• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚାନ୍ଦିପୁରରୁ ‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷାଗାରରୁ ହେଲା ପରୀକ୍ଷା। ଟାର୍ଗେଟକୁ ଲକ୍ଷଭେଦ କରିବାରେ ସଫଳ ହୋଇଛି ଆକାଶ ପ୍ରାଇମ। ସ୍ଥଳଭାଗରୁ ଆକାଶମାର୍ଗକୁ ଟାର୍ଗେଟ କରିବାକୁ ଆକାଶ ପ୍ରାଇମ ଭବିଷ୍ୟତରେ ସଫଳ ହେବ ବୋଲି କୁହାଯାଉଛି।
  2. ଦେଶରେ ଗତ ୨୪ ଘଣ୍ଟାରେ ୨୬,୦୪୧ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୭୬ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୩,୩୬,୭୮,୭୮୬କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୪,୪୭,୧୯୪ରେ ପହଞ୍ଚିଛି।
  3. ‘ମୋ ସ୍କୁଲ୍ ଅଭିଯାନ’ ର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୩୮ ବିଦ୍ୟାଳୟରେ ମୋଟ ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି।
  4. ନିର୍ବାଚନ ପୂର୍ବରୁ ପିପିଲି ଉପନିର୍ବାଚନ ଏକଜିଟ୍ ପୋଲ ଉପରେ କଟକଣା ଲାଗିଛି। କଟକଣା ଜାରି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୋଟ ପୂର୍ବରୁ ଫଳାଫଳ ପୂର୍ବାନୁମାନ କରିବାକୁ ସମ୍ବାଦ ପତ୍ର, ଟେଲିଭିଜନ ଓ ରେଡିଓ ଚ୍ୟାନେଲକୁ ମନା କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଗେଜେଟରେ ଏହି ନିଷେଧାଦେଶ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
  5. ଆଦ୍ୟାଶା ମାତ୍ର ୧୩ ବର୍ଷରେ ୧୦ଟି ଭାଷାରେ ଗାଉଛନ୍ତି ।  ବେଙ୍ଗଲୀ, ମରାଠି, ତେଲଗୁ, ହିନ୍ଦୀ ଓ ଓଡ଼ିଆ ସହ ଅନ୍ୟ ଭାଷାରେ ଗାଉଛନ୍ତି ସୁମଧୁର ଗୀତ ।ଏମ୍ ଏମ୍ ପ୍ରଡକସନ ପକ୍ଷରୁ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ତୁହି ତୁ ଗୀତରେ କଣ୍ଠଦାନ କରିଛନ୍ତି। ଜଣାଶୁଣା ଗୀତିକାର ଅରୁଣ ମନ୍ତ୍ରୀ ଗୀତ ଲେଖିଥିବା ବେଳେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସହିତ ଗୀତଟି ଗାଇଛନ୍ତି ଆଦ୍ୟାଶା।
  6. ଷ୍ଟାଡିୟମରେ ବସି ଦର୍ଶକ ଦେଖିବେ ଟି-୨୦ ବିଶ୍ୱକପ୍ ଫାଇନାଲ! ।
  7. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୫୩  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୧ ହଜାର ୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୭୬୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୪୯ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୮୦ କୁ ବୃଦ୍ଧି ହୋଇଛି ।
  8. ବ୍ରିଟେନରେ ପେଟ୍ରୋଲ, ଡିଜେଲର ସଙ୍କଟ ଦେଖାଦେଇଛି । ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି ।
  9. ଡିଆର୍‌ଡିଓ ଦ୍ୱାରା ପରିଚାଳିତ ଚାନ୍ଦିପୁରସ୍ଥିତ ଆଇଟିଆର୍‌ କ୍ଷେପଣାସ୍ତ୍ର ଘାଟିରୁ ସୋମବାର ‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି ।
