• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଳିତ ବର୍ଷ ପେଟ୍ରୋଲ ଏବଂ ଡିଜେଲ ଭଳି ପେଟ୍ରୋଲିୟମ୍ ପଦାର୍ଥ ଉପରେ ଲାଗୁ ଟ୍ୟାକ୍ସ ଜରିଆରେ ସରକାର ୧ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି, ଯାହା ହାରାହାରି ପୂର୍ବ ଆଦାୟ ଅପେକ୍ଷା ୪୮ ପ୍ରତିଶତ ଅଧିକ । ଅର୍ଥମନ୍ତ୍ରାଳୟର କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଆକାଉଣ୍ଟସ(ସିଜିଏ)ଙ୍କ ରିପୋର୍ଟରେ ପ୍ରକାଶ ୨୦୧୬ରେ ବସ୍ତୁ ଏବଂ ସେବା କର ବା ଜିଏସ୍‌ଟି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ପରେ ଆଭିଏସନ୍ ଟର୍ବାଇନ୍ ଫର୍ମୁଲା, ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଉପରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ଏତଦ୍‌ବ୍ୟତୀତ ଅନ୍ୟ ସବୁ ଉତ୍ପାଦ ଉପରେ ମଧ୍ୟ ଜିଏସଟି ଆଦାୟ କରାଯାଏ । ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ଆଦାୟ ହୋଇଥିବା ଟିକସ ପରିମାଣରେ ୪୮ ପ୍ରତିଶତର ବୃଦ୍ଧି ଘଟିଛି ।
  2. ସେପ୍ଟେମ୍ବର 12 ତାରିଖରେ ହେବ ନିଟ୍ ପରୀକ୍ଷା । ପରୀକ୍ଷା ତାରିଖ ଘୁଞ୍ଚାଇବା ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆଶାୟୀ ଛାତ୍ରଛାତ୍ରୀଙ୍କ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ । 
  3. ଟ୍ୱିନ୍ ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧କୋଟି ୬୨ଲକ୍ଷ ୯୯ହଜାର ୧୦୦ ଟଙ୍କା ଜରିମାନା । ୨୦୨୦-୨୧ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଏହି ଜରିମାନା ଆଦାୟ କରିଛି ପୋଲିସ ।  ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠୁଁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଆଦାୟ ହୋଇଛି । ବିନା ସିଟ ବେଲ୍ଟ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ମାସ୍କ ଧାରୀଙ୍କଠୁଁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । 
  4. ସେନା ଏବଂ ବାୟୁସେନା ସହ ଅନ୍ୟ ସୁରକ୍ଷାବଳର ଅଧିକାରୀଙ୍କୁ ଖୁବ ଶୀଘ୍ର ଭଗବଦ୍ ଗୀତା ଏବଂ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରର ଜ୍ଞାନ ଦିଆଯିବ। ଏଣିକି ଭଗବଦ୍ ଗୀତା ସାଙ୍ଗକୁ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରକୁ ସିଲାବସରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରାଯାଉଛି | ସ
  5. ଆଫଗାନିସ୍ତାନରେ ଥିବା କାବୁଲର୍‌ର ରାଷ୍ଟ୍ରାୟତ ରେକର୍ଡିଙ୍ଗ୍ ଷ୍ଟୁଡିଓମାନଙ୍କରେ ଦୁଇଟି ‘ଗ୍ରାଣ୍ଡ୍‌ ପିଆନୋ’ ଏବଂ ଅନ୍ୟ ବାଦ୍ୟଯନ୍ତ୍ର ସବୁକୁ ନଷ୍ଟ କରି ଦିଆଯାଇଛି।
  6. ରାଉରକେଲାର ଝିଅ ଡି. ପୂଜା ନିକଟରେ ମୁମ୍ବାଇରେ ଆୟୋଜିତ ‘ ମିସ୍‌ ଟିନ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ଭାଗ ନେଇ ଟାଇଟଲ୍‌ ହାସଲ କରିଛନ୍ତି।
  7. କମ୍ପ୍ୟୁଟର ବ୍ୟବସାୟୀ ଲୋକେଶ ପଟୱାରୀଙ୍କ ଶିଶୁପୁତ୍ର ଶ୍ଳୋକ ପଟୱାରୀ ଇଂରାଜୀ ବର୍ଣ୍ଣମାଳାର ଏ ରୁ ଜେଡ ପର୍ଯ୍ୟନ୍ତ ଓ ହିନ୍ଦୀ ବର୍ଣ୍ଣମାଳାର ଅ ରୁ କ୍ଷ ପର୍ଯ୍ୟନ୍ତ ସଠିକ ଉଚ୍ଚାରଣ, ୧ ରୁ ୧୦ ପର୍ଯ୍ୟନ୍ତ ସଂଖ୍ୟା ଡାକିବା, ୧୧ଟି ପଶୁଙ୍କ ରାବକୁ ଅନୁକରଣ; ୧୭ଟି ଫଳ, ୧୮ଟି ବନ୍ୟଜନ୍ତୁ, ୮ଟି ଗୃହପାଳିତ ପଶୁ, ମନୁଷ୍ୟ ଶରୀରର ୧୯ଟି ଅଙ୍ଗପ୍ରତ୍ୟଙ୍ଗ, ୮ଟି ରଙ୍ଗ ଓ ୧୦ଟି ଆକୃତିକୁ ଦେଖି ନିର୍ଭୁଲ ଚିହ୍ନଟ କରିପାରୁଛି। ଶିଶୁ ଶ୍ଲୋକଙ୍କର ଏଭଳି ପାରଦର୍ଶିତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସର ମୁଖ୍ୟ ସମ୍ପାଦକ ଡ଼.ବିଶ୍ବରୂପ ରାୟ ଚୌଧୁରୀ ଅଗଷ୍ଟ ୧୩ ତାରିଖରେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।
