• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ତାଲିବାନ ଆଗରୁ ସର୍ବକ୍ଷମା ଘୋଷଣା କରିଥିଲା କିନ୍ତୁ ଗୁରୁବାର ଦିନ ଅଚାନକ ତାଲିବାନ ପୂର୍ବତନ ରାଷ୍ଟ୍ରପତି କର୍ଜାଇଙ୍କ ସମେତ ଆଫଗାନିସ୍ତାନର ଜଣାଶୁଣା ୱାରଲର୍ଡ୍ ତଥା ଜାତୀୟ ବୁଝାମଣା ପରିଷଦର ଅଧ୍ୟକ୍ଷ ଅବଦୁଲ ଅବଦୁଲାଙ୍କୁ ଗୃହବନ୍ଦୀ କରିଛି ।
  2. କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଏଥିରେ ଅତି କମରେ ୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଆମେରିକାର ସୈନିକ ଏବଂ ଡାକ୍ତରୀ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ବିସ୍ଫୋରଣ ପାଇଁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। 
  3. ୩୦ ପ୍ରତିଶତ ପାଠ୍ୟକ୍ରମ କମିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ। ଏକାଦଶରେ ୩ଟି ଇଣ୍ଟରନାଲ୍‌ ପରୀକ୍ଷା ହେବ ଏବଂ ଗୋଟିଏ ବାର୍ଷିକ ପରୀକ୍ଷା ହେବ।
  4. ତୃତୀୟ ଲହରରେ ଓଡ଼ିଶା ଉପରେ ଅଧିକ ପ୍ରଭାବନ ପଡିବ ନାହିଁ । କାନପୁର ଆଇଆଇଟି ଓଡ଼ିଶା ପାଇଁ ଆଶ୍ବସ୍ତିକର ରିପୋର୍ଟ ଦେଇଛି । ଯଦି ଭୂତାଣୁ ରୂପ ବଦଳାଏ ତେବେ ତୃତୀୟ ଲହରର ଅଧିକ ପ୍ରଭାବଶାଳୀ ହେବ । ବିଶେଷଜ୍ଞଙ୍କ କହିବା ମୁତବାକ ସେପ୍ଟେମ୍ବର ଓ ଅକ୍ଟୋବର ତୃତୀୟ ଲହର ଆସିବ । ଦେଶରେ ଦୈନିକ ୪ରୁ ୫ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେବେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ତେଣୁ ଏପରି ସ୍ଥିତିରେ ଆଗୁଆ ମୁକାବିଲା ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି  ।
  5. ଭାରତର ଜାତୀୟ ରାଜଧାନୀ ଦିଲ୍ଲୀ ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ବର ଏକ ନମ୍ବର ନଗରୀ ହିସାବରେ ଫୋର୍ବସ୍‌ ତାଲିକାରେ ସ୍ଥାନ ପାଇଛି। ବିଶ୍ବର ୧୫୦ଟି ନଗରୀ ଉପରେ ବିଶ୍ଳେଷଣ କରାଯିବା ପରେ ଜଣାପଡ଼ିଛି
  6. ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ୬ ଶହ ବର୍ଗଫୁଟ୍ ଲେଖାଏଁ ଜମି ଓ ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ଦିଆଯିବ।
  7. ପୂର୍ବତନ ସିବିଆଇ ନିର୍ଦ୍ଦେଶକ ତଥା ୧୯୬୮ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍‌ ଅଫିସର ଉମାଶଙ୍କର ମିଶ୍ରଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି।
  8. କେନ୍ଦ୍ରର ଅନୁମୋଦନ ପରେ ୯ଜଣ ଜଜଙ୍କୁ ସୁପ୍ରିମକୋର୍ଟ ଜଜ୍ ଭାବେ ମିଳିବ ପଦୋନ୍ନତି । ସୁପ୍ରିମ୍‌କୋର୍ଟରେ ବିଚାରପତି ନିଯୁକ୍ତି ଲାଗି ସୁପ୍ରିମ୍‌କୋର୍ଟ କଲେଜିୟମ୍ ୯ ଜଣ ବିଚାରପତିଙ୍କ ନାମ ସୁପାରିସ କରିଥିଲା। ୯ ଜଣଙ୍କ ମଧ୍ୟରେ ରହିଛନ୍ତି ୩ ମହିଳା ବିଚାରପତି।  କେନ୍ଦ୍ର ସରକାର ଏହି ୯ ଜଣଙ୍କ ନାମକୁ ଅନୁମୋଦନ ଦେଇଥିବା ଜଣାପଡ଼ିଛି। ଏହି ୯ ଜଣଙ୍କ ନିଯୁକ୍ତି ପରେ ଆଉ ମାତ୍ର ଗୋଟିଏ ବିଚାରପତି ପଦ ଖାଲି ରହିବ।
  9. ପ୍ରଥମ ଭାରତୀୟ ଭାବେ ଓଡ଼ିଶା ଜନ୍ମିତ ସ୍ନାୟୁ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ମିଶ୍ର ପାଇବେ ସମ୍ମାନଜନକ AANS ପୁରସ୍କାର, ଆମେରିକା ସୋସାଇଟି ପକ୍ଷରୁ ଘୋଷଣା ।
