• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ବା ସିବିଡିଟି କରଦାତାଙ୍କୁ ବଡ଼ ରିହାତି ଦେଇଛନ୍ତି । ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଇଟିଆର ରିଟର୍ଣ୍ଣ ଫାଇଲ୍‌ କରିନାହାନ୍ତି ସେମାନଙ୍କ ପାଇଁ ସମୟ ସୀମା ୩୧ ଡିସେମ୍ୱର ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି ।
  2. ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା 50 ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ । ଆଉ କମିଶନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପଠାଇବେ ।
  3. ଜାତୀୟ ରାଜପଥରେ ଯୁଦ୍ଧ ବିମାନର ଅବତରଣ । ସୁଖୋଇ ଓ ଜାଗୁଆର ଭଳି ଯୁଦ୍ଧ ବିମାନ ହାଇଓ୍ୱେରେ ଓହ୍ଲାଇଛି । ରାଜସ୍ଥାନ ଜାଲୋର ହାଇୱେରେ ପରୀକ୍ଷାମୂଳକ ଭାବେ ଆଜି ଏହାର ଡେମୋ ପ୍ରଦର୍ଶନ କରାଯାଇଛି। ପ୍ରଥମ C-130J ସୁପର ହର୍କୁଲେସର ଅବତରଣ କରିଥିଲା ।ପରେ ଲଢୁଆ ଯୁଦ୍ଧ ବିମାନ ସୁଖୋଇର SU-30MK । ପ୍ରଥମ ଥର ପାଇଁ ଲଢୁଆ ଯୁଦ୍ଧ ବିମାନ ରାଜପଥରେ ଅବତରଣ କରିଛି ।
  4. ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଏଥି ସହିତ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ସେପ୍ଟେଟର ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ଥିଲା।
  5. କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏନଆଇଆରଏଫ (ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମଓ୍ବାର୍କ) ରାଙ୍କିଙ୍ଗ୍ ୨୦୨୧ ପ୍ରକାଶିତ ହୋଇଛି । ତାଲିକାର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛି । ଓଡ଼ିଶାର ସୋଆ ୩୭ ନମ୍ବରରେ ଥିବା ବେଳେ କିଟ୍ ୩୯, ଏନଆଇଟି ରାଉରକେଲା ୪୧, ଆଇଆଇଟି ଭୁବନେଶ୍ୱର ୫୮ ନମ୍ବର ସ୍ଥାନରେ ରହିଛି । ତେବେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ ।
  6. ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର। ସୋମବାର ଠାରୁ ଶନିବାର ପର୍ଯ୍ଯନ୍ତ ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ। ରବିବାର ସାନିଟାଇଜ ପାଇଁ  ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ଯା ୭ଟା ଯାଏଁ ଜଗା ଦର୍ଶନ ପାଇଁ ଅନୁମତି ଥିଲା। ଏହି ସମୟ ଅବଧିରେ ସାମାନ୍ଯ କୋହଳ କରାଯାଇ ଦର୍ଶନ ବ୍ଯବସ୍ଥା ରାତି ୯ଟା ଯାଏଁ ବୃଦ୍ଧି କରାଯାଇଛି।
  7. କଟକ ଉପକଣ୍ଠ କନ୍ଦରପୁରରେ ଦୁଇ ଜଣ ଅଜଣା ଯୁବକ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଛନ୍ତି । ଗୁଳିମାଡରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ବ୍ୟବସାୟୀଙ୍କ ଗୋଡରେ ଗୁଳି ବାଜିଛି ।
