• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ ୧୩୦ ଜଣ ସଂକ୍ରମିତ ହୋଇଛନ୍ତି। ଏଥିସହିତ ସଂଗରୋଧରୁ ୪୯୨ ଓ ସ୍ଥାନୀୟ ସଂକ୍ରମିତ ୩୫୭ ଜଣଙ୍କୁ ଚିହ୍ନଟ କରାଯାଇଛି।
  2. କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ଫାମିଲି ପେନ୍‌ସନ୍‌ରେ ବୃଦ୍ଧି କରିଛନ୍ତି। ପେନ୍‌ସନ୍‌ଭୋଗୀମାନେ ଶେଷ ବେତନର ୩୦% ରାଶିକୁ ‌ପେନ୍‌ସନ୍ ଆକାରରେ ପାଇବେ।
  3. ଏଣିକି ନିୟମ ଖିଲାପ କଲେ ଆଉ ବର୍ତ୍ତି ପାରିବେନି ଗାଡ଼ି ଚାଳକ । ପ୍ରଥମ ଥର ନିୟମ ଭାଙ୍ଗିଲେ ବି ବାତିଲ ହୋଇଯିବ ଲାଇସେନ୍ସ, ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିସନର ।
  4. ରାଜ୍ୟ ପର୍ଯ୍ୟଟନରେ ସ୍ଥାନ ପାଇବ କରଂଜକୋଟ । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ
  5. ରାଜ୍ୟର ୨ଟି ବେଳାଭୂମିରେ ନିର୍ମାଣ ହେବ ବିଚ୍ ସେକ । ଗୋପାଳପୁର ଓ ସୋନପୁର ବେଳାଭୂମିରେ ଗୋଆର ଅନୁଭବ କରିବେ ପର୍ଯ୍ୟଟକ ।
  6. ଦେଶରେ ୬୦ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଗକୁ ବଢୁଛି ଟିକାକରଣ ।
  7. କାନାରା ବ୍ୟାଙ୍କର ୧.୫୯% ଅଂଶ ଅଧିଗ୍ରହଣ କଲେ ରାକେଶ ଝୁନଝୁନୱାଲା
  8. ସାଂସଦ ଓ ବିଧାୟକମାନେ ସଂପୃକ୍ତ ଥିବା ମାମଲାକୁ ନେଇ ଇଡି ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। କହିଲେ, ମାମଲା ପକାଇ ନ ରଖି ତୁରନ୍ତ ଦାଖଲ କର ଚାର୍ଜସିଟ୍ ।
  9. ଭାରତର ଗୁରୁତର ବ୍ୟାଟିଂ ବିପର୍ଯ୍ୟୟ : ପ୍ରଥମ ଇଂନିସରେ ମାତ୍ର ୭୮ ରନରେ ଅଲଆଉଟ, ଦୁଇ ଅଙ୍କ ଛୁଇଁପାରିଲେନି ୯ ବ୍ୟାଟ୍ସମ୍ୟାନ୍‌ । ଇଂଲଣ୍ଡ ୪୨ ରନରେ ଆଗୁଆ ।
  10. ଇପ୍ରୋକ୍ ଅନ୍ତର୍ଜାତୀୟ ପୁରସ୍କାର ଘୋଷିତ: ପୁରସ୍କୃତ ହେବେ ଓଡ଼ିଆ ଚିତ୍ରଶିଳ୍ପୀ ରବୀନ୍ଦ୍ର ଶବର ।
  11. ଦକ୍ଷିଣ ଭାରତର ପ୍ରମୁଖ ଏନବିଏଫସି, ଆଇସିଏଲ ଫିନକର୍ପ ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ୧୦ଟି ନୂତନ ଶାଖା ଖୋଲିବା ସହ ଉତ୍ତର ଓ ପୂର୍ବ ଭାରତୀୟ ବଜାରରେ ପ୍ରବେଶ କରିଛି ।
  12. ଭାରତ ପାଇଁ ବିପଦ ବଢାଇପାରେ ତାଲିବାନ ! ଜବାବ ଦେବାକୁ ସେନା ପ୍ରସ୍ତୁତ: ସିଡିଏସ୍‌ ।
  13. ଏ ବର୍ଷ ବଢ଼ିବନି ଯୁକ୍ତ ୨ ନାମଲେଖା ଫି’: ସେଲ୍ଫ ଫାଇନାନ୍ସ ଓ ‌ବେସରକାରୀ କଲେଜକୁ ନିର୍ଦ୍ଦେଶ ।
  14. ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି। ଏଣିକି ଆପଣମାନେ ଟିକା ପାଇଁ ହ୍ବାଟସ ଆପରେ ସ୍ଲଟ ବୁକ କରି ପାରିବେ। ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା ପାଇପାରିବେ। ହ୍ବାଟସ ଆପର ନୂଆ ଫିଚର ‘MyGov Corona Helpdesk’
