• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ତାଲିବାନ ଚାହୁଁଛି ଯେ, ଆମେରିକା ଅଗଷ୍ଟ ୩୧ ସୁଧା ଏୟାରପୋର୍ଟରୁ ତା’ର ସୈନିକଙ୍କୁ ହଟାଉ । ନିର୍ଧାରିତ ସମୟ ମଧ୍ୟରେ ସେନା ନହଟାଇଲେ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି ।
  2.  ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ତେବେ ୫ଟି ପର୍ଯ୍ୟାୟରେ ପ୍ରାୟ ୫୦ଟି ସ୍କୁଲର ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି।ଦ୍ୱିତୀୟ ପର୍ଯ୍ୟାୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହି  କାର୍ଯ୍ୟକ୍ରମ ହିଞ୍ଜିଳିରେ ହୋଇଛି।
  3. ଆସନ୍ତା ୨୬ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ ଆଫଗାନିସ୍ତାନ ସ୍ଥିତି ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।
  4. ନୟାଗଡର କୁନି ଝିଅ ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ପରୀର ବାପା, ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପ୍ରଥମେ ରିଟ୍ ପିଟିସନ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଆବେଦନ କରାଯାଇଥିଲା ।ହାଇକୋର୍ଟରେ ଆବେଦନ କରିବାକୁ ପରୀର ବାପା, ମାଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।
  5. ଆଫଗାନିସ୍ତାନର ଫାଜର ଅଞ୍ଚଳରେ କରାଯାଇଥିବା ଆକ୍ରମଣରେ ୫୦ ତାଲିବାନ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣଙ୍କୁ ବନ୍ଦୀ କରି ଦିଆଯାଇଥିବା ଜଣାଯାଇଛି।
  6. ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟ ଅନୁସାରେ ଓଡ଼ିଶାରେ ଅଗଷ୍ଟ ୨୩ ସୁଦ୍ଧା ମାତ୍ର ୫୮୪ ମିଲିମିଟର ବର୍ଷା ହୋଇଛି ଯାହାକି ସ୍ବାଭାବିକଠାରୁ ୩୧ ପ୍ରତିଶତ ନିଅଣ୍ଟ । ଓଡ଼ିଶାର ମୋଟ ୩୦ ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ବର୍ଷା ନିଅଣ୍ଟ ରହିଛି । ଏସବୁ ଜିଲ୍ଲାରେ ବର୍ଷା ନିଅଣ୍ଟ ପରିମାଣ ୫୯ ପ୍ରତିଶତରୁ ୨୦ ପ୍ରତିଶତ ମଧ୍ୟରେ ରହିଛି । 
  7. ନୋଏଡାର ମୋନିକା ଅଗ୍ରଓ୍ୱାଲ କୃଷକଙ୍କ ଆନ୍ଦୋଳନକୁ ନେଇ ସୁପ୍ରିକୋର୍ଟରେ ଆବେଦନ କରିଥିଲେ ।ଶୁଣାଣି କରି କୋର୍ଟ କହିଛନ୍ତି ଯେ, କଣ ପାଇଁ ରାସ୍ତା ବନ୍ଦ ଅଛି । ପ୍ରଦର୍ଶନ କରିବାକୁ ମନା ନାହିଁ । କିନ୍ତୁ ରାସ୍ତାଗୁଡିକୁ ବନ୍ଦ କରିବା ଅନୁଚିତ । ଏ ବାବଦରେ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ରାସ୍ତା ଅବରୋଧ ଶେଷ କରିବାକୁ କୋର୍ଟ କହିଛନ୍ତି । ଏହାସହ କୋର୍ଟ କେନ୍ଦ୍ର ସରକାରଙ୍କୁ ଘଟଣାର ସମାଧାନ ବାବଦରେ ପ୍ରଶ୍ନ ପଚାରିବା ସହ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
  8. ଟୋକିଓ ଅଲିମ୍ପିକ୍‌​ରେ ବ୍ରୋଞ୍ଜ ମେଡାଲ ଜିଣିଥିବା ହକି ପ୍ଲେୟରଙ୍କ ମଧ୍ୟରେ ସାମିଲ ପଞ୍ଜାବର ଖେଳାଳିଙ୍କ ନାଁରେ ବିଦ୍ୟାଳୟର ନାଁ ପରିବର୍ତ୍ତନ ହେବାକୁ ଯାଉଛି।ଟିମ୍‌ର ଅଧିନାୟକ, ଉପଅଧିନାୟକ, ମିଡିଲ୍‌ ଫିଲ୍ଡର ଏମିତି ପ୍ରାୟ ୧୦ ଖେଳାଳିଙ୍କ ନାଁରେ ୧୦ ସ୍କୁଲର ନାମକରଣ ହୋଇଛି ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ଶିଙ୍ଗଲା ସୂଚନା ଦେଇଛନ୍ତି ।
  9. ମୋଦି ସରକାର ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ ଡେଂଟାଲ ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକତୋରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ)ର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ଐତିହାସିକ ନିଷ୍ପତି ନେଇଛନ୍ତି। ଅଣସଂରକ୍ଷଣ କ୍ଷେତ୍ରରେ ସିଟକୁ ହ୍ରାସ କରାନଯାଇ ନିଆଯାଇଥିବା ଏହି ପଦକ୍ଷେପ ଦ୍ୱାରା ପଛୁଆ
  10. ଏବେ ବି ଆଫଗାନିସ୍ତାନରେ ପ୍ରାୟ ୧୫ ହଜାର ଆମେରିକୀୟ ନାଗରିକ ଏବଂ ସେମାନଙ୍କୁ ସହଯୋଗ କରୁଥିବା ୫୦ ହଜାର ଆଫଗାନ ନାଗରିକ ରହିଛନ୍ତି। ସେମାନଙ୍କୁ କାବୁଲ ବିମାନ ବନ୍ଦର ଦେଇ ସ୍ଥାନାନ୍ତର କରିବାକୁ ହେବ।
