• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଥିଲା। ଏଥିରେ ୨୧୭୧.୮୨ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପରେ ୫ ହଜାର ୨୪୨ ଜଣଙ୍କୁ ରାଜ୍ୟ ଭିତରେ ନିଯୁକ୍ତି ମିଳିବ ।
  2. ଯାଜପୁର ଜିଲ୍ଲାରେ ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ପ୍ରତିଷ୍ଠା କରିବ । ଏଥିରେ ୬୫୦ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ୭୫୦ ଜଣଙ୍କୁ ନିଯୁକ୍ତି ମିଳିବ ।  ଝାରସୁଗୁଡ଼ାରେ ଏଲ.ଏନ ମେଟାଲିକ୍ସ ଲିମିଟେଡ୍ ୨୦୫ କୋଟି ବିନିଯୋଗ କରିବ, ଏଥିରେ ୫୭୧ ଜଣ ନିଯୁକ୍ତି ପାଇବେ । ଜଗତସିହଂପୁରର ଉଦୟବଟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ରିଭେରାଇନ୍ ଜେଟ୍ଟି ପ୍ରତିଷ୍ଠା କରିବ । ଏଥିରେ ୧୫୦ କୋଟି ବିନିଯୋଗ ହେବାକୁ ଥିବାବେଳେ ୨୮୦ ଜଣ କାମ ପାଇବେ ।
  3. ସୋନପୁରରେ ମାସ୍ ବାୟୋ ଫୁଏଲ୍ସ ୨୫୮.୦୫ କୋଟି ବିନିଯୋଗରେ ଏଥାନଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ । ସେହିଭଳି ଭାଇବ୍ରାଣ୍ଟ ସ୍ପିରିଟ୍ ବରଗଡ଼ରେ ୧୦୦ କୋଟି ବିନିଯୋଗ କରି ଏଥାନଲ ୟୁନିଟ୍ କରିବ । ଏଥିରେ ୨୨୫୦ ଜଣଙ୍କୁ ନିଯୁକ୍ତି ମିଳିବ । 
  4. ଯାଜପୁର କଳିଙ୍ଗନଗରରେ ଭିସିଆଇ କେମିକାଲ୍ କୋଇଲା ପ୍ଲାଣ୍ଟ କରିବ । ଏଥିରେ ୨୧୦ କୋଟି ବିନିଯୋଗ ହେବାକୁ ଥିବା ବେଳେ ୧୫୭ ଜଣ ନିଯୁକ୍ତି ପାଇବେ । ରାମକୋ ସିମେଣ୍ଟ ହରିଦାସପୁର ୟୁନିଟର ସମ୍ପ୍ରସାରଣ ପାଇଁ ୧୯୦ କୋଟି ନିବେଶ କରିବ । ଏହାଦ୍ୱାରା ୬୦ ଜଣଙ୍କୁ ନିଯୁକ୍ତି ମିଳିବ ।
  5. ଖୋର୍ଦ୍ଧାରେ ଏକ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ ଲକଜୁରି ଆସେଟ୍ସ ପ୍ରା.ଲି । ଏଥିରେ ୧୮୧.୬୦ କୋଟି ଟଙ୍କା ନିବେଶକ ହେବାକୁ ଥିବାବେଳେ ୨୨୪ ଜଣ କାମ ପାଇବେ । ସେହିଭଳି ଖୋର୍ଦ୍ଧାରେ ଲାଲଚାନ୍ଦ ରିସୋର୍ଟ ହୋଟେଲ ଶିଳ୍ପ ପାଇଁ ୧୧୯.୬୭ କୋଟି ନିବେଶ କରିବେ । ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ । ଶୈଳବାଳା ଇନଫ୍ରାଷ୍ଟକ୍ଚର ପ୍ରା.ଲି ଖୋର୍ଦ୍ଧାରେ ୪ ତାରକା ବିଶିଷ୍ଟ ହୋଟେଲ୍ ପାଇଁ ୧୦୭.୫୦ କୋଟି ନିବେଶ କରିବେ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ ।
  6. ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରମୋଦଙ୍କ ସଫଳତା ଦେଶବାସୀଙ୍କୁ ଖୁସି କରିଛି । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କ ବିଜୟକୁ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’ ବୋଲି କହିଛନ୍ତି ।
  7. ବିଧାନସଭାରେ ଅସୁସ୍ଥ ହୋଇ ପଡ଼ିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରୁଥିଲେ ତାରା । ଏହି ସମୟରେ ତାରା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ସହଯୋଗୀ ବିଧାୟକ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । ନିକଟରେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ।
  8. ଟୋକିଓ ପାରା ଅଲମ୍ପିକ୍ସରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ହାତେଇଛି। ଏଥର ସୁଟିଂରେ ସ୍ୱର୍ଣ୍ଣ  ମିଳିଛି ଏବଂ ଏହାକୁ ଜିତିଛନ୍ତି ୧୯ ବର୍ଷୀୟ ସୁଟର ମନୀଷ ନରୱାଲ।ପୁରୁଷ ମିକ୍ସଡ୍ ୫୦ ମିଟର ପିସ୍ତଲ ଇଭେଣ୍ଟରେ ମନୀଷ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମନୀଷ ଫାଇନାଲରେ ୨୧୮ ଦଶମିକ ୨ ସ୍କୋର କରି ବାଜି ମାରିନେଇଛନ୍ତି । ଏହି ସମାନ ଇଭେଣ୍ଟରେ ରୋପ୍ୟ ପଦକ ମଧ୍ୟ ଭାରତ ହାତେଇଛି। 
