• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ସୂଚନା ଅନୁସାରେ, ଗତ ଦୁଇ ବର୍ଷ ଧରି ଉନ୍ନୀତ କରାଯାଇଥିବା ‘କ୍ରୁଜ୍’ କ୍ଷେପଣାସ୍ତ୍ର ଶନିବାର ଓ ରବିବାର ଦିନ କରାଯାଇଥିବା ପରୀକ୍ଷାରେ ନିର୍ଦ୍ଧାରିତ ୧୫୦୦ କିଲୋମିଟର୍‌ ଦୂରବର୍ତ୍ତୀ ଲକ୍ଷ୍ୟଭେଦ କରିଛି। ଗତି ପଥରେ ୮ଟି ଭଙ୍ଗୀରେ ଏହା ଉତ୍ତର କୋରିଆ ଓ ଏହାର ଜଳରାଶି ଉପର ଦେଇ ଗତି କରିବା ପରେ ଲକ୍ଷ୍ୟସ୍ଥଳରେ ପଡ଼ିଥିଲା।
  2. ନୂଆଦିଲ୍ଲୀସ୍ଥିତ ବର୍ଦ୍ଧମାନ ମହାବୀର କଲେଜ ଓ ସଫଦର୍ଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡିକାଲ ବିଭାଗ ପକ୍ଷରୁ ଏହି ଅନୁଧ୍ୟାନ କରାଯାଇଥିଲା। ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ କୋଭିଡ୍‌-୧୯ ଟିକା ଉପଲବ୍ଧ ହେବା ପରେ ୬୩ ପ୍ରତିଶତ ପିତାମାତା ସେମାନଙ୍କ ପିଲାଙ୍କୁ ଟିକା ଦେବାକୁ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି। ଫ୍ୟାମିଲି ମେଡିସିନ ଓ ଫ୍ୟାମିଲି ହେଲ୍‌ଥକେୟାର ଜର୍ନାଲରେ ଏକ ଅନୁଧ୍ୟାନ ତଥ୍ୟ ପ୍ରକାଶ ପାଇଛି।
  3. ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏହି ୧୨ ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି ।ସେହିଭଳି ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼କୁ ମଧ୍ୟ ରେଡ୍ ଆଲର୍ଟ ଜାରି କରିଥିଲେ ଏସଆରସି ।
  4. ଏଥର +୨ ଅରିଜିନାଲ ମାର୍କସିଟ୍‌ ଓ ମାଇଗ୍ରେଶନ ସାର୍ଟିଫିକେଟ ବିନା +୩ ଆଡମିଶନ କରିପାରିବେ ଛାତ୍ରୀଛାତ୍ର । କରୋନା ଯୋଗୁ ଡାଉନଲୋଡ୍‌ ମାର୍କସିଟ୍‌ରେ ଏଥର ଆଡମିଶନ କରି ହେବ ବୋଲି ଶିକ୍ଷା ପକ୍ଷରୁ ସୂଚନା ମିଳିଛି ।
  5. ସୋମବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ, ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ଓସ୍କାର ଫର୍ଣ୍ଣାଣ୍ଡିଜଙ୍କୁ ୮୦ ବର୍ଷ ହୋଇଥିଲା ଓ ଗତ ଦୁଇ ମାସ ଧରି ସେ ମାଙ୍ଗାଲୁରୁର ୟେନୋପୋୟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
  6. ତାମିଲନାଡୁରେ ଥିବା ଓଲା ଇଲେକ୍ଟ୍ରିକ୍‌ ସ୍କୁଟର ପ୍ଲାଣ୍ଟ କେବଳ ମହିଳାମାନଙ୍କ ଦ୍ବାରା ପରିଚାଳିତ ହେବ ସେଥିପାଇଁ ପ୍ଲାଣ୍ଟରେ ୧୦ ହଜାରୁ ଅଧିକ ମହିଳାଙ୍କୁ ନିଯୁକ୍ତି ମିଳିବ । ଏହା ସହ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ମହିଳାଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ବିଶ୍ବର ପ୍ରଥମ ମୋଟର ଭେଇକିଲ୍‌ ମ୍ୟାନୁପାକ୍ଚରିଂ ପ୍ଲାଣ୍ଟ ଓଲା, ଯାହାକି ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ବାରା ପରିଚାଳିତ ହେବ।
  7. ନିଟ୍‌ ପରୀକ୍ଷାରେ ସାମିଲ୍ ହେବେ ନାହିଁ ତାମିଲନାଡୁର ଛାତ୍ର-ଛାତ୍ରୀ। ସୋମବାର ବିଧାନସଭାରେ ଆଗତ ବିଧେୟକ ଗୃହୀତ ହୋଇଛି। ଏହି  ବିଧେୟକରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ନିଟ୍ ପରୀକ୍ଷାରୁ ତାମିଲନାଡୁର ଛାତ୍ର-ଛାତ୍ରୀଙ୍କୁ ରିହାତି ଦେବା ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲୋଡା ଯାଇଛି।
  8. ରାଜଧାନୀ ଦିଲ୍ଲୀରେ ୭୫ ବର୍ଷେର ରେକର୍ଡ ଭାଙ୍ଗିଛି ବର୍ଷା । ଲଗାଣ ବର୍ଷାରେ ବେହାର ହୋଇଛି ରାଜଧାନୀ । ରାସ୍ତା ଘାଟ ଜଳାର୍ଣ୍ଣବ, ବିମାନବନ୍ଦରେ ବି ପଶିଛି ପାଣି ।
  9. ଦେଶର ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% କୋଭିଡ ପ୍ରଥମ ପାନ ଟିକା ଦାନ; ଦାଦର ଓ ନଗର ହାଭେଲି, ଡାମ ଓ ଡିୟୁ, ହିମାଚଳ ପ୍ରଦେଶ, ଲଦାଖ, ଲାକ୍ଷାଦ୍ୱୀପ ଓ ସିକିମକୁ ମିଳିଛି ଏହି ସଫଳତା ମୀଲଛି ।
  10. ସୋମବାର ଗୁଜରାଟ ଗାନ୍ଧିନଗର ସ୍ଥିତ ରାଜଭବନରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୂପେନ୍ଦ୍ର ପଟେଲଙ୍କୁ ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