  10. ଦେଶରେ ଆରମ୍ଭ ହେଲା ଅସଂଗଠିତ ଶ୍ରମିକମାନଙ୍କ ପଞ୍ଜୀକରଣ, ଇ-ଶ୍ରମ ପୋର୍ଟାଲ ଉନ୍ମୋଚନ କଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।
  11. ବ୍ୟାଙ୍କ କର୍ମଚାରଙ୍କୁ ସୀତାରମଣଙ୍କ ଉପହାର; ୩୦ ପ୍ରତିଶତ ବଢିଲା ପେନସନ ରାଶି ।
  12. କେବିସି ସିଜିନ-୧୩: ପ୍ରଥମ କରୋଡପତି ହେଲେ ଦୃଷ୍ଟିହୀନ ହିମାନୀ ବୁନ୍ଦେଲା ।
  13. ବନ୍ଦ ହେଲା Yahoo ର ନ୍ୟୁଜ ୱେବସାଇଟ୍‌, ବିଦେଶୀ କମ୍ପାନୀଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ବାଧ୍ୟ ହୋଇ ଏଭଳି  ନେଲେ ନିଷ୍ପତ୍ତି ।
  14. ଆଉ କେବଳ ୭୧ ଦିନ, ବିଧାୟକ ନହେଲେ ଚାଲିଯିବ ମମତାଙ୍କ ମୁଖ୍ୟମନ୍ତ୍ରୀ ପଦ, ପୁଣି ଥରେ ଇସିଙ୍କ ଦ୍ଵାରସ୍ଥ ହେଲା ଟିଏମସି ।
  15. ପଞ୍ଜାବରେ ବଢୁଛି ଆପର ଲୋକପ୍ରିୟତା, ଦଳରେ ଯୋଗଦେଲେ ପଞ୍ଜାବର ପୂର୍ବତନ ଶିକ୍ଷାମନ୍ତ୍ରୀ ଜାଥେଦାର ସେବା ସିଂ ସେଖୱାନ ।
  16. ୫ କୋଟି ଦାମ୍‌ର ଘଣ୍ଟା ପିନ୍ଧି ନଜର ଆସିଲେ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ସମ୍ପୂର୍ଣ୍ଣ ପ୍ଲାଟିନମରେ ନିର୍ମିତ ଏହା ହେଉଛି ଏକ ବିରଳ ଘଣ୍ଟା । ଯାହାର ନାମ ପାଟେକ ଫିଲିପେ ନାଟିଲସ୍ ପ୍ଲାଟିନମ୍ ୫୭୧୧ । 
  17. ଗୁରୁବାର ଇଂଲଣ୍ଡ ପୂର୍ବଦିନର ସ୍କୋର୍ ୧୨୦/୦ରୁ‌ ‌ଖେଳିଥିବା ବେଳେ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଦେଜା ପ୍ରଥମରୁ ଦୁଇଟି ୱିକେଟ୍‌ ଦେବାରୁ ଭାରତ ପ୍ରତ୍ୟାବର୍ତନର ସୁଯୋଗ ପାଇଥିଲା। ରୋରି ବର୍ଣ୍ଣସ (୬୧)ଙ୍କୁ ଜନ୍ମଦିନରେ ଶତକ ହାସଲ କରିବାରୁ ସୁଯୋଗ ନ ଦେଇ ବୋଲ୍ଠଡ କରି ଦେଇଥିଲେ ସାମି। ଦୃଢ଼ ଭାବେ ଖେଳୁଥିବା ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ହସିବ୍ ହମିଦ୍‌ (୬୮)ଙ୍କୁ ଜାଦେଜା ପ୍ଲେଡ୍‌ ଅନ୍‌ ବୋଲ୍ଡ କରି ଦେଇଥିଲେ। 
  18. କୋଭିସିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ନେଇ ଆଲୋଚନା ହେଉଛି। । ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ ଇନ୍ ଇଣ୍ଡିଆ (NTAGI)ରେ ମଧ୍ୟ ଏନେଇ ଆଲୋଚନା ହୋଇନାହିଁ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ NTAGI ରେ ମଧ୍ୟ ଏହା ଉପରେ ଆଲୋଚନା କରାଯିବ।
  19. ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଏବେ ହକିର କ୍ରେଜ୍ କାହିଁରେ କଣ। ଓଡ଼ିଶା ହକି ପାଇଁ ଏକ ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା କୋଚ୍ ନିଯୁକ୍ତି କରିବାକୁ ରାଜ୍ୟସରକାର ଚିନ୍ତା କରୁଛନ୍ତି। ମହାନ ହକି କିମ୍ବଦନ୍ତୀ ଜୁଡେ ଫେଲିକ୍ସ ଓଡ଼ିଶା ହକିର ମଙ୍ଗ ଧରିପାରନ୍ତି।
  20. ବିଶ୍ବର ଏକ ନମ୍ବର ପାରାବ୍ୟାଡମିଣ୍ଟନ୍ ତାରକା ତଥା ଟୋକିଓ ପାରାଲିମ୍ପିକ୍ସର ଅନ୍ୟତମ ପଦକ ଦାବିଦାର ପ୍ରମୋଦ ଭଗତ ଏବଂ ତାଙ୍କ ପୁରୁଷ ଯୁଗଳ ସାଥୀ ମନୋଜ ସରକାର ଏକକ ବର୍ଗର ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.