  11. କଟକ ବଡ଼ ଡାକ୍ତରଖାନାରେ ମିଳିବ ବ୍ୟୟବହୁଳ ଏକମୋ ଚିକିତ୍ସା। ଆସନ୍ତା ୨୭ ତାରିଖରେ ଏସସିବିରେ ଏକମୋ ୟୁନିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  12. ଭୁବନେଶ୍ୱରର ଝାରପଡ଼ାରେ ନିର୍ମାଣ ହେବ ଅତ୍ୟାଧୁନିକ ପାର୍କ। ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ପାର୍କର ଆଜି ଶିଳାନ୍ୟାସ କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ସୂଚନା ଅନୁଯାୟୀ, ପାର୍କରେ ବରିଷ୍ଠ ନାଗରିକଙ୍କ ପାଇଁ ଯୋଗ ମଣ୍ଡପ ଓ ଚେୟାର ବ୍ୟବସ୍ଥା, ଜିମ, ପିଲାଙ୍କ ପାଇଁ ଖେଳ ଉପକରଣ, ପାନୀୟ ଜଳ ବ୍ୟବସ୍ଥା ଓ ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଆଲୋକୀକରଣ ବ୍ୟବସ୍ଥା ରହିବ ।
  13. ଟୋକିଓରେ ଆୟୋଜନ ହେବ ୨୦୨୦ ପାରାଅଲମ୍ପିକ୍ସ। ପ୍ରାୟ ୯ଟି ପ୍ରତିଯୋଗିତାରେ ୫୪ ଜଣ ପାରା ଆଥଲେଟ ଭାରତକୁ ପ୍ରତିନିଧିତ୍ୱ କରିବେ । ପାରାଅଲମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବଡ ଭାରତୀୟ ଦଳ । ୨୨ଟି କ୍ରୀଡାରେ ୫୯୩ଟି ଇଭେଣ୍ଟ ଆୟୋଜନ କରାଯିବ ।
  14. ଆୟକର ବିଭାଗର ନୂଆ ପୋର୍ଟାଲ୍‌ରେ ଦେଖାଦେଇଥିବା ତ୍ରୁଟିଗୁଡ଼ିକର ସମାଧାନ କରିବାରେ ଇନ୍‌ଫୋସିସ୍‌ ବିଫଳ ହୋଇଛି। କାହିଁକି ଏହି ସମସ୍ୟା ଲାଗି ରହିଛି ତାହା ଜଣାଇବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଇନ୍‌ଫୋସିସ୍‌ର ସିଇଓ ଶଲିଲ୍‌ ପାରେଖଙ୍କୁ ସମନ ଜାରି କରାଯାଇଛି
  15. ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା କୃଷକ ନେତା ହୃଦାନନ୍ଦ ରାଉତଙ୍କ ସୋମବାର ୯୪ ବର୍ଷ ବୟସରେ ଭଦ୍ରକ କଲେଇ ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ନିଜ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।
  16. ଆମ ଦେଶର ୩୬୩ ସାଂସଦ ଏବଂ ବିଧାୟକଙ୍କ ନାମରେ ହତ୍ୟା ମାମଲାଭଳି ଗୁରୁତର ଅଭିଯୋଗ ରହିଛି।  ଏଥିରେ କେନ୍ଦ୍ରର ୩୩ ଜଣ ମନ୍ତ୍ରୀ ଏବଂ କେତେକ ରାଜ୍ୟର ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ‘ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌’ (ଏଡିଆର୍‌) ତାହାର ରିପୋର୍ଟରେ ଏହି ତଥ୍ୟା ସାମ୍ନାକୁ ଆଣିଛି।
  17. ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆସନ୍ତାକାଲି(ସୋମବାର) ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ(ପିଇଟି) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଖାଲିଥିବା ୨ହଜାର ୫୫ ହିନ୍ଦୀ ଶିକ୍ଷକ, ୧ ହଜାର ୩୦୪ ସଂସ୍କୃତ ଶିକ୍ଷକ ଏବଂ ୧ ହଜାର ୨୬୦ ପିଇଟି ପଦକୁ ମିଶାଇ ପ୍ରଥମ ପର୍ଯ୍ୟାୟର ୪ ହଜାର ୬୧୯ଟି ଶିକ୍ଷକ ପଦ ପୂରଣ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ। 
  18. ପୋଲିସର ପୁନା ନର୍କମ ଅଭିଯାନ ପରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ । ଦିର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିଲେ ।
  19. ଶିଳ୍ପପତି ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍ ବଜାର ନିୟାମକ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ଠାରୁ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। ସେବି ଆଦାନୀ ୱିଲମାରର ଆଦାନୀ ଗ୍ରୁପ୍ କମ୍ପାନୀର ଆଇପିଓ ଉପରେ ପ୍ରତିବନ୍ଧକ ଲଗାଇଛି।
  20. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କନୌଟ୍ ପ୍ଲେସରେ ଦେଶର ପ୍ରଥମ ସ୍ମଗ୍ ଟାୱାରର ଉଦଘାଟନ କରିଛନ୍ତି। ଏହି ଟାୱାର ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରତି ସେକେଣ୍ଡରେ ୧୦୦୦ ଘନ ମିଟର ବାୟୁକୁ ବିଶୁଦ୍ଧ କରିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.