  11. ତେବେ ସୁପ୍ରିମକୋର୍ଟରେ ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗ ମାମଲାର ଶୁଣାଣି ଚାଲିଥିବାବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବାକୁ ସରକାର ମନ କରିଦେଇଛନ୍ତି। । ତେବେ ଏହାକୁ ନେଇ ରାଷ୍ଟ୍ରର ସୁରକ୍ଷା ପ୍ରସଙ୍ଗ ଜଡିତ ଥିବାରୁ ସରକାର ଏ ସର୍ମ୍ପକରେ ବିସ୍ତୃତ ସତ୍ୟପାଠ ଦାଖଲ କରିବେ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହଟା ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଛନ୍ତି।
  12. ପାରାଦ୍ବୀପ ବନ୍ଦରରେ ଲାଗିଲା ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ, ଘଣ୍ଟାକୁ ୨୫ ଟି କଣ୍ଟେନରକୁ କରିବ ସ୍କାନ୍ ।
  13. ଲଘୁଚାପ ଦୁର୍ବଳ ହେଲା ବେଳକୁ ଆସନ୍ତା ୧୭ ତାରିଖ ସୁଦ୍ଧା ଉତ୍ତର ବ‌େଙ୍ଗାପସାଗରରେ ‌ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୮ ତାରିଖ ସୁଦ୍ଧା ଉତ୍ତର ଓଡ଼ିଶାର ଉପକୂଳରେ ପହଞ୍ଚିବ । 
  14. କରୋନା ସଂକ୍ରମଣ ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟମ୍ୟାଚ୍‌ ବାତିଲ ହୋଇଛି । ବିସିସିଆଇ କହିଛି ଯେ ଏହି ଟେଷ୍ଟମ୍ୟାଚ୍‌ ପୁନଃନିର୍ଦ୍ଧାରିତ ହେବ ।
  15. ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସକୁ ସାମିଲ କରିବା ପାଇଁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।
  16. ୭୫ କୋଟି ଟପିଲା ଟିକାକରଣ, ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜ୍ ଟିକାକରଣ ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ତା’ହା କେମିତି ସମ୍ଭବ ହେବ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି ।
  17. ପୁରୀରେ ୩୧୭.୩ ମିଲିମିଟର ବର୍ଷା ହୋଇଥିବା ବେଳେ, ଜଗତସିଂହପୁରରେ ୩୦୬, ଖୋର୍ଦ୍ଧାରେ ୧୬୩.୨, କଟକରେ ୧୪୩.୯, କେନ୍ଦ୍ରାପଡ଼ାରେ ୧୪୧.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ବୌଦ୍ଧରେ ୧୩୨ ମିଲିମିଟର ବର୍ଷା ହୋଇଥିବା ବେଳେ, ଯାଜପୁରରେ ୧୨୮.୮, ନୟାଗଡ଼ରେ ୧୧୫.୧ ଓ ସୁବର୍ଣ୍ଣପୁରରେ ୧୦୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ମୌସୁମୀ ସିଜିନ୍‌ର ସବୁଠୁ ବଡ ଲଘୁଚାପ । ଗତ ୫ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇନଥିଲା । ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି । ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା । ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି । 
  18. ପାର୍ବଣ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଦେଶରେ ୨ ଲକ୍ଷରୁ ଅଧିକ ଆଇସିୟୁ ଶଯ୍ୟାକୁ କେବଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯିବାର ବ୍ୟବସ୍ଥା କରାଯାଉଛି। ଏଥିରୁ ପାଖାପାଖି ୫୦ ପ୍ରତିଶତ ଆଇସିୟୁ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରହିବ।
  19. ଲଘୁଚାପଜନିତ ଲଗାଣ ବର୍ଷାରେ ପୂରି ଉଠିଛି ହୀରାକୁଦ। କିଛିଦିନ ଧରି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ଠାରୁ ଜଳସ୍ତର କମ୍‌ ଥିଲା। ଆଜି ସଂଧ୍ୟା ୬ଟା ସୁଦ୍ଧା ଏହା ୬୨୫.୧୦ ଫୁଟ୍‌ରେ ପହଞ୍ଚିଛି।
  20. ପ୍ରତିଦିନ ଯେଉଁ ନୂତନ ଆକ୍ରାନ୍ତ ବାହାରୁଛନ୍ତି ସେଥିରେ ଶୂନରୁ ୧୮ବର୍ଷର ଶିଶୁଙ୍କ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି। ମାତ୍ର ୧୫ ଦିନ ମଧ୍ୟରେ ଏହି ଆକ୍ରାନ୍ତ ହାର ବଢ଼ି ୧୯ ପ୍ରତିଶତରେ ପହଞ୍ଚିଲାଣି। ପୂର୍ବରୁ ଶିଶୁ ଆକ୍ରାନ୍ତ ୫ ପ୍ରତିଶତ ଭିତରେ ରହୁଥିବାବେଳେ ଏବେ ଏହି ହାର ୧୯ ପ୍ରତିଶତକୁ ଛୁଇଁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.