• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କ୍ୟାପଟେନ ଅମରିନ୍ଦର ସିଂ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର ୫ ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ।
  2. ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର ଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଛି । ୧୯୭୬ରେ ସେ ସାହିତ୍ୟ ପାଇଁ ଝଙ୍କାର ସମ୍ମାନ ପାଇଥିଲେ । ୧୯୮୪ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ସେ ୧୯୮୨ରୁ ୧୯୯୦ ଯାଏଁ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ୧୯୯୧ରୁ ୧୯୯୪ ଯାଏଁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ ।  
  3. ଯୁକ୍ତ  ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୨୦ ତାରିଖରୁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନା ଗାଇଡଲାଇନ୍ ମାନି ଶ୍ରେଣୀଗୃହରେ ଶିକ୍ଷା ଦାନ କରାଯିବ । କ୍ୟାମ୍ପସ ଓ ଶ୍ରେଣୀଗୃହରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ଶ୍ରେଣୀଗୃହ, ଲାଇବ୍ରେରୀ ସହ ଲାବୋରେଟୋରିରେ ସାମାଜିକ ଦୂରତା ରକ୍ଷା କରାଯିବ ।
  4. ବିବେକ ଆନନ୍ଦ ଓବରୋଏଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ଏକ ଡିଜିଟାଲ୍ ରିଲିଜ୍ ହେବାକୁ ଯାଉଛି। ୨୩ ସେପ୍ଟେମ୍ବରରୁ ‘ପିଏମ ନରେନ୍ଦ୍ର ମୋଦୀ’ ଏମଏକ୍ସ ପ୍ଲେୟାରରେ ମୁକ୍ତିଲାଭ କରିବ | 
  5. ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଅମରିନ୍ଦର ସିଂହଙ୍କ ପ୍ରତିକ୍ରିୟା: ‘ମୁଁ କଂଗ୍ରେସରେ ଅଛି, ଘନିଷ୍ଠ ନେତାଙ୍କ ପରାମର୍ଶ ପରେ ପରବର୍ତ୍ତୀ ନିଷ୍ପତ୍ତି’  ।  ସିଦ୍ଧୁ ଜଣେ ଅଯୋଗ୍ୟ ବ୍ୟକ୍ତି, ପଞ୍ଜାବକୁ ବରବାଦ କରିଦେବେ : କ୍ୟାପଟେନ ଅମରିନ୍ଦର ସିଂ । କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି : ସୋନିଆ ବାଛିବେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ  ।
  6. ହିନ୍ଦି ପୁସ୍ତକ ‘କଲ୍ୟାଣୀ’ର ଓଡ଼ିଆ ଅନୁବାଦ ପାଇଁ ମଞ୍ଜୁ ମୋଦୀଙ୍କୁ ମିଳିବ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର  ।
  7. କେନ୍ଦ୍ର ସରକାର ବିମାନ କମ୍ପାନୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଏଣିକି ବିମାନ କମ୍ପାନୀ ମାସକୁ ୧୫ ଦିନ ଭଡ଼ା ନିର୍ଦ୍ଧାରଣ କରିପାରିବେ । ବାକି ୧୫ ଦିନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚୀ ଅନୁସାରେ ଭଡ଼ା ନିର୍ଦ୍ଧାରଣ ହେବ । ଭଡ଼ା ଷ୍ଟକଚର ଅନୁସାରେ, ସରକାର ସବୁଠୁ କମ୍ ଓ ସବୁଠୁ ଅଧିକ ଭଡ଼ା ନିର୍ଦ୍ଧାରଣ କରୁଥିଲେ । ଏବେ ଏଥିରୁ ବିମାନ କମ୍ପାନୀଙ୍କୁ ଆଶ୍ୱସ୍ତି ମିଳିଛି । ସରକାର ମାସକୁ ୧୫ ଦିନ ଭଡ଼ା ନିର୍ଦ୍ଧାରଣ କରିବାକୁ ଥିବାବେଳେ ବାକି ୧୫ ଦିନ ବିମାନ କମ୍ପାନୀ ଚାହିଦାକୁ ଦେଖି ଭଡ଼ା ସ୍ଥିର କରିବେ ।
  8. ଦେଶରେ ପ୍ରଥମ: ୨ବର୍ଷୀୟ ଶିଶୁର ସଫଳ ଏକମୋ ଚିକିତ୍ସା କରିି ଇତିହାସ ରଚିିଲା ଭୁବନେଶ୍ବର ଏମ୍ସ
  9. ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରହି ସାରିଥିବା ସାଂସଦ ବାବୁଲ ସୁପ୍ରିୟୋ ବିଜେପି ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି । କିଛିଦିନ ତଳେ ବାବୁଲ୍ ସୁପ୍ରିୟୋ ବିଜେପିରୁ ଇସ୍ତଫା ଦେଇଥିଲେ
  10. ସୋନୁ ସୁଦଙ୍କ ଉପରେ ୨୦ କୋଟିର ଟ୍ୟାକ୍ସ ଚୋରି ଅଭିଯୋଗ: ପ୍ରମାଣ ଥିବା ଦାବି କଲା ଆୟକର ବିଭାଗ ।
  11. ଦିବ୍ୟା ଅଗ୍ରଓ୍ବାଲ ହେଲେ ବିଗବସ୍‌ ଓଟିଟି ଓ୍ବିନର, ନିଶାନ୍ତ ପ୍ରଥମ ଏବଂ ଶମିତା ଦ୍ବିତୀୟ ରନର ଅପ୍‌ ।
