• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଯେଉଁ ଆକର୍ଷଣ ଦେଖିବାକୁ ମିଳୁଛି, ତାହାହିଁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗୋଟିଏ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି ବୋଲି ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି।
  2. ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ।
  3. ତାଲିବାନ କହିଛି, ଆମେରିକା ଆକାଶ ମାର୍ଗରୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀକୁ ଟାର୍ଗେଟ୍ କରିଛି । ଯିଏ କି ଆମେରିକା ସେନା ପ୍ରତ୍ୟାହାର ବେଳେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଚାହୁଁଥିଲା ।
  4. ଡ୍ରୋନ୍‌ ଆକ୍ରମଣରେ ଦୁଇ ଆତ୍ମଘାତୀ ନିପାତ କାବୁଲ୍‌ରେ ଆତଙ୍କବାଦୀଙ୍କ ପୁଣି ରକେଟ୍‌ ମାଡ଼ ଶିଶୁ ସମେତ ୨ ମୃତ, ଦଳାଚକଟାରେ ଅନେକ ଆହତ କାବୁଲ : କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଣି ଆକ୍ରମଣ କରିବା ଲାଗି ଯୋଜନା କରିଥିଲା ଆଇଏସ୍
  5. ହରିୟାଣାର କର୍ଣ୍ଣଲଠାରେ ଗତକାଲି ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ପରେ ଚାଷୀମାନେ ସେମାନଙ୍କ ଆଭିମୁଖ୍ୟ କଠୋର କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୫ରେ ସେମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି।
  6.  ବର୍ତ୍ତମାନ ସ୍କୁଲଗୁଡ଼ିକ ଖୋଲିବା କାହିଁକି ଦରକାର ସେ ସମ୍ପର୍କରେ ୫୫ ଜଣ ଡାକ୍ତର ଓ ଶିକ୍ଷାବିତ୍ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚିଠି ଲେଖି ଜଣାଇଛନ୍ତି
  7. ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ରାଜନୈତିକ ଦଳମାନଙ୍କୁ ମିଳିଛି ୩୪୨୯.୫୬ କୋଟି ଟଙ୍କା ମୂଲ୍ୟର ଚାନ୍ଦା | ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ’ (ଏଡିଆର) ପ୍ରକାଶ କରିଛି ଯେ ଏଥି ମଧ୍ୟରୁ କେବଳ ଚାରିଟି ଜାତୀୟ ଦଳ ବିଜେପି, କଂଗ୍ରେସ, ଟିଏମସି ଏବଂ ଏନସିପିର ଚାନ୍ଦା ପରିମାଣ ୮୭.୨୯ ପ୍ରତିଶତ ରହିଛି। 
  8. ଚତୁର୍ଥ ଟେଷ୍ଟ ପାଇଁ ଇଂଲଣ୍ଡର ଦଳ ଘୋଷଣା, ଫେରିଲେ କ୍ରିସ୍ ଓ୍ଵକ୍ସ, ବାହାରିଲେ ଜୋସ୍ ବଟଲର ।
  9. ଛୋଟ ସହରରେ ଷ୍ଟାର୍ଟଅପ୍ ପ୍ରତି ଆଗ୍ରହ ସୃଷ୍ଟି ଏକ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ, ମନ କି ବାତ୍ ରେ ମୋଦୀ
  10. ଆଫଗାନିସ୍ତାନରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି ତାଲିବାନ୍‌ । ଲୋକେ ସପ୍ତାହକୁ ଅତିବେଶୀରେ ୨ ଶହ ଡଲାର (ପ୍ରାୟ ୧୪ ହଜାର ୭ଶହ ଟଙ୍କା) ଉଠାଇପାରିବେ । ଏନେଇ ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ଦେ ଆଫଗାନିସ୍ତାନ ବ୍ୟାଙ୍କ(ଡିଏବି) ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି ।