  9. ଆମେରିକାର ପୂର୍ବ ଉପକୂଳରେ ପ୍ରଳୟ ରଚିଛି ସାମୁଦ୍ରିକ ଝଡ଼ ଇଡ଼ା ,ବୁଧବାର ରାତିରୁ ଶୁକ୍ରବାର ସକାଳ ଯାଏଁ ହୋଇଥିବା ବର୍ଷାରେ ମେରିଲ୍ୟାଣ୍ଡରୁ କନେକ୍ଟିକଟ ମଧ୍ୟରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି ।
  10. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଆସନରେ ସେପ୍ଟେମ୍ବର ୩୦ ତାରିଖରେ ଉପନିର୍ବାଚନ ହେବ । ଏହା ସହ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ସମାନ ତାରିଖରେ ପଶ୍ଚିମବଙ୍ଗର ସମସେରଗଞ୍ଜ, ଜଙ୍ଗୀପୁର ଓ ଭବାନୀପୁର ଆସନ ପାଇଁ ବି ଉପନିର୍ବାଚନ ଅନୁଷ୍ଠିତ ହେବ ।
  11. ଉପନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ପରେ ୩୧ଟି ବିଧାନସଭା ଓ ୩ ଟି ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
  12. କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି | ଆଉ ସେଥିପାଇଁ ସୁପ୍ରିମକୋର୍ଟ ସିବିଆଇକୁ ସଫଳତା ହାର ବାବଦରେ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି |
  13. ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ଦ ମର୍ଣ୍ଣିଂ କନସଲ୍ଟଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୨ୟ ସ୍ଥାନରେ ଅଛନ୍ତି । ୩ୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୪୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୫ମ ସ୍ଥାନରେ ରହିଛନ୍ତି ।
  14. ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ସୁଶିଳ କୁମାର ଲୋହାନୀ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କରୋନା କଟକଣା ମାନି ନିର୍ବାଚନରେ ସମସ୍ତ କାମ କରାଯିବ।
  15. କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶରେ ୩୯ଟି ଔଷଧର ଦାମ୍ ହ୍ରାସ ପାଇଛି। ଏହି ଔଷଧଗୁଡ଼ିକ କ୍ୟାନସର୍‌, ଡାଇବେଟିସ୍ ଓ ଟିବି ଆଦି ରୋଗରେ ପୀଡ଼ିତ ରୋଗୀମାନେ ବ୍ୟବହାର କରୁଛନ୍ତି। ଜୀବାଣୁ ନାଶକ ଏବଂ ଭୂତାଣୁ ନାଶକ ଔଷଧଗୁଡ଼ିକର ଦାମ୍ ମଧ୍ୟ ହ୍ରାସ ପାଇଛି।
  16. ସରକାରୀ ଦେୟକୁ କାର୍ଡ, ୟୁପିଆଇ, କ୍ୟୁଆର୍‌ କୋଡ୍ ଓ ୱାଲେଟ୍‌ ଆଦି ଜରିଆରେ ପଇଠ କରିହେବ।
  17. ଇଂରାଜୀ ବିଷୟରେ ଉତ୍ତୀର୍ଣ୍ଣ ହେବା ସହ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିଛନ୍ତି ଚୌଟାଲା। ୮୬ ବର୍ଷୀୟ ଚୌଟାଲା ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ଶନିବାର ବାହାରିଛି। ଏଥିରେ ଚୌଟାଲା ୮୮ ପ୍ରତିଶତ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।
  18. ଏବେକା ସମୟରେ କେନ୍ଦ୍ରୀୟ ଏଜେନ୍ସୀର ଯେଉଁ ପ୍ରକାର ଉପଯୋଗ ହେଉଛି ତାହା କେବେ ପୂର୍ବରୁ ହୋଇ ନାହିଁ। ବର୍ତ୍ତମାନ କେନ୍ଦ୍ର ସରକାର ବିରୋଧୀ ରାଜନୈତିକ ଦଳର ନେତାଙ୍କ ଉପରେ ଚାପ ପକାଇବା ଲାଗି ଇଡିର ଉପଯୋଗ କରୁଥିବା ପାୱାର ସିଧାଶଳଖ ଅଭିଯୋଗ କରିଛନ୍ତି।
  19. ଆଫଗାନିସ୍ତାନରେ ପୂର୍ବ ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଆକାଉଣ୍ଟର ଦୂରୁପଯୋଗରୁ ତାଲିବାନକୁ ରୋକିବା ଲାଗି ଗୁଗଲ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।
  20. ବଙ୍ଗୋପସାଗରରେ  ତିନି ତିନୋଟି ଲଘୁଚାପ ଦାନା ବାନ୍ଧୁଛି । ଉତ୍ତରପୂର୍ବ ଓ ତତସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ। ସେହିଭଳି ଦକ୍ଷିଣ ଛତିଶଗଡ଼ ଏବଂ ଆନ୍ଧ୍ର ଉପକୂଳରେ ଆଉ ୨ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.