• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରବି ଫସଲ ପାଇଁ ନୂଆଁଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି ।
  2. ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ହେଲାଣି ୮ କୋଟି । କୋଭିଡ୍ ମହାମାରୀ ନେଇ ଘରକୁ ଘରେ ସର୍ଭେ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟର ମୋଟ ଜନସଂଖ୍ୟାର ଅଢ଼େଇ କୋଟି ହେଉଛନ୍ତି ପ୍ରାପ୍ତ ବୟସ୍କ । ସେମାନଙ୍କ ଭିତରୁ ପ୍ରାୟ ୨୫ ଲକ୍ଷ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।
  3. ଆନ୍ତର୍ଜାତିକ ଡାଇବେଟିସ୍‌‌ ଫେଡେରେସନ୍‌ର ଆକଳନ ଅନୁଯାୟୀ, ୨୦୪୫ ବେଳକୁ ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଜନସଂଖ୍ୟାର ୭୪ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।
  4. ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ଦିନ ବିଜୟ ରୁପାଣୀ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ସହ ସାକ୍ଷାତ କରି ରୁପାଣୀ ନିଜ ଇସ୍ତଫା ହସ୍ତାନ୍ତର କରିଛନ୍ତି ।
  5. ୧୯୭୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହି ଘଟଣାକୁ ପ୍ରୟାଗରାଜରେ ଆୟୋଜିତ ଏକ ସମାରୋହରେ ଭାରତର ପ୍ରଧାନ ବିଚାରପତି ଏନଭି ରମଣା ଉଠାଇଛନ୍ତି। ସେ ସମୟରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଜଗମୋହନଲାଲ ସିହ୍ନା ସେହି ନିଷ୍ପତ୍ତିକୁ ପାରିତ କରିଥିଲେ।
  6. ଆମେରିକା ଓ୍ୱାଲର୍ଡ ଟ୍ରେଡ ଟାଓ୍ୱାର ହମଲାର ୨୦ ବର୍ଷ ପୂର୍ତ୍ତି ଅବସରରେ ସରକାର ଶପଥ ନେବ ବୋଲି ପୂର୍ବରୁ ଗତ ୭ ତାରିଖରେ ତାଲିବାନ ଘୋଷଣା କରିଥିଲା । ସରକାର ଗଠନ ନେଇ ସହଯୋଗୀ ସଙ୍ଗଠନ ଗୁ଼ଡିକରୁ ପ୍ରବଳ ଚାପ ପଡ଼ିବା ପରେ ଏହି ସରକାର ଶପଥ ନେଇପାରିନାହିଁ ।
  7. ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଶିବସେନା ତରଫରୁ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
  8. ଅଯୋଧ୍ୟା ରାମମନ୍ଦିର ନିର୍ମାଣକୁ ନେଇ ଆସିଛି ବଡ ଖବର । ମୁଖ୍ୟ ମନ୍ଦିରର ଚତୁଃପାର୍ଶ୍ବରେ ନିର୍ମାଣ ହେବ ଆଉ ୬ଟି ମନ୍ଦିର । ମନ୍ଦିରର ପରିକ୍ରମା ପଥରେ ଏହି ୬ଟି ମନ୍ଦିର ନିର୍ମାଣ ହେବ ବୋଲି ଏବେ ସୂଚନା ମିଳିଛି ।
  9. ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲା ଗୁଜୁରାଟର ରାଜନୀତି। ୫ବର୍ଷ କ୍ଷମତାରେ ରହିବା ପରେ ଇସ୍ତଫା ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ।
  10. ଆଫଗାନ ପ୍ରତିବାଦକାରୀ ଓ ସାମ୍ବାଦିକମାନଙ୍କ ଉପରେ ତାଲିବାନ୍ ଚଳାଇଥିବା ଭୀଷଣ ଦମନ ଅଭିଯାନ ଲାଗି ଜାତିସଂଘ ଉଦ୍‌ବେଗ ପ୍ରକାଶ କରିବା ସହ ନିନ୍ଦା କରିଛି।
  11. ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ସମ୍ବଲପୁର ତଥା ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ପରିଚିତ କରାଇବ ବୋଲି କହିଛନ୍ତି।
  12. ଗତ ୬ ମାସରେ ବିଜେପି ୪ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ରାଜନୈତିକ ବିଶେଷଜ୍ଞ ଏହା ପଛର କାରଣ ଖୋଜିବାରେ ଲାଗି ପଡିଛନ୍ତି। କିନ୍ତୁ ନିର୍ବାଚନ ରଣନୀତି ଏହା ସ୍ଥିର କରିବ ଯେ, ବିଜେପିର ଏହି ରଣନୀତି କେତେ ସଫଳ।
