କହିଛନ୍ତି, ଆମେ ଚାହୁଁନା ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ। ଆଫଗାନିସ୍ତାନରୁ ଆଗତ ଶରଣାର୍ଥୀ ସମସ୍ୟା ରୁଷୀୟ ବୈଦେଶିକ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେବ।
  3. କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ପେଟ୍ ସିଟି ସ୍କାନ୍‌ ମେସିନ୍‌। ଏଥିପାଇଁ ଆଟମିକ୍‌ ଏନର୍ଜି ରେଗୁଲେଟିଙ୍ଗ୍‌ ବୋର୍ଡ(ଏଇଆର୍‌ବି)ପକ୍ଷରୁ ଅନୁମତି ମିଳି ସାରିଛି।
  4. କଟକ ଏସ୍‌ସିବି ମେଡିକାଲରେ ଏକ୍‌ମୋ ମେସିନ୍‌ କାର୍ଯ୍ୟକ୍ଷମ ହୋଇପାରେ। ଏ ନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନିର୍ଦ୍ଦେଶକ କହିଛନ୍ତି, ୯ଟି ଏକ୍‌ମୋ ମେସିନ୍‌ ପାଇଁ ୪ ଜଣ ହୃଦରୋଗ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
  5. ଭାରତୀୟ ବାୟୁସେନାର ସି-୧୭ ବିମାନ ୧୬୮ଜଣଙ୍କ ମଧ୍ୟରୁ ୧୦୭ଜଣ ଭାରତୀୟ ନାଗରିକଙ୍କୁ ନେଇ ଗାଜିଆବାଦର ହିନ୍ଦୋନ ଏୟାରବେସରେ ଅବତରଣ କରିଛି। 
  6. ତାଲିବାନମାନଙ୍କଦ୍ବାରା ଅଧିକୃତ ହେବା ପରେ କାବୁଲର ପରିସ୍ଥିତିରେ ଅବନତି ଘଟିବାରୁ ରବିବାର ଦିନ ଭାରତ ତିନୋଟି ପୃଥକ୍ ବିମାନରେ ସେଠାରୁ ୩୨୯ଜଣ ଭାରତୀୟ ନାଗରିକ, ଦୁଇଜଣ ଆଫଗାନ ସାଂସଦଙ୍କ ସମେତ ପ୍ରାୟ ୪୦୦ ବ୍ୟକ୍ତିଙ୍କୁ ନେଇ ଆସିଛି।
  7. ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାମିଲନାଡୁର ବିଜେପି ନେତା ଲା ଗଣେଶନଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଲା ଗଣେଶନ ବିଜେପିର ଜଣେ ବରିଷ୍ଠ ନେତା ଭାବେ ବେସ୍ ଜଣାଶୁଣା ।
  8. ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବା ପରେ ବିଭିନ୍ନ ଦେଶ ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇନେବାକୁ ଚେଷ୍ଟା ଚଳାଇଛନ୍ତି | ଗତ କଛି ଦିନ ହେବ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥିବା ବେଳେ ଆମେରିକା ଗତ ୨୪ଘଣ୍ଟାରେ ୩,୮୦୦ ଲୋକଙ୍କୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି |
  9. ବିଶ୍ବ‌ରେ କୋଭିଡ୍‌ ସଂକ୍ରମଣ ମାମଲା ଏବେ ୨୧ କୋଟିରୁ ଅଧିକ ରହିଛି। ମୋଟ୍‌ ସଂକ୍ରମଣ ମାମଲା ୨୧୧,୭୭୮,୫୨୬ରେ ପହଞ୍ଚିଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୪,୪୩୨,୨୦୭ରେ ପହଞ୍ଚିଛି। ତେବେ ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଏସ୍‌ଇ) ତଥ୍ୟ ଅନୁଯାୟୀ ବିଶ୍ବରେ ଏବେ ସଂକ୍ରମଣ ମାମଲା, ମୃତ୍ୟୁସଂଖ୍ୟା ଏବଂ ଟିକାକରଣ ଯଥାକ୍ରମେ ୨୧୦ ,୭୮୩,୮୩୩, ୪,୪୧୩,୬୭୩ ଏବଂ ୪,୮୬୭,୦୦୩,୨୫୩ ରହିଛି।
  10. ଗତ ୪ ମାସ ହେବ ବନ୍ଦ ରହିଥିବା ଲର୍ଣ୍ଣିଂ ଲାଇସେନ୍‌ସ ଆବେଦନ ପୁଣି ଥରେ ଆରମ୍ଭ ହୋଇଛି। ଆସନ୍ତା ୨୩ ତାରିଖରୁ ରାଜ୍ୟର ସମସ୍ତ ଆରଟିଓରେ ଲର୍ଣ୍ଣିଂ ଲାଇସେନସ ସ୍ଲଟ୍ ବୁକିଂ ହୋଇପାରିବ ବୋଲି ରାଜ୍ୟ ପରିବହନ କର୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି।