  8. ଚଳିତ ମାସରୁ ଆନ୍ତର୍ଜାତିକ ଉଡାଣ ପୁଣି ଆରମ୍ଭ ହେବାକୁ ଯାଉଛି। ଆମେରିକା, ବ୍ରିଟେନ, ୟୁଏଇ, କେନିୟା, ଭୁଟାନ ଓ ଫ୍ରାନ୍ସ ସମେତ ବିଶ୍ୱର ୨୮ଟି ରାଷ୍ଟ୍ରକୁ ଭାରତରୁ ବିମାନ ସେବା ଆରମ୍ଭ ହେବ
  9. ଆଫଗାନିସ୍ତାନର ନୂତନ ସରକାର ଗଠନ ଉତ୍ସବରେ ଯୋଗଦେବାକୁ ପାକିସ୍ତାନ, ଚୀନ, ରୁଷ, କାତାର, ତୁର୍କୀ ଏବଂ ଇରାନ ପ୍ରଭୃତି ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରିଛି। ସୂଚନାଯୋଗ୍ୟ ଯେ ପାକିସ୍ତାନ, ଚୀନ ଓ ରୁଷର ଦୂତାବାସ ସମ୍ପ୍ରତି ଆଫଗାନିସ୍ତାନରେ ରହିଛି।
  10. କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗକୁ ମୁକାବିଲା କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ପ୍ରାୟ ୧୫୦ ଟନ୍ ଅଧିକ ଅମ୍ଳଜାନ ପଠାଇଛି।
  11. ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍ ।
  12. ସରକାରୀ ସୁବିଧାରୁ ବଞ୍ଚିତ ହେବେ ଜିଲ୍ଲାର ୧୧୪୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ।
  13. କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ପରିସରସ୍ଥ ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ର (କେଭିକେ) ଓ ଭୁବନେଶ୍ୱରର ଅଣସରକାରୀ ସଂସ୍ଥା ନିଗମର ମିଳିତ ସହଯୋଗରେ ବାଲିପାଟଣା ବ୍ଲକରେ ଆଜି ଏକ କୃଷକ ଉତ୍ପାଦକ କଂପାନୀ ଲିମିଟେଡ ଉଦ୍‍ଘାଟିତ ହୋଇଯାଇଛି ।
  14. ଭାରତ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ କ୍ରିକେଟ୍‌ରେ ଇଂଲଣ୍ଡକୁ ୧୫୭ ରନରେ ହରାଇଛି। ଏହି ବିଜୟ ସହ ଦଳ ପାଞ୍ଚ ମ୍ୟାଚ୍‌ର ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି ଦଳକୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି ।
  15. IT କର୍ମଚାରୀଙ୍କ ପାଇଁ ଶେଷ ହେବାକୁ ଯାଉଛି ଓ୍ବାର୍କ ଫ୍ରମ୍‌ ହୋମ୍‌ ! ଅଫିସ ଆସି କାମ କରିବାକୁ ଯୋଜନା କରୁଛି ଅଗ୍ରଣୀ ସପ୍ଟଓ୍ବେୟାର କମ୍ପାନୀ TCS
  16. ରାଜ୍ୟ ସରକାର ବିଧାନସଭାରେ ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ କରିଛନ୍ତି ।
  17. ଶିବନ କହିଛନ୍ତି ଚନ୍ଦ୍ରଯାନ-୨ ଚନ୍ଦ୍ର ଚତୁଃପାର୍ଶ୍ଵରେ ୯୦୦୦ରୁ ଅଧିକ ଥର ପରିକ୍ରମା ମାରି ସାରିଛି । ସେଥିରେ ଲାଗିଥିବା ଇମେଜିଙ୍ଗ ଓ ବୈଜ୍ଞାନିକ ଉପକରଣ ମାଧ୍ୟମରେ ଇସ୍ରୋକୁ ଉତ୍କୃଷ୍ଟ ତଥ୍ୟ ମିଳି ପାରୁଛି ।
  18. ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, କୌଣସି ମନ୍ଦିରର ଜମି ଉପରେ କେବଳ ଭଗବାନଙ୍କ ମାଲିକାନା ହକ ରହିଛି। ଜମି ଉପରେ ପୂଜାରୀ କିମ୍ବା କୌଣସି ସରକାରୀ ଅଧିକାରୀ ନିଜର ଅଧିକାର ଜାହିର କରି ପାରିବେ ନାହିଁ । 
  19. ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ୭.୬ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ପଶ୍ଚିମ- ଦକ୍ଷିଣପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।
  20. ସେନା ଓ ବାୟୁସେନା ସହ ଭାରତୀୟ ସଶସ୍ତ୍ର ବାହିନୀ ଅଧିକାରୀଙ୍କୁ ଭଗବତ ଗୀତା ଓ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଜ୍ଞାନ ଦିଆଯିବ। ସିଲାବସରେ ଭଗବତ ଗୀତା ଓ ଅର୍ଥଶାସ୍ତ୍ର ସାମିଲ କରିବାକୁ ବିଚାର କରାଯାଉଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.