  13. ଭାରତରେ କେବଳ ଫୋର୍ଡ ନୁହନ୍ତି ୪ ହଜାରରୁ ଅଧିକ ଛୋଟମୋଟ କମ୍ପାନୀ ମଧ୍ୟ ସେମାନଙ୍କ କାରବାର ବନ୍ଦ କରିବାକୁ ଯାଉଛନ୍ତି। ଶନିବାର ଏହା  କହିଛନ୍ତି କନସୋର୍ଟିୟମ ଅଫ ଇଣ୍ଡିଆନ ଆସୋସିଏସନସ୍‌ (ସିଆଇଏ)ଙ୍କ କନଭେନର  କେ.ଇ.ରଘୁନାଥନ ।
  14. ଚାଷୀ ଓ ପୋଲିସ ସଂଘର୍ଷ ଓ ପରେ ଲାଠି ଚାର୍ଜ ମାମଲାର ହରିୟାଣା ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ଓ ପୋଲିସ ବିବାଦର ମୁଖ୍ୟକାରଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ସରକାର ଛୁଟିରେ ପଠାଇ ଦେଇଛନ୍ତି। ହରିୟାଣା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ସିଂହ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ମାମଲାର ତଦନ୍ତ ହେବ ବୋଲି କର୍ଣ୍ଣାଲରେ ଗଣମାଧ୍ୟମକୁ କହିଛନ୍ତି।
  15. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ସତ୍ୟପାଠରେ ଦାଖଲ କରିଛନ୍ତି ନିଜର ସମ୍ପତ୍ତି ତାଲିକା ।ତାଙ୍କର ଏକ ବ୍ୟାଙ୍କ ଆକାଉଣ୍ଟରେ ୧୨, ୦୨,୩୫୬ ଟଙ୍କା ଜମା ରହିଛି । ଏହା ସହିତ ମୋଟ ବ୍ୟାଙ୍କ ବାଲାନ୍ସ ୧୩, ୫୩, ୩୫୬ ଟଙ୍କା ବୋଲି ଦର୍ଶାଯାଇଥିଲା । ଜାତୀୟ ସଞ୍ଚୟ ପ୍ରମାଣପତ୍ର ବାବଦରେ ମମତା ବାନାର୍ଜୀଙ୍କ ପାଟରେ ୧୮,୪୯୦ ଟଙ୍କା ରହିଛି । ଅପରପକ୍ଷରେ,ଦିଦିଙ୍କ ପାଖରେ ୯ ଗ୍ରାମ ଅଳଙ୍କାର ରହିଛି । ଯାହାର ବଜାରରେ ଦାମ ୪୩,୮୩୭ ଟଙ୍କା ହେବ ବୋଲି ସତ୍ୟପାଠରେ କୁହାଯାଇଛି।
  16. ଗତ ୨୪ ଘଣ୍ଟାରେ ଦିଆଯାଇଥିବା ୬୫,୨୭,୧୭୫ ଟିକାକୁ ମିଶାଇ ଭାରତର ମୋଟ କୋଭିଡ୍‌-୧୯ ଟିକାକରଣ ୭୩ କୋଟି ଟପିଛି ବୋଲି ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ୧,୦୩,୬୩,୩୨୯ ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୫,୭୦,୩୪୦ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି।
  17. ଫ୍ରାନ୍ସ ଠାରୁ ଭାରତ ୩୬ଟି ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ କିଣିବା ପାଇଁ ଚୁକ୍ତି କରିଛି। ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସ ୨୬ଟି ବିମାନ ପ୍ରଦାନ କରିସାରିଛି। ୪.୫ ଜେନେରେସନର ଏହି ଲଢ଼ୁଆ ବିମାନ ଗୁଡ଼ିକ ଅମ୍ବାଲା ଏବଂ ହସିମାରାରେ ମୁତୟନ କରାଯାଇଛି। ଆସନ୍ତାମାସରୁ ୩ ମାସ ପର୍ଯ୍ୟନ୍ତ ଫ୍ରାନ୍ସରୁ ମାସକୁ ୩ଟି ଲେଖାଏଁ ରାଫେଲ ବିମାନ ଆସିବ। 
  18. ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ଅଧିସୂଚନାରେ ଅଶୋଧିତ ପାମ ତେଲର ଆମଦାନୀ ଶୁଳ୍କ ୧୦ ପ୍ରତିଶତ ହ୍ରାସ କରି ୨.୫ ପ୍ରତିଶତ କରାଯାଇଥିବା କୁହାଯାଇଛି। ସେହିପରି ଅଶୋଧିତ ସୋୟା ଓ ସୂର୍ଯ୍ୟମୂଖୀ ତୈଳରେ ୭.୫ ପ୍ରତିଶତ ଶୁଳ୍କ ହ୍ରାସ କରାଯାଇ ୨.୫ ପ୍ରତିଶତ କରାଯାଇଛି।  ଏହି ଅଧିସୂଚନା ସାରା ଦେଶରେ ଶନିବାର ଲାଗୁ ହୋଇଯାଇଛି।
  19. ଅଚଳ ହୋଇପଡ଼ିଥିବା ଏବଂ କାମରେ ଆସିନଥିବା ବଗିଗୁଡ଼ିକୁ ଘରୋଇ କମ୍ପାନୀକୁ ଲିଜ୍‌ରେ ଦେବ ଭାରତୀୟ ରେଳ। କୋଚିଂ ଷ୍ଟକ୍ ଏବଂ ବେୟର ଶେଲ୍ସଗୁଡ଼ିକୁ ଏବେ ଘରୋଇ କମ୍ପାନୀ କିଣି ପାରିବେ। 
  20. କେରଳ ସ୍ଥିତ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଲୋକପ୍ରିୟ ମଲୟାଲମ ଟିଭି ଅଭିନେତା ରମେଶ ୱିଲିୟାସଲାଙ୍କ ମୃତ ଦେହ। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.