  11. କଣ୍ଟାବାଞ୍ଜିରେ କେନ୍ଦ୍ର ରେଲମନ୍ତ୍ରୀ: କହିଲେ ମୋ କଲମରେ କୌଣସି  ପ୍ରକଳ୍ପ ବିଳମ୍ବ ହେବ ନାହିଁ, ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି ।
  12. ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ  । ସମୀକ୍ଷା ବୈଠକ ସହ ବରିଷ୍ଠ ନେତା, ସାହିତ୍ୟିକ ଓ ଶିକ୍ଷାବିତଙ୍କୁ ଭେଟିଲେ ଧର୍ମେନ୍ଦ୍ର, କଳାହାଣ୍ଡି ଓ ବଲାଙ୍ଗୀରରେ ରେଳ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଲେ ଅଶ୍ୱିନୀ ବୈଷ୍ଣବ ।  
  13. ଆଫଗାନିସ୍ତାନ ପରିସ୍ଥିତିକୁ ନେଇ ଅଗଷ୍ଟ୨୪ରେ G-7 ବୈଠକ ଆହ୍ୱାନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, କହିଲେ ତତ୍କାଳ ହେବ ଆଲୋଚନା ।
  14. ଯୁଦ୍ଧଭୂମି ଆଫଗାନିସ୍ତାନରେ ଭୟଙ୍କର ଅନୁଭୂତି ଧରି ଭାରତ ଫେରିଲେ ୧୬୮ ଯାତ୍ରୀ । ଭାରତ ମାତା କି ଜୟ ଧ୍ୱନିରେ କମ୍ପିଲା ବିମାନ ।
  15. ଆୟକର ବିଭାଗ ଇ- ଫାଇଲିଙ୍ଗ ପୋର୍ଟାଲରେ ତୃଟିବିଚ୍ୟୁତି, ଇନଫୋସିସ୍ ସିଇଓଙ୍କୁ ସରକାରଙ୍କ ନୋଟିସ ।
  16. OPSC ୨୦୨୦ ପ୍ରିଲିମ ପରୀକ୍ଷାରେ ସାଙ୍ଘାତିକ ତ୍ରୁଟି, ଆଡମିଟ କାର୍ଡରେ ସିଭିଲ ପରୀକ୍ଷା ଜାଗାରେ ଲେଖାଅଛି ଆସିଷ୍ଟାଣ୍ଡ SOIL କଞ୍ଜର୍ଭେସନ ଅଫିସର .
  17. ଏୟାର ଇଣ୍ଡିଆର ନିର୍ଦ୍ଦେଶ, ପାଇଲଟ୍-ଇନ୍-କମାଣ୍ଡକୁ ସାର୍ନୁହେଁ କ୍ୟାପଟେନ୍ସମ୍ବୋଧନ କରିବେ ସହ-ପାଇଲଟ ।
  18. ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଯାଉଛି। ଏଥିରେ ସଫଳତା ପରେ ଯୁକ୍ତ ଦୁଇ ପିଲାଙ୍କ ପ୍ରତି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁ ନାହାନ୍ତି, ସେମାନେ ଘରେ ରହି ୟୁ ଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ।
  19. ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଗହଳି ଚହଳିରେ ଏବେଠୁ ଚଳଚଞ୍ଚଳ ହେବ ସିଂହଦ୍ୱାର ସାମ୍ନା। କଟକଣା ଭିତରେ କାଳିଆ ସାଆନ୍ତେଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ମନ୍ଦିର ପ୍ରଶାସନ ତରଫରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ଚାଲିଛି ଦର୍ଶନ କାର୍ଯ୍ୟ। ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି।
  20. ପୂର୍ବ ଭାରତର ରେଫେରାଲ ସେଣ୍ଟର ଭାବେ ପରିଚିତ ଏମ୍ସ ଭୁବନେଶ୍ବରରେ ଫଙ୍ଗସ୍‌ ଉପରେ ଅଧିକ ଗବେଷଣା ଲାଗି ଆରମ୍ଭ ହୋଇଛି ଆଡଭାନ୍ସଡ ମଲିକୁଲାର୍ ଡାଏଗ୍ନୋଷ୍ଟିକ୍ ସେଣ୍ଟର। ଇଣ୍ଡିଆନ୍ କ‌ାଉନସିଲ୍ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ଏହି ଗବେଷଣା କେନ୍ଦ୍ର ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ସଂପ୍ରତି ଦେଖା ଦେଉଥିବା ବିଭିନ୍ନ ପ୍ରକାର ଫଙ୍ଗସ୍ ସଂକ୍ରମଣ ଉପ‌ରେ ଗବେଷଣା କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.