• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଡିସିପି ଅଫିସରେ ନୂତନ ଲାଇବ୍ରେରୀକୁ ଉଦଘାଟନ କରିଛନ୍ତି । ଡକ୍ଟର ବିଜୟ ସାହୁ ଫାଉଣ୍ଡେସନ ସହାୟତାରେ ଏହି ଲାଇବ୍ରେରୀ ନିର୍ମାଣ କରାଯାଇଛି । ଡିସିପି ଅଫିସକୁ ଗ୍ରୀଭାନ୍ସ ପାଇଁ ଆସୁଥିବା ଲୋକଙ୍କ ପାଇଁ ଏହି ଓ୍ବେଟିଂ ହଲ କମ ଲାଇବ୍ରେରୀ ବେଶ ସହାୟକ ହେବ ବୋଲି କହିଛନ୍ତି ପୋଲିସ କମିଶନର ।  ଉଦଘାଟନ ଉତ୍ସବରେ ସାଇ ଇଣ୍ଟରନ୍ୟାସନଲ ସ୍କୁଲ ଚେୟାରମ୍ୟାନ ଶିଳ୍ପୀ ସାହୁ ଯୋଗ ଦେଇଥିଲେ । ସ୍କୁଲ ବାହାରେ ଏହା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରଥମ ଲାଇବ୍ରେରୀ ।
  2. ନକଲି ଆରଟିପିସିଆର ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଭକ୍ତଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଭୁଲ ରିପୋର୍ଟ ଦେଖାଇବା ନେଇ ସିଂହଦ୍ବାର ଓ କୁମ୍ଭାରପଡା ଥାନାରେ 3 ଟି ମାମଲା ରୁଜୁ କରାଯାଇଥିବା ବେଳେ 12ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ 4ଜଣ ଭକ୍ତ ରହିଛନ୍ତି ।
  3. ଆଫଗାନିସ୍ତାନରେ ନିଷିଦ୍ଧ ହୋଇପାରେ ମହିଳା କ୍ରୀଡ଼ା । ମହିଳା କ୍ରିକେଟ ସମେତ ଅନ୍ୟାନ୍ୟ ଖେଳକୁ ନିଷିଦ୍ଧ କରିବା ଲାଗି ଯୋଜନା ପ୍ରସ୍ତୁତ ।
  4. କୋଭିଡ ନିରାକରଣ ଲାଗି ବୁଷ୍ଟର ଡୋଜ ନଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। 
  5. ତାଲିବାନ ସରକାର ସେପ୍ଟେମ୍ବର ୧୧ (୯/୧୧) ତାରିଖରେ ଶପଥ ଗ୍ରହଣ କରିବାକୁ ଦିନ ଧାର୍ଯ୍ୟ କରିଥିବାବେଳେ ଏହାକୁ ନେଇ ଆମେରିକା କ୍ଷୁବ୍ଧ ହୋଇଛି । ଫଳରେ ଏହାକୁ ନେଇ ତାଲିବାନ ସରକାର ଏହାର ଶପଥ ଗ୍ରହଣ ଉତ୍ସବ ଦିନକୁ ପରିବର୍ତ୍ତନ କରିଛି । ୨୦୦୧ର ଏହି ଦିନରେ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଆମେରିକାର ୪ଟି ସ୍ଥାନରେ ଆକ୍ରମଣ ଘଟାଇଥିଲା । ଏଥିରେ ଆମେରିକାର ୩୦୦୦ ନାଗରିକ ପ୍ରାଣ ହରାଇଥିଲେ ।
  6. ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସସି)ରେ ଏକ ବିତର୍କ ହୋଇଛି। ଗୁରୁବାର ହୋଇଥିବା ବିତର୍କରେ ଭାଗ ନେଇ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍‌ ତିରୁମୂର୍ତ୍ତି କହିଛନ୍ତି ଯେ ଆତଙ୍କବାଦ ପ୍ରସଙ୍ଗରେ ତାଲିବାନ ସରକାର ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଦରକାର।
  7. ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ତାଙ୍କର ଏହି ପାରମ୍ପରିକ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପି ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରିୟଙ୍କା ଟିବରେୱାଲଙ୍କୁ ସୁଯୋଗ ଦେଇଛି। ତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ଶୀଘ୍ର ଘୋଷଣା କରାଯିବ। ପ୍ରିୟଙ୍କା ପେସାରେ ଜଣେ ଆଇନଜୀବୀ।
  8. ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ଉତ୍ତରପ୍ରଦେଶ ସରକାର ଧାର୍ମିକ କ୍ଷେତ୍ର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଧାର୍ମିକ କ୍ଷେତ୍ର ଘୋଷଣା ହୋଇଥିବା ସମଗ୍ର ୧୦ ବର୍ଗ କିଲୋମିଟର ଜୋନରେ ମଦ ଏବଂ ମାଂସ ବିକ୍ରି ଉପରେ କଟକଣା ଜାରି କରାଯାଇଛି।
  9. ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ସେଥିପାଇଁ ଆଜି ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମରିସ ପେନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡାଟନ ନୂଆଦିଲ୍ଲୀରେ ପହଂଚିଛନ୍ତି।