  12. ଶ୍ରୀନଗରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ, ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଲେ ଆତଙ୍କୀ ।
  13. ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପ୍ରଥମ ମ୍ୟାଚରେ ଟସ୍ ପଡିବା ପୂର୍ବରୁ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଛି  । ଯାହା ପଳରେ ପାକିସ୍ତାନକୁ ପୁଣି ଥରେ ନିନ୍ଦିତ ହେବାକୁ ପଡିଛି ।
  14. ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧିନ ବିସିସିଆଇ ଅନୀଲ କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦବୀ ଲାଗି ଆବେଦନ କରିବା ପାଇଁ ପ୍ରସ୍ତାବ ଦେଇପାରେ। ୨୦୧୬-୧୭ରେ କୁମ୍ବଲେ ଏକ ବର୍ଷ ପାଇଁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ ତତ୍‌କାଳୀନ କ୍ରିକେଟ ପରାମର୍ଶଦାତା କମିଟି କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲା।
  15.  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ ଅବସରରେ ଅଲିମ୍ପିକ୍‌ସ ଓ ପାରାଲିମ୍ପିକ୍‌ସ ପଦକ ବିଜେତା କ୍ରୀଡ଼ାବିତ୍‌ମାନଙ୍କ ଉପହାର ଇ-ନିଲାମ ଆରମ୍ଭ ହୋଇଛି। ଶନିବାର ଇ-ବିକ୍ରୟର ପ୍ରଥମ ଦିନରେ ୧୧ଜଣ କ୍ରୀଡ଼ାବିତ୍‌ଙ୍କ ଉପହାରରୁ ୧୦ କୋଟି ଟଙ୍କା ଆୟ ହୋଇଛି। ଟୋକିଓ ଅଲିମ୍ପିକ୍‌ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଜାଭେଲିନର ଦାମ୍‌ ୧ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି।
  16.  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଏକାଧିକ ଅଫର ମଧ୍ୟରେ ଗୃହଋଣ ଉପରେ ସୁଧ ହାର ହ୍ରାସ କରାଯାଇଛି। ଏଥିରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ସୁଧହାର ୫୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ପିଏନବି ପକ୍ଷରୁ ଘୋଷଣା କରାଯାଇଛି ଯେ ଏବେ ଗୃହଋଣ ଉପରେ ସୁଧ ହାର ୬.୬୦% ଲାଗୁହେବ।
  17. ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ରେ ବାଲ୍ୟ ବିବାହ ନିରାକରଣ ଆଇନ ଅଧୀନରେ ୭୮୫ ମାମଲା ରୁଜୁ ହୋଇଛି। କର୍ଣ୍ଣାଟକରେ ବାଲ୍ୟ ବିବାହ ବିରୋଧରେ ସର୍ବାଧିକ ୧୮୪ ମାମଲା ରୁଜୁ ହୋଇଥିବାବେଳେ ଆସାମରେ ୧୩୮, ପଶ୍ଚିମବଙ୍ଗରେ ୯୮, ତାମିଲନାଡ଼ୁରେ ୭୭ ଏବଂ ତ‌େଲେଙ୍ଗାନାରେ ୬୨ ମାମଲା ରୁଜୁ ହୋଇଛି। ତେବେ ୨୦୧୯ରେ ୫୨୩ ମାମଲା ଏବଂ ୨୦୧୮ରେ ୫୦୧ , ୨୦୧୭ରେ ୩୯୫, ୨୦୧୬ରେ ୩୨୬ ଏବଂ ୨୦୧୫ରେ ୨୯୩ ମାମଲା ରୁଜୁ ହୋଇଥିଲା। ୨୦୨୦ରେ ଦେଶରେ ବାଲ୍ୟ ବିବାହରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। 
  18. ଭାରତୀୟ ଆଇନ ବ୍ୟବସ୍ଥା ଏବେ ବି ଉପନିବେଶ ଢାଞ୍ଚାରେ ରହିଛି ଏବଂ ଏହାକୁ ଅଧିକ ସୁଲଭ ଏବଂ ପ୍ରଭାବୀ କରିବା ପାଇଁ ଏହାର ଭାରତୀୟକରଣ ଜରୁରୀ ବୋଲି ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି।
  19. କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଶୁକ୍ରବାର କହିଛନ୍ତି ଯେ, ଭାରତ ବିଶ୍ବର ଦୀର୍ଘତମ ଏକ୍ସପ୍ରେସ୍‌ୱେ ନିର୍ମାଣ ଶେଷ କରିବାକୁ ଯାଉଛି ଏବଂ ତାହା ହେଉଛି ‘ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ହାଇୱେ’। ଏହି ଦ୍ରୁତ-ରାଜପଥର ଦୈର୍ଘ୍ୟ ୧,୩୮୦ କିମି ହେବ
  20. ବିଶିଷ୍ଟ ଗାଳ୍ପିକା ଯଶୋଧାରା ମିଶ୍ରଙ୍କୁ ଓଡ଼ିଆ ଗଳ୍ପ ସଂକଳନ ‘ସମୁଦ୍ର କୂଳ ଘର’ ପାଇଁ ୨୦୨୦ର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରରେ ସମ୍ମାନିତ କରଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.