• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଲମ୍ବିତ ହୋଇଛନ୍ତି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ବି ନିଲମ୍ବିତ ହୋଇଛନ୍ତି ପ୍ରଶାନ୍ତ । ସର୍ବସାଧାରଣ ସ୍ଥାନରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା । ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା ।
  2. ଓଡିଶା ପଞ୍ଚାୟତ ସଂଶୋଧନ ବିଲ୍-୨୦୨୧ ଆଜି ବିଧାନସଭାରେ ପାରିତ । ଏହି ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ଵ୍ୟଵସ୍ଥା ରହିବ।
  3. ଟି-୨୦ ବିଶ୍ୱକପ୍‌ ଅକ୍ଟୋବର ୧୭ ତାରିଖରୁ ଓମାନ ଓ ୟୁଏଇରେ ଖେଳାଯିବ । ଯାହାର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ । ବିରାଟ କୋହଲି ଅଧିନାୟିକତ୍ୱ ଦାୟିତ୍ୱ ସମ୍ଭାଳିବାକୁ ଥିବା ବେଳେ ଉପ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା । ଖାସ୍ କରି ଭାରତୀୟ ଟିମ୍‌ର ମେଣ୍ଟର ରହିବେ ମହେନ୍ଦ୍ର ସିଂହ ଧୋନୀ ।
  4. କର୍ଣ୍ଣାଟକର ପୂର୍ବତନ ସ୍ବତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ ଜନ ମାଇକେଲ କୁନହା ଗତ ୨୦୧୪ରେ ଦେଇଥିବା ରାୟରେ ୧୧ଟି ସମ୍ପତ୍ତି ଆୟବହିର୍ଭୁତ ଦର୍ଶାଇଥିଲେ । ବହିଷ୍କୃତ ଏଆଇଏଡିଏମକେ ନେତ୍ରୀ ଭି.କେ. ଶଶିକଳାଙ୍କ ୧୧ଟି ସମ୍ପତ୍ତିକୁ ଜବତ କଲା ଆୟକର ବିଭାଗ। 
  5. ଆସାମର ବ୍ରହ୍ମପୁତ୍ର ନଦୀରେ ନିମତି ଘାଟରେ ଡଙ୍ଗା ବୁଡି ଯିବାରୁ ୧୦୦ରୁ ଅଧିକ ଯାତ୍ରୀ ବୁଡି ଯାଇଥିବା ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ, ରାଜ୍ୟର ଜୋରହଟ ଜିଲ୍ଲାର ନିମତି ଘାଟରେ ଯାଉଥିବା ବେଳେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା। ଦୁଇଟି ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ । 
  6. ରବି ଫସଲ ପାଇଁ ସର୍ବନିମ୍ନ ସହୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୨-୨୩ ବର୍ଷ ପାଇଁ ଏହି ନିଷ୍ପତ୍ତି ହୋଇଛି । ଗହମର ଏମଏସପି କୁଇଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି ପାଇ ୨୦୧୫ ଟଙ୍କାରେ ପହଞ୍ଚିଥିବାବେଳେ ବୁଟର ଏମଏସପି  କୁଇଣ୍ଟାଲ ପିଛା ୧୩୦ ଟଙ୍କା ବୃଦ୍ଧି ପାଇ ୫୨୩୦ ଟଙ୍କରେ ପହଞ୍ଚିଛି । ବାର୍ଲିର ଏମଏସପି  କୁଇଣ୍ଟାଲ ପିଛା ୩୫ ଟଙ୍କା ବୃଦ୍ଧି ସହ ୧୬୩୫ ଟଙ୍କାରେ ପହଞ୍ଚିଛି । ମସୁର ଡାଲି ଓ ସୋରିଷର ଏମଏସପି କୁଇଣ୍ଟାଲ ପିଛା ସର୍ବାଧିକ ୪୦୦ ଟଙ୍କା ବୃଦ୍ଧି ପାଇଛି । 
  7. ଦେଶରେ ଡୋର୍-ଟୁ-ଡୋର୍ କୋଭିଡ ଟିକାକରଣର ନିର୍ଦ୍ଦେଶ ଜାରି କରିବାକୁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି।
  8. ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ପ୍ରାୟ ୩୫୦ଟି ଯୁଦ୍ଧ ବିମାନ ଖରିଦ କରିବାକୁ ଭାରତୀୟ ବାୟୁସେନା ଯୋଜନା କରୁଛି । ଏସବୁ ବିମାନ ମଧ୍ୟରେ ଭାରତରେ ନିର୍ମିତ ଏଲସିଏ ଅନ୍ତର୍ଭୁକ୍ତ ବୋଲି ବାୟୁସେନା ମୁଖ୍ୟ ଆରକେଏସ ଭାଦୁରିଆ କହିଛନ୍ତି ।
