• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଲ୍ଲା ମହମ୍ମଦ ହସନ ଅଙ୍ଖୁଦ ଆଫଗାନିସ୍ତାନରେ ତାଲିବାନ ସରକାରର ପ୍ରଧାନମନ୍ତ୍ରୀ ହେବେ । ଅନ୍ତରୀଣ ସରକାରରେ ସିରାଜ ହକ୍କାନୀଙ୍କୁ ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ମୁଲ୍ଲା ୟାକୁବଙ୍କୁ ରକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।
  2. ୨୦୨୧ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି । ହୋଇନାହିଁ ଆତଙ୍କବାଦୀ ଆକ୍ରମଣ । ୫ ଜିଲ୍ଲା ହୋଇଛି ମାଓମୁକ୍ତ । ବ୍ରାଉନସୁଗାର ଓ ଗଞ୍ଜେଇ ଜବତରେ ମିଳିଛି ବଡ଼ ସଫଳତା ।  ଚଳିତବର୍ଷ ୫ ଜିଲ୍ଲା ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଓ ସମ୍ବଲପୁର ମାଓମୁକ୍ତ ହୋଇଛି  । ପୋଲିସ କାର୍ଯ୍ୟାନୁଷ୍ଠାନରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୧୫ ଜଣ ଆତ୍ମସମର୍ପଣ କରିଛନ୍ତି ।
  3. ୨୦୨୦ରେ ୧୯୩୧ ଓ ୨୦୨୧ରେ ୯୬୧ଟି ସାଇବର ମାମଲା ରୁଜୁ ହୋଇଥିଲା । ୫୧୭ଜଣଙ୍କୁ ଗିରଫ କରାଯାଇଛି । ମାହାଙ୍ଗା ଡବଲ ମର୍ଡର, ଗୁରୁଜୀ ମାନସ ଦାସ ପରି ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ବିଧାନସଭାରେ ବିରୋଧୀଙ୍କ ମୁଲତବି ପ୍ରସ୍ତାବ ଆଲୋଚନାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି ।
  4. ଅପରାଧ ଓ ଜରୁରୀ ସମୟରେ ସେବା ଯୋଗାଇ ଦେବାକୁ ଭୁବନେଶ୍ୱରରେ କମାଣ୍ଡ ସେଣ୍ଟର ପ୍ରତିଷ୍ଠା ହୋଇଛି । ୧୧୨ ନମ୍ବର ଦ୍ୱାରା ପୋଲିସ, ଆମ୍ବୁଲାନ୍ସ, ଅଗ୍ନିଶମ, ମହିଳା ଓ ଶିଶୁ ସହାୟତା ଦିଆଯାଇଛି । ଏଥିଲାଗି ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି ପାଇଛନ୍ତି।
  5. ଦ ସ୍କୁଲ୍ ଚିଲଡ୍ରେନ୍ସ ଅନଲାଇନ୍ ଆଣ୍ଡ ଅଫଲାଇନ୍ ଲର୍ଣ୍ଣିଂସ୍ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ଲୁକଡ୍ ଆଉଟ୍: ଏମରଜେନ୍ସି ରିପୋର୍ଟ ଅନ୍ ସ୍କୁଲ୍ ଏଜୁକେସନ ଶୀର୍ଷକ ସର୍ଭେରେ ଦେଶର ପ୍ରାୟ ୧୪୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଗ୍ରାମାଞ୍ଚଳର ୨୮ ପ୍ରତିଶତ ଶିକ୍ଷାର୍ଥୀ ସର୍ଭେ ବେଳେ ପଢ଼ାପଢ଼ି କରୁଥିବାବେଳେ ୩୭ ପ୍ରତିଶତ ପାଠପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ । ଆଉ ୫୦ ପ୍ରତିଶତ ପିଲା ଗୋଟିଏ ମଧ୍ୟ ବାକ୍ୟ ପଢ଼ିବାକୁ ସକ୍ଷମ ହୋଇ ନଥିଲେ ।
