• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପାରାଲିମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ। ଜାଭେଲିନ୍‌ ଥ୍ରୋରେ ସୁମିତ ଅନ୍ତିଲ୍‌ଙ୍କୁ ଗୋଲ୍ଡ ମେଡାଲ ମିଳିଛି । ଏହା​ ସହିତ ଟୋକିଓ ପାରାଅଲିମ୍ପିକରେ ଭାରତରେ ସ୍ବର୍ଣ୍ଣ ପଦକ ସଂଖ୍ୟା ୨ ସହ ମୋଟ୍‌ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି।
  2. ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାଙ୍କୁ ୫ ଘଣ୍ଟା ହେବ ପଚରା ଉଚରା କରୁଥିବା ସୂଚନା ମିଳିଛି। ଦିଲ୍ଲୀରେ ଜ୍ୟାକଲିନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରୁଥିବା ଜଣାପଡିଛି । କୋଟି କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ୍‌ଙ୍କୁ ଇଡି ଜେରା କରୁଥିବା ଜଣାପଡିଛି।
  3. ଦେଶର ଟେଲିଭିଜନ, ରେଡିଓ ଆଦିରେ ମହିଳାଙ୍କ ସ୍ୱର ନ ଶୁଭିବା, ସେମାନେ କାର୍ଯ୍ଯକୁ ଉପସ୍ଥାପନା ନ କରିବାକୁ କଡା ନିର୍ଦ୍ଦେଶନାମା ଜାରି କରିଛି ତାଲିବାନ। ଏଥିସହିତ ଦେଶର ସହ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଲଗାଇଛି ଏହି ଆତଙ୍କି ଗୋଷ୍ଠୀ। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ ଏକତ୍ର ବସି ପାଠ ପଢିପାରିବେ ନାହିଁ।
  4. ଭାରତ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡିସ୍‌କସ୍‌ ଥ୍ରୋରେ ରୋପ୍ଯ ପଦକ ଜିତିଥିଲା । ପୁଣି ଜାଭଲିନ୍‌ ଥ୍ରୋରେ ଭାରତକୁ ଆଉ ୨ଟି ପଦକ ମିଳିଛି। ଏଥିସହଭାରତର ପଦକ ସଂଖ୍ଯା ୭କୁ ବୃଦ୍ଧି ପାଇଛି।
  5. ଦେଶରେ ଗତ ୨୪ ଘଣ୍ଟାରେ ୪୨,୯୦୯ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୮୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ମାମଲାର ୯୦.୫୫ ପ୍ରତିଶତ ଚିହ୍ନଟ ହୋଇଛି। 
  6. ଆତଙ୍କବାଦୀଙ୍କ ଦ୍ବାରା ତୁହାକୁ ତୁହା ରକେଟ୍‌ ଆକ୍ରମଣ ଏବଂ ଆମେରିକା ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ଭିତରେ ଆଜି କାବୁଲରୁ ଆମେରିକା ସେନା ଉଦ୍ଧାର ପ୍ରକ୍ରିୟା ଶେଷ କରିଛି। ସମସ୍ତ କୂଟନୈତିକ କର୍ମଚାରୀ ଏବଂ ତାଲିକାଭୁକ୍ତ ନାଗରିକଙ୍କୁ ଆମେରିକା ଖାଲି କରାଇ ନେଇଥିବା ବେଳେ ଆଜି ରାତିରେ ଶେଷ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛି।
  7. କଟକ ବଡ଼ ଡାକ୍ତରଖାନାରେ ପ୍ରତିଷ୍ଠା ହୋଇଛି ସରକାରୀ ବ୍ୟବସ୍ଥାରେ ପୂର୍ବ ଭାରତର ସବୁଠାରୁ ବଡ ଏକ୍‌ମୋ ୟୁନିଟ୍‌। ଏହି ବ୍ୟୟବହୁଳ ଚିକିତ୍ସାକୁ ସଂପୂର୍ଣ୍ଣ ମାଗଣାରେ ଯୋଗାଇବାରେ ଓଡିଶା ହୋଇଛି ଦେଶରେ ପ୍ରଥମ ରାଜ୍ୟ।
  8. ଡିଜିଟାଲରେ ଦକ୍ଷ ହେବେ ୨୦ ହଜାର ଶିକ୍ଷକ ଆସନ୍ତା ସପ୍ତାହରୁ ଅଂଶୀଦାରଙ୍କ ସହ ବୈଠକ ୫ ହଜାର ହାଇସ୍କୁଲରେ ହେବ ଖେଳ ପଡ଼ିଆ କନ୍ଧମାଳ, ରାୟଗଡ଼ାର ପ୍ରାଥମିକ ସ୍କୁଲର ବିକାଶ ହେବ ଭୁବନେଶ୍ବର : ଲକ୍ଷ୍ୟ ୨୦୨୪।
  9. କେନ୍ଦ୍ର ସରକାର ଆଜି ଗ୍ରାମାଞ୍ଚଳର ଜଳ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ବଡ଼ ଘୋଷଣା କରିଛନ୍ତି। ପଞ୍ଚାୟତ ସ୍ତରରେ ଏବଂ ଗ୍ରାମାଞ୍ଚଳରେ ଜଳ ଓ ପରିମଳ ବ୍ୟବସ୍ଥାର ବିକାଶ ଓ ଉନ୍ନତି ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ମୋଟ ୧,୪୨,୦୮୪ କୋଟି ଟଙ୍କାର ଆବଧ (ଟାଏଡ୍‌) ଅନୁଦାନ ଦେବେ। ଏହି ଅନୁଦାନ ରାଶି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା‌ ବିନିଯୋଗ ହେବ।
