• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ୨୦୨୦ର ଅପରାଧ ତଥ୍ୟକୁ ଭିତ୍ତିକରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ଏଭଳି ରିପୋର୍ଟ ଦେଇଛି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ୨୦୨୦ରେ ୨୯ ହଜାର ୧୯୩ ହତ୍ୟାକାଣ୍ଡ ଘଟିଥିବାବେଳେ କେବଳ ସର୍ବାଧିକ ଅପରାଧ ପ୍ରବଣ ରାଜ୍ୟ ଉତ୍ତର ପ୍ରଦେଶରେ ୩୭୭୯ଟି ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।ଭାରତରେ ପ୍ରତ୍ୟହ ହାରାହାରି ୮୦ ହତ୍ୟାକାଣ୍ଡ ଓ ୭୭ ଧର୍ଷଣ ତଥା ବଳାତ୍କାର ଘଟଣା ଘଟୁଛି। 
  2. ଆଗାମୀ ୬ମାସ ମଧ୍ୟରେ କରୋନା ଭୂତାଣୁ ଏପରିସ୍ଥିତିକୁ ଆସିବ ବୋଲି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ନିର୍ଦେଶକ ସୁଜିତ ସିଂହ କହିଛନ୍ତି। କରୋନା ଭୂତାଣୁ ଅନେକ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରିଥିଲେ ମଧ୍ୟ ୬ମାସ ମଧ୍ୟରେ ଏହା ଆଞ୍ଚଳିକସ୍ଥିତିକୁ ଆସିବ
  3. ଓଡ଼ିଶା ରହିଛି। ରାଜ୍ୟର ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଏଭଳି ପ୍ରାୟ ୧୧୩ଟି ମାମଲା ଘଟୁଛି। ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)- ୨୦୨୦ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କେବଳ ମହିଳା ବିରୋଧୀ ଅପରାଧ ନୁହେଁ; ଶିଶୁଙ୍କ ବିରୋଧରେ ଅପରାଧ, ହତ୍ୟା ଓ ଅନ୍ୟାନ୍ୟ ଅପରାଧ କ୍ଷେତ୍ରରେ ବି ରାଜ୍ୟର ସ୍ଥିତି ଉଦ୍‌ବେଗଜନକ ରହିଥିବା ଜଣାପଡିଛି। ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ଏହି ୩ ବର୍ଷରେ ମହିଳାଙ୍କ ବିରୋଧରେ ଅପରାଧ ତଥ୍ୟ ଦେଖିଲେ ଏହା ବଢୁଥିବା ଜଣାପଡିଛି।
  4. ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି । ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ କରାଯାଇଛି । 
  5. ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବହୁମୁଖୀ ସ୍ଥାସ୍ଥ୍ୟ ସୁପରଭାଇଜର ଶ୍ରୀମତୀ ପ୍ରେମଲତା ବାରିକଙ୍କୁ ମିଳିଛି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗେଲ ପୁରସ୍କାର । ରାଷ୍ଟ୍ରପତି ଭବନରେ ବୁଧବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗେଲ ପୁରସ୍କାର-୨୦୨୦ ପ୍ରଦାନ କରାଯାଇଛି।
  6. ଦୂରସଂଚାର କମ୍ପାନୀଗୁଡିକ କ୍ଷେତ୍ରରେ ଆଡଜେଷ୍ଟେଡ ଗ୍ରସ ରେଭିନ୍ୟୁ (ଏଡିଆର) ବକେୟା ଅର୍ଥ ପୈଠ ନିମନ୍ତେ ଚାରିବର୍ଷ ମୋରାଟୋରିୟମକୁ କେନ୍ଦ୍ର କ୍ୟାବିନେଟ ସବୁଜ ସଙ୍କେତ ପ୍ରଦାନ କରିଛି। ଏହା ସଂପ୍ରତି ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଭାରତର ଦୂରସଂଚାର କମ୍ପାନୀଗୁଡିକ ପାଇଁ ଏକ ବୃହତ ଆଶ୍ୱସ୍ତି ଆଣିଦେଇଛି। ବିଶେଷକରି ଭୋଡାଫୋନ ଆଇଡିଆ ଭଳି କମ୍ପାନୀ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବ।
  7. ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍‍ ବିରଳା ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଅବସରରେ ମିଳିତ ଭାବେ ‘ସଂସଦ ଟିଭି’ ର ଶୁଭାରମ୍ଭ କରିଛନ୍ତି ।
  8. ଭଞ୍ଜନଗରରେ କୃଷି ମହାବିଦ୍ୟାଳୟ ଠାରୁ ନୂତନ ରେଳପଥ ଓ ବିମାନବନ୍ଦର ପାଇଁ ୬ ପ୍ରସ୍ତାବ ଆଗତ ।
