• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିନୋଦିନୀ ଦେବୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର । ପୁରସ୍କାର ବାବଦରେ ତାଙ୍କୁ୧ଲକ୍ଷ ଟଙ୍କା, ଉତ୍ତରୀୟ ଓ ମାନପତ୍ର ମିଳିବ । ସେହିପରି ନୃତ୍ୟ ଶିଳ୍ପୀ ଆରୁଷି ଓ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ରଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ । ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିବା ଉଭୟଙ୍କୁ ୨୫ହଜାର ଲେଖାଏଁ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।
  2. କୌଣସି ପ୍ରକାର ନିୟାମକ ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ୱେବ୍ ପୋର୍ଟାଲ, ୟୁଟ୍ୟୁବ୍ ଓ ସୋସିଆଲ ମିଡିଆରେ ମିଛ ଓ ସାମ୍ପ୍ରଦାୟିକ ଖବର ପ୍ରସାରଣ କରାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।
  3. ଦେଶରେ ୧୮ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ଟିକାକରଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ୯ ମାସ ସମୟ ଲାଗିବ। ତେଣୁ ସେ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କ ପାଠପଢ଼ାକୁ ବନ୍ଦ କରି ରଖାଯାଇ ପାରିବ ନାହିଁ ବୋଲି ଗୁଲେରିଆ କହିଛନ୍ତି।
  4. ଦେଶରେ ଜିଡିପି ଏବେ ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ଜିଏସଟି ଆଦାୟ ବି ସକରାତ୍ମକ ରହିଛି । ଏହାରି ମଧ୍ୟରେ ଦେଶ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଖବର ମୁତାବକ ଅଗଷ୍ଟ ମାସରେ ପୁଣିଥରେ ବେରୋଜଗାରି ହାର ବି ରେକର୍ଡ ସ୍ତରରେ ବୃଦ୍ଧି ପାଇଛି ।
  5. ପ୍ୟାନ ନମ୍ବର ସହ ଆଧାର ନମ୍ବର ଲିଙ୍କ କରିବାର ଅବଧି ଚଳିତ ମାସ ୩୦ ତାରିଖରେ ସମାପ୍ତ ହେଉଛି । ପୂର୍ବରୁ ଏହି ଶେଷ ତାରିଖ ବାରମ୍ବାର ବଢାଯାଇଥିବାବେଳେ ଏଥର ବଢାଯିବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।
  6. ରିୟଲିଟି ସୋ’ ବିଗବସ୍ ସିଜନ ୧୩ର ବିଜେତା  ସିଦ୍ଧାର୍ଥ ଜଣେ ମଡେଲ୍ ଭାବେ କ୍ୟାରୟର ଆରମ୍ଭ କରିଥିଲେ । ଏହାପରେ ସେ ଟେଲି-ଧାରାବାହିକ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।
  7. ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପୃକ୍ତିକୁ ସମାଲୋଚନା କରି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି ଯେ, ସେଠାରେ ଦୀର୍ଘ ୨୦ ବର୍ଷ ଧରି ସେନା ମୁତୟନ କରି ଆମେରିକା ଆଳୁ’ (ଶୂନ୍) ପାଇଛି।
  8. ‘ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବଦ୍ୟାଳୟ ଆଇନ-୨୦୨୧’ ବିଲ୍‌କୁ ରାଜ୍ୟ ବିଧାନସଭାରେ ସ୍ବୀକୃତି ମିଳିଛି। ଏହି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ରହିବ।
  9. ଏବେ ଆର୍‌ସିଏସ୍-ଉଡାନ୍ ଯୋଜନାରେ ଝାରସୁଗୁଡ଼ା‌ରୁ ବିମାନ ଉଡ଼ାଣ କରୁଛି। ଏହାବାଦ୍ ରାଉରକେଲା, ଉତ୍‌କେଲା, ଜୟପୁରରୁ ବିମାନବନ୍ଦରକୁ ଆର୍‌ସିଏସ୍‌-ଉଡ଼ାନ୍ ଯୋଜନାରେ ଅନ୍ତର୍ଭୁକ୍ତ କରି କାର୍ଯ୍ୟକ୍ଷମ କରିବା ପ୍ରକ୍ରିୟା ଚାଲିଛି।
  10. ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ୭ଟି ବଡ଼ ବନ୍ୟା ଆସିଛି। ୨୦୦୧, ୨୦୦୩, ୨୦୦୬, ୨୦୦୭, ୨୦୦୮, ୨୦୧୧, ୨୦୨୦ରେ ଆସିଥିବା ବଡ଼ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୩୩.୯୬ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବାବେଳେ ୫୬୮ଜଣଙ୍କର ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ମୃତ୍ୟୁ ହୋଇଛି।
  11. ରାଜ୍ୟ ସରକାର ଗତ ୧୦ବର୍ଷ ମଧ୍ୟରେ ମୋଟ୍ ୩୨ଟି ଜଳସେଚନ ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆ‌େୟାଗ (ସିଡବ୍ଲ୍ୟୁସି)କୁ ପଠାଇଛନ୍ତି ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।
  12. ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ଯୋଜନାରେ ଓଡ଼ିଶା ଦ୍ୱିତୀୟ: ନବ ଦାସ ।
  13. ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣାପତ୍ର, ‘ବାଉଁଶ’ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହସ୍ତଶିଳ୍ପ
  14. ୪ର୍ଥ ଟେଷ୍ଟ:ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ ଭାରତ, ଅର୍ଦ୍ଧଶତକ ହାସଲକରି ସମ୍ମାନ ରକ୍ଷାକଲେ ଶାର୍ଦ୍ଦୁଳ
  15. ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।
  16. ପଞ୍ଜଶିର ଦଖଲ ନେଇ ନାକେଦମ୍‌ ହେଲାଣି ତାଲିବାନ, ଗଲାଣି ଶହଶହ ତାଲିବାନୀଙ୍କ ଜୀବନ ।
  17. ଜେବିଏସ୍ ଓ ଓରିଫାର୍ମିଙ୍ଗ ଭୁବନେଶ୍ୱର ଦ୍ବାରା ଆୟୋଜିତ ୨ୟ କୋଭିଡ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ୨୦୨୧ରେ ବାଲେଶ୍ଵରର ବିଶିଷ୍ଟ ଶିଳ୍ପୀ କେଶୁଦାସଙ୍କ ନିର୍ଦ୍ଦେଶିତ ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯ (କୋରନା କାଳରେ ଜଣେ କୁନି ଖପରାଶିଳ୍ପୀ) ମନୋନୀତ ହୋଇଛି ।
  18. ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
  19. ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ହେବାକୁ ଥିବା ସ୍ବତନ୍ତ୍ର ପରୀକ୍ଷା ଲାଗି ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି।
  20. ଦ୍ରବ୍ୟ ଏବଂ ସେବା କର (GST) ଆଦାୟରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ଚଳିତ ବର୍ଷ ଅଗଷ୍ଟ ମାସରେ ଜିଏସ୍‌ଟି ଆଦାୟ ୩୦ ପ୍ରତିଶତ ବୃଦ୍ଧିପାଇ ୧.୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.