• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି
  2. କେନ୍ଦ୍ର ସରକାର ରବିବାର ଦେଇଥିବା ତଥ୍ୟ ଅନୁସାରେ ଟିକାକରଣରେ ଭାରତ ଜି୭ ରାଷ୍ଟ୍ରକୁ ପଛରେ ପକାଇଛି ସରକାର ଦେଇଥିବା ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ୧୮ କୋଟି ଡୋଜ୍ ଟିକାକରଣ ହୋଇଛି ଜି୭ ରାଷ୍ଟ୍ର ସମୂହର ଟିକାକରଣ ତୁଳନାରେ ଏହା ବେଶ୍ ଅଧିକ
  3. ଭବାନୀପୁର ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଉପନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୩ ୧୬ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯାଇ ପାରିବ ମମତା ଭବାନୀପୁରରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ କଂଗ୍ରେସ ବିଜେପି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି
  4. ନଭେମ୍ବର ତାରିଖ ଠାରୁ ଏହି ମେସେଜିଂ ଆପ୍ ଆଉ ପୁରୁଣା ଫୋନ୍ ଗୁଡିକରେ ଚାଲିବନି ପାଖାପାଖି ୪୩ଟି ପୁରୁଣା ଫୋନ୍ ମଡେଲରେ ହ୍ୱାଟ୍ସଆପ୍ କାମ କରିବ ନାହିଁ
  5. କାର୍ଯ୍ୟରତ ଜଣ ଆଇଏଏସ୍ ଅଧିକାରୀଙ୍କ ସହ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ଜେଲ୍ ଦଣ୍ଡାଦେଶ ସହ ଜରିମାନା ଲଗାଇଛନ୍ତି ହାଇକୋର୍ଟ ଜଣେ ୬୨ ବର୍ଷୀୟା କୃଷକଙ୍କ ଆବେଦନର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି ବୃଦ୍ଧା ଜଣଙ୍କ ବର୍ଷ ଧରି ନିଜ ହକ୍ ପାଇଁ ଆଇନଗତ ଲଢ଼େଇ ଲଢ଼ୁଥିଲେ
  6. କେରଳରେ ମାଡି ଚାଲିଛି ନିପା ଭାଇରସ୍ କେରଳ କୋଝିକୋଡରେ ନିପା ଭାଇରସରେ ସଂକ୍ରମିତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏହି ମୃତକ ଜଣକ ହେଉଛନ୍ତି ୧୨ ବର୍ଷୀୟ ବାଳକ ଗତ ତାରିଖରେ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି
  7. ୧୯ ବର୍ଷୀୟା ସୁଟର ଅବନୀ ଲେଖରା ଟୋକିଓରେ ସ୍ୱର୍ଣ୍ଣ ସହ ୨ଟି ପଦକ ଜିତିଛନ୍ତି ଅବନି SH1 ବର୍ଗରେ ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ୫୦ ମିଟର ରାଇଫଲ ଥ୍ରୀରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତ ଚଳିତଥର ସ୍ୱର୍ଣ୍ଣ ସହ ୧୯ ପଦକ ଜିତିଛି
  8. ନୂତନ କମିଟି ଘୋଷଣା କରିଛି ହକି ଓଡ଼ିଶା    ସଭାପତି ଭାବେ ଜଷ୍ଟିସ .ଏସ.ନାଇଡୁ ପ୍ରତାପ ଶତପଥୀ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି
  9. କିଷାନ ମହାପଞ୍ଚାୟତରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରବିବାର ମୁଜଫରନଗରରେ ଅନୁଷ୍ଠିତ ଏହି ବିଶାଳ କାର୍ଯ୍ୟକ୍ରମରେ ମିଳିତ କିଷାନ ମଞ୍ଚ ୨୭ ସେପ୍ଟେମ୍ବରରେ ସାରା ଦେଶରେ ସବୁ କିଛି ବନ୍ଦ ରହିବ ବୋଲି ଘୋଷଣା କରିଛି।
  10. ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକ ମାନଙ୍କର ବଡ ଭୂମିକା ରହିଛି ବୋଲି ରବିବାର ଗୁରୁ ଦିବସ ଅବସରରେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ଜାତୀୟ ଶିକ୍ଷକ ପୁରସ୍କାରସମାରୋହରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ କହିଛନ୍ତି ।