  10. ପୂର୍ବ ଭାରତର ଏକ ଦ୍ରୁତ ବୃଦ୍ଧିପାଉଥିବା ଦୁଗ୍ଧ କମ୍ପାନୀ ମିଲ୍କ୍ ମନ୍ତ୍ର, ଓଡିଶାରେ ପ୍ରଥମ ଥର ପାଇଁ ଅଲଟ୍ରା ହାଇ ଟେମ୍ପ୍ରେଚର୍ ବିଶିଷ୍ଟ ୯୦ ଦିନ ସେଲ୍ଫ ଲାଇଫ୍ ଥିବା ଟୋନଡ୍ ମିଲ୍କ୍ ‘ମିଲ୍କି ମୁ ଲଙ୍ଗ ଲାଇଫ୍’ କ୍ଷୀର ବଜାରକୁ ଆଣିଛି ।
  11. ବୟସ ମାତ୍ର ୨ ବର୍ଷ ୧୦ ମାସ। ହେଲେ ବିଚକ୍ଷଣ ପ୍ରତିଭା। ନିଜର ଜ୍ଞାନ ପାଇଁ ଇଣ୍ଡିଆ ବୁକ୍ ରେକର୍ଡର ଅଧିକାରୀ। ସମ୍ବଲପୁରର ସୁଧିର ସାହୁ ଓ ସୁଶ୍ରୀ ସଙ୍ଗିତା ଜେନାଙ୍କ ଝିଅ ଶୁଭସ୍ମିତା। କଥା କହିଲେ ପାଟି ଲାଖି ଯାଉଛି। ହେଲେ ସଂସ୍କୃତ ଶ୍ଲୋକକୁ ଅନର୍ଗଳ କହି ସମସ୍ତଙ୍କ ମନ ମୋହୁଛନ୍ତି। ବିଜ୍ଞାନ ସମ୍ବନ୍ଧୀୟ ପିରିୟଡିକ ଟେବୁଲ କହି ଦେଖଣାହାରୀକୁ କରିଦେଉଛନ୍ତି ତାଜୁବ।
  12. ଯେଉଁ ପୁଲିସ ଅଫିସରମାନେ ନିଜର କର୍ତ୍ତବ୍ୟ ଠିକ୍‌ଭାବେ କରୁନାହାନ୍ତି, ତା’ ସହ ଲାଞ୍ଚ, ବଟି ଓ ଚାନ୍ଦା ଆଦାୟ କରିବାରେ ବ୍ୟସ୍ତ ରହୁଛନ୍ତି, ସେମାନଙ୍କୁ ଜେଲ ପଠାଇବା କଥା ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍‌ଭି ରମଣା କହିଛନ୍ତି।
  13. କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ଏବଂ ତୃଣମୂଳ କଂଗ୍ରେସର ସୁସ୍ମିତା ଦେବ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି |
  14. ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ମୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ କରିଛନ୍ତି।
  15. ୮ରେ ଓଡ଼ିଶା କୃଷି କନ୍‌କ୍ଲେଭ, ଯୋଗଦେବେ ପ୍ରମୁଖ କମ୍ପାନୀ । ଏହି କୃଷି କନକ୍ଲେଭରେ ମତ୍ସ୍ୟ ଓ ପଶୁସମ୍ପଦ, କୃଷି, ଉଦ୍ୟାନକୃଷି, ଏମଏସଏଇ କ୍ଷେତ୍ର ସହ ଜଡ଼ିତ ଦେଶର ନାମୀନାମୀ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି ।
  16. ଡିଜିଟାଲ୍ ମୋଡ୍‌ରେ ସ୍ୱାସ୍ଥ୍ୟ ସେବା । ରୋଗୀଙ୍କୁ ଅଧିକ ସୁବିଧା ସୁଯୋଗ ଦେବା ପାଇଁ ଲାଗୁ ହେଲା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫ୍ରେନ୍ସି ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ।
  17. ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଗୋଟିଏ ପ୍ରତିମୂର୍ତ୍ତିକୁ ବାଲୋଚ ଆତଙ୍କବାଦୀମାନେ ବୋମା ପକାଇ ଧ୍ୱଂସ କରି ଦେଇଛନ୍ତି । 
  18. ଓଡ଼ିଶାର ପ୍ରଥମ ଅନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ ଏବଂ ରାଜ୍ୟର ଜଣାଶୁଣା କୋଚ ହରି ପ୍ରସାଦ ପଟ୍ଟନାୟକ ଚଳିତ ବର୍ଷ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବେ । 
  19. ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ୍ ମଧ୍ୟରେ ବଡ଼ ମୁକାବିଲା ଖେଳାଯିବ । ଖେଳ ସମୟ ରାତି ୭:୩୦ମି. ।
  20. ମୁଣ୍ଡଳୀ ବୋଟ୍‌ ଟ୍ରାଜେଡି ଘଟଣା‌ରେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କ୍ୟାମେରା‌ମ୍ୟାନ ପ୍ରଭାତ ସିହ୍ନା ସୋମବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.