  6. ମୌଳବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଆର୍‌ଏସଏସ୍‌ ମୁଖ୍ୟ ଦେଶର ସମ୍ବେଦନଶୀଳ ମୁସଲିମ ନେତାମାନଙ୍କୁ ଆହ୍ବାନ କରିଛନ୍ତି। ସମ୍ବେଦନଶୀଳ ମୁସଲିମ ନେତାମାନେ ଉଗ୍ରବାଦକୁ ନିଶ୍ଚିତ ଭାବେ ବିରୋଧ କରିବା ଆବଶ୍ୟକ। 
  7. ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଏଥର ନିର୍ବାଚିତ ହେଲେ ଆଉ କୌଣସି ପାର୍କ, ମୂର୍ତ୍ତି ବା ସ୍ମାରକୀ ନିର୍ମାଣ କରିବେ ନାହିଁ ବୋଲି କହିଛନ୍ତି।
  8. ପଂଜଶୀରରେ ପାକିସ୍ତାନର ବିମାନ ଆକ୍ରମଣ ଘଟଣାକୁ ଇରାନ୍‌ କଡ଼ା ବିରୋଧ କରିଛି। ପଂଜଶୀରରେ ପାକିସ୍ତାନର ଏହି କାର୍ଯ୍ୟକ୍ରମକୁ ପ୍ରଥମ ରାଷ୍ଟ୍ର ଭାବେ ଇରାନ କଡ଼ା ସମାଲୋଚନା କରିଛି। ଇରାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ସୟିସ ଖତିବଜାଦେହ କହିଛନ୍ତି, ରାତିର ଘଟଣାକୁ ଆମେ କଡ଼ା ନିନ୍ଦା କରୁଛୁ।
  9. ଅଗଷ୍ଟ ୧୮ରେ କୃଷକମାନଙ୍କ ଉପରେ ହୋଇଥିବା ପୁଲିସ ଲାଠିମାଡ଼ ପ୍ରତିବାଦରେ ହରିୟାଣାରେ ଆନ୍ଦୋଳନ ଡାକରା କୃଷକମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ସେମାନଙ୍କ ଆଲୋଚନା ବିଫଳ ହୋଇଯାଇଛି । ଆଲୋଚନା ବିଫଳ ହେବା ପରେ କୃଷକମାନେ ମିନି ସେକ୍ରେଟାରିଏଟ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ଲାଗିଥିବା ବାରିକେଡକୁ ସେମାନେ ଭାଙ୍ଗିଦେଇଥିବା ଜଣାଯାଇଛି ।
  10. ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ପ୍ରତି ପୂଜା କମିଟିକୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
  11. ରାଜ୍ୟରେ ଏବେ ଯେତେ ଚିକିତ୍ସାଧୀନ ରୋଗୀ ରହିଛନ୍ତି, ତାହାର ୭୦ ପ୍ରତିଶତ ଆକ୍ରାନ୍ତ କେବଳ ୪ଟି ଜିଲ୍ଲାର। ଏଥିରେ ଖୋର୍ଧାରୁ ସର୍ବାଧିକ ୪୭ ପ୍ରତିଶତ, କଟକ ୧୩, ବାଲେଶ୍ବର ୬ ଓ ଯାଜପୁର ଜିଲ୍ଲାରୁ ୪ ପ୍ରତିଶତ ଚିକିତ୍ସାଧୀନ ରୋଗୀ ଅଛନ୍ତି।
  12. ଓଡ଼ିଶାରେ ତିନି ବର୍ଷ ମଧ୍ୟରେ ୨୮୨ ହାତୀଙ୍କର ମୃତ୍ୟୁ ହୋଇଛି। ୧୭ଟି ବାଘ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଦେଶର ଅନ୍ୟ ରାଜ୍ୟରେ ହାତୀ ଓ ବାଘ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ତାହା ହ୍ରାସ ପାଉଥିବା‌ କଥା ସତ ନୁହେଁ।
  13. ପୌର ନିର୍ବାଚନରେ ସଂରକ୍ଷଣ ସୀମା ୫୦% ଭିତରେ ସୀମିତ ରହିବ। ଏଥିପାଇଁ ପୌର ଆଇନରେ ସଂଶୋଧନ କରାଯାଇଛି। ବିଧାନସଭାରେ ଓଡ଼ିଶା ପୌର ଆଇନ,୧୯୫୦ ଓ ଓଡ଼ିଶା ପୌର ନିଗମ ଆଇନ,୨୦୦୩ରେ ସଂଶୋଧନ ବିଲ୍‌ ଆଜି ପାରିତ ହୋଇଛି।
