• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଲ୍ଡରଙ୍କ ପାଇଁ ଲାଗୁ ହେବନି ଓଡ଼ିଶା ଜମାକାରୀ ସୁରକ୍ଷା ଆଇନ୍-ଓପିଆଇଡି ଆଇନ୍‌ । ବିଲ୍ଡରଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଓପିଆଇଡି ଆଇନରେ ଅର୍ଥ ଲଗାଣ ସଂସ୍ଥାରେ ଅର୍ଥ ଲଗାଇଥିବା ବ୍ୟକ୍ତିଙ୍କୁ ଜମାକାରୀ ଭାବରେ ବିବେଚନା କରାଯାଇଛି । ବିଲ୍ଡରଙ୍କୁ ଘର ପାଇଁ ଅର୍ଥ ଦେଇଥିବା ବ୍ୟକ୍ତି ଗ୍ରାହକ ଭାବରେ ବିବେଚନା କରାଯିବ।
  2. ୨୧ ବର୍ଷ ଧରି ବାତ୍ୟା, ବନ୍ୟା, ମରୁଡ଼ିକୁ ରାଜ୍ୟ ଯେପରି ସଫଳତାର ସହ ମୁକାବିଲା କରିଛି, ତାକୁ ସାରା ବିଶ୍ୱ ପ୍ରଶଂସା କରିଛି । ଏଥିପାଇଁ ଓଡ଼ିଶାକୁ ୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳ ଅନୁକରଣ କରିଛନ୍ତି । ସେମାନଙ୍କୁ ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ମନୋନୀତ କରିଛି । କାଲିଠାରୁ ତିନିଦିନ ଧରି ଭୁବନେଶ୍ୱରରେ ଅନ୍ୟ ରାଜ୍ୟର ପ୍ରଶାନିକ ଅଧିକାରୀ ପ୍ରଶିକ୍ଷଣ ନେବେ ।
  3. ପୂର୍ବ ଭାରତରେ ପ୍ରଥମ ଥର ଲାଗି ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ ଭୁବନେଶ୍ୱର ଏମ୍ସରେ ପ୍ରତିଷ୍ଠା ହେବ । ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଏହି ବ୍ୟାଙ୍କ ସହାୟକ ହେବ । ଏହି ବ୍ୟାଙ୍କ ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ବା ଆଇସିଏମଆର ୪୭ ଲକ୍ଷ ଟଙ୍କା ମଞ୍ଜୁର କରିଛି । 
  4. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ଟି ବିଭିନ୍ନ ପ୍ରଜାତିର ଶସ୍ୟକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । 
  5. ଆବୁଧାବିର ଶେଖ ଜାୟେଜ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।
  6. ପ୍ରତିରକ୍ଷା ମନ୍ତ୍ରଣାଳୟ ପରିବାର ପେନସନ ସୁବିଧା ପାଉଥିବା ମୃତ ସାମରିକ ର୍କମଚାରୀଙ୍କୁ ଭିନ୍ନକ୍ଷମ ପିଲା ବା ଭାଇଭଉଣୀଙ୍କ ମାସିକ ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶାରୀରିକ ଓ ମାନସିକ ନ୍ୟୁନ ଏଭଳି ପିଲାଙ୍କ ମାସିକ ଆୟ ସୀମା ଯାହା ୯୦୦୦ ଟଙ୍କା ଥିଲା ତାହାକୁ ବଢାଇ ଦିଆଯାଇଛି । ୨୦୨୧ ଫବେୃୟାରୀ ଆଠ ତାରିଖଠାରୁ ପିଛିଲା ଭାବେ ଏହା ଲାଗୁ ହେବ ।
  7. ଦେଶର ୩୫୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଆପଦା ମିତ୍ର ଯୋଜନା; ଗୃହ ମନ୍ତ୍ରୀ ।
  8. ଦିଲ୍ଲୀରେ ଦେଶଭକ୍ତି ସିଲାବସ ଲାଗୁ, କେଜ୍ରିଓ୍ଵାଲ କହିଲେ- ଏବେ ସ୍କୁଲଗୁଡିକରୁ ଦେଶଭକ୍ତ ଡାକ୍ତର-ଇଞ୍ଜିନିୟର ବାହାରିବେ ।
  9. ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ଜାରୀ କଲେ ଏକକ ଟୋଲ ଫ୍ରି ହେଲ୍ପ ଲାଇନ–ଏଲ୍ଡର ଲାଇନ (ନିଃଶୁଳ୍କ ନଂ – ୧୪୫୬୭)ର ଶୁଭାରମ୍ଭ କରାଯାଇଛି।
