• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମାଲିଙ୍ଗାଙ୍କ ଅନେକ ଫ୍ୟାନ, ଫୋଲର୍ସ ରହିଥିବାବେଳେ ତାଙ୍କ ଅବସର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ମାଲିଙ୍ଗା ତାଙ୍କର କ୍ରିକେଟ୍ କ୍ୟାରିୟର ମଧ୍ୟରେ ୩୦ଟି ଟେଷ୍ଟ ମ୍ୟାଚ, ୨୨୬ଟି ଦିନିକିଆ ଓ ୮୪ଟି ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ଟି ଓ୍ବିକେଟ୍ ହାସଲ କରିଛନ୍ତି । ଦୀର୍ଘ ୧୭ ବର୍ଷର ଯାତ୍ରାରେ ପଡିଛି ପୂର୍ଣ୍ଣଚ୍ଛେଦ । ପୂର୍ବରୁ ଦିନିକିଆ ଓ ଟେଷ୍ଟରୁ ଅବସର ଘୋଷଣା କରିଥିବା ମଲିଙ୍ଗା ଆଜି ଟି-୨୦ କ୍ରିକେଟକୁ ଅଲବିଦା କହିଛନ୍ତି ।
  2. ତାଳଚେର ଠାରେ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଏବଂ ହସ୍ପିଟାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଚିଠି କେନ୍ଦ୍ରୀୟ ଅତିରିକ୍ତ ଶାସନ ସଚିବ ଜଣାଇଥିଲେ,ତାଳଚେର ଠାରେ ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି । ୫୦୦ ଶଯ୍ୟା ବିଶିଷ୍ଟ ଏହି ଭେଷଜ ମହାବିଦ୍ୟାଳୟ ନିର୍ମାଣ, ଆନୁଷଙ୍ଗିକ ଆସବାବପତ୍ର, ଯନ୍ତ୍ରପାତି ଏବଂ ଚିକିତ୍ସା ଉପକରଣ ଆଦି ପାଇଁ ଏମସିଏଲ୍ ତରଫରୁ ୫୦୦ କୋଟି ଟଙ୍କା ପ୍ରାବଧାନ କରାଯାଇଛି ।
  3. ରାଜ୍ୟରେ ଆରମ୍ଭ ହେବ ଭାରତ ସିରିଡ୍ ଗାଡ଼ି ପଞ୍ଜିକରଣ । ସେନା ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ, ୪ରୁ ଅଧିକ ରାଜ୍ୟରେ କାର୍ଯ୍ୟାଳୟ ଥିବା ସଂସ୍ଥାର କର୍ମଚାରୀ ଏହି ସୁବିଧା ପାଇପାରିବେ । ତେବେ ବେସରକାରୀ ସଂସ୍ଥାର କର୍ମଚାରୀ ନିଜ ଗାଡ଼ିର ପଞ୍ଜିକରଣ କରିବାକୁ ହେଲେ ପରିବହନ ୱେବସାଇଟରେ ଥିବା ଫର୍ମ ନମ୍ବର ୬୦ ପୂରଣ କରିବାକୁ ହେବ । ଆବେଦନକାରୀଙ୍କୁ ଦୁଇ ବର୍ଷର ରୋଡ ଟ୍ୟାକ୍ସ ଦେବାକୁ ପଡ଼ିବ । ରୋଡ୍ ଟ୍ୟାକ୍ସ ପାଇଁ ଭିନ୍ନ ଭିନ୍ନ ସ୍ଲାବ ରହିଛି । ଯଦି ଗାଡ଼ିର ମୂଲ୍ୟ ୧୦ ଲକ୍ଷରୁ କମ୍ ତାହା ହେଲେ ୮ ପ୍ରତିଶତ, ୧୦ରୁ ୨୦ ଲକ୍ଷ ହୋଇଥିଲେ ୧୦ ପ୍ରତିଶତ, ୨୦ରୁ ଅଧିକ ହୋଇଥିଲେ ୧୨ ପ୍ରତିଶତ ଟିକସ ଆଦାୟ କରାଯିବ ।
  4. ଏସବିଆଇ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କର ପାନକୁ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ପଡିବ । ସେପ୍ଟେମ୍ବର ଶେଷ ସୁଦ୍ଧା ସେମାନଙ୍କୁ ଏହା କରିବାକୁ ପଡିବ ।