  15. ଶୀର୍ଷ ଅଦାଲତରେ ନିଯୁକ୍ତି ନିମନ୍ତେ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ସୁପାରିସ କରିଥିବା ସମସ୍ତ ୯ଜଣ ବିଚାରପତିଙ୍କ ନାମକୁ କେନ୍ଦ୍ର ସରକାର ଅନୁମ‌ୋଦନ କରିଛନ୍ତି। ଏହି ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ବିଚାରପତି।
  16. ଏବେ ହମିଦ୍‌ କର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦରକୁ ନ ଯିବା ଲାଗି କାବୁଲ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଆମେରିକୀୟ ନାଗରିକମାନଙ୍କୁ ପରାମର୍ଶ ଦେଇଥିବା କଥା ବିଳମ୍ବିତ ବୁଧବାରେ ଦୂତାବାସ ଜାରି କରିଥିବା ସିକ୍ୟୁରିଟି ଆଲର୍ଟରୁ ଜଣାପଡ଼ିଛି।
  17. ତାଲିବାନର ଆଫଗାନିସ୍ତାନ ଦଖଲକୁ ଆଇଏସଆଇଏସ, ଅଲ୍‌କାଏଦା, ଜୈସ-ଇମହମ୍ମଦ ଓ ଲସ୍କର -ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନ ଗୁଡିକ ପ୍ରଶଂସା ଓ ସମର୍ଥନ କରୁଥିବାରୁ ଏହାର ସୁଦୂର ପ୍ରସାରୀ ପ୍ରଭାବ ଏହାର ପଡୋଶୀ ରାଷ୍ଟ୍ରମାନଙ୍କ ଉପରେ ପଡିପାରେ ବୋଲି ଆଶଙ୍କା କରିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ।
  18. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ଗତକାଲି କହିଥିଲେ ଯେ ଭାରତରେ କରୋନା ଏବେ ମହାମାରୀ ନହୋଇ ସ୍ଥାନୀୟ ରୋଗରେ ପରିଣତ ହୋଇଛି। ଏହା ପୂରା ଜନସଂଖ୍ୟା ଉପରେ ପ୍ରଭାବ ପକାଇବ ନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ, ଗୋଷ୍ଠୀ ଅଥବା କିଛି ସମୟ ପାଇଁ ପ୍ରଭାବୀ ରହିବ। ଅନ୍ୟ ଫ୍ଲୁ ଭଳି ଏହା ଲୋକଙ୍କ ସହିତ ରହିବ।
  19. ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା ଦିଆଯିବ। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଅନୁରୋଧ କରିଛି କେନ୍ଦ୍ର। ଏନେଇ ସବୁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟ।
  20. ଭାରତକୁ ଆସିବା ପାଇଁ ସମସ୍ତ ଆଫଗାନିସ୍ତାନ ନାଗରିକଙ୍କୁ କେବଳ ଜରୁରୀକାଳୀନ ଭିସା ବା ଇ-ଭିସା ଯୋଗାଇ ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଅନେକ ଆଫଗାନିସ୍ତାନ ନାଗରିକଙ୍କ ପାସପୋର୍ଟ ଜବତ କିମ୍ବା ହଜିଯିବା ଖବର ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.