  10. ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । 
  11. ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍ ଓ କୋର୍ଟ ଛୁଟି ରହିବ ।
  12. ନବରଙ୍ଗପୁର ଏସପିଙ୍କ ଦ୍ଵାରା ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ ନବରଙ୍ଗପୁର ସହରର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟରେ ଥିବା ଏଟିଏମରୁ ବିଭିନ୍ନ ବ୍ୟାଙ୍କର ବହୁ ପରିମାଣର ଏଟିଏମ କାର୍ଡ ନେଇ ଟଙ୍କା ଉଠାଣ କରୁଥିବା ବେଳେ ଖବର ପାଇ ଏଟିଏମରେ ଚଢ଼ାଉ କରି ସେମାନଙ୍କୁ ଧରିଥିଲା l
  13. ମହାମାରୀ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଦୀର୍ଘ ଦେଢ଼ ବର୍ଷ ହେଲା ଲାଗିଥିବା କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି । ଅକ୍ଟୋବର ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ ।
  14. ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ । ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ । 
  15. ରାଜ୍ୟରେ ଗୁଟ୍‌ଖା ଓ ପାନ ମସଲାର ବିକ୍ରି ଓ ତିଆରି ଉପରେ ରୋକ୍ ଲଗାଇଲେ ହରିୟାଣା ସରକାର । ବର୍ଷେ ପାଇଁ ବଢ଼ିଲା ବ୍ୟାନ୍ । 
  16. ଝାଡ଼ଖଣ୍ଡରେ କେହି ପଢିପାରିବେନି ଓଡିଆ । ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ । ସେପଟେ କୋଟିଆରେ ଲାଗିଛି ତେଲୁଗୁ ନାମଫଳକ।
  17. ଆଜି ରାଜସ୍ଥାନ ରୟାଲ୍ସ ବନାମ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।
  18. ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମୁଢାପଦା ଗ୍ରାମ ନିକଟ  ବୈତରଣୀ ନଦୀ ଶଯ୍ୟାରୁ ପୁରାତନ ମୂର୍ତ୍ତି ଉଦ୍ଧାର ହୋଇଛି । ଏହି ମୂର୍ତ୍ତି ଗୁଡିକ ଅଷ୍ଟମ ଶତାବ୍ଦୀର ବୋଲି କୁହାଯାଇଛି । ଏଇ ବୁଦ୍ଧ ମୂର୍ତ୍ତି ଦୁଇଟି ମଧ୍ୟରୁ ପ୍ରଥମଟି ହର୍ସମୂଖ ବୁଦ୍ଧ ମୂର୍ତ୍ତି ହେଇଥିବା ବେଳେ ଦ୍ୱିତୀୟଟି ଗଜମୂଖ ସିଙ୍ଘାସନ ଆସିନ ବିରଳ ବୌଦ୍ଧ ଦେବୀଙ୍କ ଏକ ଭଗ୍ନ ପ୍ରତିମା ବୋଲି କୁହାଯାଉଛି । 
  19. ରିଲାଏନ୍ସ ସେୟାରରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି। ମଙ୍ଗଳବାର କାରବାର ସମୟରେ ରିଲାଏନ୍ସ ସେୟାର ରେକର୍ଡ ସ୍ତର ୨୫୬୫ରେ ପହଞ୍ଚିଥିଲା। ମଙ୍ଗଳବାର କାରବାର ଶେଷ ଆଡକୁ ଏହା ୨୫୪୮.୦୫ ଟଙ୍କାରେ ବନ୍ଦ ହୋଇଛି।
  20. ତାଲିବାନ ପିଏଚଡି ଡିଗ୍ରୀଧାରୀ କୁଳପତିଙ୍କୁ ବଦଳାଇ ବିଏ ଡିଗ୍ରୀ ହାସଲ କରିଥିବା ମହମ୍ମଦ ଅଶରଫଙ୍କୁ ଏଠାରେ କୁଳପତି ଭାବରେ ନିଯୁକ୍ତ କରିଛି। ତାଲିବାନର ଏହି ନିଷ୍ପତ୍ତି ପରେ କାବୁଲ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଶିକ୍ଷକ ଓ ପ୍ରଫେସର ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.