  10. ଆଧୁନିକ ଏଲଏଚବି କୋଚ ସହିତ ଆଜି ଭୂବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ (ଟ୍ରେନ ସଂଖ୍ୟା ୦୮୪୪୫/୦୮୪୪୬) ଶୁଭାରମ୍ଭ ହୋଇଛି। ନୂଆଦିଲ୍ଳୀ ସ୍ଥିତ ରେଳ ଭବନଠାରେ ଭିଡ଼ିଓ କନଫରେସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ଓ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତକା ଦେଖାଇ ହୀରାଖଣ୍ଡ ଏକ୍ସପ୍ରେସର ଯାତ୍ରା ଶୁଭାରମ୍ଭ କରିଥିଲେ।
  11. ଗତକାଲି   ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଜାତୀୟ ଲୋକ ଅଦାଲତ ଆୟୋଜନ କରାଯାଉଥିବା ବେଳେ ଓଡ଼ିଶାରେ ଏହା ସେପ୍ଟେମ୍ବର ୧୯ରେ ଆୟୋଜନ କରାଯିବ।
  12. ଉତ୍ତରପ୍ରଦେଶର ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଆତ୍ମାରାମ ତୋମର (୭୫)ଙ୍କର ତାଙ୍କ ବାସଭବନରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ୧୯୯୭ରେ କଲ୍ୟାଣ ସିଂହ ସରକାରରେ ସେ ମନ୍ତ୍ରୀ ପଦରେ ରହିଥିଲେ।
  13. ଗତ ଅଗଷ୍ଟ ୨୮ ତାରିଖରେ କର୍ନାଲ୍‌ ଲାଠିମାଡ଼ ଘଟଣାରେ ଚାଷୀ ନେତାମାନେ ଶୁକ୍ରବାର ପୁଣିଥରେ ହରିୟାଣା ସରକାରୀ ଅଧିକାରୀଙ୍କୁ ଭେଟିଛନ୍ତି। ଗତ ୪ ଦିନ ମଧ୍ୟରେ ସେମାନେ ୩ ଥର ଅଧିକାରୀଙ୍କୁ ଭେଟିଲେଣି।
  14. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଟିଭିକୁ ମିଶ୍ରଣ କରି ପ୍ରସ୍ତୁତ ନୂତନ ସଂସଦ ଟିଭିର ସେପ୍ଟେମ୍ବର ୧୫ରେ ଶୁଭାରମ୍ଭ କରିବେ ।  ସଂସଦ ଟିଭି ଦେଶ-ବିଦେଶର ଦର୍ଶକଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦେଶର ସଂସ୍ଥା ସଂପର୍କିତ ବିଷୟ ଉପରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ବିଷୟ ବସ୍ତୁ ପ୍ରସ୍ତୁତ କରାଯିବ।
  15. ଶତ୍ରୁ ସୀମା ଭେଦ କରି ଭାରତ ଭିତରକୁ ପ୍ରବେଶ କରୁଥିବା ବିମାନକୁ ଚାରିଆଡ଼ୁ ଘେରିବାକୁ ବାୟୁସେନାକୁ ଆହୁରି ମଜବୁତ କରାଯିବ । ୬ ଟି ରାଜ୍ୟରେ ଏୟାର ବର୍ଣ୍ଣ ୱାର୍ଣ୍ଣିଂ ସ୍ଥାପନ କରିବା ଏବଂ କଣ୍ଟ୍ରୋଲ୍‌ ଏୟାରକ୍ରାଫ୍ଟ କିଣିବା ପାଇଁ ୧୧ ହଜାର କୋଟିର ପ୍ରସ୍ତାବ ଉପରେ କ୍ୟାବିନେଟ୍‌ କମିଟି ସବୁଜ ସଙ୍କେତ ଦେଇଛି । 
  16. ଆମେରିକା ଆତଙ୍କବାଦୀ ଆକ୍ରମଣକୁ ୨୦ ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ସଂଗଠନ ଅଲ୍ -କାଏଦା ଏହି ଆକ୍ରମଣ ଘଟାଇଥିଲା, ଯାହା ସଂପୂର୍ଣ୍ଣ ବିଶ୍ୱକୁ ଥରାଇ ଦେଇଥିଲା। ବିଶ୍ୱବ୍ୟାପୀ ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା।
  17. ଟୋକିଓ ପାରାଲିମ୍ପିକ୍‌ସରେ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି ।
  18. ଆସନ୍ତା ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ କ୍ରିକେଟ୍ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।
  19. ଦେଶର ଦଶମ ରାଜ୍ୟ ଭାବେ ଓଡ଼ିଶା ସରକାର ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ଦେଇଥିବାବେଳେ ଆସନ୍ତା ୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ।
  20. ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଏଣିକି ଦୈନିକ ୪ଲକ୍ଷ ଟିକା ଦେବା ପାଇଁ ଜିଲ୍ଲାୱାରି ଟାର୍ଗେଟ୍ ଧାର୍ଯ୍ୟ କରିଛନ୍ତି । ଡିସେମ୍ବର ମାସ ଶେଷସୁଦ୍ଧା ଟିକାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.