  10. ସୁପ୍ରିମକୋର୍ଟରେ ନିକଟରେ ନିଯୁକ୍ତ ନଅ ଜଣ ବିଚାରପତିଙ୍କୁ ପ୍ରଧାନ ବିଚାରପତି ଏନଭି ରମନ୍ନା ମଙ୍ଗଳବାର ଶପଥ ପାଠ କରାଇବେ।ନଅ ଜଣ ବିଚାରପତିଙ୍କ ମଧ୍ୟରୁ ତିନି ଜଣ ମହିଳା ବିଚାରପତି ଅଛନ୍ତି। ଶପଥ ଗ୍ରହଣ ସମାରୋହ ଉଚ୍ଚତମ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ହେବ।
  11. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ବାକାଂକ୍ଷୀ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ପ୍ରାୟ ୧୫ ହଜାର କୋଟି ଟଙ୍କାର ଆକାଶ ମିସାଇଲ ଏବଂ ଏଏଲ୍‌ଏଚ୍‌ ଧ୍ରୁବ ହେଲିକପ୍ଟର ସମେତ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ କିଣିବାକୁ ଯାଉଛି ଭାରତୀୟ ସେନା ।
  12. ସଂସ୍କୃତି ବିଭାଗର ପୂର୍ବତନ ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକଙ୍କ ପରଲୋକ ହୋଇଛି । ୬୫ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କୋଭିଡରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । CHSEର ମଧ୍ୟ ଅଧ୍ୟକ୍ଷ ଥିଲେ ଅମରେନ୍ଦ୍ର ପଟ୍ଟନାୟକ ।
  13. ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଠାରୁ ୧୩୦ କିଲୋମିଟର ଦୂରରେ ଥିବା ନଦିଆ ଜିଲ୍ଲାର ମାୟାପୁରରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ କୃଷ୍ଣ ମନ୍ଦିର। ୬ ଲକ୍ଷ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ୮ଶହ କୋଟି ଟଙ୍କାରେ ନିର୍ମିତ ଏହି ମନ୍ଦିର ୭ ମହଲା ବିଶିଷ୍ଟ ରହିଛି। ୨୦୨୩ ମସିହା ସୁଦ୍ଧା ଏହି ମନ୍ଦରର କାର୍ଯ୍ୟ ୮୦% ସମାପ୍ତ ହେବ ବୋଲି ଲକ୍ଷ ରଖାଯାଇଛି। ଏହାପରେ ଭକ୍ତମାନଙ୍କ ପାଇଁ ଏହାକୁ ଖୋଲିଦିଆଯିବ।
  14. ତାଲିବାନର ଆଫଗାନ ଦଖଲ ପରେ କଶ୍ମୀରରେ ଘଟୁଛି ଚିନ୍ତା ବଢ଼ାଇବା ଭଳି ଘଟଣା । ଗୁଇନ୍ଦା ବିଭାଗ କହିଛି ପ୍ରାୟ ୬ଟି ଆତଙ୍କୀ ସଂଗଠନ ସଦସ୍ୟମାନେ କଶ୍ମୀରରେ ଅନୁପ୍ରବେଶ କରିଛନ୍ତି ।
  15. କାଲିଠୁ ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଅନେକ ଅସ୍ତ୍ର । ସେପ୍ଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।
  16. ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି, ଆତ୍ମବିଶ୍ବାସ ବୃଦ୍ଧି କରିଛି – ମୁଖ୍ୟମନ୍ତ୍ରୀ ।
  17. ତାମିଲନାଡୁ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକଡାଉନ ଅବଧି ସେପ୍ଟେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାଜ୍ୟରେ ଲକଡାଉନ ଅବଧି ବୃଦ୍ଧି କରିଥିବା ବେଳେ ଶୁକ୍ରବାରରୁ ରବିବାର ଯାଏଁ ଧାର୍ମିକ ସ୍ଥଳ ଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
  18. କୋଭିଡ୍-୧୯ର ଆଉ ଏକ ନୂଆ ଭେରିଏଣ୍ଟ ସାରା ଦୁନିଆ ପାଇଁ ଚିନ୍ତାର କାରଣ ହୋଇ ଠିଆ ହୋଇଛି । C.1.2 ନାମକ ଏହି ନୂଆ ଭେରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ମିଳିଛି । 
  19. ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ସ୍କୁଲ ଖୋଲିବା ସମ୍ପର୍କରେ ଏପର୍ଯ୍ୟନ୍ତ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି ।
  20. ଓଡ଼ିଶାର ପୁରୀରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଢାଞ୍ଚାରେ ଲକ୍ଷ୍ନୌରେ ଏକ ଜଗନ୍ନାଥ ମନ୍ଦିର ତିଆରି ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.