• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପେଟ୍ରୋଲ ଓ ଡିଜେଲକୁ ବର୍ତ୍ତମାନ ଜିଏସଟିରେ ସାମିଲ୍ ନେଇ ବିଚାର କରିବା ପାଇଁ ଏହା ସଠିକ୍ ସମୟ ନୁହେଁ । ଏଥିପାଇଁ ରାଜସ୍ୱ ସହ ଜଡ଼ିତ କେତେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
  2. ବୈଦ୍ୟୁତିକ ଯାନ କ୍ରୟ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ଦୁଇ ଚକିଆ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ବା ସର୍ବୋଚ୍ଚ ୫ ହଜାର ଟଙ୍କା ସହାୟତା ଦେବ ରାଜ୍ୟ । ସେହିପରି ତିନି ଚକିଆ ଯାନ ପାଇଁ ୧୫ ପ୍ରତିଶତ ବା ସର୍ବାଧିକ ୧୦ହଜାର ଟଙ୍କା, ଚାରି ଚକିଆ ଯାନ ପାଇଁ ୫୦ହଜାର ଓ ବସ୍‌ କ୍ରୟ ପାଇଁ ୪ ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ । ମାଲବାହୀ ଯାନ କିଣିବା ପାଇଁ ଗ୍ରାହକଙ୍କୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର ।
  3. ୧୧୨ ଡାଏଲ୍ କଲେ ଗୋଟିଏ ନମ୍ବରରେ ପୋଲିସ ଓ ଅଗ୍ନିଶମ ସେବା ମିଳିବ । ଏଣିକି ଅଗ୍ନିଶମ ସେବା ପାଇଁ ୧୦୧ ପରିବର୍ତ୍ତେ ୧୧୨କୁ କଲ୍ କରି ଜରୁରୀକାଳୀନ ପରିସ୍ଥିତିରେ ଲୋକେ ସେବା ପାଇ ପାରିବେ ।
  4. ଆସୋଚାମ ରିପୋର୍ଟ ଅନୁସାରେ ଗତ ଦଶନ୍ଧି ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ୨୪ ପ୍ରତିଶତ କମିଛି ।  ଫଳରେ ରାଜ୍ୟର ୮ ନିୟୁତରୁ ଅଧିକ ଲୋକ ଦାରିଦ୍ର୍ୟ ଶୃଙ୍ଖଳରୁ ମୁକ୍ତ ହୋଇ ପାରିଛନ୍ତି । ଯାହାକି ସମଗ୍ର ଦେଶରେ ସର୍ବାଧିକ । ଏଥିସହିତ ପ୍ରକଳ୍ପ କାର୍ଯ୍ୟକାରିତା ହାରରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ପାଇଥିବା ଆସୋଚାମ ରିପୋର୍ଟ ୨୦୧୭ରେ କୁହାଯାଇଛି । ବିଦ୍ୟୁତ୍ ସଂଯୋଗୀକରଣ, ଗ୍ରାମୀଣ ରାସ୍ତା, ଆବାସ, କୃଷକ ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ।
  5. ପ୍ରାୟ ୨୭ ନିୟୁତ ୟୁରୋ ମୂଲ୍ୟର ଏହି ବିମାନ କିଣିବା ଲାଗି ପଦକ୍ଷେପ ନିଆଯାଇଛି । ମିଳିଥିବା ସୂଚନା ମୁତାବକ ଗୋଟିଏ ବିମାନର ମୂଲ୍ୟ ହେଉଛି ୧.୧୨୫ ନିୟୁତ ୟୁରୋ । ଫ୍ରାନସର ଡାସଲ୍ଟ ଆଭିଏସନ ପକ୍ଷରୁ ନିର୍ମିତ ମିରେଜ-୨୦୦୦ ବିମାନ ଭାରତୀୟ ପ୍ରତିରକ୍ଷାକୁ ଅଧିକ ସଶକ୍ତ କରିବ ବୋଲି କୁହାଯାଇଛି । ଏହି ୨୪ଟି ବିମାନରୁ ୮ଟି ବିମାନ ରେଡି-ଟୁ-ଫ୍ଲାଏ ଅବସ୍ଥାରେ ରହିଛି ।