  9. ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୋୖର୍ଯ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ପୂର୍ବେ ନୂଆଦିଲ୍ଲୀରେ ମୋୖର୍ଯ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ୧୯୫୬ ମସିହାରେ ଜନ୍ମ ହୋଇଥିବା ବେବି ରାନୀ ମୋୖର୍ଯ୍ୟ, କୃଷ୍ଣକାନ୍ତ ପାଲଙ୍କ ସ୍ଥାନରେ ଅଗଷ୍ଟ ୨୦୧୮ ରେ ଉତ୍ତରାଖଣ୍ଡର ରାଜ୍ୟପାଳ ହୋଇଥିଲେ। ରାଜ୍ୟପାଳ ହେବା ପୂର୍ବରୁ ସେ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଆଗ୍ରାର ମେୟର ମଧ୍ୟ ଥିଲେ। ମୋୖର୍ଯ୍ୟ ଉତ୍ତରାଖଣ୍ଡର ଦ୍ୱିତୀୟ ମହିଳା ରାଜ୍ୟପାଳ ଥିଲେ।
  10. ମହିଳାମାନଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍’ ଦେବା ସହ ସେମାନଙ୍କୁ ‘ଏନ୍‌ଡିଏ’ ଓ ନେଭାଲ୍‌ଏକାଡେମି’କୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଅତିରିକ୍ତ ସଲିସିଟର୍‌ ଜେ‌ନେରାଲ୍‌ ଐଶ୍ବର୍ଯ୍ୟା ଭାଟୀ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି।
  11. ତାଲିବାନ୍ ସହ ଚୀନ୍‌ ଅନୌପଚାରିକ ବୁଝାମଣା କରିବ ବୋଲି ସେ ସୁନିଶ୍ଚିତ ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।
  12. ତାଲିବାନ୍‌ଦ୍ବାରା ଗଠିତ ଆଫଗାନିସ୍ତାନର ନୂତନ କାର୍ଯ୍ୟନିର୍ବାହୀ ସରକାରଙ୍କ କ୍ୟାବିନେଟ୍‌ରେ ଯୁକ୍ତରାଷ୍ଟ୍ର ଆମେରିକା ଘୋଷିତ ୫ଜଣ ଆତଙ୍କବାଦୀଙ୍କୁ ସାମିଲ କରାଯାଇଛି।
  13. ଭାରତୀୟ ବାୟୁସେନା ୫୬ଟି ପରିବହନ ବିମାନ କିଣିବ, କ୍ୟାବିନେଟ ଦେଲେ ମଂଜୁରୀ ।
  14. ଯଦି ସର୍ଜରୀ ସମୟରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଯାଏ ତେବେ ଏହା ଡାକ୍ତରଙ୍କ ଅବହେଳା କାରଣରୁ ହୋଇଛି ବୋଲି କୁହାଯାଇ ପାରିବ ନାହିଁ । ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
  15. ଆଫଗାନିସ୍ତାନ ସ୍ଥିତି ନେଇ ରଣନୀତି ପ୍ରସ୍ତୁତ କରୁଛି ଭାରତ । ଦିଲ୍ଲୀରେ ରୁଷ୍ ପ୍ରତିପକ୍ଷଙ୍କୁ ଭେଟିଲେ ଡୋଭାଲ ।
  16. ପଞ୍ଜଶୀର ‘ସିଂହ’ଙ୍କ ବଡ଼ ବୟାନ, କହିଲେ- ଆମେ ଏବେ ବଞ୍ଚିଛୁ, କେବେ ବି ଫେରିପାରନ୍ତି ହଜାର ହଜାର ତାଲିବାନ ବିରୋଧୀ ଯୋଦ୍ଧା । ଏହିଭଳି ମନ୍ତବ୍ୟ ଦେଇଛନ୍ତି ମହମଦ ବଲୀ ମସୁଦ୍ ।
  17. ବିଦ୍ୟୁତ୍ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ । ଏପ୍ରିଲରେ ହୋଇଥିବା ଦର ବୃଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ ।
  18. ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଜାରି ହୋଇଛି ସାନି ଏସଓପି । ନୂଆ ଏସଓପି ଆସନ୍ତା ୧୩ ତାରିଖରୁ ଲାଗୁ ହେବ । 
  19. ଭାରତୀୟ କ୍ରିକେଟ ଦଳ ଆସନ୍ତା ବର୍ଷ ଜୁଲାଇରେ ଇଂଲଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ । 
  20. ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍‌ ଗତ ୨୦୧୬ରୁ ବିଧାନସଭାର ଅନୁମୋଦନ ଅପେକ୍ଷାରେ ରହିଥିଲା । ଏହାଦ୍ୱାରା ନିଜ ପରିବାରର ସଦସ୍ୟଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ ପ୍ରାଧିକୃତ କରାଉଥିବା ଦଖଲ ପ୍ରଦାନ ସହ ବିକ୍ରି ପାଇଁ ପାୱାର ଅଫ ଆଟର୍ଣ୍ଣି ଏବଂ ରାଜିନାମା ଉପରେ ଷ୍ଟାମ୍ପ ଡ୍ୟୁଟି ୫ ପ୍ରତିଶତରୁ ୨ ପ୍ରତିଶତକୁ ହ୍ରାସ କରାଯାଇଛି । ପାୱାର ଅଫ ଆଟର୍ଣ୍ଣି ଓ ଉନ୍ନୟନ ରାଜିନାମା ସମାନ ପକ୍ଷ ମଧ୍ୟରେ ସମାନ ସମ୍ପତ୍ତି ପାଇଁ କରାଗଲେ ଷ୍ଟାମ୍ପ ଡ୍ୟୁଟି ଗୋଟିଏ ଦଲିଲ ଉପରେ ପ୍ରଦାନ କରାଯିବ । ବିଧାନସଭାରେ ପାସ ହୋଇଛି ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍‌ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.