  11. ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ୪୪ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକ ସମାଜ ଏକବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତକୁ ପରିବର୍ତନ ବୋଲି ରବିବାର ଗୁରୁ ଦିବସ ଅବସରରେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ଜାତୀୟ ଶିକ୍ଷକ ପୁରସ୍କାରସମାରୋହରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ କହିଛନ୍ତି ।
  12. ଉତ୍ତରପ୍ରଦେଶ ମୁଜଫରପୁର ଜିଲ୍ଲାରେ ୩ କୃଷି ଆଇନକୁ ବିରୋଧ କରି ରବିବାର କିଷାନ ମହାପଞ୍ଚାୟନ ଅନୁଷ୍ଠିତ ହେଉଛି। ଏଥିରେ ବିଜେପି ସାଂସଦ ବରୁଣ ଗାନ୍ଧି ଚାଷୀଙ୍କ ସପକ୍ଷରେ ବାହାରିଛନ୍ତି। ବରୁଣ ଟ୍ୱିଟରରେ କିଷାନ ମହାପଞ୍ଚାୟତର ଭିଡିଓ ସେୟାର କରି ଲୋକଙ୍କୁ ଚାଷୀଙ୍କ କଷ୍ଟ ବୁଝିବାକୁ ଅନୁରୋଧ କରିଛନ୍ତି।
  13. ଚଳିତ ବର୍ଷ ଅଗଷ୍ଟରେ ଭାରତରୁ ପଣ୍ୟ ସାମଗ୍ରୀ ରପ୍ତାନି ୪୫.୧୭% ବୃଦ୍ଧିପାଇ ୩୩.୧୪ ବିଲିଅନ ହଲାର ହୋଇଛି, ଯାହା ଗତବର୍ଷ ଅଗଷ୍ଟରେ ୨୨.୮୩ ବିଲିଅନ ଡଲାର ରହିଥିଲା। ତାହାସହିତ ୨୦୧୯ ଅଗଷ୍ଟରେ ହୋଇଥିବା ରପ୍ତାନି ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ରପ୍ତାନି ୨୭.୫% ଅଧିକ ବୋଲି ଜଣାଯାଇଛି।
  14. ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ଅର୍ଥାତ ସିଏମଆଇଆଇ ଅନୁଯାୟୀ କେବଳ ଅଗଷ୍ଟ ମାସରେ ୧୫ ଲକ୍ଷ ଭାରତୀୟଙ୍କ ହାତରୁ ରୋଜଗାର ଚାଲି ଯାଇଛି। ଏଥିରୁ ୧୩ ଲକ୍ଷ ଗ୍ରାମାଞ୍ଚଳର। ଏସବିଆଇର ଅର୍ଥଶାସ୍ତ୍ରୀଙ୍କ ରିପୋର୍ଟ ଅନୁଯାୟୀ, ଜୁନ ତ୍ରୈମାସରେ ୩୦.୭୪ ଲକ୍ଷ ନିୟମିତ ନିଯୁକ୍ତି ଲୋକଙ୍କୁ ମିଳିଛି। ଏଥିରୁ ୧୬.୩ ଲକ୍ଷ ନୂତନ ନିଯୁକ୍ତ ରହିଛି। ଏହିସବୁ ପ୍ରଥମ ଥର ଇପିଏଫଓରେ ଯୋଗ ଦେଇଛନ୍ତି।
  15. ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ)ଙ୍କ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବୃହତ୍ତ ସ୍ୱୟଂସହାୟକ ଗୋଷ୍ଠୀ (ଏସଏଚଜି) ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲୀ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୦ଟି ଶାଖା ପକ୍ଷରୁ ୬୫୦ଟି ଏସଏଚଜିଙ୍କୁ ୧୪.୩୦ କୋଟି ଟଙ୍କା ଋଣ ଆବଣ୍ଟନ ହୋଇଛି।
  16. ୨୦୧୨ ଲଣ୍ଡନ ପାରାଲିମ୍ପିକ୍‌ରେ ଭାରତ କେବଳ ଗୋଟିଏ ପଦକରେ ସନ୍ତୁଷ୍ଟ ହୋଇଥିଲା। ୨୦୧୬ ରିଓ ଅଲିମ୍ପିକ୍‌ରେ ଦେଶକୁ ୪ଟି ପଦକ ମିଳିଥିଲା। ଅନ୍ୟପଟେ ଚଳିତ ବର୍ଷ ଭାରତ ୫ ସ୍ବର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ ବ୍ରୋଞ୍ଜ ଜିତିବା ସହ ପଦକ ତାଲିକାରେ ୨୪ ତମ ସ୍ଥାନକୁ ପହଞ୍ଚିଛି।
  17. ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ରେ ଆଉ ଏକ ଉପଲବ୍ଧି  ହାସଲ କରିଛନ୍ତି। ଚତୁର୍ଥ ଟେଷ୍ଟର ଦ୍ଵିତୀୟ ଇନିଂସରେ କୋହଲି ୩୦ ରନ କରିବା ମାତ୍ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୦ ହଜାର ରନ ପୂରଣ କରିଛନ୍ତି।
  18. କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବେଙ୍ଗାଲୁରୁରେ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ କ୍ରୀଡା ଫେଡେରେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡିବ ଏବଂ ବଡ ଯୋଜନା ପ୍ରସ୍ତୁତ କରିବାକୁ ଆମକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ ଯାହା ଦ୍ୱାରା ୨୦୨୪ ଏବଂ ୨୦୨୮ ଅଲିମ୍ପିକ୍ ଗେମ୍ସରେ ଭାରତର ସ୍ଥିତି ଆହୁରି ସୁଦୃଢ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.