• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୮୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ବର୍ଷରୁ କମ୍ ୧୩୧ ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 
  2. ତାଲିବାନର ବରିଷ୍ଠ ନେତାଙ୍କୁ ଲୁଚି ଲୁଚି ଭେଟିଲେ ସିଆଇଏ ନିର୍ଦ୍ଦେଶକ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ।
  3. ସରକାରୀ ସ୍କୁଲରେ ହେବ ସ୍ମାର୍ଟ ପାଠ, ଗଂଜାମ ଜିଲ୍ଳାରେ ୫୦ଟି ସ୍କୁଲରେ ନିର୍ମାଣ ହୋଇଛି ସ୍ମାର୍ଟ ଶ୍ରେଣୀ ଗୃହ ।
  4. ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ, ୟୁପିର ସାଂସଦ ଓ ପୋଲିସଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ ।
  5. ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ୮୦.୮୩ %
  6. ବେଆଇନ ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା, ୪୮ଟି ଖଣି ଲିଜ୍‍ ଟେଣ୍ଡର ବାତିଲ
  7. ଛତିଶଗଡ-ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୨ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା
  8. ୧.୫ କୋଟି ମୋବାଇଲ ଗ୍ରାହକଙ୍କ ସହିତ ଓଡ଼ିଶାରେ ଜିଓ ୧ ନମ୍ବର ସ୍ଥାନରେ ।
  9. ଆଫଗାନିସ୍ତାନରୁ ଭାରତୀୟଙ୍କୁ ମୁକୁଳାଇବା ଅପରେସନର ନାମ ଦିଆଗଲା ଦେବୀଶକ୍ତି
  10. ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ଦୀର୍ଘ ୪୫ମିନିଟର ଆଲୋଚନା; ଅଫାଗାନିସ୍ତାନକୁ ନେଇ ଚିନ୍ତା ପ୍ରକଟ କଲେ ଦୁଇ ଦେଶ ।
  11. ଜାତୀୟ ଶିକ୍ଷା ନୀତିର ପ୍ରଥମ ବର୍ଷ ଉପଲବ୍ଧି ପୁସ୍ତକ ଓ ୪ଟି ନୂଆ ଉପକ୍ରମର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ।
  12. RBI ଜାରି କଲା ନୂଆ ଗାଇଡଲାଇନ୍ PPS, ଏଣିକି Cheque କ୍ଲିୟରିଂ ବେଳେ ଡିଟେଲ୍ସ ନଦେଲେ ବ୍ୟାଙ୍କ କରିଦେବ ରିଜେକ୍ଟ ।
  13. କୋର୍ଟରେ ହାଜର ହେବା ପରେ କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ମିଳିଲା ଜାମିନ  । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ଅଡୁଆରେ ଫସିଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ  ।
  14. ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାକରାଯାଇଛି । ଆଜି ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି  ।  କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଂଜ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବଜ୍ରପାତ ବର୍ଷା ହେବାର ସମ୍ଭାବନା ରହିଛି  ।
  15. ସ୍ବାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ମହିଳା ଫୁଟବଲ ଦଳ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ପରିବାର ସହ ୭୫ଜଣିଆ ଦଳ ଆଫଗାନିସ୍ତାନ ମହିଳା ଫୁଟବଲ ଖେଳାଳି ଦେଶ ଛାଡ଼ି ଅଷ୍ଟ୍ରେଲିଆ ପଳାଇ ଯାଇଛନ୍ତି।
  16. ସାରା ଦେଶରେ ପୂର୍ବତନ ଓ ବର୍ତ୍ତମାନର ସାଂସଦ ତଥା ବିଧାୟକଙ୍କ ବିରୋଧରେ ସିବିଆଇରେ ୧୫୧ ଟି ମାମଲା ଲମ୍ବିତ ଥିବା ବେଳେ ୫୮ଟି ମାମଲାରେ ଆଜୀବନ କାରାଦଣ୍ଡର ପ୍ରାବଧାନ ମଧ୍ୟ କରାଯାଇଛି । 
  17. ତାଲିବାନର ବର୍ବରତା ପାଇଁ ଆତଙ୍କିତ ଆଫଗାନ ନାଗରିକ । ଅନେକ ଦେଶ ସେମାନଙ୍କ ନାଗରିକଙ୍କୁ ଆଫଗାନିସ୍ତାନରୁ ନେଇଯାଉଛନ୍ତି । ଏହାମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ସେନା ମୁଖ୍ୟ ଓ୍ୱାଲି ମହମ୍ମଦ ଅହମଦାଇ କାବୁଲ ବିମାନବନ୍ଦରରେ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।
  18. କୋଭିଡ-୧୯ ମହାମାରୀ ଯୋଗୁ ୨୦୨୦ ମସିହାରେ ବିକାଶଶୀଳ ପ୍ରଶାନ୍ତ-ଏସିୟା କ୍ଷେତ୍ରର ଅନୁନ୍ୟ ୭୫ରୁ ୮୦ ନିୟୁତ ଲୋକେ ଅତ୍ୟାଧିକ ଦାରିଦ୍ର୍ୟତାର ଶିକାର ହୋଇଛନ୍ତି। ଏସିୟାନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମଙ୍ଗଳବାର ଜାରି କରିଥିବା ନୂଆ ରିପୋର୍ଟରେ ଏହା କହିଛନ୍ତି। କେବଳ ଏତିକି ନୁହେଁ ମହାମାରୀ କ୍ଷେତ୍ରର ଶତତ ବିକାଶ ଲକ୍ଷ (ଏଡିଜି)ରେ ପ୍ରମୁଖ ବିକାଶ ଲକ୍ଷପୁରଣରେ ମସ୍ତ ବଡ ବିପଦ ବୋଲି ସତର୍କ କରାଇ ଦେଇଛନ୍ତି।
  19. ସୂଚନା ଓ ପ୍ରଯୁକ୍ତି କମ୍ପାନୀ ଇନଫୋସିସ୍ ମାର୍କେଟ କ୍ୟାପିଟାଲ  ମଙ୍ଗଳବାର ୧୦୦ ବିଲିୟନ ଡଲାରରେ ପହଞ୍ଚିଥିଲା। ସେୟାର ବଜାରର ଖେଳ ମାତ୍ର କିଛିକ୍ଷଣ ପାଇଁ ହେଉ ପଛେ ମଙ୍ଗଳବାର ଇନଫୋସିସ୍ ବଜାର ପୁଞ୍ଜିକୁ ୧୦୦ ବିଲିୟନ ଡଲାରରେ ପହଞ୍ଚାଇଥିଲା। ଏହା ସହ ଏମକ୍ୟାପ୍‌ରେ ଇନଫୋସିସ୍ ଦେଶର ଚତୁର୍ଥ ସଂସ୍ଥାରେ ପରିଣତ ହୋଇଛି।
  20. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଯେଉଁମାନେ ମହାମାରୀରେ ଚାକିରି ହରାଇଛନ୍ତି ସେ ସମସ୍ତଙ୍କ EPFO ଆକାଉଣ୍ଟକୁ କେନ୍ଦ୍ର ସରକାର ୨୦୨୨ ଯାଏଁ PF ଅଂଶଧନ ଜମା କରିବେ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଛି ଯେ, ଯେଉଁମାନଙ୍କର ଇପିଏଫ୍‌ଓ ଆକାଉଣ୍ଟ ପଞ୍ଜିକରଣ ଥିବ କେବଳ ସେହିମାନଙ୍କୁ ଏହି ସୁବିଧାର ଲାଭ ମିଳିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.