  6. ସିଆରପିଏଫରେ ମହିଳା ଯବାନମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୬ ପ୍ଲାଟୁନ ମହିଳା ଯବାନଙ୍କୁ ପ୍ରିଶକ୍ଷଣ ଦିଆଯିବ । ଏହି ମହିଳା ଯବାନମାନେ AK-47 ବ୍ୟବହାର ନେଇ ମଧ୍ୟ ପ୍ରଶିକ୍ଷଣ ଲାଭ କରିବେ । ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସୁରକ୍ଷା ଦାୟିତ୍ବରେ ସିଆରପିଏଫ ରହିଛି । ଦେଶରେ ଭିଭିଆଇପିଙ୍କ ସୁରକ୍ଷାରେ ଏଣିକି ମୁତୟନ ହେବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫର ମହିଳା ଯବାନ ।
  7. ଗୋଟିଏ ଦିନରେ ୨ କୋଟିରୁ ଅଧିକ ଡୋଜ୍ (ମାତ୍ରା) କରୋନା ଟିକା ଦେଇ ଭାରତ ସମଗ୍ର ବିଶ୍ବରେ ଏକ ବିରଳ ସଫଳତା ହାସଲ କରିଛି । ଜନ୍ମ ଦିନରେ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଉପହାର ଦେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭିଆ ଟୁଇଟ୍ କରି କହିଛନ୍ତି ।
  8. ଉଭୟ ଜୀବନସାଥୀ ଅଲଗା ଧର୍ମର ହୋଇଥିଲେ ବି ସେମାନଙ୍କୁ ବିରୋଧ କରିବାର ଅଧିକାର କାହାର ବି ନାହିଁ | ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ, ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଧର୍ମ ନିର୍ବିଶେଷରେ ଜଣେ ସାବାଳିକା ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ଅଧିକାର ପାଇଛନ୍ତି। ଏପରି ଦମ୍ପତିଙ୍କ ବିବାହ ସମ୍ପର୍କକୁ ବିରୋଧ କରିବାର କାହାର ଅଧିକାର ନାହିଁ।
  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୦୩୫ଟି ଶାମୁକାରେ ତାଙ୍କର ଏକ ମୋଦୀଙ୍କ ବାଲୁକାକଳା ଗଢ଼ିଛନ୍ତି।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ବରରେ ରହୁଥିବା ପ୍ରିୟଙ୍କା ସାହାଣୀ ନାମ୍ନୀ ଜଣେ ବାଳିକା ୮ ଫୁଟ୍‌ ଉଚ୍ଚ ଏବଂ ୪ ଫୁଟ୍‌ ଓସାରର ଗୋଟାଏ ପ୍ଲାଇ ବୋର୍ଡରେ ଶସ୍ୟ ଦାନା ଲଗାଇ ତାଙ୍କର (ମୋଦୀ) ପ୍ରତିକୃତି ତିଆରି କରିଛନ୍ତି। ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଦ୍ବାରା ପ୍ରକାଶିତ ସର୍ବଶେଷ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦ରେ ବାମପନ୍ଥୀ ଉଗ୍ରବାଦ ଯୋଗୁ ସର୍ବାଧିକ ସଂଖ୍ୟକ ପୁଲିସ ମୃତ୍ୟୁବରଣ କରିଛନ୍ତି। ନକ୍ସଲବାଦୀ କାର୍ଯ୍ୟକଳାପ ଯୋଗୁଁ ୨୦୨୦ରେ ୫୯ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥଲେ
  11. ସ୍ଵିଗି ଓ ଜୋମାଟୋ ପରି ଫୁଡ୍ ଡେଲିଭରି ଆପ୍‌ ଏବେ ୫ ପ୍ରତିଶତ ଜିଏସଟି ପରିଧିକୁ ଆସିବ। ଏମିତି ହେଲେ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଯିବ। ହେଲେ ଜିଏସଟି ପରିଷଦର ୪୫ତମ ବୈଠକରେ ଏହାକୁ ନେଇ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ। ମାତ୍ର ଏହା ସତ୍ତ୍ଵେ ବି ଗ୍ରାହକଙ୍କୁ ଅନଲାଇନରେ ଖାଦ୍ୟ ମଗାଇବା ମହଙ୍ଗା ପଡିପାରେ।
