• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଳିତ ବର୍ଷ ମହାନଦୀରେ ଆସୁଛି ପ୍ରଥମ ବନ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା କଟକ ମୁଣ୍ଡଳିରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ । ଏଥିପାଇଁ ୭ଟି ଉପକୂଳ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଆସନ୍ତାକାଲି ରାତି ସୁଦ୍ଧା କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିବ ।
  2. ଲୋକାୟୁକ୍ତ ସଦସ୍ୟ ଡକ୍ଟର ଦେବବ୍ରତ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ଲିଖିତ ପୁସ୍ତକ ‘ସିକ୍ରେଟ୍ ଅଫ୍ ଶିମିଳିପାଳ’ (ଶିମିଳିପାଳର ରହସ୍ୟ)ର ଏକ କପି ପ୍ରଦାନ କରିଛନ୍ତି । ଯେଉଁଥିରେ ହାତୀ ଓ କଳା ବାଘଙ୍କ ପାଇଁ ଶିମିଳିପାଳ କିଭଳି ଉପଯୋଗୀ ତାହା ବର୍ଣ୍ଣିତ ହୋଇଛି ।
  3. ଓଡିଶାକୁ କେନ୍ଦ୍ରରୁ ମିଳିଛି ପର୍ଯ୍ୟାପ୍ତ ସହାୟତା : ଚାଷୀଙ୍କ ଠାରୁ ଉଜ୍ଜଳା ଯୋଜନା, ବିପର୍ଯ୍ୟୟ ପରିଚାଳନାରୁ ରାଜପଥ ନିର୍ମାଣ, ସବୁ ଯୋଗାଇ ଦେଇଛନ୍ତି ମୋଦି ।
  4. ଟି-୨୦ ଅଧିନାୟକ ପଦ ଛାଡିବେ କ୍ୟାପଟେନ କୋହଲି । ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକ ପଦ ଛାଡିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିରାଟ । 
  5. ବୁଧବାର ଆୟକର ବିଭାଗ ସୋନୁଙ୍କ ଘର ସମେତ ତାଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ସର୍ଭେ କରିଥିଲା। ତେବେ ଆଜି ମଧ୍ୟ ଏହି ସର୍ଭେ ଜାରି ରହିଛି। ଏହି ସର୍ଭେର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବାବେଳେ, ସୋନୁଙ୍କୁ ଫ୍ୟାନମାନଙ୍କ ସମର୍ଥନ ମିଳିଛି । ସୋନୁ ସୁଦଙ୍କ ଆର୍ଥିକ ରେକର୍ଡ, ଆୟ, ଆକାଉଣ୍ଟ ବୁକ୍, ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରାଯାଉଛି। ତେବେ ସୋନୁଙ୍କ ଘରେ ଚାଲିଥିବା ଏହି ସର୍ଭେକୁ ନେଇ ଆଦମୀ ପାର୍ଟି ଅସନ୍ତୋଷ ବ୍ୟକ୍ତ କରିଛି।
  6. ଶନିବାର ସନ୍ଧ୍ୟାରେ ମହାନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା । ୪ ଜିଲ୍ଲା ପ୍ରଶାସନକୁ ସତର୍କ କଲେ ସରକାର ।
  7. ଓଡିଶାରେ ଆରମ୍ଭ ଭାରତର ପ୍ରଥମ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ । ସ୍ଥାନ ପାଇଲା ଓଡିଆ ଚିତ୍ରଶିଳ୍ପୀଙ୍କ କାରୁକାର୍ଯ୍ୟ…।
  8. ଗାଡ଼ି ଦର ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ହିରୋ ମୋଟୋକର୍ପ, ୨୦ରୁ ଲାଗୁ ହେବ ।
  9. ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି।  ଏହି ଆକଳନ ଅନୁଯାୟୀ ରାଜସ୍ଥାନ ସର୍ବାଧିକ ଦୁଷ୍କର୍ମ ମାମଲାରେ ଶୀର୍ଷରେ ରହିଛି। ଯେଉଁଠି ୫ ହଜାର ୩୧୦ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଏହି ତାଲିକାରେ ଉତ୍ତରପ୍ରଦେଶ ୨ହଜାର ୭୯୬ଟି ମାମଲା ସହ ଦ୍ୱତୀୟ ସ୍ଥାନରେ ରହିଛି।
  10. ଟାଫେ ପକ୍ଷରୁ ଓଡିଶାରେ ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକ -୪ଡବ୍ଲୁ ଟ୍ରାକ୍ଟରର ବଜାର ପ୍ରବେଶ ।
  11. ବଙ୍ଗୋପ ସାଗରରେ ସାଗରରେ ସୃଷ୍ଟି ହେବାକୁ ଆଉ ଏକ ଲଘୁଚାପ, ଏହି ସବୁ ଜିଲ୍ଲା ପାଇଁ ସତର୍କ ବାଣୀ ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୧୮ ତାରିଖରେ ବଙ୍ଗୋପ ସାଗରର ଉତ୍ତର ଓଡିଶା ଉପକୂଳରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି ।
  12. ବିଶ୍ବର ବିଶ୍ବାସ ଜିତିଲା ମୁମ୍ବାଇ, ଦେଲା ସଚ୍ଚୋଟତାର ବଳିଷ୍ଠ ପ୍ରମାଣ: ଅନେଷ୍ଟ ସିଟି ତାଲିକାରେ ନଂ-୨ ।
  13. ପୁଣି ଥରିଲା କାବୁଲ । ଆଫଗାନିସ୍ତାନର କାବୁଲରେ ପୁଣି ରକେଟ୍ ମାଡ ହୋଇଥିବା ନେଇ ସୂଚନା ।
  14. ବୃଦ୍ଧି ପାଇଲା ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ । ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ 1.5 ମିଲିୟନ୍ ଟନ୍ ରୁ 2 ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇଛି ।
  15. ଦେଶର ବ୍ୟାଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବ୍ୟାଡ ବ୍ୟାଙ୍କ ପାଇଁ ୩ ହଜାର ୬ ଶହ କୋଟିର ବ୍ୟବସ୍ଥା କରାଯାଇଛି ।
  16. ଚାଇନାର ସିଚୁଆନ୍‌ ପ୍ରଦେଶରେ ଗୁରୁବାର ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।
  17. ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ୨୪ ଘଣ୍ଟାରେ ଗଲାଣି ୪୫ ଜୀବନ, ଆଗାମୀ ଦୁଇ ଦିନ ସ୍କୁଲ୍‌-କଲେଜ୍‌ ବନ୍ଦ ।
  18. କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପର ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ପ୍ରତିରକ୍ଷା ଅଫିସ କମ୍ପ୍ଲେକ୍ସ କଲେ ଉଦଘାଟନ୍ ।
  19. ୨୦ ରେ ଆସିବେ ରାଜ୍ୟସଭା କମିଟି: ମହାନଦୀରେ ଜଳ ପ୍ରକଳ୍ପ ଓ ନୂଆ ବିମାନ ବନ୍ଦର ନିର୍ମାଣର କରିବେ ସମୀକ୍ଷା ।
  20. ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତାରିଖ ଘୁଞ୍ଚିଲା । ଏହାକୁ ଘୁଞ୍ଚାଯାଇ ୧୮ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.