  11. ଟୋକିଓ ପାରାଲିମ୍ପିକ୍ସରେ ଇତିହାସ । ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ପଦକ ।
  12. କେରଳରେ ସଂକ୍ରମଣ ବୃଦ୍ଧି ଚିନ୍ତାଜନକ : ଫେରିଲା ନାଇଟକର୍ଫ୍ୟୁ, ଅଧିକ ସଂକ୍ରମଣ ଅଞ୍ଚଳରେ ପୁଣି ଲକଡାଉନ ଘୋଷଣା ।
  13.  ଜୁଲାଇ ମାସ ପରେ ଅଗଷ୍ଟରେ ଦେଶକୁ ସ୍ୱଭାବିକରୁ କମ୍‌ ବର୍ଷା ମିଳିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ଅଗଷ୍ଟରେ ୨୬ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି । ଲଗାତାର ଦୁଇମାସ ବର୍ଷା ହ୍ରାସ ଚଳିତବର୍ଷ ମୌସୁମୀ ବର୍ଷା ହାରାହାରିଠାରୁ ମଧ୍ୟ କମ୍ ହେବ ବୋଲି ଏବେ ଆଇଏମଡି ଆକଳନ କରୁଛନ୍ତି ।
  14. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୩୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୧ ହଜାର ୬୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ ହଜାର ୫୦୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୯୮୬ ଜଣ । 
  15. ଗତବର୍ଷ ଥିଲା ବନ୍ୟା ପରିସ୍ଥିତି, ହୀରାକୁଦ ଖୋଲିଥିଲା ୪୬ ଗେଟ୍ । ଏବର୍ଷ ସବୁ ଗେଟ୍ ବନ୍ଦ, ପ୍ରାୟ ୧୧ ଫୁଟ ତଳେ ରହିଛି ଜଳଭଣ୍ଡାରର ଜଳସ୍ତର ।
  16. ନବୋଦୟ ବିଦ୍ୟାଳୟ ସମିତିର ବଡ ନିଷ୍ପତ୍ତି, ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ଘୋଷଣା
  17.  ଟିକସଦାତାଙ୍କ ପାଇଁ ଖୁସି ଖବର : ବିଭିନ୍ନ ଆୟକର ଫର୍ମଗୁଡିକର ଇ-ଦାଖଲ ପାଇଁ ଧାର୍ଯ୍ୟ ତାରିଖ ବୃଦ୍ଧି କଲା CBDT ।
  18. ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଆଜି ସକାଳେ ଟିଟିରେ ଭାବିନା ପଟେଲ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିବାବେଳେ ସନ୍ଧ୍ୟାରେ ଆଉ ଜଣେ ଉଦୀୟମାନ ଖେଳାଳୀ ଉଚ୍ଚଡିଆଁ(ହାଇଜମ୍ପ)ରେ ଭାରତ ପାଇଁ ଗୌରବ ଆଣିଛନ୍ତି। 
  19. ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ବର ୧ ନମ୍ବର କ୍ରୀଡ଼ିକା ଜୋଉ ୟିଙ୍ଗ୍‌ଙ୍କ ଠାରୁ ପରାସ୍ତ ହୋଇ ୩୪ ବର୍ଷୀୟ ଭାବିନା ମହିଳା ଟେବୁଲ୍‌‌ ଟେନିସ୍‌ ‘ସି-ଫୋର୍‌’ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି।
  20. ରାଜ୍ୟରେ ଦଶ ଲକ୍ଷରୁ ଊର୍ଦ୍ଧ୍ବ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ଏଥିରେ ୧୮ ବର୍ଷରୁ କମ୍ ପିଲାଙ୍କ ସଂଖ୍ୟା ୮୪ ହଜାର ୪୪୨ ରହିଛି। ଦୁଇଟି ଲହରରେ ଯେତିକି ଶିଶୁ ସଂକ୍ରମିତ ହୋଇଥିଲେ ସମ୍ଭାବ୍ୟ ତୃତୀୟ ଲହରରେ ତା’ଠାରୁ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ରାଜ୍ୟ ସରକାର କହିସାରିଲେଣି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.