  12. ଦୁନିଆର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ଉପରେ ୧୭୭ ନିୟୁତ ଡଲାର (ପାଖାପାଖୁ ୧୩୦୫ କୋଟି ଟଙ୍କା)ର ଜରିମାନା ଲାଗିଛି। ମୋବାଇଲ୍ ଅପରେଟିଂ ସିଷ୍ଟମ ଏବଂ ଆପ୍ ମାର୍କେଟରେ ଏକଚାଟିଆ ମନୋଭାବ ପାଇଁ ଗୁଗଲକୁ ଏହି ଝଟକା ଲାଗିଛି। ଗୁଗଲର ମମମୁଖୀ ବ୍ୟବହାର ଉପରେ ପ୍ରହାର କରିବାକୁ ଦକ୍ଷିଣ କୋରିଆ ଏକ ବିଲ୍ ପାସ କରାଇଥିଲା । ଏବେ ଏହା ଆଇନ୍‌ରେ ପରିଣତ ହୋଇଛି। ସବୁଠୁ ବଡ଼ କଥା ହେଉଛି ଆଇନ୍ ଆସିବା ପରେ ପ୍ରଥମେ ଗୁଗଲ ଉପରେ ଏତେ ବଡ଼ ଜରିମାନା ଲାଗିଛି ।
  13. ମହାନଦୀର ପଛୁଆ ପାଣିରେ ଖୋର୍ଦ୍ଧାର ୩ ପଞ୍ଚାୟତରେ ବନ୍ୟା ସ୍ଥିତି, ପ୍ରଶାସନ ପାଖରେ ଖବର ନାହିଁ କି ତଥ୍ୟ ନାହିଁ ।
  14. ରାଉରକେଲାରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳ ଭଣ୍ଡାର ।
  15. କୋଟିଆର ୧୨ଟି ପଡା ସହ କୋରାପୁଟ ଜିଲ୍ଲାର ଶତାଧିକ ପଡାକୁ ଦିଆଯିବ ରାଜସ୍ୱ ଗ୍ରାମର ମାନ୍ୟତା । ଡିସେମ୍ବର ପୂର୍ବରୁ ଏହି ପଡା ଗ୍ରାମଗୁଡିକୁ ରାଜସ୍ୱ ଗାଁ ଭାବେ ମାନ୍ୟତା ଦିଆଯିବ ବୋଲି ପ୍ରମୁଖ ବିଷ୍ଣୁପଦ ସେଠୀ କହିଛନ୍ତି ।
  16.  “ପାକିସ୍ତାନ କ୍ରିକେଟକୁ ନ୍ୟୁଜିଲାଣ୍ଡ ହତ୍ୟା କରିଛି । ରାଓ୍ବଲପିଣ୍ଡିରୁ ଆସିଛି ଏଭଳି ଦୁଃଖଦ ଖବର“ ବୋଲି ପୂର୍ବତନ ପେସର ଟୁଇଟ୍‌ କରିଛନ୍ତି । 
  17. . ଜଣାଶୁଣା ବୈଜ୍ଞାନିକ ତନୁ ପଦ୍ମନାଭନ୍‌ଙ୍କ ପରଲୋକ । ଶୁକ୍ରବାର ପୁଣେରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଜଣେ ପୂର୍ବତନ ସହକର୍ମୀ ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା ।
  18. ୩ କୃଷି ଆଇନକୁ ପୂରିଲା ୧ ବର୍ଷ । କଳା ଦିବସ ପାଳିଲା ସିରୋମଣି ଅକାଳି ଦଳ ।
  19. ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ଏହି ନିଷ୍ପତ୍ତି ନିଆଯାଇଛି ।
  20. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍ କାଙ୍ଗ ସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ପକ୍ଷରୁ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହା ଅଧିନରେ କରୋନା ଜନିତ ମୃତ୍ୟୁର ସରକାରୀ ତଥ୍ୟ ଜାରି କରାଯିବ। ସୁପ୍ରିମକୋର୍ଟ ସମାଲୋଚନା କରିବାର ୧୦ ଦିନ ପରେ କେନ୍ଦ୍ର ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.