• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମ୍‌ କୋର୍ଟର ୯ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ନିଯୁକ୍ତ ୯ଜଣ ନୂଆ ବିଚାରପତିଙ୍କୁ ମିଶାଇ ସମ୍ପ୍ରତି ସୁପ୍ରିମ୍‌ କୋର୍ଟରେ ବମ୍ବେ ଓ ଦିଲ୍ଲୀ ହାଇକୋର୍ଟରୁ ସର୍ବାଧିକ ୪ଜଣ ଲେଖାଏଁ, କର୍ଣ୍ଣାଟକ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ଆଲ୍ଲାହାବାଦ୍‌ ହାଇକୋର୍ଟରୁ ୩ଜଣ ଲେଖାଏଁ, କେରଳ, ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣା ଓ ମାଡ୍ରାସ୍‌  ହାଇକୋର୍ଟରୁ ୨ଜଣ ଲେଖାଏଁ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୌହାଟି ହାଇକୋର୍ଟରୁ ଜଣେ ଲେଖାଏଁ ପ୍ରତିନିଧିତ୍ବ କରୁଛନ୍ତି।
  2. ପ୍ରଖ୍ୟାତ ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସ୍‌ରତ ଜହାଁଙ୍କୁ ଆଜି ହସ୍ପିଟାଲରୁ ଛୁଟି ମିଳିଛି। ନୁସ୍‌ରତ କୋଳରେ ପୁଅ ଈଶାନକୁ ଧରି ବଙ୍ଗଳା ଫିଲ୍ମର ଚର୍ଚ୍ଚିତ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କ ସହ ଡାକ୍ତରଖାନା ବାହାରକୁ ଆସିଥିଲେ
  3. ଅବନୀ, ସୁମିତଙ୍କୁ ସ୍ବର୍ଣ୍ଣ ସ୍ବର୍ଣ୍ଣ ଜିତିବାରେ ଅବନୀ ପ୍ରଥମ ମହିଳା ୩ଥର ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ ସୁମିତ ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ସୋମବାର ଥିଲା ସୁନାର ଦିନ।
  4. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓଫାରେଲ। ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପ ଓ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ଯେଉଁ ପ୍ରୋତ୍ସାହନ ଦେଉଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ବୋଲି ବ୍ୟାରୀ କହିଛନ୍ତି ।
  5. କୋଭିଡ୍ କଟକଣା ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ ବିରୋଧୀ । ସ୍ୱଳ୍ପ ସମୟର ଅଧିବେଶନ ହେଲେ ବି ବେଶ୍ ସରଗରମ ରହିବ ଗୃହ । ବିରୋଧୀଙ୍କ ହାତରେ ରହିଛି ଅନେକ ଲମ୍ବା ତାଲିକା । ମରୁଡ଼ି, ସାର ଅଭାବ, ଜଳସେଚନ ସମସ୍ୟା, ଆଇନଶୃଙ୍ଖଳା ଆଦିକୁ ପ୍ରସଙ୍ଗ କରିବ ବିଜେପି ।
  6. ୨ ଦଶନ୍ଧି ପରେ ଆଫଗାନିସ୍ତାନରୁ ଫେରିଛି ଆମେରିକା ସେନା । ସୈନ୍ୟ ଫେରିବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯିଏ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହିଁବ ତାକୁ ତାର ମୂଲ୍ୟ ଦେବାକୁ ପଡ଼ିବ । ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ବୋଲି କହିବା ସହ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ।
  7. ନୂଆ ଗାଇଡଲାଇନ୍ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ରହିବ ନାହିଁ ସପ୍ତାହାନ୍ତ ସଟଡାଉନ୍ । ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଯାଏଁ ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା, ମଥୁରାରେ ବନ୍ଦ ହେବ ମଦ ଓ ମାଂସ ବିକ୍ରି ।