  14. ଯୁକ୍ତ୩ ତଥା ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସରିବା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରେ ବହୁ ପିଲା ଏଥର କଲେଜରେ ସିଟ୍‌ ନ ପାଇବା ଆଶଙ୍କା ସୃଷ୍ଟି ହୋଇଛି ।
  15. ‘ୱାନ୍‌ ନେସନ୍‌, ୱାନ୍‌ ରାସନ୍‌’ ଯୋଜନାରେ ରାଜ୍ୟ ଭିତରେ ୩୦ ହଜାର ଏବଂ ରାଜ୍ୟ ବାହାରେ ୧୨୩ ଜଣ ପ୍ରବାସୀ ଶ୍ରମିକ ଲାଭାନ୍ବିତ ହୋଇଛନ୍ତି। ସେହିପରି ବାହାର ରାଜ୍ୟର ମାତ୍ର ୨୬ ଜଣ ଓଡ଼ିଶାରୁ ରାସନ ପାଇଥିବା ସୂଚନା ଦେଇଛି ରାଜ୍ୟ
  16. ପିଲାମାନଙ୍କୁ ଏଣିକି ସ୍କୁଲ ପରିସରରେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ହେବ। ମାସ୍କ ପିନ୍ଧି ନଥିଲେ ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି।
  17. ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ ଗାନ୍ଧୀ ସ୍ମୃତି ଏବଂ ଦର୍ଶନ ସମିତିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଏହି ସମିତିର ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଯୁକ୍ତି ଦେଇଛନ୍ତି।
  18. ବିର୍ଲାଙ୍କ ନେତୃତ୍ୱରେ ଏକ ଭାରତୀୟ ସଂସଦୀୟ ପ୍ରତିନିଧି ଦଳ ସେପ୍ଟେମ୍ବର ୭-୮ରେ ସଂସଦର ବାଚସ୍ପତିଙ୍କ ପଞ୍ଚମ ବିଶ୍ୱ ସମ୍ମିଳନୀ ଏବଂ ସେପ୍ଟେମ୍ବର ୯ରେ ଭିଏନାରେ ଆତଙ୍କବାଦ ମୁକାବିଲା ଉପରେ ପ୍ରଥମ ବିଶ୍ୱସ୍ତରୀୟ ସମ୍ମିଳନୀରେ ଯୋଗଦେବାକୁ ଯାଉଛନ୍ତି।
  19. ଭାରତୀୟ ଭେଷଜ ଗବେଷଣା ପରିଷଦ – ଆଇସିଏମଆର ନୀରବ ରହିଲେ ଚଳିବନି, ଘରୋଇ ପରୀକ୍ଷାଗାର ସମ୍ବନ୍ଧରେ ଆସୁଥିବା ଅଭିଯୋଗଗୁଡିକ ଉପରେ ଆଇସିଏମଆର ଦୃଷ୍ଟି ଦେବା ସହ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ , ଦିଲ୍ଲୀ ହାଇକୋର୍ଟ ଆଜି ଏକ ମାମଲାର ଶୁଣାଣି କରି କହିଛନ୍ତି ।
  20. ସୋମବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବୃଦ୍ଧି ଘଟିବା ପରେ ମୁକେଶଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୯୪ ବିଲିଅନ ଡଲାରରୁ ସାମାନ୍ୟ କିଛି ଅଧିକ ହୋଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ୧୭ ବିଲିଅନ ଡଲାର ବୃଦ୍ଧି ପାଇଥିବାବେଳେ କେବଳ ସପ୍ତାହକ ମଧ୍ୟରେ ଏହି ବୃଦ୍ଧିର ପ୍ରାୟ ଅର୍ଦ୍ଧେକ ତାଙ୍କ ସମ୍ପତ୍ତିରେ ଯୋଗ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.