  5. ଗତରାତିରେ ‘ଦି ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ତା’ର ୱେବ୍‌ସାଇଟ୍‌ରେ ୨୦୨୧ ‘ଜଏଣ୍ଟ୍‌ ଏଣ୍ଟ୍ରାନ୍ସ୍‌ ଏକ୍ଜାମିନେସନ୍‌’ (ଜେଇଇ) ମେନ୍‌ ୪ର୍ଥ ପର୍ଯ୍ୟାୟର ଫଳାଫଳ ପ୍ରକାଶ କରିଛି। ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪୪ଜଣ ଶତପ୍ରତିଶତ ହାସଲ କରିଥିବା ବେଳେ ୧୮ଜଣ ୧ ନମ୍ବର ରୢାଙ୍କ୍‌ରେ ଅଛନ୍ତି।
  6. ଇଂଜିନିୟରିଂ ପାଠ୍ୟକ୍ରମରେ ରାମାୟଣ ଓ ମହାଭାରତ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ମହାଭାରତ, ରାମାୟଣ ଓ ରାମଚରିତ ମାନସ ଭର୍ତ୍ତି କରାଯାଇଥିବା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
  7. ଉତ୍ତରପ୍ରଦେଶ ପରେ ଏବେ ପୁଣି ହରିୟାଣାରେ ଡେଙ୍ଗୁ ଏବଂ ଅଜଣା ଜର ଯୋଗୁଁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ‌ହୋଇଛି।
  8. ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ସାମିଲ କରିବା ଉପରେ ବିଚାର କରିବାକୁ ଯାଉଛନ୍ତି । 
  9. ରାଜ୍ୟ ସରକାର ଏଥି ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅଧିକ କ୍ଷମତାପନ୍ନ ଓ କ୍ରିୟାଶୀଳ କରିଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।
  10. ଶିବରାଜ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ହିନ୍ଦୀରେ ପଢ଼ିବେ MBBS ଛାତ୍ରଛାତ୍ରୀ । ଏଣିକି ହିନ୍ଦୀରେ ପଢ଼ା ହେବ ମେଡିକାଲ ପାଠ।
  11. ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଘଣ୍ଟାପ୍ରତି ବେଗ ୧୨୦ କିମିକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ, ତାହା କାଟ ଖାଇ ଯାଇଛି । 
  12. ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା । ଅକ୍ଟୋବର ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ପିଲାମାନଙ୍କର ପରୀକ୍ଷା ଜାରି ରହିବ। ଏପରିକି ରବିବାର ମଧ୍ୟ ପରୀକ୍ଷା କରାଯିବ। 
  13. ବଢୁଛି ବ୍ରାହ୍ମଣୀ, ବୈତରଣୀ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ବୋହୁଛି ବ୍ରାହ୍ମଣୀ । ବିପଦ ସଙ୍କେତ ୬୭ ଫୁଟ ରହିଥିବାବେଳେ ସନ୍ଧ୍ୟା ୭ଟା ବେଳକୁ ଏଠାରେ ଜଳସ୍ତର ୬୭.୮୦ ଫୁଟରେ ପ୍ରବାହିତ ହେଉଥିଲା ।
  14. ଲଗାଣ ବର୍ଷା : ୨୦ ଜିଲ୍ଲାର ୨୦ ଲକ୍ଷ ଲୋକ ପ୍ରଭାବିତ, ୧୩ ହଜାର ସ୍ଥାନାନ୍ତର । ସେଥି ମଧ୍ୟରୁ ଏହି ଜିଲ୍ଲାଗୁଡିକ–ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ନୂଆପଡ଼ା, ପୁରୀ ଓ ସୋନପୁର ଜିଲ୍ଲା ।