  9. ଆଇପିଏଲ୍‌ର ଆଗାମୀ ସିଜନ୍‌ରେ ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି । ନୂଆ ଦଳ ନିଲାମ ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି । ଏନେଇ ବିସିସିଆଇ ଦ୍ୱାରା ଅକ୍ଟୋବର ୧୭ରେ ନିଲାମ ପ୍ରକ୍ରିୟା ଆୟୋଜନ କରାଯାଇପାରେ ।
  10. ଟାଇମ୍ ମାଗାଜିନ: ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପୁଣି ମୋଦୀ । ମମତା ବାନାର୍ଜୀ, ଅଦାରା ପୁନାୱାଲାଙ୍କ ନାଁ ମଧ୍ୟ ସାମିଲ।
  11. ଦାଦନ ଖଟାଇବା ପାଇଁ ମାନବ ଚୋରାଚାଲଣରେ ଓଡ଼ିଶା ପ୍ରଥମ, ୨୫୭୩୮ ମହିଳାଙ୍କ ପତ୍ତା ମିଳୁନି ।
  12. ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଦୌଡରେ ଆଗୁଆ ରହିଛି ଟାଟା ଗ୍ରୁପସ ଓ ସ୍ପାଇସ ଜେଟ୍ ।
  13. ଅଟୋମେଟିକ୍ ରୁଟ୍ ମାଧ୍ୟମରେ ଟେଲିକମ୍ କ୍ଷେତ୍ରରେ ୧୦୦% ଏଫଡିଆଇକୁ ମଞ୍ଜୁରୀ: ଅଶ୍ୱିନୀ ବୈଷ୍ଣବ ।
  14. ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌, ବିଫଳ ଦେଶ କହି ସମାଲୋଚନା କଲା ଭାରତ ।
  15. ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍‌ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି ।
  16. ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ।  ୧୮ରେ ନେଇପାରେ ଲଘୁଚାପର ରୂପ । ସେପଟେ ମହାନଦୀରେ ଆସିବ ବନ୍ୟା
  17. ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ୬୨୮ ଫୁଟ ରଖିବାକୁ ନିଷ୍ପତି ନିଆଯାଇଛି । ବଳକା ଜଳକୁ ନିଷ୍କାସନ କରିବାକୁ ଅଧିକ ଗେଟ୍ ଖୋଲାଯିବ । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ଗେଟ ଖୋଲାଯିବା ପରେ ମୁଣ୍ଡୁଳିଠାରେ ଘଣ୍ଟା ପ୍ରତି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।
  18. ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ବୁଧବାର ଶପଥ ନେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ଗୁରମିତ ସିଂହ। ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆରଏସ୍ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।
  19. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ୟୁରୋପୀୟ ସଂଘ ସହିତ ଭାରତ ସ୍ଥାନାନ୍ତରଣ ଏବଂ ମୋବିଲିଟି ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଛି। ଫ୍ରାନ୍ସ, ଜର୍ମାନ, ଡେନମାର୍କ, ବ୍ରିଟେନ, ବେନେଲକ୍ସ, ପର୍ତ୍ତୁଗାଲ ଏବଂ ଅନ୍ୟମାନଙ୍କ ସହ ଭାରତ ଦ୍ୱିପାକ୍ଷିକ ବୁଝାମଣା ସ୍ଵାକ୍ଷର କରିଛି ଏବଂ ସର୍ତ୍ତ ଅନୁଯାୟୀ ଭାରତୀୟ ବୃତ୍ତିଗତମାନଙ୍କୁ ୟୁଏଇରେ କାମ କରିବାର ସୁଯୋଗ ପ୍ରଦାନ କରିଛି। ଭାରତୀୟ ଛାତ୍ରମାନେ ସ୍ନାତକୋତ୍ତର ପରେ ୟୁଏଇରେ କାର୍ଯ୍ୟ କରିବା ପାଇଁ ରହିପାରିବେ ଏବଂ ଇଣ୍ଟର୍ନସିପ୍ କରିବେ ବୋଲି ସେ କହିଛନ୍ତି।
  20.  ଚଳିତ ମାସ ୨୬ ତାରିଖରେ ଶ୍ରୀନଗରସ୍ଥିତ ଡାଲ ହ୍ରଦ ଉପରେ ଏୟାର ସୋ ଆୟୋଜନ କରିବାକୁ ଯାଉଛି। ଭାରତୀୟ ବାୟୁସେନାରେ ସାମିଲ ହେବା ନିମନ୍ତେ ଜମ୍ମୁ କାଶ୍ମୀର ଯୁବଗୋଷ୍ଠୀଙ୍କୁ ପ୍ରବର୍ତ୍ତାଇବା ଲକ୍ଷ୍ୟରେ ଏହି ସୋ ଆୟୋଜନ କରାଯାଇଛି। 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.