  8. ୨୦ ବର୍ଷର ଯୁଦ୍ଧ ସାରି ଆଫଗାନ ମାଟି ଛାଡିଲା ଆମେରିକା । ଯୁଦ୍ଧ ବିମାନକୁ ଅକାମି କରି ବୁଦ୍ଧି ଶିଖାଇଲା ବାଇଡେନ୍ ସେନା, ସେପଟେ ଆମେରିକା ଯିବା ପରେ ଖୁସି ମନାଇଲା ତାଲିବାନ ।
  9. ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପକୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର । କ୍ରୀଡା ଭିତ୍ତିଭୂମିର ଉନ୍ନତି କ୍ଷେତ୍ରରେ ସହଯୋଗ ପାଇଁ ବୈଠକରେ ସହମତି ।
  10. ଅର୍ଥନୀତିରେ ଦ୍ରୁତ ସୁଧାରର ସଂକେତ : ପ୍ରଥମ ତିନିମାସରେ ଜିଡିପି ଅଭିବୃଦ୍ଧି ୨୦.୧% ।
  11. ଖରସ୍ରୋତା ଆନ୍ଦୋଳନ, ୧୪୦ଜଣଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ।
  12. ବ୍ୟାପମ ସ୍କାମରେ ଆସିଲା ସିବିଆଇ କୋର୍ଟଙ୍କ ରାୟ, ୧୦ ଅଭିଯୁକ୍ତ ମଧ୍ୟରୁ ୮ ଦୋଷୀ, ପ୍ରତ୍ୟେକଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ।
  13. ଆମେରିକା ସେନାଙ୍କ ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ସହ ପ୍ରଥମ ଆଲୋଚନା କଲା ଭାରତ । ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ।
  14. ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୭ ଦିନ ମଧ୍ୟରେ ସମସ୍ତ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ନବୀନଙ୍କ ନିର୍ଦ୍ଦେଶ ।
  15. ପାରାଲିମ୍ପିକ୍ସ High-jumpରେ ଭାରତକୁ ମିଳିଲା ୨ ପଦକ; ଥଙ୍ଗାଭେଲୁ ଓ ଶରଦ କୁମାର ଜିତିଲେ ପଦକ
  16. ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ
  17. ହରିକେନ ଇଡାକୁ ନେଇ ଆମେରିକାରେ ପ୍ରଳୟ । ୨୨୪ କିମି ବେଗରେ ବହିଲା ପବନ, ଉଡିଗଲା ଶତାଧିକ ଘର । ସ୍ଥଳଭାଗରେ ୧୬ ଘଣ୍ଟା ଧରି ପ୍ରଳୟ ରଚିଲା ଇଡା । 
  18. ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୨୩ ବର୍ଷ ପରେ ରାଜ୍ୟରେ ପୁଣିଥରେ ବର୍ଷାର ଏପରି ସଂକଟ ଦେଖାଦେଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରେ ୯୨୮.୭ ମିମି ବର୍ଷା ରେକର୍ଡ ହେଉଥିବ‌ା ବେଳେ ଚଳିତଥର ମାତ୍ର ୬୬୧.୧ ମିମି ବର୍ଷା ହୋଇଛି। ୧୯୯୮ ମସିହା ଅଗଷ୍ଟ ଶେଷ ବେଳକୁ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା।
  19. ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଯାଏ ଏମ୍ସର ୭୧୨୪ ରୋଗୀ ଲାଭାନ୍ବିତ ହୋଇଛନ୍ତି। ୨୦୧୯ ମସିହା ଜୁଲାଇ ମାସ ୧ ତାରିଖରୁ ଏମ୍ସରେ କାର୍ଯ୍ୟକାରୀ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା।
  20. ଓଡ଼ିଶା ମାଧ୍ୟମିକ ସ୍କୁଲ ଟିଚର୍‌ ଏଲିଜିବେଲିଟି ଟେଷ୍ଟ(ଓଏସ୍‌ଏସ୍‌ଟିଇଟି) ପରୀକ୍ଷା ବୁଧବାର ଅନୁଷ୍ଠିତ ହେବ। ରାଜ୍ୟର ୨୮୮ଟି କେନ୍ଦ୍ରରେ ୫୩ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ।ଯଦି କୌଣସି ପରୀକ୍ଷାର୍ଥୀ କପି କରି ଧରାପଡ଼ନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ପରୀକ୍ଷାର୍ଥୀଙ୍କୁ ଆଜୀବନ ବାସନ୍ଦ କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.