  8. ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ମିଳିବ। 
  9. ଏନ୍‍ଆଇଆର୍‍ଏଫ୍‍ ରାଙ୍କିଂରେ  ଲଗାତାର ତୃତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନରେ ଆଇଆଇଟି ମାଡ୍ରାସ ।
  10. ପ୍ରକାଶ ପାଇଲା ଯୁକ୍ତ ୩ କଟ୍‌ ଅଫ୍‌ ମାର୍କ: ପ୍ରଥମ ପର୍ଯ୍ୟାୟରେ ୧,୬୮,୫୩୭ ପିଲା ହେଲେ ଚୟନ  ।
  11. ସିଲ କରିଥିଲା ଓଡ଼ିଶା, ଖୋଲି ଦେଲା ଆନ୍ଧ୍ର : ବନ୍ଦ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ପାଠ ପଢ଼ାଉଛି ଆନ୍ଧ୍ର ପ୍ରଶାସନ ।
  12. ଆମେରିକାର କଡା ଚେତାବନୀ ପରେ ଆଫଗାନରେ ଫସିଥିବା ୨୦୦ ନାଗରିକଙ୍କୁ ଛାଡିବାକୁ ରାଜିହେଲା ତାଲିବାନ ।
  13. ଭାରତରେ କାର ନିର୍ମାଣ ବନ୍ଦ କରିବ ଆମେରିକା କମ୍ପାନୀ ଫୋର୍ଡ, ପ୍ରଭାବିତ ହେବେ ୪୦୦୦ରୁ ଅଧିକ କର୍ମଚାରୀ ।
  14. ତେନ୍ଦୁଲକର ଓ ଧୋନିଙ୍କ ପରେ ନିର୍ମାଣ ହେବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ: ଘୋଷଣା କଲା ଲଭ ଫିଲ୍ମସର ।
  15. ସରିଲା ବିଧାନସଭାର ମୌସୁମୀ ଅଧିବେଶନ, ପାରିତ ହେଲା ୧୩ଟି ବିଲ୍ ।
  16. ବଢ଼ିଲା ଦୈନିକ ଟିକାକରଣ ଲକ୍ଷ୍ୟ, ଏବେ ଦୈନିକ ୪ଲକ୍ଷ ଲୋକଙ୍କୁ ଦିଆଯିବ ଟିକା ।
  17. ୪୯ନଂ ଜାତୀୟ ରାଜପଥରେ କୁଚିଣ୍ଡା ନିକଟ ଖର୍ଲା ନଦୀରେ ଥିବା ଝୁଲେନ ପୋଲ ଭୁଶୁଡିଲା ।ପୋଲ ଉପରେ ଯାଉଥିବା ଏକ ଟ୍ରକ ତଳକୁ ଖସି ପଡିଛି । ନଦୀରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି ।
  18. ଦିଲ୍ଲୀ ଏୟାରପୋର୍ଟ ଏକ୍ସପ୍ରେସ ମେଟ୍ରୋର ଏକ ମାମଲାରେ ରିଲାଏନ୍ସ ଗ୍ରୁପ୍‌ର କମ୍ପାନୀ ରିଲାଏନ୍ସ ଇନଫ୍ରା ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି କ୍ରମେ ରିଲାଏନ୍ସ ଇନଫ୍ରାକୁ ୬୩୨ ମିଲିୟନ୍‌ ଡଲାର ଅର୍ଥାତ ପାଖାପାଖି ୪୬୦୦ କୋଟି ଟଙ୍କା ମିଳିବ।
  19. ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ଆସନ୍ତା ୧୦ ତାରିଖ ପରେ ଏହା ହେବ ସେପ୍ଟେମ୍ବର ମାସର ତୃତୀୟ ଲଘୁଚାପ । ଏହାଦ୍ୱାରା ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
  20. ଗୁରୁବାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମ୍‌ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି କରୋନାର ଗୋଟିଏ ପାନ ଟିକା ସଂକ୍ରମଣ ପରବର୍ତ୍ତୀ ମୃତ୍ୟୁ ଆଶଙ୍କାକୁ ୯୬.୬% ପ୍ରତିରୋଧ କରିଥାଏ। ଆଉ ଯଦି ଜଣେ ଦୁଇଟି ପାନ ଟିକା ନେଇଥାଏ ତାର ଏପରି ମୃତ୍ୟୁ ଆଶଙ୍କା ୯୭.୫% ଦୂର କରିଥାଏ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.