  15. ଆଫଗାନିସ୍ତାନରେ ୧୫୩ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି। ଉକ୍ତ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ୨୦ ପ୍ରଦେଶରେ ଏମାନଙ୍କ କାମ ବନ୍ଦ କରିଦେଇଛନ୍ତି। ରେଡିଓ, ପ୍ରିଣ୍ଟ୍‌ ଏବଂ ଟିଭି ଚ୍ୟାନେଲ୍‌ ଗୁଡ଼ିକ ବନ୍ଦ ହୋଇଯାଇଛି। ଆର୍ଥିକ ସମସ୍ୟା ସହ ବିଭିନ୍ନ କଟକଣା ପାଇଁ ୧୫୦ରୁ ଅଧିକ ଗଣମାଧ୍ୟମ ସଂସ୍ଥା କାମ କରିବା ବନ୍ଦ କରିଦେଇଛନ୍ତି।
  16. ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଯୋଗ ଦେଇ ଥିବା ଆସାମ ସିଲଚର ଆସନର ପୂର୍ବତନ ସାଂସଦ ସୁସ୍ମିତା ଦେବଙ୍କୁ ‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ପାଇଁ ମନୋନୀତ କରିଛି।
  17. ଏକ ଆକଳନ ଅନୁଯାୟୀ, ସମୁଦ୍ର ପତ୍ତନ ବୃଦ୍ଧି ହେତୁ ୨୦୫୦ ସୁଦ୍ଧା ବାଂଲାଦେଶର ପ୍ରାୟ ୧୭% ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଛି। ମାନବାଧିକାର ପରିଷଦର ୪୮ତମ ଅଧିବେଶନକୁ ସମ୍ବୋଧିତ କରି ଜାତିସଂଘ ମାନବାଧିକାର କମିଶନର ମିସେଲ ବାଚଲେଟ୍ ବିଶ୍ୱ ଅର୍ଥନୈତିକ ଫୋରମର ଏକ ରିପୋର୍ଟକୁ ଉଦ୍ଧୃତ କରି କହିଛନ୍ତି, ସମୁଦ୍ର ପତ୍ତନ ବୃଦ୍ଧି ହେତୁ ୨୦୫୦ ସୁଦ୍ଧା ଯାହା ବାଂଲାଦେଶର ୨ କୋଟି ଲୋକ ଗୃହଶୂନ୍ୟ ହେବା ଆଶଙ୍କା ଦେଖାଦେଇଛି।
  18. କନସୋର୍ଟିୟମର ବରିଷ୍ଠ ସଦସ୍ୟ ତଥା ଜେଟ ଏୟାରୱେଜର ପ୍ରସ୍ତାବିତ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମୁରାରି ଲାଲ ଜଲାନ କହିଛନ୍ତି, ସେମାନେ ୨୦୨୧ ଜୁନ୍‍ ମାସରେ ଏନସିଏଲଟି ଠାରୁ ଅନୁମୋଦନ ହାସଲ କରିସାରିଛନ୍ତି ଏବଂ ସେବେଠାରୁ ସେମାନେ ଏହାର ବିମାନ ଆକାଶରେ ଉଡାଣ ଆରମ୍ଭ କରିବାକୁ ସମସ୍ତ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଜେଟ ଏୟାରୱେଜ ୨୦୨୨ ପ୍ରଥମ ତ୍ର୍ରୟମାସିକରେ ଘରୋଇ ରୁଟ୍‍ରେ ଉଡାଣ କରିବ
  19. ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ । ବାମ ପାର୍ଶ୍ବର ୪ଟି ଗେଟ୍ ଖୋଲିଥିବା ବେଳେ ଓ ଡାହାଣ ପାର୍ଶ୍ବର ୨ଟି ସ୍ଳୁଇସ୍ ଗେଟ୍ ଖୋଲାଯାଇଛି । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
  20. ଗତବର୍ଷ ୟୁଏସ୍ଏର ଷ୍ଟାନଫୋର୍ଡ ୟୁନିଭର୍ସିଟି ଦ୍ବାରା ପ୍ରସ୍ତୁତ ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କ ନାମ ସ୍ଥାନୀତ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ନିକଟରେ ତାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.